ଦୀର୍ଘ ସ୍ଥାୟିତ୍ୱ ଉପରେ ରହୁ ଗୁରୁତ୍ୱ

ମାଲକାନଗିରି,୬ା୨(ଡି.ଏନ୍‌.ଏ.):ମାଲକାନଗିରି ଜିଲା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିରେ ସର୍ବଦା ରହିଛି। ଜିଲାର ଉନ୍ନତି ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ତେବେ ଜିଲାରେ ପାନୀୟ ଜଳ ସମସ୍ୟା ଦୂର କରିବାକୁ ଗତମାସରେ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲାର କାଲିମେଳା ବ୍ଲକରେ ୨ଟି, ମାଲକାନଗିରି, ମାଥିଲି ବ୍ଲକରେ ଗୋଟିଏ ଲେଖାଏ ମୋଟ ୪ଟି ମେଗା ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିପାଇଁ ୪୬୫ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ୪ଟି ପ୍ରକଳ୍ପ ଦ୍ୱାରା ୩୫ଟି ପଞ୍ଚାୟତର ୨୩୧ଟି ଗ୍ରାମର ୩୮ ହଜାର ୮୮୬ ପରିବାରର ୧ଲକ୍ଷ ୭୭ ହଜାର ୪୨୪ ଜଣ ଜନସାଧାରଣ ଉପକୃତ ହେବେ। ଦାୟିତ୍ୱ ନେଇଥିବା ଠିକାଦାରମାନେ ମଧ୍ୟ ଇତିମଧ୍ୟରେ ରାସ୍ତା କଡ଼ରେ ପାଇପ୍‌ ଜମା କରିବା ସହ କେତେକ ଅଞ୍ଚଳରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ଏହି ମେଗା ଜଳପ୍ରକଳ୍ପର ଦୀର୍ଘ ସ୍ଥାୟିତ୍ୱ ଉପରେ ପ୍ରଶାସନ ସବୁ କ୍ଷେତ୍ରରେ ଗୁରୁତ୍ୱ ଦେବାକୁ ମତ ପ୍ରକାଶ ପାଉଛି।
ଅନ୍ୟପକ୍ଷରେ ପୂର୍ବରୁ ମାଲକାନଗିରି ଜିଲାରେ ପାନୀୟ ଜଳ ଯୋଗାଣ ପାଇଁ ଚିତ୍ରକୋଣ୍ଡା ବ୍ଲକର ୧୮ଟି ପଞ୍ଚାୟତର ୨୫୪ ଗ୍ରାମ ପାଇଁ ୯୨୫ ନଳକୂପ, ୪୯୮ ପାଇପ ଜଳ ଯୋଗାଣ, କାଲିମେଳା ବ୍ଲକର ୨୩ ପଞ୍ଚାୟତର ୧୪୫ଟି ଗ୍ରାମକୁ ୨୬୮୫ ନଳକୂପ, ୭ ପାଇପ ଜଳ ଯୋଗାଣ, ଖଇରପୁଟ ବ୍ଲକର ୧୧ ପଞ୍ଚାୟତର ୧୪୩ ଗ୍ରାମ ନିମନ୍ତେ ୧୧୦୧ ନଳକୂପ, ୨୦୫ଟି ପାଇପ ଜଳ ଯୋଗାଣ, କୋରୁକୋଣ୍ଡା ବ୍ଲକର ୧୨ ପଞ୍ଚାୟତର ୧୨୦ ଗ୍ରାମକୁ ୧୩୫୬ ନଳକୂପ, ୬୨ଟି ପାଇପ ଜଳ ଯୋଗାଣ, ମାଲକାନଗିରି ବ୍ଲକର ୧୯ ପଞ୍ଚାୟତର ୧୩୭ ଗ୍ରାମକୁ ୨୨୪୪ଟି ନଳକୂପ, ୧୫ଟି ପାଇପ ଜଳ ଯୋଗାଣ, ମାଥିଲି ବ୍ଲକର ୨୦ ପଞ୍ଚାୟତର ୧୪୫ ଗ୍ରାମ ପାଇଁ ୧୯୮୮ ନଳକୂପ, ୧୮୦ ପାଇପ ଜଳ ଯୋଗାଣ ଓ ପଡ଼ିଆ ବ୍ଲକର ୮ ପଞ୍ଚାୟତର ୪୮ ଗ୍ରାମ ଲାଗି ୧୦୪୦ ନଳକୂପ ବ୍ୟବସ୍ଥା କରାଯାଇଛି। ତେବେ ମାଲକାନଗିରି ଜିଲାରେ ମୋଟ ୧୧,୩୩୯ ନଳକୂପ ଓ ୯୬୭ ପାଇପ ଜଳ ଯୋଗାଣ ନେଇ ବ୍ୟବସ୍ଥା ଥିବା ବେଳେ ଭୂତଳ ଜଳ ନିମ୍ନସ୍ତର ହେବା ଯୋଗୁ ପ୍ରାୟ ୫୦ ପ୍ରତିଶତ ନଳକୂପ ଓ ପାଇପ ଜଳ ଯୋଗାଣ ବ୍ୟବସ୍ଥା ଅଚଳ ହୋଇପଡ଼ିଛି। ଯେଉଁ ନଳକୂପର ପାଣି ବ୍ୟବହାର କରାଯାଉଛି ସେହି ସବୁ ପାଣିରେ ଲୌହ ଅଂଶ ଅଧିକ ଥିବାରୁ ଲୋକେ କିଡ୍‌ନୀ ଓ ପେଟବ୍ୟଥା ରୋଗର ଶିକାର ହେଉଛନ୍ତି।
ଜିଲା ପାଇଁ ଘୋଷଣା ହୋଇଥିବା ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଯେଉଁ ଟେଣ୍ଡର ସବୁ ହୋଇଛି, ଟେଣ୍ଡର ପାଇଥିବା ଠିକାଦାରମାନେ ପାଇପ ବିଛାଇବା, ପ୍ରତି ଗ୍ରାମର ଘରେ ଘରେ ପାଣି ଯୋଗାଇବା ପାଇଁ ପାଇପ ସଂଯୋଗ ଦେବା ଏବଂ ଯେଉଁ କମ୍ପାନୀ ପାଇପ ଯୋଗାଇଛି ସେମାନେ ନିଜ କାର୍ଯ୍ୟ ପରେ ତାଙ୍କ ଅର୍ଥ ନେଇଯିବେ। ମାତ୍ର ଏହି ପ୍ରକଳ୍ପ ଦୀର୍ଘଦିନ ଧରି ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇପାରିବ କି ନାହିଁ ସେ ନେଇ ଆଲୋଚନା ହେଉଛି। ପୂର୍ବରୁ ଜିଲାରେ ଶହ ଶହ କୋଟି ଟଙ୍କାର ନଳକୂପ ଓ ପାଇପ ଯୋଗେ ଜଳ ଯୋଗାଣ ହୋଇଥିଲେ ମଧ୍ୟ ଅଧିକାଂଶ ଅଞ୍ଚଳରେ ଏସବୁ ଫେଲ୍‌ ମାରିଛି। ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡ଼ିଥିବା ନଜିର ରହିଛି। ଏହି ମେଗା ପାନୀୟ ଜଳ ପ୍ରକଳ୍ପ ଯେପରି ଲୋକଙ୍କୁ ଦୀର୍ଘ ବର୍ଷ ଧରି ଜଳ ଯୋଗାଇପାରିବ ସେନେଇ ବଡ଼ ବଡ଼ ବୋର୍‌ଓ୍ବେଲ୍‌ ଗଭୀର ଭାବେ ଖୋଳାଯିବାକୁ ସାଧାରଣରେ ମତ ପ୍ରକାଶ ପାଉଛି। ନଚେତ୍‌ ସମୟକ୍ରମେ ଏହି ମେଗା ଜଳ ପ୍ରକଳ୍ପର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ଛଡ଼ା କରିବ ଏଥିରେ ସନ୍ଦେହ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri