ଭାଜପାର ବିଜୟ ଭିତରେ ଆସିଲା ମମତାଙ୍କ ପ୍ରଥମ ଚାଞ୍ଚଲ୍ୟକର ବୟାନ: ମୋତେ ମାଡ଼ ମାରିଲେ, ଠେଲିଦେଲେ…

କୋଲକାତା,୪।୫: ପଶ୍ଚିମବଙ୍ଗ ରାଜନୀତିରେ ଭାଜପା ରେକର୍ଡ ବିଜୟ ହାସଲ କରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି, ଆଜି ଏକ ଐତିହାସିକ ଦିନ। ଯେତେବେଳେ ବର୍ଷ ବର୍ଷର ସମର୍ପଣ ଏବଂ କଠିନ ପରିଶ୍ରମ ସଫଳତାରେ ପରିଣତ ହୁଏ, ସେତେବେଳେ ଯେଉଁ ଆନନ୍ଦ ମିଳେ, ତାହା ଚେହେରାକୁ ଆଲୋକିତ କରେ। ସେହି ଆନନ୍ଦ ଆଜି ମୁଁ ସାରା ଦେଶର ଭାଜପା କର୍ମୀଙ୍କ ମୁହଁରେ ଦେଖୁଛି। ଏହି ଦିନଟି ଅନେକ ଦୃଷ୍ଟିରୁ ସ୍ବତନ୍ତ୍ର। ଏହା ଏପରି ଏକ ଦିନ ଯାହା ଦେଶ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ଦିଏ। ଏହା ବିଶ୍ୱାସର ଦିନ। ମୁଁ ବଙ୍ଗଳା, ଆସାମ, କେରଳ, ପୁଡୁଚେରୀ ଏବଂ ତାମିଲନାଡୁର ଜନସାଧାରଣଙ୍କ ପ୍ରତି ମୋର ଗଭୀର କୃତଜ୍ଞତା ପ୍ରକାଶ କରୁଛି।

ଏହି ସମୟରେ ମମତା ବାନାର୍ଜୀ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, “ମୋତେ ମାଡ଼ ମରାଯାଇଥିଲା… ସିଏପିଏଫ୍‌ର ଲୋକମାନେ ମୋତେ ମାଡ଼ ମାରିଥିଲେ।” ଟିଏମ୍ସି ଅଧ୍ୟକ୍ଷା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, “ମୋତେ ଭିତରକୁ ଯିବାକୁ ମଧ୍ୟ ଅନୁମତି ଦିଆଗଲା ନାହିଁ… ଏହା ପକ୍ଷପାତିତାପୂର୍ଣ୍ଣ। ସେମାନେ ମୋତେ ଠେଲାପେଲା କରିଥିଲେ, ପିଟିଥିଲେ। ସେମାନେ ସବୁଠି ଗୁଣ୍ଡା ନିୟୋଜିତ କରିଛନ୍ତି। ମୁଁ ଜଣେ ପ୍ରାର୍ଥୀ, ତଥାପି ସେମାନେ ମୋତେ ଭିତରକୁ ଛାଡ଼ି ନଥିଲେ।”

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, “ଭାଜପା ୧୦୦ରୁ ଅଧିକ ଆସନ ଲୁଟିଛି। ନିର୍ବାଚନ କମିଶନ ହେଉଛି ଭାଜପାର କମିଶନ। ମୁଁ ସିଓ ଏବଂ ମନୋଜ ଅଗ୍ରୱାଲଙ୍କୁ ଅଭିଯୋଗ ମଧ୍ୟ କରିଥିଲି, କିନ୍ତୁ ସେମାନେ କିଛି କରୁନାହାଁନ୍ତି। ଆପଣ କ’ଣ ଭାବୁଛନ୍ତି ଏହା ଏକ ବିଜୟ? ଏହା ଏକ ଅନୈତିକ ବିଜୟ, ନୈତିକ ବିଜୟ ନୁହେଁ। କେନ୍ଦ୍ରୀୟ ବାହିନୀ ଏବଂ ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ସହ ମିଶି ନିର୍ବାଚନ କମିଶନ ଯାହା କରିଛି ତାହା ସମ୍ପୂର୍ଣ୍ଣ ବେଆଇନ। ଏହା ଲୁଟ, ଲୁଟ, ଲୁଟ। ଆମେ ପ୍ରତିରୋଧ କରିବୁ।

Odisha’s No.1 Odia Daily

Share