Posted inଜାତୀୟ

ବାୟୁ ମାନ ପରିଚାଳନା କମିଟି ନିର୍ଦ୍ଦେଶ କାର୍ଯ୍ୟକାରୀ କର

ନୂଆଦିଲ୍ଲୀ, ୪।୧୨(ପି.ଟି.): ପ୍ରଦୂଷଣ ରୋକିବା ଲାଗି ବାୟୁ ମାନ ପରିଚାଳନା କମିଟି ଦେଇଥିବା ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବା ନିମନ୍ତେ ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ଏବଂ ଜାତୀୟ ରାଜଧାନୀ ଅଞ୍ଚଳ ଅନ୍ତର୍ଗତ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ରାଜଧାନୀ ଅଞ୍ଚଳ ଓ ଏହାର ପାର୍ଶ୍ୱବର୍ତ୍ତୀ ରାଜ୍ୟରେ ବାୟୁ ପ୍ରଦୂଷଣ ରୋକିବା ଲାଗି ବିଭିନ୍ନ ପଦକ୍ଷେପ ନେବାକୁ ବାୟୁ ମାନ ପରିଚାଳନା କମିଶନ ଗୁରୁବାର ପ୍ରସ୍ତାବ ଦେଇଥିଲେ। ପ୍ରଧାନ ବିଚାରପତି ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ବତନ୍ତ୍ର ଖଣ୍ଡପୀଠ ଏହାକୁ ଅନୁଧ୍ୟାନ କରିବା ପରେ କେନ୍ଦ୍ର, ଦିଲ୍ଲୀ ଏବଂ ଏନ୍‌ସିଆର ଅନ୍ତର୍ଗତ ରାଜ୍ୟକୁ ଉକ୍ତ ନିର୍ଦ୍ଦେଶାବଳୀ ପାଳନ କରିବାକୁ କହିଛନ୍ତି।
କମିଶନ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ଦିଲ୍ଲୀ ଏବଂ ଏନ୍‌ସିଆର୍‌ର ବାୟୁ ପ୍ରଦୂଷଣ ରୋକିବା ଲାଗି ୫ ଜଣିଆ ଟାସ୍କଫୋର୍ସ ଗଠନ କରାଯାଇଥିଲା। ଏଭଳି ୪୦ଟି ସ୍କ୍ବାଡ୍‌ ପ୍ରଦୂଷଣ ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପର ଅନୁଧ୍ୟାନ କରିବେ। ସେହିପରି ୧୭ଟି ଫ୍ଲାଇଂ ସ୍କ୍ବାଡ୍‌ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପଦକ୍ଷେପର ଅନୁଧ୍ୟାନ କରି ରିପୋର୍ଟ ଦେବ। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଓ ସ୍ବଚ୍ଛ ଇନ୍ଧନରେ ଚାଲୁଥିବା ଟ୍ରକ୍‌ ବ୍ୟତୀତ ଅନ୍ୟଗୁଡ଼ିକର ପ୍ରବେଶ ଉପରେ ନିଷେଧାଦେଶ ଜାରି ରହିଛି। ଦିଲ୍ଲୀରେ ସ୍କୁଲ୍‌ ବନ୍ଦକୁ ନେଇ କେତେକ ଗଣମାଧ୍ୟମ ରିପୋର୍ଟରେ ଉଦ୍ଦେଶ୍ୟମୂଳକ ଭାବେ ହେଉ କିମ୍ବା ଉଦ୍ଦେଶ୍ୟ ବିହୀନ ଭାବେ କୋର୍ଟକୁ ଦାୟୀ କରାଯାଇଛି ବୋଲି ଖଣ୍ଡପୀଠ କହିଥିଲେ। ସର୍ବୋଚ୍ଚ ଅଦାଲତ ପ୍ରଶାସନ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ଏକ ଇଂଲିଶ ଖବରକାଗଜରେ ପ୍ରକାଶ ପାଇଛି ବୋଲି ଦିଲ୍ଲୀ ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା ବରିଷ୍ଠ ଆଇନଜୀବୀ ଏମ୍‌.ଏ. ସିଙ୍ଘଭି କହିଥିଲେ। ଆମେ ପ୍ରଶାସନ କାର୍ଯ୍ୟ ହାତକୁ ନେବା କଥା କେତେବେଳେ କହିଲୁ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ଆମେ ଅଭିବ୍ୟକ୍ତି ସ୍ବାଧୀନତା ଉପରେ ହସ୍ତକ୍ଷେପ କରିପାରିବୁ ନାହିଁ। ରାଜନୈତିକ ଦଳ ଖବରଦାତା ସମ୍ମିଳନୀ କରିପାରିବେ, ଆମେ ତାହା କରିପାରିବୁ ନାହିଁ ବୋଲି ଖଣ୍ଡପୀଠ କହିଥିଲେ।
ପ୍ରଦୂଷିତ ବାୟୁ ମୁଖ୍ୟତଃ ପାକିସ୍ତାନରୁ ଆସୁଛି ବୋଲି ଶୁଣାଣିବେଳେ ଉତ୍ତରପ୍ରଦେଶ ସରକାର କହିଥିଲେ। ଉତ୍ତରପ୍ରଦେଶ ପବନ ବିପରୀତ ଦିଗରେ ବହୁଛି। ଦିଲ୍ଲୀକୁ ମୁଖ୍ୟତଃ ପାକିସ୍ତାନରୁ ଦୂଷିତ ପବନ ଆସୁଛି। ତେଣୁ ଦିଲ୍ଲୀ ବାୟୁ ପ୍ରଦୂଷଣ ପାଇଁ ଉତ୍ତରପ୍ରଦେଶ ଦାୟୀ ନୁହେଁ ବୋଲି ବରିଷ୍ଠ ଆଇନଜୀବୀ ରଞ୍ଜିତ କୁମାର କହିଥିଲେ। ତାହେଲେ ତୁମେ ପାକିସ୍ତାନର ଶିଳ୍ପସଂସ୍ଥାଗୁଡ଼ିକୁ ବନ୍ଦ କରିବାକୁ ଚାହୁଁଛ କି ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିବାରୁ ୟୁପି ସରକାରଙ୍କ ଓକିଲ କିଛି କହିପାରି ନ ଥିଲେ। ୟୁପିର ଚିନିକଳ ଓ ଦୁଗ୍ଧ ଶିଳ୍ପ ଉପରେ କଟକଣା ନ ଲଗାଇବା ପାଇଁ ରଞ୍ଜିତ ଅନୁରୋଧ କରିବାରୁ ଏ ସମ୍ପର୍କରେ ବାୟୁ ମାନ ପରିଚାଳନା କମିଶନଙ୍କ ସହ ଆଲୋଚନା କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଷ୍ଟେଶନରୁ ୪୦ ଲକ୍ଷ ଜବତ: ଯୁବକଙ୍କୁ ଅଟକ ରଖିଲା ପୋଲିସ

କେସିଙ୍ଗା,୪।୪(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନରେ ଜଣେ ଯୁବକଙ୍କଠାରୁ ଟିଟିଲାଗଡ ରେଲୱେ ପୋଲିସ ୪୦ ଲକ୍ଷ ଟଙ୍କା ଜବତ ଜଣେ ଆସାମୀକୁ…

ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଟଙ୍କା ଆତ୍ମସାତ୍‌ ଅଭିଯୋଗ: ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ଶିକ୍ଷକ

ନୂଆପଡ଼ା,୪ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି କଲେଜରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜାଲ୍‌ ଶିକ୍ଷକ ନିଯୁକ୍ତି କରି ଦରମା ଟଙ୍କା ଆତ୍ମସାତ୍‌ କରିଥିବା ସିନାପାଲି…

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri