ମାତିଛନ୍ତି ଦଲାଲ, ଜୀବିତ ଶ୍ରମିକଙ୍କୁ ମୃତ ଦର୍ଶାଇ ଟଙ୍କା ହଡ଼ପ ଉଦ୍ୟମ

ନବରଙ୍ଗପୁର,୪।୮(ସଦାଶିବ ପ୍ରହରାଜ): ଲୋକଙ୍କ ନିରାକ୍ଷରତାର ଫାଇଦା ଉଠାଉଛନ୍ତି ଦଲାଲ। ଏହାଦ୍ୱାରା ସରକାରୀ ଯୋଜନା କଳୁଷିତ ହେଉଛି। ଏହିଭଳି କେତେକ ଘଟଣା ନବରଙ୍ଗପୁର ବ୍ଲକ ବିକ୍ରମପୁର ପଞ୍ଚାୟତର ଡଙ୍ଗରିଗୁଡା, ଦେଓଳା, ଚଟାହାଣ୍ଡି ପଞ୍ଚାୟତର ସୁଗ୍ରୀଗୁଡ଼ା(ଦେଓଦରା, ଟିକରଗୁଡା ଏବଂ ବସିନୀ ଗାଁ ରେ ଘଟିଛି। ଶ୍ରମ ବିଭାଗରେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ଘଟିଲେ ୨ ଲକ୍ଷ ୫ ହଜାର ଟଙ୍କା ବୀମା ରାଶୀ ସରକାର ପ୍ରଦାନ କରୁଛିନ୍ତି। ଦଲାଲମାନେ ହିତାଧିକାରୀଙ୍କ ସରଳତା, ନିରକ୍ଷରତା ଓ ସଚେତନତାର ଅଭାବର ଫାଇଦା ଉଠାଉ ଜୀବିତ ଶ୍ରମିକଙ୍କୁ ମୃତ ଦେଖାଇ ଟଙ୍କା ହଡ଼ପ ଉଦ୍ୟମ କରୁଛନ୍ତି। ଏହାପରେ ଚଟାହାଣ୍ଡି ସରପଞ୍ଚ ଚଞ୍ଚଳା ସାନ୍ତା ନବରଙ୍ଗପୁର ମଣ୍ଡଳ ଶ୍ରମ ଆୟୁକ୍ତଙ୍କ ନିକଟରେ ଅଭିଯୋଗ କରିବା ସହ ସହାୟତା ରାଶି ପ୍ରଦାନ ପୂର୍ବରୁ ଲୋକ ପ୍ରତିନିଧିଙ୍କୁ କାହିଁକି ଜଣା ଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି।
ଡଙ୍ଗରୀଗୁଡା, ଦେଓଳା, ଶୁଗ୍ରୀ ଗୁଡା (ଦେଓଦରା), ଟିକରଗୁଡା ଏବଂ ବସିନୀ ଗାଁର ୮ଜଣ ଜୀବିତ ନିର୍ମାଣ ଶ୍ରମିକଙ୍କ ମୃତ ଦର୍ଶାଇ ମୃତ୍ୟୁକାଳୀନ ସହାୟତା ରାଶି ୨ଲକ୍ଷ୫ହଜାର ଟଙ୍କା ଲେଖାଏ ହଡ଼ପ କରିବାକୁ ଦଲାଲ ଯୋଜନା କରିଥିଲେ। ଶ୍ରମିକଙ୍କୁ ୫୦ହଜାର ଟଙ୍କାର ଋଣ କରାଇଦେବା ଆଶା ଦେଖାଇ ଥିଲେ। ଉକ୍ତ ଟଙ୍କାରୁ ଦଲାଲ ୧୦ ହଜାର ରଖି ହିତାଧିକାରୀଙ୍କୁ ୪୦ ହଜାର ଟଙ୍କା ଦେବେ ବୋଲି କହିବା ସହ ଋଣ ଟଙ୍କା ଶୁଝିବାକୁ ପଡ଼ିବ ନାହିଁ ବୋଲି ଜଣାଇଥିଲେ। ଏହାପରେ ଡ଼ଙ୍ଗାରିଗୁଡା ଗାଁର ଖାଗପତି ପାଇକଙ୍କଠାରୁ ଦଲାଲ ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍‌, ଲେବରକାର୍ଡ ଓ ଫଟୋଆଦି ନେଇଥିଲେ। ଏହାପରେ ସେ ସବୁ ନେଇ ମୃତ୍ୟୁକାଳୀନ ସହାୟତା ରାଶୀ ପାଇଁ ଦଲାଲ ଆବେଦନ କରିଥିଲେ। ଶ୍ରମ ବିଭାଗ ମଧ୍ୟ ସହାୟତା ରାଶିକୁ ମଞ୍ଜୁର କରିଦେଇଥିଲା। ଜାନୁୟାରୀ ୨ରେ ଖଗପତିଙ୍କ ମୃତ୍ୟୁ ହୋଇଥିବା ନେଇ ପ୍ରମାଣପତ୍ର ଓ ଫେବୃଆରୀ ୫ରେ ଭାନୁମତୀଙ୍କ ନାମରେ ଉତ୍ତରାଧିକାରୀ ପ୍ରମାଣପତ୍ର ଦଲାଲ ତିଆରିକଲେ। ଯାହାର କ୍ରମିକ ନମ୍ବର ୦୦୦୧୮୯ ରହିଛି । ତାହା ନକଲି ବୋଲି ଜଣା ପଡିଛି। ଉତ୍ତରାଧିକାରୀ ପ୍ରମାଣପତ୍ରରେ ପାପଡ଼ାହାଣ୍ଡିର ପୂର୍ବତନ ତହସିଲଦାର ପ୍ରେମଲଲ ହିଆଲଙ୍କ ଦସ୍ତଖତ ରହିଛି। ସେ ଦୁଇବର୍ଷ ହେବ ଜିଲାରୁ ବଦଳି ହୋଇ ସାରିଛନ୍ତି। ତଦନ୍ତରୁ ଏହା ଜଣା ପଡ଼ିଛି। ଦେଉଳା ଗାଁ ଦେବ ଗୌଡ଼ ରାୟଗଡ଼ାକୁ ଦାଦନ ଖଟିବାକୁ ଯାଇଥିବାବେଳେ ୨୦୨୩ ଜାନୁଆରୀ ୧ରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପ୍ରମାଣପତ୍ର ତିଆରି ହୋଇଛି। ସୁଗ୍ରୀଗୁଡ଼ା ଗାଁର ଲାଖିନାଥ ଜାନୀ ଙ୍କ ସ୍ତ୍ରୀ ଦଇମତିଙ୍କ ୨୦୨୩ ଫେବୃଆରୀ ୫ରେ ଓ ଡାଲିମ୍ବ ମାଝିଙ୍କ ଜାନୁଆରୀ ୧୦ରେ ମୃତ୍ୟୁ ହୋଇଥିବା ପ୍ରମାଣପତ୍ର ତିଆରି ହୋଇଛି। ଡାଲିମ୍ବଙ୍କ ସ୍ବାମୀ କମଳ ଲୋଚନ ଓ ପୁଅ ଲୋକେଶଙ୍କ ନାଁରେ ଉତ୍ତରାଧିକାରୀ ପ୍ରମାଣପତ୍ର ଦଲାଲ ତିଆରି କରି ଦାଖଲ କରିଛନ୍ତି। ଟିକରାଗୁଡ଼ା ଗାଁର ତ୍ରିଲୋଚନ ଜାନୀଙ୍କ ୧ ଜାନୁୟାରୀ ୨୦୨୨ରେ ମୃତ୍ୟୁ ହୋଇଛି। କିନ୍ତୁ ୨୦୨୨ ଡିସେମ୍ବର ୨୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପ୍ରମାଣପତ୍ର ଦାଖଲ ହୋଇଛି। ବାପା ମହେଶ୍ବରଙ୍କ ନାଁରେ ଉତ୍ତରାଧିକାରୀ ପ୍ରମାଣପତ୍ର ଦାଖଲ ହୋଇଛି। ଡଙ୍ଗରୀଗୁଡା ଗାଁର ଭାସ୍କର ପୂଜାରୀ, ଦଶମୁ ତନ୍ତୀ, ଦେଉଳା ଗ୍ରାମର ବଳଦେବ ଭତ୍ରା, ବାସନୀ ଗାଁର ସେବତୀ ଭତ୍ରା, ଡାଳିମ୍ବ ଚାଲାଣ ଓ ଦେଓଦୋରାର ଗାଁର ଡାଳିମ୍ବ ମାଝିଙ୍କ ନାମ ମଧ୍ୟ ମୃତ୍ୟୁକାଳୀନ ସହାୟତା ପାଇଁ ଆବେଦନ ହୋଇଛି।
ନବରଙ୍ଗପୁର ମଣ୍ଡଳଶ୍ରମ ଆୟୁକ୍ତ କୁବେର ବେହେରାଙ୍କୁ ପଚାରିବାରୁ ଘଟଣାରେ ସତ୍ୟତା ଥିବା ସ୍ବୀକାର କରିବା ସହ ଶ୍ରମିକଙ୍କ ମୃତ୍ୟୁକାଳୀନ ସହାୟତା ରାଶି ସ୍ଥଗିତ ରଖାଯାଇଛି। ଘଟଣାର ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ପଞ୍ଜିକୃତ ଶ୍ରମିକଙ୍କ ମୃତ୍ୟୁ ପରେ ଅନଲାଇନରେ ଆବେଦନ କରିହେବ। ଏହା କଲ୍ୟାଣ ସମନ୍ବୟ ଅଧିକାରୀଙ୍କ ନିକଟକୁ ଆସିବା ପରେ ଆଧାର, ଭୋଟ ପରିଚୟ ପତ୍ର, ଶ୍ରମିକ କାର୍ଡ, ମୃତ୍ୟୁ, ଉତ୍ତରାଧିକାରୀ ପ୍ରମାଣପତ୍ର ଆବେଦନର ଅଛିକି ନାହିଁ ସେ ଯାଞ୍ଚ କରିବେ। ଏହାପରେ ସେ ଜିଲା ଶ୍ରମ ଅଧିକାରୀଙ୍କୁ ପଠାଇ ଦେବେ। ଜିଲାଶ୍ରମ ଅଧିକାରୀ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଜରିଆରେ, ହିତାଧିକାରୀଙ୍କ ଘରକୁ ଯାଇ, ଟେଲିଫୋନ ମାଧ୍ୟମରେ ଓ କର୍ମଚାରୀଙ୍କୁ ପଠାଇ ସତ୍ୟତା ଯାଞ୍ଚ କରିବାପରେ ଆବେଦନରେ ସତ୍ୟତା ଥିଲେ ଜିଲାପାଳଙ୍କୁ ଅନୁମୋଦନ ପାଇଁ ପଠାଇବେ। ଅନୁମୋଦନ ପରେ ସହାୟତା ମିଳିବ। ତେବେ ଏସବୁ ତଦନ୍ତ ନହୋଇ ଜିଲାପାଳଙ୍କ ନିକଟକୁ ପଠାଇଦିଆଗଲା। ଜିଲା ଶ୍ରମ ଅଧିକାରୀ ଛୁଟିରେ ଥିବାରୁ ତାଙ୍କ ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?