ଫ୍ଲାଇଙ୍ଗ ହ୍ବାଇଟ ହାଉସ୍‌, ଲିମୋଜିନ କାର୍‌, କୋଟି କୋଟି ଟଙ୍କାର ଦରମା…ରାଷ୍ଟ୍ରପତି ହେବା ପରେ ଟ୍ରମ୍ପଙ୍କୁ ମିଳିବ ଏସବୁ ସୁବିଧା

ଓ୍ବାଶିଂଟନ୍‌,୨୦।୧: ଆମେରିକାର ନବର୍ନିବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସହିତ, ଟ୍ରମ୍ପ ଆମେରିକାର ୪୭ତମ ରାଷ୍ଟ୍ରପତି ହେବେ। ରାଷ୍ଟ୍ରପତି ହେବା ପରେ, ସେ କେବଳ କୋଟି କୋଟି ଟଙ୍କାର ଦରମା ପାଇବେ ତାହା ନାହିଁ, ବରଂ ଏଥିସହ ଅନେକ ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧା ମଧ୍ୟ ପାଇବେ।

ଆମେରିକୀୟ ରାଷ୍ଟ୍ରପତି ପ୍ରତିବର୍ଷ $୪,୦୦,୦୦୦ (ପ୍ରାୟ ୩.୪୬ କୋଟି ଟଙ୍କା) ଦରମା ପାଆନ୍ତି। ଏହି ଦରମା ୨୦୦୧ ମସିହାରୁ ସ୍ଥିର ହୋଇଛି ଏବଂ ଏପର୍ଯ୍ୟନ୍ତ ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହା ବ୍ୟତୀତ, ତାଙ୍କୁ $୧,୬୯,୦୦୦ (ପ୍ରାୟ ୧.୪୬ କୋଟି ଟଙ୍କା) ମୂଲ୍ୟର ଅନ୍ୟାନ୍ୟ ଭତ୍ତା ମଧ୍ୟ ମିଳିବ। ଏହି ଭତ୍ତା ସରକାରୀ ଏବଂ ବ୍ୟକ୍ତିଗତ ଭତ୍ତା ଅନ୍ତର୍ଭୁକ୍ତ। ଆମେରିକୀୟ ରାଷ୍ଟ୍ରପତି ବାର୍ଷିକ $୫୦,୦୦୦ ଖର୍ଚ୍ଚ ଭତ୍ତା ପାଆନ୍ତି।

ଡୋନାଲ୍ଡ ଟ୍ରମ୍ପଙ୍କୁ ଯାତ୍ରା ପାଇଁ ଭତ୍ତା ଭାବରେ $୧୦୦,୦୦ ଏବଂ ମନୋରଞ୍ଜନ ଭତ୍ତା ଭାବରେ $୧୯,୦୦୦ ପ୍ରଦାନ କରାଯିବ। ଏଥିରେ ତାଙ୍କ କର୍ମଚାରୀ ଏବଂ ରୋଷେଇଆଙ୍କ ଦରମା ମଧ୍ୟ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ସେ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ, ତାଙ୍କ ଇଚ୍ଛା ଅନୁସାରେ ହ୍ବାଇଟ ହାଉସର ଭିତର ଡିଜାଇନ କରିବା ପାଇଁ ତାଙ୍କୁ $୧,୦୦,୦୦୦ ମିଳିବ।

ଆମେରିକା ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ହ୍ବାଇଟ ହାଉସ ହେବ, ଯେଉଁଠାରେ ସମସ୍ତ ସୁବିଧା ଉପଲବ୍ଧ। ତାଙ୍କର ଘରୋଇ ଏବଂ ବିଦେଶୀ ଯାତ୍ରା ପାଇଁ, ଟ୍ରମ୍ପ ‘ଏୟାର ଫୋର୍ସ ୱାନ’ ନାମକ ଏକ ସ୍ବତନ୍ତ୍ର ବିମାନ ଏବଂ ‘ମାରାଇନ ୱାନ’ ନାମକ ଏକ ହେଲିକପ୍ଟର ବ୍ୟବହାର କରିବେ। ଆମେରିକାର ରାଷ୍ଟ୍ରପତିଙ୍କୁ ୨୪ ଘଣ୍ଟା ସିକ୍ରେଟ ସୁରକ୍ଷା ପ୍ରଦାନ କରାଯାଏ। ଏହା ସହିତ, ରାଷ୍ଟ୍ରପତି ଏବଂ ତାଙ୍କ ପରିବାର ମାଗଣା ଚିକିତ୍ସା ସୁବିଧା ପାଆନ୍ତି।

‘ଏୟାର ଫୋର୍ସ ୱାନ’ ହେଉଛି ଆମେରିକୀୟ ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ବିମାନ, ଯାହାକୁ ‘ଫ୍ଲାଇଂ ହ୍ବାଇଟ ହାଉସ’ ମଧ୍ୟ କୁହାଯାଏ। ରାଷ୍ଟ୍ରପତିଙ୍କ କାମ କରିବା ପାଇଁ ସମସ୍ତ ପ୍ରକାରର ସୁବିଧା ଏଥିରେ ଉପଲବ୍ଧ। ଏହି ବିମାନରେ ଏକାଥରେ ୧୦୦ ରୁ ଅଧିକ ଲୋକ ଯାତ୍ରା କରିପାରିବେ। ଏହି ବିମାନଟି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?