ଭୁବନେଶ୍ୱର,୯।୭(ଶର୍ମିଷ୍ଠା ପାଣିଗ୍ରାହୀ)ଲୋକକଳା ଆମ ରାଜ୍ୟର ପରିଚୟ। ଆମ ପରମ୍ପରା, ସଂସ୍କୃତିର ପ୍ରତୀକ। ବର୍ତ୍ତମାନର ସମାଜ ପାଶ୍ଚାତ୍ୟ ମୁହାଁ ହେଉଥିବାବେଳେ ଲୋକକଳାକୁ ବଞ୍ଚାଇ ରଖିବା ଆମ ପାଇଁ ଏକ ବଡ଼ ଆହ୍ବାନ। ଇତିମଧ୍ୟରେ କିଛି ଲୋକକଳା ସତ୍ତା ହରାଇଥିବାବେଳେ ଆଉକିଛି ବିଲୁପ୍ତ ହେବାକୁ ମଧ୍ୟ ବସିଲାଣି। ବର୍ତ୍ତମାନ ରାଜ୍ୟରେ ପାଖାପାଖି ୪୭୧ଲୋକକଳା ଓ ୧୦୦ରୁ ଅଧିକ ଲୋକନୃତ୍ୟ ଥିବାବେଳେ ୧ ଲକ୍ଷରୁ ଅଧିକ ଲୋକକଳା କଳାକାର ରହିଛନ୍ତି। ସେମାନଙ୍କ ମଧ୍ୟରୁ ୫୦ହଜାର କଳାକାରଙ୍କୁ ମାସିକ ୧୨୦୦ଟଙ୍କା ଦିଆଯାଉଥିବାବେଳେ ଶନିବାର ରାଜ୍ୟ ସରକାର ପାରିଶ୍ରମିକରେ ବୃଦ୍ଧି କରିଛନ୍ତି। ମାତ୍ର ବର୍ଷସାରା କାର୍ଯ୍ୟକ୍ରମ ନ ଥିବାରୁ ଏହି କଳାକାରମାନେ ମାସିକ ଭତ୍ତାରେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି। ଅନ୍ୟପକ୍ଷରେ ବାକି ୫୦ହଜାରରୁ ଊର୍ଦ୍ଧ୍ୱ କଳାକାର ସରକାରୀ ସ୍ବୀକୃତି ପାଇ ନ ଥିବାରୁ ଏଥିପ୍ରତି ମଧ୍ୟ ମୁହଁ ଫେରାଇବାରେ ଲାଗିଛନ୍ତି। ସବୁଠାରୁ ବଡ଼ ପ୍ରସଙ୍ଗ ହେଉଛି ଲୋକକଳାର ସୁପରିଚାଳନା ଓ କଳାକାଳଙ୍କୁ ପେଟପୋଷିବା ଭଳି ରୋଜଗାର ଦେବାକୁ ଏଯାଏ ସେପରି ସଫଳ ପଦକ୍ଷେପ ହୋଇନାହିଁ। ରାଜ୍ୟ ସଂସ୍କୃତି ବିଭାଗ କେବଳ କ୍ୟାଲେଣ୍ଡର ଅନୁଯାୟୀ କେତେକ କାର୍ଯ୍ୟକ୍ରମ ଆୟୋଜନ କରି ଦାୟିତ୍ୱ ସାରିଦେଉଛି। ସେହିପରି ବିଭିନ୍ନ ବିଭାଗ ପକ୍ଷରୁ କେତେବେଳେ କେମିତି କାର୍ଯ୍ୟକ୍ରମ ଆୟୋଜନ ହେଲେ ସେହି ନିର୍ଦ୍ଦିଷ୍ଟ ତଥା ବିଶିଷ୍ଟ କଳାକାରଙ୍କ ଭାଗ ପଡିଥାଏ। ତେଣୁ ରାଜ୍ୟର ଲୋକକଳାକାରଙ୍କ ମଧ୍ୟରେ ପାର୍ଥକ୍ୟ ମଧ୍ୟ ବଢ଼ି ଚାଲିଛି। ଲୋକ କଳାକାରଙ୍କ ସମସ୍ୟା ଦୂର କରି ସେମାନଙ୍କ ସାମାଜିକ, ଆର୍ଥତ୍କ ତଥା ସର୍ବାଙ୍ଗୀନ ବିକାଶ ମାଧ୍ୟମରେ ସ୍ବତନ୍ତ୍ର ପରିଚୟ ଦେବାକୁ ଅନ୍ୟ ବିଭାଗ ପରି ସ୍ବତନ୍ତ୍ର ଏକାଡେମୀ ବା ପ୍ରତିଷ୍ଠାନ ଗଠନ କରିବାକୁ ଦାବି ହୋଇ ଆସୁଥିଲେ ମଧ୍ୟ ଏହା କେବଳ ପ୍ରସ୍ତାବରେ ରହିଯାଇଛି।
୨୦୨୧ରେ ଲୋକକଳାର ଭବିଷ୍ୟତ ଓ ଏହାର ଆବଶ୍ୟକତାକୁ ଦେଖି ଲୋକକଳା ଏକାଡେମୀ କରାଯିବାର ଯୋଜନା ହୋଇଥିଲା। ସେତେବେଳେ ଏ ନେଇ ସଂସ୍କୃତି ବିଭାଗ ସହ ଜଡ଼ିତ ଥିବା ପାଖାପଖି ୫ରୁ ଅଧିକ ଜଣଙ୍କୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇ ବାଇ ଲ’ ପ୍ରସ୍ତୁତ କରାଯାଇଥିଲା। ଏହାର କାର୍ଯ୍ୟକାରିତା, କିଏ କେଉଁ ଦାୟିତ୍ୱରେ ରହିବ ସେନେଇ ମଧ୍ୟ ଏକ ରୂପରେଖ ପ୍ରସ୍ତୁତ କରାଯାଇଥିଲା। ପରେ ଏହା କ୍ୟାବିନେଟ୍ ମଞ୍ଜୁରୀ ପାଇଁ ମଧ୍ୟ ଯାଇଥିଲା। କିନ୍ତୁ ଏହା କ୍ୟାବିନେଟ୍ରେ ମଞ୍ଜୁରୀ ପାଇଲା କି ସ୍ଥଗିତ ରହିଲା, ତାହା କିଛି ଜଣାପଡ଼ିଲା ନାହିଁ। ଲୋକକଳା କଳାକାରଙ୍କ ପାଇଁ ପ୍ରସ୍ତାବିତ ଏକାଡେମୀ ଏକ ପ୍ରକାର ଶୀତଳ ଭଣ୍ଡାରକୁ ଚାଲିଯାଇଛି। ଏକାଡେମୀ ପ୍ରତିଷ୍ଠା ପାଇଁ ଏବେ ଆଉ କୌଣସି ଆଲୋଚନା ନାହିଁ। ଲୋକକଳା ଏକାଡେମୀ ଗଠନ ପ୍ରସ୍ତାବ କଥା ମଧ୍ୟ ସଂସ୍କୃତି ବିଭାଗ ଭୁଲିଗଲାଣି।
ଅନ୍ୟପକ୍ଷେ ୨୦୧୧ରେ ରାଜ୍ୟ କଳା ସଂସ୍କୃତି ସଂଘ ଗଠନ କରାଯାଇଛି। ଏଥିରେ ମଧ୍ୟ ଅନେକ ଅନିୟମିତତା ଦେଖାଦେଇଛି। ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଗୁରୁବାର ଆଭାସି ମାଧ୍ୟମରେ ଲୋକକଳା ଓ ପାମ୍ପରିକ କଳା ପରିବେଷଣ ମାଧ୍ୟମରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାଗୁଡ଼ିକୁ ସମାଜର ସବୁ ସ୍ତରରେ ସବୁ ଅଞ୍ଚଳରେ ପହଞ୍ଚାଇବା ପାଇଁ ଜିଲା ସଂସ୍କୃତି ଅଧିକାରୀ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ତୃଣମୂଳ ସ୍ତରରେ କଳାକାରଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା ନାହିଁ କି ଉପଲବ୍ଧ ସୁବିଧା, ସୁଯୋଗ ସେମାନେ ପାଉଛନ୍ତି କି ନାହିଁ ସେ ନେଇ କୌଣସି ତର୍ଜମା କରାଯାଉନାହିଁ। ସେମାନଙ୍କୁ କିଛି ଦିନର ଉତ୍ସବରେ ପାରିଶ୍ରମିକ ପ୍ରଦାନ କରି ବିଭାଗ ଚୁପ୍ ନ ବସି ସେମାନଙ୍କ ନିୟମିତ ରୋଜଗାର ପାଇଁ ଯୋଜନା ଗ୍ରହଣ କରିବା ସହ ଲୋକକଳା ଏକାଡେମୀ ନେଇ ସ୍ଥାପନ ପ୍ରକ୍ରିୟା ପୁନଃ ଆରମ୍ଭ ହେଉ ବୋଲି ସଂସ୍କୃତି ବିଶେଷଜ୍ଞମାନେ ମତ ଦେଇଛନ୍ତି।
କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍ର ପ୍ରଥମ ବିଜୟ
କୋଲକାତା,୨ା୪: ହେନରିଚ୍ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍(ଏସ୍ଆର୍ଏଚ୍) ୬୫ ରନରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ପରାସ୍ତ…
ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?
ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…
ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ
ବୋକାଜାନ୍,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…
ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’
ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…
ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ
ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…
ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…
ଭୁବନେଶ୍ୱର,୨।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…
ବିଚ୍ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର
ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…
ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…
ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…
Archives

