ବିପଦସଙ୍କୁଳ ଅବସ୍ଥାରେ ସଦର ମହକୁମା ଫ୍ଲାଏଓଭର

ରାୟଗଡ଼ା,୪।୮(ଆଶିଷ ରଞ୍ଜନ ପଣ୍ଡା): ଜିଲା ସଦର ମହକୁମାର ମୁଖ୍ୟ ସଂଯୋଗପଥ ପାଲଟିଥିବା ଫ୍ଲାଏଓଭର ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହାର ମରାମତି ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏହାର ମରାମତି କରାଯାଉ ନାହିଁ କି ନୂତନ ପୋଲ ନିର୍ମାଣ ହେଉନାହିଁ। ବିପଦସଙ୍କୁଳ ଅବସ୍ଥାରେ ଥିବା ଏହି ଫ୍ଲାଏଓଭର କେତେବେଳେ ଯେ ଭୁଶୁଡିପଡ଼ିବ ତାହା କହିହେବ ନାହିଁ। ଅନ୍ୟପକ୍ଷରେ ବାଇପାସ୍‌ର ଯେଉଁ ରାସ୍ତା ଦେଇ ତୃତୀୟ ରେଳଧାରଣା ଯିବ ସେଠାରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ୫୫ କୋଟି ଟଙ୍କା ବ୍ୟୟରେ ନୂତନ ଫ୍ଲାଏଓଭର ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ହେଲେ ତାହା ପ୍ରସ୍ତାବରେ ସୀମିତ ରହିଯାଇଛି। ପୁରୁଣା ଫ୍ଲାଏଓଭର ଯେକୌଣସି ସମୟରେ ଭୁଶୁଡ଼ିବା ସ୍ଥିତିରେ ଥିବାବେଳେ ନୂତନ ଫ୍ଲାଏଓଭର ନିର୍ମାଣ ହେଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ପୂର୍ବରୁ ରେଳଧାରଣା ଦେଇ ଯାତାୟାତ କରିବାକୁ ପଡ଼ୁଥିବାରୁ ବହୁ ଦୁର୍ଘଟଣା ଘଟୁଥିଲା। ଏହାକୁ ଦୃଷ୍ଟିରେ ରଖି ୧୯୯୯ ମସିହାରେ ଏହି ଫ୍ଲାଏଓଭର ନିର୍ମାଣ ହୋଇଥିଲା। ହେଲେ ଏଥିରେ ଏବେ ବିଭିନ୍ନ ସ୍ଥାନରେ ଫାଟ ଦେଖିବାକୁ ମିଳିଛି। ଏହାର କିଛି ପାର୍ଶ୍ୱ ଲୁହା ଏଙ୍ଗଲ ଭରସାରେ ଛିଡ଼ା ହୋଇରହିଛି।
ସୂଚନାଯୋଗ୍ୟ, ୨୦୧୪ ମସିହାରେ ଏହି ଫ୍ଲାଏଓଭର ତଳେ ରହିଥିବା ଏକ ବେଆଇନ ସ୍କ୍ରାପ୍‌ ଗୋଦାମରେ ନିଆଁ ଲାଗି ଯାଇଥିଲା। ଫଳରେ ଅତ୍ୟଧିକ ଉତ୍ତାପ ଯୋଗୁ ଫ୍ଲାଏଓଭରର ଲୁହାରଡ୍‌ଗୁଡ଼ିକ ବଙ୍କା ହୋଇ ଫାଟ ସୃଷ୍ଟି ହୋଇଥିଲା। ପରେ ଫ୍ଲାଏ ଓଭରରେ ଅନେକ ଛୋଡବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଏହା ସହରର ମୁଖ୍ୟ ସଡ଼କପଥ ତଥା ୩୨୬ ନଂ. ଜାତୀୟ ରାଜପଥରେ ରହିଥିବାରୁ ପ୍ରତିଦିନ ହଜାର ସଂଖ୍ୟାରେ ଭାରିଯାନ ଯାତାୟାତ କରୁଛି। ଫ୍ଲାଏଓଭର ବିଭିନ୍ନ କୋଣରେ ଗଛଲତା ବଢ଼ୁଥିଲେ ମଧ୍ୟ ଏହାକୁ କଟାଯାଉ ନାହିଁ, କି ଫ୍ଲାଏଓଭରର ରକ୍ଷଣାବେକ୍ଷଣ କରାଯାଉନାହିଁ। ଏହା ନିର୍ମାଣ ହେବା ପରଠାରୁ ପୂର୍ତ୍ତ ବିଭାଗ ଅଧୀନରେ ରହିଥିଲା। ସେତେବେଳେ ମଧ୍ୟ ରକ୍ଷଣାବେକ୍ଷଣ ହେଉ ନ ଥିଲା। ଏବେ ଏହା ଜାତୀୟ ରାଜପଥ ବିଭାଗ ଅଧୀନରେ ରହିଥିଲେ ମଧ୍ୟ ଏହାର ରକ୍ଷଣାବେକ୍ଷଣ ହେଉନାହିଁ। ଏଭଳିକି ଜନସାଧାରଣ, ରାଜନେତା, ଜିଲା ପ୍ରଶାସନ ଓ ଖୋଦ୍‌ ଏମ୍‌ପି ସପ୍ତଗିରି ଉଲାକା ଏହାର ରକ୍ଷଣାବେକ୍ଷଣ ପାଇଁ ଜାତୀୟ ରାଜପଥ ବିଭାଗକୁ କହିଥିଲେ ମଧ୍ୟ କେହି ଖାତିର କରୁ ନ ଥିବା ଅଭିଯୋଗ ହେଉଛି। ତେବେ ଯେକୌଣସି ମୁହୂର୍ତ୍ତରେ ଏହି ଫ୍ଲାଏଓଭର ଭୁଶୁଡି ପଡ଼ି ବାର ସମ୍ଭାବନା ରହିଛି। ଏହା ହେଲେ ନିଶ୍ଚୟ ବହୁ ପରିମାଣରେ ଧନଜୀବନ ନଷ୍ଟ ହେବାର ଆଶଙ୍କା ରହିଛି। ତେଣୁ ଜାତୀୟ ରାଜପଥ ବିଭାଗ ଏଥିପ୍ରତି ବିଶେଷ ଧ୍ୟାନ ଦେଇ ଏହାର ସ୍ଥାୟୀ ସମାଧାନ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି। ଏ ନେଇ ଜାତୀୟ ରାଜପଥ ବିଭାଗ ସହକାରୀ ଯନ୍ତ୍ରୀ ବିକ୍ରମ ପାଣିଗ୍ରାହୀଙ୍କୁ ଫୋନ ନ ଲାଗିବାରୁ ଯୋଗାଯୋଗ ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri