ଘରୋଇ ହିଂସା ରୋକିବା ଉପରେ ଗୁରୁତ୍ୱ

ନୂଆପଡ଼ା,୧୮।୧୨ (ମକାରୁ ବେମାଲ): ଜିଲା ମହିଳା ସଶକ୍ତୀକରଣ କେନ୍ଦ୍ର ଓ ଜିଲା ସମାଜ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ମଙ୍ଗଳବାର ସ୍ଥାନୀୟ ସଦ୍‌ଭାବନା ସଭାଗୃହଠାରେ ଘରୋଇ ହିଂସା ପ୍ରତିରୋଧ ଆଇନ ସମ୍ପର୍କିତ ଏକ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ମଧୁସୂଦନ ଦାଶ ଏହାକୁ ଉଦ୍‌ଘାଟନ କରି ଘରୋଇ ହିଂସାକୁ କିପରି ରୋକାଯାଇପାରିବ ସେ ଉପରେ ସମସ୍ତଙ୍କୁ ଅବଗତ କରିଥିଲେ। ଜିଲା ସମାଜ କଲ୍ୟାଣ ଅଧିକାରୀ ଏସ୍‌ ଗୀତା ଅତିଥି ପରିଚୟ ପ୍ରଦାନ ସହ ସ୍ବାଗତ ଭାଷଣ ଦେଇଥିଲେ। ଶିବିରରେ ସିଡିଏମ୍‌ଓ ଡା. ଧନେଶ୍ୱର ସେଠୀ, ଅତିରିକ୍ତ ଏସ୍‌ପି ରଣଜିତ ନାୟକ, ବରିଷ୍ଠ ଓକିଲ ମୁରଲୀଧର ପଣ୍ଡା, ଓକିଲ ନାରାୟଣ ପ୍ରସାଦ ଯୋଶୀ, ଡା ଉମାକାନ୍ତ ମେହେର, ମହିଳା ଓ ଶିଶୁ ସେଲ ଇନ୍ସପେକ୍ଟର ସୂର୍ଯ୍ୟକାନ୍ତି ଦାସ, ସୁରକ୍ଷା ଅଧିକାରୀ ମଞ୍ଜୁଲତା ଶୁକ୍ଲା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଘରୋଇ ହିଂସା ପ୍ରତିରୋଧ ଆଇନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଅଧିକାରୀମାନେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ପ୍ରୋଗ୍ରାମ ଅଫିସର, ସିଡିପିଓ, ସମସ୍ତ ଥାନାର ପୋଲିସ ଅଧିକାରୀ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ, ସଖି ସେଣ୍ଟର କାର୍ଯ୍ୟକର୍ତ୍ତା, ପରିବାର ପରାମର୍ଶ କେନ୍ଦ୍ର ଅଧିକାରୀ ଉପସ୍ଥିତ ଥିଲେ। ଶେଷରେ ସୁରକ୍ଷା ଅଧିକାରୀ ମଞ୍ଜୁଲତା ଶୁକ୍ଲା ଧନ୍ୟବାଦ ଅର୍ପଣ କରିଥିଲେ।

Dharitri – Odisha’s No.1 Odia Daily