ଘନକୁହୁଡ଼ି: ମୁହଁକୁ ମୁହଁ ଦିଶୁନି

ଭୁବନେଶ୍ୱର,୨୬ା୧୨(ବ୍ୟୁରୋ): ସୋମବାର ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ଘନକୁହୁଡ଼ି ଦେଖିବାକୁ ମିଳିଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ନିକଟ ଦୂରତାରେ ମଧ୍ୟ ମୁହଁକୁ ମୁହଁ ଦିଶୁନି। ଗାଡ଼ି ଚାଳକଙ୍କୁ ଏହା ସମସ୍ୟାରେ ପକାଇଛି। ଖାଲି କଟକ ଓ ଭୁବନେଶ୍ବର ନୁହେଁ, ରାଜ୍ୟର ଅନେକ ଜିଲାରେ ମଧ୍ୟ ଆଜି ଘନକୁହୁଡ଼ି ଦେଖିବାକୁ ମିଳିଛି। ଲୋକେ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ଘରୁ ବାହାରି ପାରିନାହାନ୍ତି।