ନଜର ତୁର୍କୀ ଉପରେ

ତୁର୍କୀର ରାଷ୍ଟ୍ରପତି ନିର୍ବାଚନ ଉପରେ ବିଶ୍ୱର ନଜର ରହିଛି। ମେ ୧୪ରେ ଅନୁଷ୍ଠିତ ନିର୍ବାଚନରେ ଦେଶକୁ ଦୁଇ ଦଶନ୍ଧି ଧରି ଶାସନ କରିଥିବା ରିସେପ ତଇପ ଏର୍ଡୋଗାନ ଓ ବିରୋଧୀ ଦଳର ନେତା କେମାଲ କିଲିକଡାରୋଗ୍ଲୁଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତରେ ନିର୍ବାଚନ ଭଳି ତୁର୍କୀରେ ନିର୍ବାଚନ ହୁଏ ନାହିଁ। ସେଠାରେ ଯେଉଁ ପ୍ରାର୍ଥୀ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ଭୋଟ ହାତେଇ ପାରନ୍ତି ସେ ବିଜୟୀ ହୁଅନ୍ତି। ଉକ୍ତ ନିର୍ବାଚନରେ କ୍ଷମତାସୀନ ଏର୍ଡୋଗାନ ୪୯.୯୨ % ଭୋଟ ପାଇଥିବାବେଳେ ତାଙ୍କ ବିରୋଧୀ କିଲିକଡାରୋଗ୍ଲୁ ୪୪.୯୫% ଭୋଟ ପାଇଛନ୍ତି । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଏର୍ଡୋଗାନ ଜିତିଲେ। ଦ୍ୱିତୀୟ ଥର ଭୋଟ ଗ୍ରହଣ କରାଯିବ, କାରଣ ଯେଉଁ ପର୍ଯ୍ୟନ୍ତ ଜଣେ ପ୍ରାର୍ଥୀ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ଭୋଟ ପାଇବାରେ ସଫଳ ହୋଇନାହାନ୍ତି ସେ ପର୍ଯ୍ୟନ୍ତ କୌଣସି ବିଜେତା ବାହାରିପାରିବ ନାହିଁ। ଉକ୍ତ ନିର୍ବାଚନ ଦୌଡରେ ସାମିଲ ହୋଇଥିବା ଜାତୀୟତାବାଦୀ ନେତା ସିନାନ ଓଗାନ ମଧ୍ୟ ୫.୨ % ଭୋଟ ପାଇଛନ୍ତି। କୁହାଯାଉଛି, ସେ କିଙ୍ଗ୍‌ମେକର ହୋଇପାରନ୍ତି। ଅର୍ଥାତ୍‌ ଯାହାକୁ ଓଗାନ ସମର୍ଥନ କରିବେ ସେହି ବ୍ୟକ୍ତି , ଆଜିର ପରିସ୍ଥିତିରେ ତୁର୍କୀର ରାଷ୍ଟ୍ରପତି ହୋଇପାରିବେ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ପୂର୍ବରୁ ତୁର୍କୀରେ ପାର୍ଲାମେଣ୍ଟ ବ୍ୟବସ୍ଥାରେ ଗଣତାନ୍ତ୍ରିକ ସରକାର ଅନୁଷ୍ଠିତ ହେଉଥିଲା। ସେହି ବ୍ୟବସ୍ଥାକୁ ୨୦୧୮ ମସିହାଠାରୁ ପରିବର୍ତ୍ତନ କରି ପାର୍ଲାମେଣ୍ଟ ବଦଳରେ ସିଧାସଳଖ ରାଷ୍ଟ୍ରପତି ନିର୍ବାଚନ କରାଗଲା। ଏବକାର ରାଷ୍ଟ୍ରପତି ନିର୍ବାଚନ ହେଉଛି ଏହି ନୂତନ ବ୍ୟବସ୍ଥାର ପ୍ରଥମ ପରୀକ୍ଷା। ପ୍ରଥମ ପର୍ଯ୍ୟାୟରେ ଏର୍ଡୋଗାନ ଯେଉଁ ହାରରେ ଭୋଟ ପାଇଛନ୍ତି ତାହାର ଲାଭ ଉଠାଇପାରନ୍ତି ବୋଲି ଅନେକ ରାଜନୀତି ବିଶେଷଜ୍ଞ ଆକଳନ କରୁଛନ୍ତି। ଏର୍ଡୋଗାନଙ୍କ ଏକଚ୍ଛତ୍ରବାଦ ଶାସନ ବିରୋଧରେ ଅସନ୍ତୋଷ ଥିବା ସତ୍ତ୍ୱେ ସେ ଏତେ ପ୍ରତିଶତ ଭୋଟ ପାଇବା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି। ତୁର୍କୀର ନାଗରିକମାନେ ଦରଦାମ ବୃଦ୍ଧି ଯୋଗୁ ହନ୍ତସନ୍ତ ହେଉଛନ୍ତି। ସେଠାରେ ନାଗରିକ ଅଧିକାର ଅଧୋଗତି ଭଳି ସମସ୍ୟା ଅଛି। ଅନ୍ୟପକ୍ଷରେ ଏର୍ଡୋଗାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଓ ଦେଶର ଆର୍ଥିକ ପ୍ରଦର୍ଶନକୁ ନେଇ ଅସନ୍ତୋଷ ଥିବା ସତ୍ତ୍ୱେ ସେ ୪୯.୯୨ %ଭୋଟ ପାଇବାକୁ ସକ୍ଷମ ହୋଇଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ ତୁର୍କୀର ଭୟଙ୍କର ଭୂମିକମ୍ପରେ ୫୦,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିବା ପରେ ତାଙ୍କ ସରକାର ତୀବ୍ର ସମାଲୋଚନାର ଶିକାର ହୋଇଥିଲା, ଯାହାର ପ୍ରଭାବ ନିର୍ବାଚନରେ ପଡ଼ିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଏସବୁ ସତ୍ତ୍ୱେ ନିର୍ବାଚନ ସମୀକ୍ଷକଙ୍କ ମତରେ, ତାଙ୍କ ଜାତୀୟ ସୁରକ୍ଷା ପ୍ରତିବଦ୍ଧତାର ବାର୍ତ୍ତା ଆର୍ଥିକ ଓ ସାମାଜିକ ଆହ୍ବାନକୁ ପଛରେ ପକାଇ ଦେଇଛି।
ତୁର୍କୀରେ ଏର୍ଡୋଗାନଙ୍କ ଦୀର୍ଘକାଳ ଶାସନର ଅନେକ ବିରୋଧୀ ଅଛନ୍ତି। ତୁର୍କୀ ପାଶ୍ଚାତ୍ୟ ମିଲିଟାରି ମେଣ୍ଟ ନାଟୋର ଏକ ସଦସ୍ୟ ହୋଇଥିବା ସତ୍ତ୍ୱେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କର ଜଣେ ସମର୍ଥକ ଭାବେ ଏର୍ଡୋଗାନ ପରିଚିତ। ସେଥିପାଇର୍ଁ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଚାଲିଥିବାବେଳେ ତୁର୍କୀର ଭୂମିକା ରୁଷିଆ ସପକ୍ଷରେ ଯାଉଛି। ଏହି ନିର୍ବାଚନରେ ପ୍ରଥମ ଥର ପାଇଁ ୬ଟି ରାଜନୈତିକ ଦଳ ମିଳିତ ଭାବେ କେମାଲ କିଲିକ୍‌ଡାରୋଗ୍ଲୁଙ୍କୁ ବିରୋଧୀ ପ୍ରାର୍ଥୀ ବାଛିଛନ୍ତି। ବିରୋଧୀଙ୍କ ମୁଖ୍ୟ ଧ୍ୱନି ହେଉଛି ଗଣତନ୍ତ୍ରକୁ ତୁର୍କୀରେ ପୁନର୍ବାର ମଜଭୁତ କରିବା। ଯେତେବେଳେ ପ୍ରାର୍ଥତ୍ପତ୍ର ଦାଖଲ ହେଲା ସେତେବେଳେ ବିରୋଧୀ ପ୍ରାର୍ଥୀ କେମାଲ କିଲିକଡାରୋଗ୍ଲୁ ତୁର୍କୀର ଜାତୀୟ ପିତା ଭାବେ ପରିଚିତ କେମାଲ ଆତାତୁର୍କଙ୍କ ସମାଧିକୁ ଯାଇ ସମ୍ମାନ ଜଣାଇଥିଲେ। ଆତାତୁର୍କ ଜଣେ ଧର୍ମ ନିରପେକ୍ଷ ଏବଂ ଗଣତାନ୍ତ୍ରିକ ନେତା ଭାବେ ତୁର୍କୀରେ ପରିଚିତ। ଅନ୍ୟପଟେ ରାଷ୍ଟ୍ରପତି ଏର୍ଡୋଗାନ ତାଙ୍କର ପ୍ରାର୍ଥତ୍ପତ୍ର ଦାଖଲ କରି ଇଷ୍ଟାନବୁଲର ସର୍ବବୃହତ୍‌ ମସ୍‌ଜିଦକୁ ଯାଇ ପ୍ରାର୍ଥନା କରିଥିଲେ। ଏହି ଦୁହଁିଙ୍କ ଚରିତ୍ରର ପରିଚୟ ତାଙ୍କର ଏହି ଦୁଇ ପ୍ରଥମ ପଦକ୍ଷେପରୁ ବୁଝିହୁଏ। ପୂର୍ବରୁ ମୁସଲମାନ ବହୁଳ ତୁର୍କୀ ଏକ ଧର୍ମନିରପେକ୍ଷ ଦେଶ ଭାବେ ପରିଚିତ ହୋଇଆସୁଥିଲା। ଏର୍ଡୋଗାନଙ୍କ ଶାସନ ସମୟରେ ସେହି ଚରିତ୍ରର ପରିବର୍ତ୍ତନ କରାଯାଇ ତୁର୍କୀକୁ ଏକ ଇସଲାମୀୟ ଦେଶ ଭାବେ ଗଢିତୋଳିବାର ଉଦ୍ୟମ ଆରମ୍ଭ ହୋଇଛି। ଧର୍ମକୁ ପ୍ରାଧାନ୍ୟ ଦେବା ସହିତ ଏର୍ଡୋଗାନ ତାଙ୍କର ଅର୍ଥନୈତିକ ଆଭିମୁଖ୍ୟରେ ଚରମ ଦକ୍ଷିଣପନ୍ଥୀ ବା ଅଳ୍ପ କେତେକ ପୁଞ୍ଜିପତିଙ୍କ ସମର୍ଥକ ହୋଇଥିବାବେଳେ ଶାସନ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ଏକଚ୍ଛତ୍ରବାଦ ଆଣିସାରିଲେଣି। ଏର୍ଡୋଗାନଙ୍କର ଯଦି ବିଜୟ ଘଟେ ତେବେ ତାହାର ପ୍ରଭାବ କେବଳ ତୁର୍କୀରେ ନୁହେଁ, ସମଗ୍ର ପୃଥିବୀରେ ଚରମ ଦକ୍ଷିଣପନ୍ଥୀ, ଗରିବ ବିରୋଧୀ ଏବଂ ଏକଚ୍ଛତ୍ରବାଦୀ ନେତାଙ୍କର ମନୋବଳ ବଢ଼ାଇଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri