FM ଛାତ୍ରୀ ମୃତ୍ୟୁ ମାମଲା: କ୍ରାଇମବ୍ରାଞ୍ଚକୁ ମିଳିଲା ବଡ଼ ସୁରାକ୍‌! ଖିଅ ଏଇଠି…

ଭୁବନେଶ୍ୱର,୨୨।୭: ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ମାମଲାର ତଦନ୍ତ ଜାରି ରହିଛି। ବିଭିନ୍ନ ଦିଗକୁ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ। ରବିବାର ମହାବିଦ୍ୟାଳୟରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପହଞ୍ଚି ଡିଆଇଜି ଡା. ସତ୍ୟଜିତ ନାୟକଙ୍କ ସହ ଆଲୋଚନା କରିଥିଲେ। ଏହା ସହିତ ତଦନ୍ତକୁ ୬ ଦିନ ପୂରିଥିବାବେଳେ କ୍ରାଇମବ୍ରାଞ୍ଚ ହାତରେ ବଡ଼ ତଥ୍ୟ ଲାଗିଛି। କଲେଜର ଛାତ୍ରୀଛାତ୍ରଙ୍କୁ ଓ୍ବାନ ଟୁ ଓ୍ବାନ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି। ତା ସହିତ ସେମାନଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। କ୍ରାଇମବ୍ରାଞ୍ଚ ହାତରେ କେଉଁଠି ନା କେଉଁଠି ବଡ଼ ତଥ୍ୟ ଲାଗିଛି। ତା’ ସହିତ ତଦନ୍ତ ମଧ୍ୟ ଚାଲିଛି। ସେପଟେ କ୍ରାଇମବ୍ରାଞ୍ଚ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ, କିଛି କର୍ମଚାରୀଙ୍କୁ ପଚରାଉଚରା କରାଯିବ। କ୍ରାଇମବ୍ରାଞ୍ଚ ଅନୁସାରେ, ବହୁତ ତଥ୍ୟ ଲାଗିଛି। ତଦନ୍ତ ଯେହେତୁ ଚାଲିଛି, ତଦନ୍ତରେ ବାଧା ଉପୁଜିବା ଆଶଙ୍କା ନେଇ ଏବେ କିଛି କହିହେବନାହିଁ ବୋଲି କହିଛି କ୍ରାଇମବ୍ରାଞ୍ଚ।

ବିଭିନ୍ନ ଦିଗକୁ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ। ରବିବାର ମହାବିଦ୍ୟାଳୟରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପହଞ୍ଚି ଡିଆଇଜି ଡା. ସତ୍ୟଜିତ ନାୟକଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ମହାବିଦ୍ୟାଳୟରେ ପହଞ୍ଚି ଛାତ୍ରୀଜଣକ ଆତ୍ମାହୁତି ଦେଇଥିବା ସ୍ଥାନ ବୁଲି ଦେଖିଥିଲେ। ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ଫିରୋଜ ପାଢ଼ୀଙ୍କ ସହ କଥା ହୋଇ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ। ଏହି ସମୟରେ ICC ରିପୋର୍ଟରେ ସାଂଘାତିକ ଖୁଲାସା ହୋଇଛି। ଯାହା ପୀଡ଼ିତାଙ୍କୁ ନ୍ୟାୟ ଦେବା ବଦଳରେ ଦାୟୀ କରାଯାଇଛି । ରିପୋର୍ଟରେ ସମୀର ସାହୁଙ୍କୁ କ୍ଲିନଚିଟ ଦିଆଯାଇଛି। ପୀଡିତା କରିଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି ଆଇସିସି କହିଛି। ଏହି ରିପୋର୍ଟକୁ ଦେଖିଲେ ଜଣାପଡୁଛି, ପୂରା କଲେଜ ଗୋଟିଏ ପଟେ ଅନ୍ୟପଟେ ଏକା ହୋଇ ଯାଇଥିଲେ ଛାତ୍ରୀ। ଫେବର ମାଗିବା କଥା ନେଇ ପୀଡିତା ଛାତ୍ରୀ ଅଭିଯୋଗ କରିଥିଲେ। ଯାହା ପରେ ଆଇସିସି କମିଟି ଗଠନ କରାଯାଇ ତଦନ୍ତ କରିଥିଲା।

ତଦନ୍ତ କରି ଏହି ରିପୋର୍ଟ ଦେଇଥିଲା ଆଇସିସି। ପଢନ୍ତୁ…

-ପୀଡ଼ିତାଙ୍କୁ ଫେଭର ମାଗିବା କଥା, କୌଣସି ବୟାନ ବା ଦୃଷ୍ଟିକୋଣରୁ ସାବ୍ୟସ୍ତ ହୋଇନାହିଁ।
-ଏହି ଘଟଣା ପରେ ମଧ୍ୟ ପୀଡ଼ିତା ସମୀର ସାରଙ୍କ ପାଖକୁ ନୋଟ ଆଣିବାକୁ ଯାଇଛନ୍ତି ଓ ଆଦୌ ଅସୁରକ୍ଷିତ ମନେ କରିନାହାଁନ୍ତି ।
-ମେସରେ ଥିବା ବେଳେ ରାତି ୧୦ରେ କାହା ସହ କଥା ହୋଇ ଜୋରରେ କାନ୍ଦନ୍ତି ଓ ଅନ୍ୟ ଅନ୍ତେବାସୀଙ୍କୁ ଅସୁବିଧାରେ ପକାନ୍ତି ।
-ସେ ଦିନ ୨ଟା ବେଳେ ବିଛଣାରୁ ଉଠନ୍ତି, ତେଣୁ କ୍ଲାସ କରିପାରନ୍ତି ନାହିଁ ।
-ବିଭାଗୀୟ ମୁଖ୍ୟଙ୍କୁ ଦରଖାସ୍ତ ନଦେଇ କ୍ଲାସରୁ ଅନୁପସ୍ଥିତ ରୁହନ୍ତି, ତେଣୁ ଉପସ୍ଥାନ କମ ରୁହେ ।
-ନିର୍ଯାତନା ନେଇ ପ୍ରମାଣ କମିଟିର ହସ୍ତଗତ ହୋଇନାହିଁ, ତେଣୁ ଏହା ଭିତ୍ତିହୀନ


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri