ଧ୍ୟାନରତ ମନ

ନୀରବ ସଚେତନ ମନ ହେଉଛି ଧ୍ୟାନର ପ୍ରଥମ ପାହାଚ। ଅର୍ଥାତ୍‌ ମନରେ ଭାବନା ଚାଲି ନ ଥିବ କିନ୍ତୁ ଶରୀର ନୀରବ ନିଶ୍ଚଳ ରହିଥିବ। ଏହିପରି ଅବସ୍ଥା ରାତିରେ ଶୋଇବା ବେଳେ ଘଟିପାରେ। କିନ୍ତୁ ଦିନ ବେଳା ମଧ୍ୟ ଯଦି ଜଣେ କାମ କରିବା ପରେ କୌଣସି ଗୋଟିଏ ଜାଗାରେ ଚୁପ୍‌ଚାପ୍‌ ବସି ଖାଲି ଚାରିଆଡ଼କୁ ଲକ୍ଷ୍ୟକରି ଦେଖୁ କିନ୍ତୁ ମନରେ କୌଣସି ଭାବନା ଚାଲୁ ନ ଥାଏ। ସେମିତି ଅବସ୍ଥାକୁ ମଧ୍ୟ ଧ୍ୟାନର ଅବସ୍ଥା କହିହେବ।
ଉପରେ ଆମେ ଧ୍ୟାନ କାହାକୁ କୁହାଯାଏ ସେ କଥା କହିଲୁ। ରାତିରେ ଶୋଇବାକୁ ଯିବା ବେଳେ ଭଲକରି ମୁହଁ ହାତ ଗୋଡ଼ ଧୋଇନବ। ତା’ପରେ ବିଛଣାରେ ଗୋଟିଏ ଆରାମ ଲାଗୁଥିବା ଅବସ୍ଥାରେ ଶୋଇବ। ଆଉ ମନକୁ ଦେଖିବ, ଦିନସାରା ରହିଥିବା ଆଘାତ, ବିରକ୍ତି ଇତ୍ୟାଦି ସବୁ ସେଇ ମନ ଭିତରକୁ ଆସିବାକୁ ଆରମ୍ଭ କରିଦେବ। ସେତେବେଳେ ପୂରାପୂରି ଚେତ୍‌ ଥାଇ ଯଦି ସେସବୁ ଖାଲି ଦେଖିଯାଅ ତା’ ସଙ୍ଗେ କୌଣସି ରକମର ଯୁକ୍ତିତର୍କ ନ କରି କେବଳ ନୀରବ ରହ ତାକୁ ଲକ୍ଷ୍ୟକର ତେବେ ଦେଖିବ ଧୀରେ ଧୀରେ ମନ ଶାନ୍ତ ହୋଇଯାଉଛି। ଏହି ଅବସ୍ଥାରେ ସୁଖ ନିଦ୍ରା ହୁଏ। ଆଉ ସକାଳୁ ଜଣେ ଉଠିବ ତ ପୂରାପୂରି ଶାନ୍ତ ଧୀରସ୍ଥିର ମନ ନେଇ ଉଠିବ। କାରଣ ତା’ ମନରେ ସେତେବେଳେ ଗତଦିନର କୌଣସି ଭାବନା ଉଠିବ ନାହିଁ। ଏସବୁ ହେଉଛି ଧ୍ୟାନର ଅଂଶ। ଉପର ଲିଖିତ କଥାଗୁଡ଼ିକ ନିଜକୁ ନିଜେ ନିଜ ଭିତରେ ପରୀକ୍ଷା କରି ଦେଖ, ଆଉ ଜୀବନକୁ ଠିକ୍‌ ଭାବରେ ଚଲାଅ ଏହା ହେଉଛି ଏକ ବିଶେଷ ଶିକ୍ଷା ଏବଂ ଅସଲ ଧ୍ୟାନ।
ପ୍ରାୟ ସବୁ ମଣିଷ ଏଇ ଧ୍ୟାନ ପ୍ରହେଳିକା ପଛରେ ଧାଇଁଥାନ୍ତି। ସଂସାରରେ ଅନେକ ପ୍ରକାରର ଧ୍ୟାନ କଥା ବର୍ଣ୍ଣନା କରାଯାଇଛି। ଯେପରିକି ଜୈନ ଧ୍ୟାନ, ବୌଦ୍ଧ ଧ୍ୟାନ, ତିବ୍ବତୀୟ ଧ୍ୟାନ ଆଉ ତା’ଛଡ଼ା ଯେତେ ଯିଏ ନିଜକୁ ଗୁରୁ ବୋଲାଉଥିବା ବ୍ୟକ୍ତିଙ୍କଠାରୁ ଶିଖି ନିଜ ନିଜ ବାଟରେ ଧ୍ୟାନ କଥା କହନ୍ତି। ତେବେ ଏସବୁ ଧ୍ୟାନ ମନର ଉତ୍କର୍ଷ ଆଣିପାରେ ନାହିଁ। ମନକୁ ଏଇ ଜଞ୍ଜାଳପୂର୍ଣ୍ଣ ସଂସାରରୁ ଅଳ୍ପ କିଛି ସମୟ ପାଇଁ ନିବୃତ୍ତି ମିଳିବା ପ୍ରକୃତରେ ଧ୍ୟାନ ନୁହେଁ। କାରଣ ମଣିଷ ଭାବନାରୁ କିଛି ସମୟ ପାଇଁ ମୁକୁଳିବାକୁ ଯେଉଁ ପଦକୁ ବାରମ୍ବାର ଉଚ୍ଚାରଣ କରିବା କଥା ସେଥିରେ କୁହାଯାଇଛି ସେଇଟା ଏକାଗ୍ରତା, ଧ୍ୟାନ ନୁହେଁ। କାରଣ ମନକୁ ଭାବନାରୁ ଟାଣି ଆଣିବା ଏକାଗ୍ରତା ଅର୍ଥାତ୍‌ ମନର ସବୁ ଶକ୍ତିକୁ ଏକାନ୍ଦ୍ରୀଭୂତ କରି ଜୀବନଠୁ କିଛି ସମୟ ପାଇଁ ନିଜ ଭାବନାରୁ ମୁକ୍ତ ହେବା। କିନ୍ତୁ ଏଠି ଯାହାଙ୍କର ବକ୍ତବ୍ୟକୁ ଆମେ ଉପସ୍ଥାପନା କରିବାକୁ ଯାଉଛୁ, ସେ ହେଉଛନ୍ତି ଜିଡ୍ଡୁ କ୍ରିଷ୍ଣମୂର୍ତ୍ତି। ସେ କହନ୍ତି ଧ୍ୟାନ ସମୁଦାୟ ଜୀବନ ସହିତ ମିଶି ରହିଛି ଖାଲି ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ନୀରବ ରହି ନିଜକୁ ଦେଖିବା ବା ଉପଲବ୍ଧି କରିବା ଆଉ ସେଇ ଭାବନାରୁ ବାହାରି ଆସିବା। ଏଥିପାଇଁ କୌଣସି ନୀତିନିୟମର ଆବଶ୍ୟକତା ନାହିଁ। କେବଳ ତମେ କ’ଣ, ତମ ଭିତରେ କି ଭାବନା ଉଠୁଛି ତମେ ପ୍ରକୃତରେ କ’ଣ ତାକୁ ଯଦି ବିନା ବାଛବିଚାରରେ ବୁଝିଯାଅ ତେବେ ତମ ଭିତରେ ପ୍ରକୃତ ନିର୍ମଳ ପବିତ୍ର ଭାବ ଦେଖାଦେବ। ଦେଖ ଏ ସବୁଠି ତମେ ହେଉଛ ତମର ନିଜ ଗୁରୁ ଓ ଶିଷ୍ୟ ଉଭୟ। ନିଜ ଭିତରକୁ ଖାଲି ଦେଖ, ବୁଝ। ଜୀବନର ସ୍ରୋତକୁ ଉପଲବ୍ଧି କରିପାରିବ।
ମନ ପୂରାପୂରି ନୀରବ ରହିଥିବ ଏମିତିବି ଦିନ ଭିତରେ ଅନେକ ସମୟରେ କାମଦାମ ସାରି ଟିକେ କେଉଁଠି ବସିପଡ଼ୁ କି ଟିକେ ବିଛଣାରେ ଗଡ଼ିପଡ଼ୁ। ସେତେବେଳେ ବି ଆମ ମନ ସମ୍ପୂର୍ଣ୍ଣ ଚୁପ୍‌ ରହିଥିବା ଦରକାର। ତେବେ ଆମର ପୂରା ବିଶ୍ରାମ ହୁଏ। ତା’ ନ ହେଲେ ମନର କ୍ଳାନ୍ତି ଯାଏ ନାହିଁ। ଏହିପରି ପ୍ରତି ମୁହୂର୍ତ୍ତରେ ନିଜ ମନକୁ ଲକ୍ଷ୍ୟ କରିବା ଦରକାର। ଯେମିତି ସେ ବ୍ୟସ୍ତ ବିବ୍ରତ ହୋଇ ନ ରହେ। ଏପରି ନିଜକୁ ଖାଲି ଲକ୍ଷ୍ୟକରି ଦିନ କଟାଇବା ହେଉଛି ଧ୍ୟାନର ଅଂଶ। ଗୋଟାଏ କି ଦି’ଟା ଦିନରେ ମନକୁ ସେମିତି ଅବସ୍ଥାକୁ ଆଣିବା କଷ୍ଟକର। ସଦାବେଳେ ଯଦି ସଚେତ ରହିଥାଏ ଅର୍ଥାତ୍‌ ମନ କୁଆଡ଼େ ନେଇଯାଉଛି ତାକୁ ଦେଖିନିଏ ତେବେ ଚଟ୍‌କରି ପୁଣି ନୀରବତାକୁ ଫେରିଆସିବା ଦରକାର। ଏମିତି କରୁକରୁ ଦିନେ ନିଜେ ଦେଖିପାରିବ ତମ ମନରେ ଶୂନ୍ୟତା ଦୀର୍ଘ ସମୟ ଧରି ରହୁଛି। କାମ କଲାବେଳେ ତା’ ଉପରେ ମନକୁ ସମ୍ପୂର୍ଣ୍ଣ ଶକ୍ତି ଦେଇ ଦେଖୁଥିବା ଓ ବୁଝୁଥିବା ମନ ଧ୍ୟାନୀ ମନ, ଶାନ୍ତ ମନ। ଏପରି ଏକାନ୍ତ ବିଶାଳ ଏକ ମନ ଭିତରେ ହିଁ ସେଇ ଅପରିମେୟ ବା ଅପରିସୀମ ପ୍ରକାଶ ଲାଭକରେ।

ଆରତି ମହାନ୍ତି
ଶ୍ରୀରାମ ନଗର, ଭୁବନେଶ୍ୱର
ମୋ: ୯୬୯୨୦୯୮୦୫୪


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

ବାଇକ୍‌  ଧକ୍କାରେ  ଚାଲିଗଲା ବୃଦ୍ଧଙ୍କ ଜୀବନ 

ମୋହନା,୨୦।୧( ମନ୍ମଥ ମିଶ୍ର ): ବାଇକ ଧକ୍କାରେ ବୃଦ୍ଧମୃତ। ମୃତ ବୃଦ୍ଧ ଜଣକ ହେଲେ ଆର.ଉଦୟଗିରି ଥାନା ନିସଂଗପୁର ଗ୍ରାମର ୭୦ ବର୍ଷୀୟ ସାରଥୀ ବେହେରଦଲାଇ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri