ଚାଣକ୍ୟ କହିଥିବା ଏହି ୧୦ଟି କଥାର ପାଳନ କରନ୍ତୁ, ଜୀବନରେ ହାରିବେ ନାହିଁ…

ଜୀବନର କଠିନ ପରିସ୍ଥିତିରୁ ମୁକୁଳିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଅନେକ ଉପାୟ କହିଛନ୍ତି। ଏହାକୁ ଆପଣାଇ ପ୍ରତ୍ୟେକ ମନୁଷ୍ୟ ସବୁ ପରିସ୍ଥିତିରେ ନ ହାରି ସୁଖୀ ଜୀବନ କାଟିପାରିବ। ଆଜି ଆପଣଙ୍କ ପାଇଁ ଚାଣକ୍ୟ କହିଥିବା ୧୦ଟି ଉପାୟ କହିବୁ। ଏହାକୁ ଆପଣାଇଲେ ଆପଣ ଜୀବନରେ ସଫଳ ହୋଇପାରିବେ। ହାରିବେ ନାହିଁ..

-ବ୍ୟକ୍ତି ସିଧାସାଧା ଏବଂ ସରଳ ହେବା ଉଚିତ ନୁହେଁ। କାରଣ ଜଙ୍ଗଲରେ ଯେଉଁ ବୃକ୍ଷ ସବୁଠାରୁ ସିଧା ଏବଂ ଚିକ୍କଣ ହୋଇଥାନ୍ତି, ସେମାନଙ୍କୁ କାଟିବାରେ ସମସ୍ୟା ଉପୁଜି ନ ଥାଏ। ଏଣୁ ତାଙ୍କୁ ପ୍ରଥମେ କାଟି ଦିଆଯାଇଥାଏ।

– ଚାଣକ୍ୟ କୁହନ୍ତି, ବିଶ୍ୱକୁ ଚଳାଇବା ପାଇଁ ଧନ ହିଁ ଏକମାତ୍ର ଶକ୍ତି। ଯାହା ପାଖରେ ଧନ ଥାଏ, ତାହାର ସମସ୍ତେ ବନ୍ଧୁ ପ୍ରିୟଜନ ହୋଇଥାନ୍ତି। ଧନୀ ହେବା କାରଣରୁ ବ୍ୟକ୍ତିଙ୍କୁ ସଚ୍ଚୋଟ ମଧ୍ୟ କୁହାଯାଏ। ଏପରିକି ଧନ ଥିବା ବ୍ୟକ୍ତି ମୁର୍ଖ ହୋଇଥିଲେ ହେଁ ତାଙ୍କୁ ଲୋକ ବୁଦ୍ଧିମାନ, ବିଦ୍ୱାନ ଏବଂ ଯୋଗ୍ୟ ବୋଲି ଲୋକେ କହିଥାନ୍ତି।

-କ୍ରୋଧ ମୃତ୍ୟୁକୁ ଡାକିଥାଏ। ଲୋଭ ଦୁଃଖକୁ ଡାକିଥାଏ। ଅପରପକ୍ଷେ ବିଦ୍ୟା କ୍ଷୀର ଦେଉଥିବା ଗାଇ ପରି ହୋଇଥାଏ। ଏହା ମନୁଷ୍ୟକୁ ସବୁ ବିପଦରୁ ରକ୍ଷା କରିଥାଏ। ଏଣୁ ନିଜ କର୍ମରୁ ସନ୍ତୁଷ୍ଟ ହେବାକୁ ଚେଷ୍ଟା କରନ୍ତୁ। କାରଣ ସେଭଳି ବ୍ୟକ୍ତି ସୁରୁଖୁରୁରେ ଜୀବନ ଅତିବାହିତ କରିଥାଏ।

-ବୁଦ୍ଧିମାନ ବ୍ୟକ୍ତି ନିଜର ସମୟ ପଢ଼ିବା ଏବଂ ଧ୍ୟାନ କରିବାରେ ବିତାଇଥାଏ। ଏଭଳି ବ୍ୟକ୍ତିଙ୍କୁ ସକାଳେ ମହାଭାରତ, ଦିନରେ ଅନ୍ୟ କାର୍ଯ୍ୟକଳାପ ସମ୍ବନ୍ଧୀୟ ଏବଂ ରାତିରେ ଚୋରର ଗତିବିଧି ଉପରେ ପଢ଼ିବା ଆବଶ୍ୟକ।

-ଅନୁଶାସନରେ ରହୁ ନ ଥିବା ମଣିଷ ଦୁଃଖି ହୋଇଥାଏ। ଅନ୍ୟକୁ ମଧ୍ୟ ଦୁଃଖ ଦେଇଥାଏ। ଏଭଳି ବ୍ୟକ୍ତି ଯେଉଁ ସମାଜରେ ରହିଥାଏ, ସେଠାରେ ନିୟମକୁ ଭାଙ୍ଗି ଅନ୍ୟମାନଙ୍କ ପାଇଁ ଏବଂ ନିଜ ପାଇଁ ବିପଦ ଆଣିଥାଏ।

-ଚାଣକ୍ୟ କୁହନ୍ତି ଜଣେ ସ୍ତ୍ରୀ ପୁରୁଷମାନଙ୍କ ତୁଳନାରେ ଦୁଇଗୁଣା ଆହାର ଖାଇଥାଏ। ଏଣୁ ସେ ଚାରିଗୁଣ ଅଧିକ ବୁଦ୍ଧିମାନ ଏବଂ ଚାଲାକ ହୋଇଥାଏ। ଏପରିକି ପୁରୁଷଙ୍କଠାରୁ ଛଅଗୁଣା ସାହସୀ ହୋଇଥାଏ।

-ନିଜର ବ୍ୟକ୍ତିଗତ ଜୀବନର ରହସ୍ୟ ବିଷୟରେ କାହାକୁ କିଛି ଜଣାନ୍ତୁନାହିଁ। କାରଣ ଏହା ଆପଣଙ୍କୁ ବରବାଦ କରିପାରେ।

-ସବୁ ବନ୍ଧୁତା ପଛରେ କିଛି ନା କିଛି ସ୍ବାର୍ଥ ନିହିତ ରହିଥାଏ। ଏଣୁ ବିନା ସ୍ବାର୍ଥରେ କେହି ଆପଣଙ୍କୁ ବନ୍ଧୁ ବୋଲି ଭାବିବା ବୋକାମୀ ବୋଲି ଚାଣକ୍ୟ କହିଛନ୍ତି।

– ଶିକ୍ଷା ସବୁଠାରୁ ଭଲ ବନ୍ଧୁ। ଜଣେ ଶିକ୍ଷିତ ବ୍ୟକ୍ତି ସବୁ ସ୍ଥାନରେ ସମ୍ମାନ ହାସଲ କରିଥାଏ।

-ମୂଳରୁ କିଛି ଭାବିନେବା ଉଚିତ ନୁହେଁ। ସେହିଭଳି ଭବିଷ୍ୟକୁ ନେଇ ଚିନ୍ତିତ ହେବା ମଧ୍ୟ ଠିକ୍‌ ନୁହେଁ। ବିବେକ ଥିବା ବ୍ୟକ୍ତି ସର୍ବଦା ବର୍ତ୍ତମାନରେ ହିଁ ବଞ୍ଚନ୍ତି ବୋଲି ଚାଣକ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri