ନଜର ତୁର୍କୀ ଉପରେ

ତୁର୍କୀର ରାଷ୍ଟ୍ରପତି ନିର୍ବାଚନ ଉପରେ ବିଶ୍ୱର ନଜର ରହିଛି। ମେ ୧୪ରେ ଅନୁଷ୍ଠିତ ନିର୍ବାଚନରେ ଦେଶକୁ ଦୁଇ ଦଶନ୍ଧି ଧରି ଶାସନ କରିଥିବା ରିସେପ ତଇପ ଏର୍ଡୋଗାନ ଓ ବିରୋଧୀ ଦଳର ନେତା କେମାଲ କିଲିକଡାରୋଗ୍ଲୁଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତରେ ନିର୍ବାଚନ ଭଳି ତୁର୍କୀରେ ନିର୍ବାଚନ ହୁଏ ନାହିଁ। ସେଠାରେ ଯେଉଁ ପ୍ରାର୍ଥୀ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ଭୋଟ ହାତେଇ ପାରନ୍ତି ସେ ବିଜୟୀ ହୁଅନ୍ତି। ଉକ୍ତ ନିର୍ବାଚନରେ କ୍ଷମତାସୀନ ଏର୍ଡୋଗାନ ୪୯.୯୨ % ଭୋଟ ପାଇଥିବାବେଳେ ତାଙ୍କ ବିରୋଧୀ କିଲିକଡାରୋଗ୍ଲୁ ୪୪.୯୫% ଭୋଟ ପାଇଛନ୍ତି । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଏର୍ଡୋଗାନ ଜିତିଲେ। ଦ୍ୱିତୀୟ ଥର ଭୋଟ ଗ୍ରହଣ କରାଯିବ, କାରଣ ଯେଉଁ ପର୍ଯ୍ୟନ୍ତ ଜଣେ ପ୍ରାର୍ଥୀ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ଭୋଟ ପାଇବାରେ ସଫଳ ହୋଇନାହାନ୍ତି ସେ ପର୍ଯ୍ୟନ୍ତ କୌଣସି ବିଜେତା ବାହାରିପାରିବ ନାହିଁ। ଉକ୍ତ ନିର୍ବାଚନ ଦୌଡରେ ସାମିଲ ହୋଇଥିବା ଜାତୀୟତାବାଦୀ ନେତା ସିନାନ ଓଗାନ ମଧ୍ୟ ୫.୨ % ଭୋଟ ପାଇଛନ୍ତି। କୁହାଯାଉଛି, ସେ କିଙ୍ଗ୍‌ମେକର ହୋଇପାରନ୍ତି। ଅର୍ଥାତ୍‌ ଯାହାକୁ ଓଗାନ ସମର୍ଥନ କରିବେ ସେହି ବ୍ୟକ୍ତି , ଆଜିର ପରିସ୍ଥିତିରେ ତୁର୍କୀର ରାଷ୍ଟ୍ରପତି ହୋଇପାରିବେ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ପୂର୍ବରୁ ତୁର୍କୀରେ ପାର୍ଲାମେଣ୍ଟ ବ୍ୟବସ୍ଥାରେ ଗଣତାନ୍ତ୍ରିକ ସରକାର ଅନୁଷ୍ଠିତ ହେଉଥିଲା। ସେହି ବ୍ୟବସ୍ଥାକୁ ୨୦୧୮ ମସିହାଠାରୁ ପରିବର୍ତ୍ତନ କରି ପାର୍ଲାମେଣ୍ଟ ବଦଳରେ ସିଧାସଳଖ ରାଷ୍ଟ୍ରପତି ନିର୍ବାଚନ କରାଗଲା। ଏବକାର ରାଷ୍ଟ୍ରପତି ନିର୍ବାଚନ ହେଉଛି ଏହି ନୂତନ ବ୍ୟବସ୍ଥାର ପ୍ରଥମ ପରୀକ୍ଷା। ପ୍ରଥମ ପର୍ଯ୍ୟାୟରେ ଏର୍ଡୋଗାନ ଯେଉଁ ହାରରେ ଭୋଟ ପାଇଛନ୍ତି ତାହାର ଲାଭ ଉଠାଇପାରନ୍ତି ବୋଲି ଅନେକ ରାଜନୀତି ବିଶେଷଜ୍ଞ ଆକଳନ କରୁଛନ୍ତି। ଏର୍ଡୋଗାନଙ୍କ ଏକଚ୍ଛତ୍ରବାଦ ଶାସନ ବିରୋଧରେ ଅସନ୍ତୋଷ ଥିବା ସତ୍ତ୍ୱେ ସେ ଏତେ ପ୍ରତିଶତ ଭୋଟ ପାଇବା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି। ତୁର୍କୀର ନାଗରିକମାନେ ଦରଦାମ ବୃଦ୍ଧି ଯୋଗୁ ହନ୍ତସନ୍ତ ହେଉଛନ୍ତି। ସେଠାରେ ନାଗରିକ ଅଧିକାର ଅଧୋଗତି ଭଳି ସମସ୍ୟା ଅଛି। ଅନ୍ୟପକ୍ଷରେ ଏର୍ଡୋଗାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଓ ଦେଶର ଆର୍ଥିକ ପ୍ରଦର୍ଶନକୁ ନେଇ ଅସନ୍ତୋଷ ଥିବା ସତ୍ତ୍ୱେ ସେ ୪୯.୯୨ %ଭୋଟ ପାଇବାକୁ ସକ୍ଷମ ହୋଇଛନ୍ତି। ଚଳିତବର୍ଷ ପ୍ରାରମ୍ଭରେ ତୁର୍କୀର ଭୟଙ୍କର ଭୂମିକମ୍ପରେ ୫୦,୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିବା ପରେ ତାଙ୍କ ସରକାର ତୀବ୍ର ସମାଲୋଚନାର ଶିକାର ହୋଇଥିଲା, ଯାହାର ପ୍ରଭାବ ନିର୍ବାଚନରେ ପଡ଼ିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଏସବୁ ସତ୍ତ୍ୱେ ନିର୍ବାଚନ ସମୀକ୍ଷକଙ୍କ ମତରେ, ତାଙ୍କ ଜାତୀୟ ସୁରକ୍ଷା ପ୍ରତିବଦ୍ଧତାର ବାର୍ତ୍ତା ଆର୍ଥିକ ଓ ସାମାଜିକ ଆହ୍ବାନକୁ ପଛରେ ପକାଇ ଦେଇଛି।
ତୁର୍କୀରେ ଏର୍ଡୋଗାନଙ୍କ ଦୀର୍ଘକାଳ ଶାସନର ଅନେକ ବିରୋଧୀ ଅଛନ୍ତି। ତୁର୍କୀ ପାଶ୍ଚାତ୍ୟ ମିଲିଟାରି ମେଣ୍ଟ ନାଟୋର ଏକ ସଦସ୍ୟ ହୋଇଥିବା ସତ୍ତ୍ୱେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କର ଜଣେ ସମର୍ଥକ ଭାବେ ଏର୍ଡୋଗାନ ପରିଚିତ। ସେଥିପାଇର୍ଁ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଚାଲିଥିବାବେଳେ ତୁର୍କୀର ଭୂମିକା ରୁଷିଆ ସପକ୍ଷରେ ଯାଉଛି। ଏହି ନିର୍ବାଚନରେ ପ୍ରଥମ ଥର ପାଇଁ ୬ଟି ରାଜନୈତିକ ଦଳ ମିଳିତ ଭାବେ କେମାଲ କିଲିକ୍‌ଡାରୋଗ୍ଲୁଙ୍କୁ ବିରୋଧୀ ପ୍ରାର୍ଥୀ ବାଛିଛନ୍ତି। ବିରୋଧୀଙ୍କ ମୁଖ୍ୟ ଧ୍ୱନି ହେଉଛି ଗଣତନ୍ତ୍ରକୁ ତୁର୍କୀରେ ପୁନର୍ବାର ମଜଭୁତ କରିବା। ଯେତେବେଳେ ପ୍ରାର୍ଥତ୍ପତ୍ର ଦାଖଲ ହେଲା ସେତେବେଳେ ବିରୋଧୀ ପ୍ରାର୍ଥୀ କେମାଲ କିଲିକଡାରୋଗ୍ଲୁ ତୁର୍କୀର ଜାତୀୟ ପିତା ଭାବେ ପରିଚିତ କେମାଲ ଆତାତୁର୍କଙ୍କ ସମାଧିକୁ ଯାଇ ସମ୍ମାନ ଜଣାଇଥିଲେ। ଆତାତୁର୍କ ଜଣେ ଧର୍ମ ନିରପେକ୍ଷ ଏବଂ ଗଣତାନ୍ତ୍ରିକ ନେତା ଭାବେ ତୁର୍କୀରେ ପରିଚିତ। ଅନ୍ୟପଟେ ରାଷ୍ଟ୍ରପତି ଏର୍ଡୋଗାନ ତାଙ୍କର ପ୍ରାର୍ଥତ୍ପତ୍ର ଦାଖଲ କରି ଇଷ୍ଟାନବୁଲର ସର୍ବବୃହତ୍‌ ମସ୍‌ଜିଦକୁ ଯାଇ ପ୍ରାର୍ଥନା କରିଥିଲେ। ଏହି ଦୁହଁିଙ୍କ ଚରିତ୍ରର ପରିଚୟ ତାଙ୍କର ଏହି ଦୁଇ ପ୍ରଥମ ପଦକ୍ଷେପରୁ ବୁଝିହୁଏ। ପୂର୍ବରୁ ମୁସଲମାନ ବହୁଳ ତୁର୍କୀ ଏକ ଧର୍ମନିରପେକ୍ଷ ଦେଶ ଭାବେ ପରିଚିତ ହୋଇଆସୁଥିଲା। ଏର୍ଡୋଗାନଙ୍କ ଶାସନ ସମୟରେ ସେହି ଚରିତ୍ରର ପରିବର୍ତ୍ତନ କରାଯାଇ ତୁର୍କୀକୁ ଏକ ଇସଲାମୀୟ ଦେଶ ଭାବେ ଗଢିତୋଳିବାର ଉଦ୍ୟମ ଆରମ୍ଭ ହୋଇଛି। ଧର୍ମକୁ ପ୍ରାଧାନ୍ୟ ଦେବା ସହିତ ଏର୍ଡୋଗାନ ତାଙ୍କର ଅର୍ଥନୈତିକ ଆଭିମୁଖ୍ୟରେ ଚରମ ଦକ୍ଷିଣପନ୍ଥୀ ବା ଅଳ୍ପ କେତେକ ପୁଞ୍ଜିପତିଙ୍କ ସମର୍ଥକ ହୋଇଥିବାବେଳେ ଶାସନ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ଏକଚ୍ଛତ୍ରବାଦ ଆଣିସାରିଲେଣି। ଏର୍ଡୋଗାନଙ୍କର ଯଦି ବିଜୟ ଘଟେ ତେବେ ତାହାର ପ୍ରଭାବ କେବଳ ତୁର୍କୀରେ ନୁହେଁ, ସମଗ୍ର ପୃଥିବୀରେ ଚରମ ଦକ୍ଷିଣପନ୍ଥୀ, ଗରିବ ବିରୋଧୀ ଏବଂ ଏକଚ୍ଛତ୍ରବାଦୀ ନେତାଙ୍କର ମନୋବଳ ବଢ଼ାଇଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri