ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି ଖବର ମିଳୁଛି। ଭାରତରେ କ୍ଷମତା ଯାତ୍ରାରେ ଏହା କିଛି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଦର୍ଶାଏ। କ୍ଷମତା ବା ଶାସକ ଏକାକୀ ଯିବା କ୍ୱଚିତ ଦେଖାଯାଏ। ସରକାର ବଦଳେ, ନେତାମାନେ ଦାୟିତ୍ୱ ପରିବର୍ତ୍ତନ କରନ୍ତି ଏବଂ ଅଧିକାରୀମାନେ କେନ୍ଦ୍ର ସରକାରରେ ପଦପଦବୀ ଖୋଜନ୍ତି। ବାସ୍ତବରେ ଏକ ପ୍ରଶାସନିକ ସ୍ଥାନାନ୍ତରରେ ବିଶ୍ୱସ୍ତ ବାବୁମାନେ ନୀରବରେ ସେମାନଙ୍କର ରାଜନୈତିକ ନେତାଙ୍କୁ ଅନୁସରଣ କରନ୍ତି। ନୀତୀଶ କୁମାରଙ୍କ ସ୍ଥାନାନ୍ତର ଏକ ଲମ୍ବା ରାଜ୍ୟସ୍ତରୀୟ ଇନିଂସର ସମାପ୍ତି ତଥା ଜାତୀୟ ସ୍ତରରେ ଏକ ସମ୍ଭାବ୍ୟ ଦାୟିତ୍ୱର ଆରମ୍ଭକୁ ସୂଚିତକରେ। ଏବକାର ଚର୍ଚ୍ଚା ଯଦି ଅଧା ଠିକ୍ ହୁଏ, ତେବେ ସେ ଖାଲି ହାତରେ ଦିଲ୍ଲୀ ଯାଇ ନ ପାରନ୍ତି । ନୀତୀଶଙ୍କର କାର୍ଯ୍ୟଶୈଳୀ, ପ୍ରବୃତ୍ତି ଏବଂ ପ୍ରାଥମିକତାକୁ ବୁଝୁଥିବା କେତେଜଣ ହାତଗଣତି ଅଧିକାରୀ ତାଙ୍କ ସହ ଯାତ୍ରା କରିବେ ବୋଲି ଆଶା କରାଯାଏ। ଏହା ପଛରେ ଏକ ଯୁକ୍ତି ରହିଛି। ବିଶେଷକରି ଉଚ୍ଚସ୍ତରରେ ଶାସନ ନିୟମ ଓ ବିଶ୍ୱାସ ଉପରେ ନିର୍ଭରକରେ। ଏକ ନୂତନ ପରିବେଶରେ ପ୍ରବେଶ କରୁଥିବା ଜଣେ ରାଜନେତା ବ୍ୟବସ୍ଥାର ଜଟିଳତାକୁ ଜାଣିବା ପାଇଁ ଅନେକ ମାସ କଟାନ୍ତି। ଫଳରେ ପରିବେଶକୁ ବୁଝିଥିବା ଅଧିକାରୀଙ୍କ ସହ କାମ କରିବାକୁ ପସନ୍ଦ କରିବା ସ୍ବାଭାବିକ। ଦକ୍ଷତା, ନିରନ୍ତରତା ଏବଂ ସୁବିଧା ଆଦି ରହିଛି ଏକ ସୁବ୍ୟବସ୍ଥିତ ଡେପୁଟେଶନରେ। ତେବେ ରାଜନୈତିକ ଏବଂ ପ୍ରଶାସନିକ ଗତିଶୀଳତାରେ ଅସ୍ପଷ୍ଟତା ସିଭିଲ ସେବାର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଏ। ଡେପୁଟେଶନ ବ୍ୟକ୍ତିଗତ ସମନ୍ବୟ ନୁହେଁ, ବରଂ ସାଙ୍ଗଠନିକ ଆବଶ୍ୟକତା ହେବା ଉଚିତ। ବିହାର ପାଇଁ ନୂତନ ରାଜନୈତିକ ନେତୃତ୍ୱ ଏବଂ ଏକ ଅମଲାତନ୍ତ୍ର ପୁନର୍ଗଠନରେ ବାଧା ଆସିପାରେ। ହେଲେ ଦିଲ୍ଲୀ ପାଇଁ କେନ୍ଦ୍ରୀୟ ବ୍ୟବସ୍ଥାରେ ରାଜ୍ୟ-କୈନ୍ଦ୍ରିକ ପ୍ରଶାସନିକ ଶୈଳୀ ପ୍ରବେଶ ହେଉଥିବା ମନେହୁଏ।
ନିର୍ବାଚନୀ ଅଦଳବଦଳ
ମ୍ୟାଚ୍ ପୂର୍ବରୁ ପିଚ୍ ଯାଞ୍ଚ କରାଯିବା ଭଳି ନିର୍ବାଚନ ସମୟରେ ନିର୍ବାଚନ କମିଶନଙ୍କ ଦ୍ୱାରା ବ୍ୟବସ୍ଥାର ସମୀକ୍ଷା କରାଯାଇ ବାବୁଙ୍କୁ ସ୍ଥାନାନ୍ତର କରାଯାଇଥାଏ। ଏସବୁ ଆରମ୍ଭ ହେବା ପୂର୍ବରୁ ଅତି କମ୍ରେ ଗୋଟିଏ ଦଳକୁ ଅସନ୍ତୁଷ୍ଟ କରିବା ପ୍ରାୟ ନିଶ୍ଚିତ। ତେବେ ଶାସନ ବ୍ୟବସ୍ଥାରୁ ବାବୁଙ୍କୁ ବାହାର କରିଦେଇ ତାଙ୍କ ବଦଳରେ ନିରପେକ୍ଷ ବାବୁଙ୍କୁ ଆଣି କର୍ମକ୍ଷେତ୍ରରେ ସମନ୍ବୟ ସୃଷ୍ଟିକରିବା ଏଭଳି ବଦଳିର ସିଦ୍ଧାନ୍ତ। ଏହା ଭୋଟିଂ ପୂର୍ବରୁ ପକ୍ଷପାତକୁ ଦୂରକରିଦିଏ। ଯେତେବେଳେ ସ୍ଥାନାନ୍ତର ସବୁ ଚୟନମୂଳକ ଏବଂ ସମୀକ୍ଷାଭିତ୍ତିକ ହୋଇଥାଏ, ସେତେବେଳେ ସେଗୁଡ଼ିକ ଉପରେ ସାମାନ୍ୟ ଅଭିଯୋଗ ଆସିଲେ ବି ପାସ୍ କରାଯାଏ। ଯେତେବେଳେ ରାତାରାତି ଏକାଧିକ ଅଧିକାରୀଙ୍କୁ ସ୍ଥାନାନ୍ତରିତ କରାଯାଏ ଓ ଅଧିକ ଅଭିଯୋଗ ଆସେ ସେତେବେଳେ ଏହା ବ୍ୟବସ୍ଥିତ ନୁହେଁ ବୋଲି ଅନୁଭବ ହୁଏ। ଫଳରେ ନିରନ୍ତରତା ପ୍ରଭାବିତ ହୁଏ, ଶାସନ କିଛି ସମୟ ପାଇଁ ଦୋହଲିଯାଏ। ସ୍ବାଭାବିକ ଭାବେ ରାଜନୀତି ଏହି ଶୂନ୍ୟସ୍ଥାନ ପୂରଣକରେ। ୫ଟି ରାଜ୍ୟରେ ବିଶେଷକରି ଆସାମ, ପଶ୍ଚିମବଙ୍ଗ ଏବଂ କେରଳରେ ବିଧାନସଭା ନିର୍ବାଚନ ପୂର୍ବରୁ ଇସିଆଇ ବଡ଼ ଧରଣର ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ନିରପେକ୍ଷତାକୁ ଲାଗୁ କରୁଛି ବୋଲି ଇସିଆଇ ଜୋର୍ ଦେଇ କହୁଛି। ରାଜନୈତିକ ଦଳଗୁଡ଼ିକ କହିଛନ୍ତି, ନିରପେକ୍ଷତାରେ ସନ୍ଦେହ ରହିଛି। ଉଭୟ ଦାବି ପ୍ରକ୍ରିୟାରେ ରହିପାରେ, ଯାହା ସମସ୍ୟାଜନକ। ସାଧାରଣତଃ ରାଜ୍ୟଗୁଡ଼ିକ ସେମାନଙ୍କର ପ୍ରଶାସନିକ ପ୍ରକ୍ରିୟାକୁ ନିୟନ୍ତ୍ରଣ କରନ୍ତି, ବଦଳି କରାଯିବା ପରେ ସେମାନଙ୍କ ଅଧିକାରୀଙ୍କୁ ପୁନର୍ବାର ସଜାଡ଼ିବାକୁ ପଡ଼େ । ବାସ୍ତବରେ ସ୍ଥାନାନ୍ତର ଅନାବଶ୍ୟକ ହେଲେ ମଧ୍ୟ ଏହା କରାଯାଉଛି।
ଦକ୍ଷତା ଅପରିହାର୍ଯ୍ୟ
ବିଶ୍ୱବ୍ୟାଙ୍କରେ ପରମେଶ୍ୱରନ୍ ଆୟରଙ୍କ କାର୍ଯ୍ୟକାଳ ୩ମାସ ପାଇଁ ବୃଦ୍ଧି କରାଯାଇଛି। କେତେଜଣ ଅଧିକାରୀ କେବଳ ବ୍ୟବସ୍ଥାରେ କାର୍ଯ୍ୟ କରନ୍ତି ନାହିଁ ବରଂ ଏହା ପାଇଁ ସେମାନେ ଅପରିହାର୍ଯ୍ୟ ବୋଲି ଏହି ପଦକ୍ଷେପ ସୂଚିତ କରୁଛି। ୧୯୮୧ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଆୟର ୨୦୦୯ରେ ସ୍ବେଚ୍ଛାକୃତ ଅବସର ନେବା ପରେ ସେ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲେ । ବିଶ୍ୱବ୍ୟାଙ୍କରୁ ଆସି ସ୍ବଚ୍ଛ ଭାରତ ମିଶନର ନେତୃତ୍ୱ ନେବା ପରେ ନୀତି ଆୟୋଗରେ କାର୍ଯ୍ୟ କରିଥିଲେ ଏବଂ ପୁଣି ଥରେ ୱାଶିଂଟନକୁ ଫେରିଥିଲେ। ପ୍ରଥମତଃ, ଆୟର ଭାରତୀୟ ପ୍ରଶାସନିକ ସ୍ଥିତିକୁ ବୁଝିବା ସହ ବିଶ୍ୱ ପ୍ରତିଷ୍ଠାନର କାର୍ଯ୍ୟରେ ମଧ୍ୟ ସମାନ ଭାବରେ ପାରଙ୍ଗମ। ଏହି ଦୁଇ ଯୋଗ୍ୟତାକୁ ସହଜରେ ଏଡ଼ାଇ ଦିଆଯାଇପାରିବ ନାହିଁ। ଯେତେବେଳେ ମୋଦି ସରକାରଙ୍କୁ ସ୍ବଚ୍ଛ ଭାରତ ଚଳାଇବା ପାଇଁ କାହାର ଆବଶ୍ୟକତା ଥିଲା, ସେତେବେଳେ ଆୟର ହିଁ ଯୋଗ୍ୟ ହୋଇଥିଲେ। ଯେତେବେଳେ ବିଶ୍ୱବ୍ୟାଙ୍କରେ ଜଣେ ଦକ୍ଷ ବ୍ୟକ୍ତିଙ୍କର ଆବଶ୍ୟକ ପଡ଼ିଲା ସେତେବେଳେ ସେ ପୁନର୍ବାର ଯୋଗ୍ୟ ହୋଇଥିଲେ। ସ୍ପଷ୍ଟଭାବରେ କହିବାକୁ ଗଲେ, ଆୟରଙ୍କ ଗୁରୁତ୍ୱ କେବଳ ଗୋଟିଏ ରାଜନୈତିକ ବ୍ୟବସ୍ଥା ମଧ୍ୟରେ ସୀମିତ ନୁହେଁ। ସରକାର ଏବଂ ବ୍ୟବସ୍ଥା ମଧ୍ୟରେ ତାଙ୍କର କ୍ଷମତା ଏକ ବ୍ୟାପକ ଗ୍ରହଣୀୟତାକୁ ସୂଚିତକରେ। ଭାରତରେ ଦକ୍ଷ ପୂର୍ବତନ ବାବୁଙ୍କର ଅଭାବ ନାହିଁ, କିନ୍ତୁ ବହୁ କମ୍ ଏହି ସ୍ତରରେ ବର୍ଷ ବର୍ଷ ଧରି ବିଭିନ୍ନ ଦାୟିତ୍ୱରେ ରହିବାରେ ସଫଳ ହୁଅନ୍ତି। ସେହି ଦୃଷ୍ଟିରୁ, ଏହି ସମ୍ପ୍ରସାରଣ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତ କଥା ହେଉଛି ଯେଉଁ ବ୍ୟବସ୍ଥା ପ୍ରତିଭାକୁ ରଖିବା ପାଇଁ ସଂଘର୍ଷ କରନ୍ତି ସେମାନଙ୍କ କ୍ଷେତ୍ରରେ ପରମେଶ୍ୱରନ୍ ଆୟରଙ୍କୁ ଛାଡ଼ିଦେବା କଷ୍ଟକର ହୋଇପଡୁଛି।
ଦିଲ୍ଲୀକା ବାବୁ
ଦିଲୀପ ଚେରିଏନ୍
Email: dilipcherian@gmail.com
Dharitri – Odisha’s No.1 Odia Daily

