Posted inଖେଳ

ଫୋଡେନ୍‌, ଖାଡିଜା ଶ୍ରେଷ୍ଠ ଖେଳାଳି

ମାଞ୍ଚେଷ୍ଟର,୨୨ା୮(ପି.ଟି.): ପ୍ରଫେଶନାଲ ଫୁଟବଲର୍ସ ଆସୋସିଏଶନ (ପିଏଫ୍‌ଏ) ପକ୍ଷରୁ ବୁଧବାର ଇଂଲିଶ ସକ୍କରର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଛି। ମାଞ୍ଚେଷ୍ଟର ସିଟି ପକ୍ଷରୁ ଖେଳୁଥିବା ଫିଲ ଫୋଡେନ ପୁରୁଷ ବର୍ଗରେ ଓ ମହିଳା ବର୍ଗରେ ଖାଡିଜା ଶ’ଙ୍କୁ ସମ୍ମାନିତ କରାଯାଇଛି। ଫୋଡେନ୍‌ ଚଳିତ ସିଜନରେ ୧୯ଟି ଗୋଲ ସ୍କୋର କରିଥିଲେ। ମାଞ୍ଚେଷ୍ଟର ସିଟି ପକ୍ଷରୁ ୧୯ ଗୋଲ ସ୍କୋର କରିବା ସହ କ୍ରମାଗତ ଚତୁର୍ଥ ଥର ପ୍ରିମିୟର ଲିଗ୍‌ ଟାଇଟଲ ବିଜୟୀ କରିଥିଲେ। ଏହା ସହିତ ସେ ୮ଟି ଗୋଲରେ ଆସିଷ୍ଟ ମଧ୍ୟ କରିଥିଲେ। ଅନ୍ୟ ପକ୍ଷରେ ଜାମାଇକା ପକ୍ଷରୁ ଖେଳୁଥିବା ଖାଡିଜା ଶ’ ଚମତ୍କାର ପ୍ରଦର୍ଶନ କରି ଚଳିତ ସିଜନର ଓମେନ୍ସ ସୁପର ଲିଗ୍‌ରେ ୨୧ ଗୋଲ ସ୍କୋର କରିଥିଲେ। ଗୋଲ ବ୍ୟବଧାନରେ ପଛୁଆ ରହିଥିବା ସିଟି ଅଳ୍ପକେ ଟାଇଟଲ ହାସଲରୁ ବଞ୍ଚିତ ହୋଇଥିଲା। ଚେଲ୍‌ସୀ ଓମେନ୍ସ ସୁପର ଲିଗ୍‌ ବିଜୟୀ ହୋଇଥିଲା। ପ୍ରଫେଶନାଲ ଖେଳାଳିଙ୍କ ଭୋଟ ଜରିଆରେ ଉଭୟଙ୍କୁ ଏହି ପୁରସ୍କାର ମିଳିଥିଲା।
ସେହିପରି କ୍ରିଟିକ୍‌ମାନଙ୍କ ପକ୍ଷରୁ ମଧ୍ୟ ଉଭୟଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଛି। ଚେଲ୍‌ସୀର ଆଟାକିଂ ମିଡଫିଲ୍ଡର କୋଲ୍‌ ପାଲମରଙ୍କୁ ଶ୍ରେଷ୍ଠ ଯୁବ ଖେଳାଳି ଭାବରେ ସମ୍ମାନିତ କରାଯାଇଛି। ମାଞ୍ଚେଷ୍ଟର ୟୁନାଇଟେଡ୍‌ ମହିଳା ଦଳର ମିଡଫିଲ୍ଡର ଗ୍ରେସ୍‌ କ୍ଲିଣ୍ଟନଙ୍କୁ ଶ୍ରେଷ୍ଠ ଯୁବ ଖେଳାଳି ପୁରସ୍କାର ମିଳିଛି। ପାଲ୍‌ମର ଚେଲ୍‌ସୀ ପକ୍ଷରୁ ୨୨ଟି ଗୋଲ୍‌ ସ୍କୋର କରିଥିବା ବେଳେ ୧୧ଟି ଆସିଷ୍ଟ କରିଛନ୍ତି। ଦ୍ୱିତୀୟ ଚେଲ୍‌ସୀ ଖେଳାଳି ଭାବରେ ସେ ଏହି ସଫଳତା ହାସଲ କରିଛନ୍ତି। ୨୦୨୩ରେ ଚେଲ୍‌ସୀ ପକ୍ଷରୁ ଖେଳୁଥିବା ଏର୍ଲିଙ୍ଗ ହାଲାଣ୍ଡ ଏହି ପୁରସ୍କାର ହାସଲ କରିଥିଲେ। ଅନ୍ୟ ପକ୍ଷରେ ଗ୍ରେସ୍‌ କ୍ଲିଣ୍ଟନ ବର୍ତ୍ତମାନ ଟଟ୍ଟେନହାମ୍‌ ପକ୍ଷରୁ ଲୋନରେ ଖେଳୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri