ବଜେଟରେ ପର୍ଯ୍ୟଟନକୁ ଫୋକସ: ଅବଢା ଯୋଜନା ପାଇଁ ୨୨୪ କୋଟି

ଭୁବନେଶ୍ୱର,୨୪।୨(ବ୍ୟୁରୋ): ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ତେବେ ବଜେଟରେ ପର୍ଯ୍ୟଟନକୁ ମଧ୍ୟ ରାଜ୍ୟ ସରକାର ଫୋକସ କରିଛନ୍ତି।

ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ୬ଶହ ୬୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହାସହିତ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଓ ପରିଚାଳନା ପାଇଁ ୪ ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ତେବେ ପର୍ଯ୍ୟଟନର ପ୍ରୋତ୍ସାହନ ପାଇଁ ବଜେଟରେ ୧୫୭ କୋଟି ଟଙ୍କା ବ୍ୟୟବରାଦ ରହିଛି। ସେହିପରି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପାଇଁ ରାଜ୍ୟ ସରକାର ୩୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏପରିକି ରାଜ୍ୟର ପ୍ରମୁଖ ଐତିହ୍ୟ, ଧାର୍ମିକ ସ୍ଥଳୀଗୁଡିକୁ ବିଶ୍ୱସ୍ତରୀୟ କରିବାକୁ ଲକ୍ଷ୍ୟ ଲକ୍ଷ୍ୟ ରଖାଯାଇଛି। ପୁରୀର ବିକାଶ ପାଇଁ ଅବଢା ଯୋଜନାରେ ୨୨୪ କୋଟି, ଐତିହ୍ୟ ଓ ସ୍ମାରକୀ ଏବଂ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ୧୫୦ କୋଟି ପ୍ରଦାନ କରିବାର ବଜେଟରେ ପ୍ରସ୍ତାବ ରହିଛି।