ଗ୍ରାମାଞ୍ଚଳ ବଜାର ଉପରେ ଫୋକସ

ରେନୋ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ ଘରୋଇ ବଜାରରେ ପରିଚାଳନାର ୧୦ମ ବର୍ଷ ପୂର୍ତ୍ତି ପାଳନ କରୁଛି। ଭାରତ ଭଳି ଏକ ଅଭିବୃଦ୍ଧିଶୀଳ ବଜାରରେ ଦଶନ୍ଧି ଧରି ଗ୍ରାହକଙ୍କ ବହୁବିଧ ଆବଶ୍ୟକତା ପୂରଣ ଦିଗରେ କମ୍ପାନୀ ନିଜର ଯୋଗଦାନ ରଖି ଆସିଛି। ପ୍ରଡକ୍ଟରେ ଭିନ୍ନତା ଏବଂ ଅଭିନବ ଉତ୍ପାଦ କୌଶଳ ଯୋଗୁ ଅଭିବୃଦ୍ଧି ଧାରା ଜାରି ରଖିବାକୁ ସକ୍ଷମ ହୋଇଥିବା ରେନୋ ଇଣ୍ଡିଆର ସେଲ୍‌ସ ଏବଂ ମାର୍କେଟିଂ ବିଭାଗ ଉପସଭାପତି ସୁଧୀର ମାଲହୋତ୍ରା କୁହନ୍ତି। ଭୁବନେଶ୍ୱରରେ ଗସ୍ତ ଅବସରରେ ମାଲହୋତ୍ରାଙ୍କ ସହ ‘ଧରିତ୍ରୀ’ର ସତ୍ୟାନନ୍ଦ ନାୟକଙ୍କ ସାକ୍ଷାତ୍‌କାର…

କରୋନା ମହାମାରୀ ଦ୍ୱାରା ଅଟୋମୋବାଇଲ ଶିଳ୍ପ ଗଭୀର ଭାବେ ପ୍ରଭାବିତ ହୋଇଛି। ରେନୋର ବିକ୍ରି ଧାରା ଏବେ କିଭଳି ରହିଛି?
ମହାମାରୀ ଯୋଗୁ ଅଟୋମୋବାଇଲ ଶିଳ୍ପ ଗଭୀର ଭାବେ ପ୍ରଭାବିତ ହୋଇଛି। ଲକ୍‌ଡାଉନରେ ଶୋ’ରୁମ୍‌ ବନ୍ଦ ରହିବା ଯୋଗୁ ଆମର ବିକ୍ରି ଠପ୍‌ ହୋଇଯାଇଥିଲା। ମାତ୍ର ବିକ୍ରି ଏବେ ଧୀରେ ଧୀରେ ଟ୍ରାକ୍‌କୁ ଫେରିଲାଣି। ଆଗାମୀ ଦିନରେ ଭଲ ବିକ୍ରି ହେବା ନେଇ ଆଶାବାଦୀ। ଅଦ୍ୟାବଧି ୨୦% ବିକ୍ରି ଅଭିବୃଦ୍ଧି ହାସଲ କରିଛୁ। ଚଳିତ ବର୍ଷ ଜାନୁୟାରୀରୁ ଅଗଷ୍ଟ ମଧ୍ୟରେ ବିକ୍ରି ପ୍ରାୟ ୬୮% ବଢ଼ିଛି।
ଗ୍ରାହକଙ୍କ ନିକଟତର ହେବା ଲାଗି କମ୍ପାନୀଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖାଯାଉଛି। ଆପଣ କେଉଁ ଯୋଜନା ସହ କାମ କରୁଛନ୍ତି?
ଗ୍ରାହକଙ୍କ ଭଲ ପାଇବା ଆମ ସହ ସବୁବେଳେ ରହି ଆସିଛି। ମହାମାରୀ ସମୟରେ ମଧ୍ୟ ୧୦୦ ନୂଆ ଆଉଟଲେଟ ଖୋଲିବାକୁ ସକ୍ଷମ ହୋଇଛୁ। ଗ୍ରାମାଞ୍ଚଳ ବଜାର ଉପରେ ଆମର ଫୋକସ। ଏଥିଲାଗି ‘ବିସ୍ତାର’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୫୦୦ ବିକ୍ରି ଏବଂ ୫୩୦ ସର୍ଭିସ ଟଚ୍‌ ପଏଣ୍ଟରେ ସେବା ଯୋଗାଉଛୁ। ସେଲ୍‌ସ ଏବଂ ସର୍ଭିସରେ ଗୁଣବତ୍ତାକୁ ଅଗ୍ରାଧିକାର ଦେଇଛୁ। ୨୫୦ରୁ ଊର୍ଦ୍ଧ୍ୱ ଓ୍ବାର୍କଶପ ଅନ୍‌ ହ୍ବିଲ୍‌, ୫୦୦ ରେସିଡେଣ୍ଟ ସେଲ୍‌ସ ଏକଜିକ୍ୟୁଟିଭ ନିଯୁକ୍ତ କରାଯାଇଛି। ଡିଜିଟାଲ ପୋର୍ଟାଲରୁ ପ୍ରାୟ ୩୦% ଗ୍ରାହକ ଆସୁଛନ୍ତି।
ବିକ୍ରି ଅଭିବୃଦ୍ଧି ଲାଗି କେଉଁ ପ୍ରସଙ୍ଗଗୁଡ଼ିକ ସହାୟକ ହୋଇଛି?
ଘରୋଇ ବଜାରରେ ଅତ୍ୟାଧୁନିକ ୟୁନିଟ ସ୍ଥାପନ କରାଯାଇଛି। ଚେନ୍ନାଇସ୍ଥିତ ଓରାଡାଗାମରେ ସ୍ଥାପିତ ଏହି ମାନୁଫାକ୍‌ଚରିଂ ଫାସିଲିଟିର ବାର୍ଷିକ ଯାନ ଉତ୍ପାଦନ କ୍ଷମତା ୪.୮୦ ଲକ୍ଷ ୟୁନିଟ ରହିଛି। ବିଶ୍ୱସ୍ତରୀୟ ଟେକ୍ନୋଲୋଜି ସେଣ୍ଟର, ଲଜିଷ୍ଟିକ ଓ ଡିଜାଇନ ସେଣ୍ଟର ମଧ୍ୟ ବସାଇଛୁ। ସ୍ବତନ୍ତ୍ର ଉତ୍ପାଦ କୌଶଳ, ଗ୍ରାହକ ସନ୍ତୁଷ୍ଟି ଉପରେ ରେନୋ ସର୍ବଦା ଗୁରୁତ୍ୱ ଦେଇଆସିଛି। ଆମର ୭.୫୦ ଲକ୍ଷ ସନ୍ତୁଷ୍ଟ ଗ୍ରାହକ ରହିଛନ୍ତି। ପ୍ରତି ପ୍ରଡକ୍ଟରେ ନୂଆ ଇନୋଭେଶନ ପ୍ରଦାନ ଯୋଗୁ ରେନୋ ମାଇଲଖୁଣ୍ଟ ଛୁଇଁଛି।
କେଉଁ ବର୍ଗର ଯାନକୁ ଲୋକମାନେ ଅଧିକ ପସନ୍ଦ କରୁଛନ୍ତି?
ବର୍ତ୍ତମାନ ସ୍ପୋଟର୍‌ସ ୟୁଟିଲିଟି ଭେଇକିଲ (ଏସ୍‌ୟୁଭି) ମଡେଲଗୁଡ଼ିକୁ ଗ୍ରାହକ ଅଧିକ ପସନ୍ଦ କରୁଛନ୍ତି। ଏହି କ୍ଷେତ୍ରରେ ଅଭିବୃଦ୍ଧି ବେଶ୍‌ ଭଲ ରହିଛି। ୪୦% ହାରରେ ଏହା ଅଭିବୃଦ୍ଧି କରୁଛି।
ଓଡ଼ିଶାରେ ରେନୋର ଉପସ୍ଥିତି କିଭଳି ରହିଛି?
୨୦୧୨ରେ ଓଡ଼ିଶାରେ ପ୍ରଥମ ଆଉଟଲେଟ ଖୋଲିଥିଲୁ। ଏବେ ଏହା ୯ରେ ପହଞ୍ଚିଛି। ଚଳିତ ବର୍ଷ ବ୍ରହ୍ମପୁର ଏବଂ ଅନୁଗୋଳରେ ଆଉ ୨ ଆଉଟଲେଟ ଯୋଡ଼ିବାର ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ

ନୂଆଦିଲ୍ଲୀ,୨୫।୩: ବିଭିନ୍ନ ମହଲରେ ରିପୋର୍ଟ ଆସିଛି ଯେ ସରକାର ଏଲପିଜି ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଦୁଇଟି ସିଲିଣ୍ଡର କିମ୍ୱା ଡବଲ କନେକ୍ସନ ଥିବା ଗ୍ରାହକମାନଙ୍କୁ…

LPG ଅଭାବ ମଧ୍ୟରେ ଆହୁରି କଡ଼ାକଡ଼ି ହେଲା ନିୟମ: ବୁକିଂ ସମୟସୀମା ବଢିଲା, ଏଣିକି ଏତେ ଦିନ କରିବାକୁ ପଡିବ ଅପେକ୍ଷା

ନୂଆଦିଲ୍ଲୀ,୨୫।୩: ଏଲପିଜି ସିଲିଣ୍ଡରର ଅଭାବ ମଧ୍ୟରେ, ଗ୍ୟାସ କମ୍ପାନୀଗୁଡ଼ିକ ସେମାନଙ୍କର ବୁକିଂ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଗ୍ରାହକମାନଙ୍କୁ ସେମାନଙ୍କର ପରବର୍ତ୍ତୀ ସିଲିଣ୍ଡର ବୁକ୍‌ କରିବା ପାଇଁ…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁଦ୍ଧ ଭିତରେ ୫୦ବର୍ଷର ରେକର୍ଡ ଭାଙ୍ଗିଲା ସୁନା, ଏତେ ଖସିଲା ଯେ ବିଶେଷଜ୍ଞ ହୋଇଗଲେ ତାଜୁବ!

ନୂଆଦିଲ୍ଲୀ,୨୪।୩: ବିଶ୍ୱ ବଜାରରେ ଚାଲିଥିବା ଅସ୍ଥିରତା ମଧ୍ୟରେ, ସୁନା ମୂଲ୍ୟ ନିବେଶକମାନଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଗତ 25 ଦିନ ମଧ୍ୟରେ ସୁନା ମୂଲ୍ୟରେ ହ୍ରାସ…

LPG ବୁକିଂ ନେଇ ଆସିଲା ନୂଆ ନିୟମ: ଗୋଟିଏ ମାସରେ କେତେ ଗ୍ୟାସ ସିଲିଣ୍ଡର ହୋଇପାରିବ ବୁକ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତ୍ୟେକ ଘରକୁ ନିରବଚ୍ଛିନ୍ନ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ସରକାର କିଛି ନିୟମ ସ୍ଥାପନ କରିଛନ୍ତି। ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri