Posted inଫୁରସତ

ମା’ଙ୍କୁ ଗିଫ୍ଟ କଲେ ନିଜ ଚୁଟିରେ ପ୍ରସ୍ତୁତ ୱିଗ୍‌

ୱାଶିଂଟନ୍‌: ମାତୃ ଦିବସରେ ଅନେକେ ତାଙ୍କ ମା’ଙ୍କୁ ଖୁସି କରାଇବା ପାଇଁ ବିଭିନ୍ନ ପ୍ରକାରର ଗିଫ୍ଟ ଦେଇଥା’ନ୍ତି। ହେଲେ ନିକଟରେ ଜଣେ ବ୍ୟକ୍ତି ମାତୃ ଦିବସରେ ତାଙ୍କ ମା’ଙ୍କୁ ଏପରି ଏକ ଗିଫ୍ଟ ଦେଇଛନ୍ତି, ଯେଉଁଥିପାଇଁ ସେ ଏବେ ଚର୍ଚ୍ଚାରେ। ଆମେରିକାର ଏରିଜୋନାର ବାସିନ୍ଦା ୬୧ ବର୍ଷୀୟା ମେଲାନୀ ଶାହାଙ୍କ ପିଟ୍ୟୁଟାରୀ ଗ୍ଲାଣ୍ଡରେ ଟ୍ୟୁମର ହୋଇଥିବା ଡାକ୍ତର କହିଥିଲେ। ଡାକ୍ତର ତାଙ୍କର ଏହି ଟ୍ୟୁମରର ଚିକିତ୍ସା କରିଥିଲେ ମଧ୍ୟ କିଛି ମାସ ପରେ ତାହା ପୁଣି ଥରେ ଦେଖିବାକୁ ମିଳିଥିଲା। ଡାକ୍ତର ପୁଣି ତାଙ୍କ ଚିକିତ୍ସା କରିଥିଲେ। ଏହି ଚିକିତ୍ସାରେ ମେଲାନୀଙ୍କ ମନୋବଳ ଭାଙ୍ଗିଯିବା ସହ ତାଙ୍କ ମୁଣ୍ଡର ସମସ୍ତ ଚୁଟି ମଧ୍ୟ ଉପୁଡ଼ିଗଲା। ସେ କେବେ ବି ନିଜକୁ ରୋଗିଣା ଦେଖାଯିବାକୁ ଚାହୁଁ ନ ଥିଲେ। ମେଲାନୀଙ୍କ ୨୭ ବର୍ଷୀୟ ପୁଅ ମେଟ ଶାହାଙ୍କୁ ତାଙ୍କ ମା’ଙ୍କ ଏପରି ଅବସ୍ଥା ଦେଖି ବହୁତ କଷ୍ଟ ହେଉଥିଲା। ସେଥିପାଇଁ ସେ ଏକ ଉପାୟ ଚିନ୍ତା କଲେ। ସେ ୨ ବର୍ଷ ଧରି ନିଜ ଚୁଟି ନ କାଟି ତାକୁ ବଢ଼ାଇଲେ। ଏହି ୨ ବର୍ଷ ମଧ୍ୟରେ ତାଙ୍କ ଚୁଟି ୧୨ ଇଞ୍ଚ ବଢ଼ିଯାଇଥିଲା। ପରେ ସେ ତାଙ୍କ ଚୁଟିକୁ କାଟି ଏକ ଶୋ’ରୁମ୍‌କୁ ୱିଗ୍‌ ତିଆରି କରିବାକୁ ଦେଲେ। ସେହି ୱିଗ୍‌ର ମୂଲ୍ୟ ୨୦୦୦ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧ ଲକ୍ଷ ୬୪ ହଜାର ଟଙ୍କା ହେବ। ଉକ୍ତ ୱିଗ୍‌କୁ ମେଟ୍‌ ତାଙ୍କ ମା’ଙ୍କୁ ଗିଫ୍ଟ ଆକାରରେ ଦେଇଥିଲେ, ଯାହା ତାଙ୍କ ମା’ ମେଲାନୀଙ୍କୁ ବେଶ ପସନ୍ଦ ଆସିଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri