ଦାମ୍ପତ୍ୟ ଜୀବନକୁ ସୁରୁଖୁରୁରେ ଆଗେଇନେବା ପାଇଁ ଏହି ୫ କଥା ମାନନ୍ତୁ

”ଦାମ୍ପତ୍ୟ ଜୀବନକୁ ସୁରୁଖୁରୁରେ ଆଗେଇନେବା ପାଇଁ ଉଭୟେ ସ୍ବାମୀସ୍ତ୍ରୀଙ୍କ ଆତ୍ମବିଶ୍ୱାସ ଦୃଢ଼ହେବା ଦରକାର। ନ ହେଲେ ସେମାନେ କୌଣସି କ୍ଷେତ୍ରରେ ନିଷ୍ପତ୍ତି ନେବା ସମୟରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଯଦି ଘର ଚଳାଇବା ସେମାନଙ୍କ ଉପରେ ଶତ ପ୍ରତିଶତ ନିର୍ଭର କରୁଥାଏ, ତେବେ ସେମାନେ ଏ ନେଇ ଆହୁରି ସଚେତନ ହେବା ଆବଶ୍ୟକ।“

ବିବାହ ହେଉଛି ଏକ ପବିତ୍ର ବନ୍ଧନ। ଏଥିରେ ଥରେ ବାନ୍ଧି ହୋଇଗଲେ ତାହା ସାତ ଜନମ ପର୍ଯ୍ୟନ୍ତ ରହିଥାଏ ବୋଲି କଥିତ ଅଛି। ଝିଅଟିଏ ଶାଶୁଘରେ ବୋହୂ ସାଜିବା ପରେ ସେଠାକାର ପରିବେଶ ଏବଂ ପରିବାର ସଦସ୍ୟଙ୍କ ସହ ମନ ମିଳାଇ ତାଙ୍କୁ ନିଜ ଜୀବନ ରାସ୍ତାର ଅବଶିଷ୍ଟ ସମୟ କଟାଇବାକୁ ପଡ଼େ। ବିବାହ ପରେ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଦାମ୍ପତ୍ୟ ଜୀବନକୁ ସୁମଧୁର କରିଥାଏ। ଯଦି ପରସ୍ପର ଭିତରେ ମନାନ୍ତର ଆଉ ମତାନ୍ତର ଲାଗି ରହିଲା ତେବେ ବୈବାହିକ ଜୀବନରେ ଆସିଥାଏ ଝଡ଼। ଆଉ ଏହା ସେମାନଙ୍କର ବାକି ଜୀବନରେ ଭରିଦିଏ ଯନ୍ତ୍ରଣା। ତେଣୁ ବିବାହ ପରେ ବୈବାହିକ ଜୀବନକୁ ସୁଖମୟ କରିବାକୁ କେତୋଟି ବିଷୟ ପ୍ରତି ଧ୍ୟାନଦେବାକୁ ପଡ଼ିଥାଏ। ସେପରି ପ୍ରମୁଖ ପାଞ୍ଚଟି ବିଷୟରେ ନିମ୍ନରେ ସୂଚନା ଦିଆଯାଉଛି।
ବୁଝାମଣା
ବିବାହ ପରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ବୁଝାମଣା ଦୃଢ଼ ରହିବା ନିହାତି ଦରକାର। କାରଣ ଏହା ଏପରି ଏକ ଜିନିଷ ଯେଉଁଥିରେ ଅସନ୍ତୁଳନ ଦେଖାଦେଲେ ତାହା ବୈବାହିକ ଜୀବନକୁ ଅନେକାଂଶରେ ପ୍ରଭାବିତ କରିଥାଏ। ଜଣେ ପୁରୁଷ ନିଜ ଧର୍ମପତ୍ନୀଙ୍କ ମନର ପରିଭାଷାକୁ ଭଲ ଭାବରେ ପଢ଼ିପାରୁଥିବା ଦରକାର। ଠିକ୍‌ ସେହିପରି ଜଣେ ସ୍ତ୍ରୀ ସ୍ବାମୀଙ୍କ ମନକୁ ଠିକ୍‌ ଭାବରେ ଅଧ୍ୟୟନ କରିପାରିଲେ ତାହା ସେମାନଙ୍କର ଦାମ୍ପତ୍ୟ ଜୀବନରେ ଖୁସି ଭରିଦେଇଥାଏ। ତେଣୁ ହାତକୁ ଦି’ହାତ ହେବା ପରେ ସେମାନଙ୍କ ମଧ୍ୟରେ ବୁଝାମଣା ଦୃଢ଼ ହେବା ଦରକାର। ଯଦି ଏ ନେଇ ମନରେ କିଛି ସନ୍ଦେହ ଉଙ୍କିମାରୁଛି, ତେବେ ତାହାର ଯେତେଶୀଘ୍ର ସମାଧାନ କରନ୍ତୁ। କାରଣ ବୁଝାମଣାର ଅଭାବ ଦାମ୍ପତ୍ୟ ଜୀବନକୁ ଅନେକ କ୍ଷେତ୍ରରେ ପ୍ରଭାବିତ କରିଥାଏ।
ଆତ୍ମବିଶ୍ୱାସ
ଦାମ୍ପତ୍ୟ ଜୀବନକୁ ସୁରୁଖୁରୁରେ ଆଗେଇନେବା ପାଇଁ ଉଭୟଙ୍କ ଆତ୍ମବିଶ୍ୱାସ ଦୃଢ଼ ହେବା ଦରକାର। ନ ହେଲେ ସେମାନେ କୌଣସି କ୍ଷେତ୍ରରେ ନିଷ୍ପତ୍ତି ନେବା ସମୟରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଯଦି ଘର ଚଳାଇବା ସେମାନଙ୍କ ଉପରେ ଶତ ପ୍ରତିଶତ ନିର୍ଭର କରୁଥାଏ, ତେବେ ସେମାନେ ଏ ନେଇ ଆହୁରି ସଚେତନ ହେବା ଆବଶ୍ୟକ। ଏହି ସମୟରେ ଆତ୍ମବିଶ୍ୱାସ ଦୃଢ଼ ରହିଲେ ସେମାନେ ମିଳିମିଶି ସେମାନଙ୍କର ସଂସାର ରଥକୁ ଆଗକୁ ଆଗେଇ ନେଇପାରିବେ।
ସହଯୋଗ
ବିବାହ ପରେ ନିଜ ସଂସାରକୁ ଆଗେଇ ନେବା ପାଇଁ ଉଭୟ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ସହଯୋଗର ଆବଶ୍ୟକତା ରହିଛି। ନ ହେଲେ ପରିବାରକୁ ଚଳାଇବାକୁ ଅନେକ ପ୍ରକାର ସମସ୍ୟା ଉପୁଜିଥାଏ। ତେଣୁ ପରସ୍ପର ମଧ୍ୟରେ ସହଯୋଗର ଆବଶ୍ୟକତା ରହିଛି। କୌଣସି କଥାରେ ଶେଷ ନିଷ୍ପତ୍ତି ନେବା ପୂର୍ବରୁ ଦୁହେଁ ବିଷଦ ଭାବରେ ଆଲୋଚନା କରନ୍ତୁ। ଏହାଦ୍ୱାରା ଘଟଣାଟିକୁ ସହଜରେ ସମାଧାନ କରିହେବ। ନ ହେଲେ ଏହାର ସୂତ୍ର ଖୋଜୁ ଖୋଜୁ ସମୟ ଅତିକ୍ରାନ୍ତ ହୋଇଯାଇଥିବ। କୌଣସି କାମ ତୁଲାଇବା ସମୟରେ ଯଦି କିଛି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ପରସ୍ପର ଭିତରେ କଥାବାର୍ତ୍ତା ହୁଅନ୍ତୁ। ଯଦି ସମସ୍ୟା ଜଟିଳ, ତେବେ ଏ ନେଇ ପରିବାର ସଦସ୍ୟଙ୍କ ସହ ଆଲୋଚନା କରନ୍ତୁ। ଆଜିକାଲି ପ୍ରାୟ ସ୍ତ୍ରୀ-ସ୍ବାମୀ କର୍ମଜୀବୀ। ଦିନ ଥିଲା ମହିଳାମାନେ ନିଜକୁ କେବଳ ଘର ଭିତରେ ଆବଦ୍ଧ କରି ରଖୁଥିଲେ। ହେଲେ ଏବେ ସମୟ ସମ୍ପୂର୍ଣ୍ଣ ଭାବରେ ବଦଳିଯାଇଛି। ପୁରୁଷମାନଙ୍କ ଭଳି ସେମାନେ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇବା ସହ ଚାକିରି କରି ପରିବାର ଚଳାଇ ପାରୁଛନ୍ତି। ତେଣୁ ଦୁହେଁ, ଚାକିରି କରିଥିଲେ ଘର ଚଳାଇବାକୁ ଦୁହିଁଙ୍କର ସହଯୋଗର ନିହାତି ଆବଶ୍ୟକତା ରହିଛି। କାରଣ ପ୍ରାୟ ଦିନତମାମ ଦୁହିଁଙ୍କୁ ଚାକିରି କ୍ଷେତ୍ରରେ ରହିବାକୁ ପଡ଼ିଥାଏ। ତେଣୁ ତା’ ସହ ଘରର ସମସ୍ୟା, ପିଲାମାନଙ୍କର ପାଠପଢ଼ା, ସ୍ବାସ୍ଥ୍ୟ ସମସ୍ୟା, ବନ୍ଧୁବାନ୍ଧବ ଆଦିକୁ ଦୃଷ୍ଟି ଦେବାକୁ ପଡ଼େ। ତେଣୁ ଏଭଳି ସମୟରେ ଉଭୟଙ୍କୁ ସମାନ୍ତରାଳ ଭାବରେ ଦୁଇଟି ରାସ୍ତା-ଚାକିରି ଏବଂ ପରିବାରରେ ଚାଲିବାକୁ ପଡ଼େ। ଏହି ସମୟରେ ସେମାନେ ପରସ୍ପର ଉପରେ ଦୃଢ଼ବିଶ୍ୱାସ ବ୍ୟତୀତ ସହଯୋଗାତ୍ମକ ମନୋଭାବ ରଖିବା ଦରକାର।
ସନ୍ଦେହ
ବୈବାହିକ ଜୀବନରେ ସନ୍ଦେହ ଏପରି ଏକ ଭାଇରସ୍‌ ଯାହା ନିମିଷକ ମଧ୍ୟରେ ସୁନାର ସଂସାରକୁ ବିଷମୟ କରିଦିଏ। କୌଣସି କଥାକୁ ନେଇ ଯଦି ଦୁହିଁଙ୍କ ମନରେ ସନ୍ଦେହ ବସା ବାନ୍ଧିଲା ତେବେ ତାହା ସମୟକ୍ରମେ ନିଜର କାୟାବିସ୍ତାର କରିଚାଲେ। ତେଣୁ ଏଭଳି ପରିସ୍ଥିତି ଯେପରି ଜୀବନରେ ନ ଆସେ ସେଥିପ୍ରତି ଉଭୟ ସ୍ବାମୀ ଏବଂ ସ୍ତ୍ରୀ ସତର୍କ ରହିବା ଦରକାର। କାହା କଥାକୁ ଗୁରୁତ୍ୱ ଦେଇ ବିଶ୍ୱାସ କରିବା ପୂର୍ବରୁ ତାହାକୁ ଭଲ ଭାବରେ ତର୍ଜମା କରନ୍ତୁ। ଦୁହିଁଙ୍କୁ ନେଇ ଯଦି କେହି କିଛି ଅପପ୍ରଚାର କରୁଛି ତେବେ ତାହା ପଛରେ କେତେ ସତ୍ୟତା ଅଛି ତାହା ପ୍ରଥମେ ଜାଣିବା ନିହାତି ଦରକାର। ନ ହେଲେ ସେହି କଥାକୁ ଗଣ୍ଠିକରି ଆଗେଇଲେ ତାହାର ସିଧାସଳଖ ପ୍ରଭାବ ପରିବାର ଉପରେ ପଡ଼ିଥାଏ। ତେଣୁ ଏ ବିଷୟରେ ଜାଣିବା ମାତ୍ରେ ଦୁହେଁ ସେଭଳି କଳାବାଦଲ ଯେପରି ସେମାନଙ୍କ ଜୀବନ ଆକାଶରୁ ସବୁଦିନ ପାଇଁ ଅପସରିଯାଏ, ସେ ନେଇ ମିଳିତ ନିଷ୍ପତ୍ତି ନେବା ଦରକାର।
ସଫଳତାର ଚାବିକାଠି
ଦାମ୍ପତ୍ୟ ଜୀବନର ସଫଳତାର ଚାବିକାଠି କେଉଁଠି ରହିଛି-ଏଭଳି ପ୍ରଶ୍ନ ହୁଏତ ଅନେକ ଦମ୍ପତିଙ୍କ ମନରେ ଉଙ୍କିମାରିପାରେ। ହେଲେ ତାହାକୁ ଆଉ କେଉଁଠି ଖୋଜିବା ଆବଶ୍ୟକ ନାହିଁ। ତାହା ଦୁହିଁଙ୍କ ମନ ଭିତରେ ହିଁ ରହିଛି। ଯେତେ ଝଡ଼ଝଞ୍ଜା ଆସୁନା କାହିଁକି ଦୁଇଜଣ ତାହାକୁ ସାହସର ସହ ସାମ୍‌ନା କରିବା ଦରକାର। ମନ ମିଳାଇ ନିଜ ବୈବାହିକ ଜୀବନକୁ ଆଗେଇନେଲେ ପରିବାରରେ ସବୁବେଳେ ହସଖୁସି ବଜାୟ ରହିଥାଏ। ତେଣୁ ଉଭୟ ସ୍ବାମୀ-ସ୍ତ୍ରୀ ସବୁ କଥାରେ ସହଯୋଗର ହାତ ବଢ଼ାଇ ଏବଂ ମନ ମିଳାଇ ଚଳିଲେ ଦାମ୍ପତ୍ୟ ଜୀବନର ମଜା ସାରା ଜୀବନ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri