ସହର ଭିତରେ ଫ୍ଲାଏ ଆଶ୍‌ ଇଟା କାରଖାନା

ଯାଜପୁର ସଦର,୨୬।୨(ଡି.ଏନ.ଏ.): ଯାଜପୁର ତହସିଲ ଅନ୍ତର୍ଗତ ଯାଜପୁର ସହର ଭିତରେ ଏକ ଫ୍ଲାଏ ଆଶ୍‌ ଇଟା କାରଖାନା ଚାଲିଛି। ଏହି କାରଖାନାରେ ନମ୍ବର ବିହୀନ ଗାଡ଼ିଗୁଡ଼ିକୁ ଇଟା ପରିବହନ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଏଥିସହିତ ଇଟା ଅନ୍‌ଲୋଡିଂ ପାଇଁ ଶିଶୁ ଶ୍ରମିକମାନଙ୍କୁ ନିୟୋଜିତ କରାଯାଉଛି। ସହର ଭିତରେ ଶିଶୁ ଶ୍ରମିକମାନଙ୍କୁ ନେଇ ଇଟା ପରିବହନ ପୋଲିସ୍‌ ଜାଣତରେ ହେଉଛି। ଏହାବାଦ କାରଖାନାରୁ ବାହାରୁଥିବା ଧୂଆଁ, ଇଟା ତିଆରି ମେଶିନର ଶବ୍ଦରେ ଜନ ସାଧାରଣ ଅତିଷ୍ଠ ହେଉଥିବା ଅଭିଯୋଗ ହେଉଛି। ସହର ଭିତରେ ଇଟା କାରଖାନାକୁ କିପରି ଅନୁମତି ମିଳିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗୁରୁବାର ଅପରାହ୍ନରେ ଏହି କାରଖାନାରୁ ୨ଟି ନମ୍ବର ବିହୀନ ଟ୍ରାକ୍ଟର ମାଧ୍ୟମରେ ଇଟା ବୋଝେଇ ହୋଇ ଯାଉଥିବା ବେଳେ ରାସ୍ତାରେ ଓଲଟି ପଡ଼ିଥିଲା। ଟ୍ରାକ୍ଟର ଉପରେ ବସି ଇଟା ଖଲାସ୍‌ କରିବାକୁ ଯାଉଥିବା ୨ଜଣ ନାବାଳିକା ଶ୍ରମିକ ଗୁରୁତର ଆହତ ହୋଇ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଜଣକ ହାତରେ ଗଭୀର ଆଘାତ ଲାଗିଛି ଓ ଅନ୍ୟ ଜଣେ ଘରକୁ ଫେରି ଯାଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ୧ଘଣ୍ଟା ପର୍ଯ୍ୟନ୍ତ ୨୦ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଥିଲାବେଳେ ଯାଜପୁର ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ନମ୍ବର ବିହୀନ ଟ୍ରାକ୍ଟରକୁ ଜବତ କରି ଯାତାୟାତକୁ ସ୍ବାଭାବିକ କରିଥିଲା। ପ୍ରଶାସନ ଆଖି ଆଗରେ ଶିଶୁ ଶ୍ରମିକ ବିପଦପୂର୍ଣ୍ଣ ଭାବେ ଖଟୁଥିବାରୁ ସଚେତନ ନାଗରିକମାନେ କ୍ଷୋଭ ପ୍ରକାଶ କରୁଛନ୍ତି। ଘଟଣା ସମ୍ପର୍କରେ ସ୍ଥାନୀୟ ମହାବୀରନଗର ବାସିନ୍ଦା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କରଙ୍କୁ ଅବଗତ କରିବା ସହ ବେଆଇନ୍‌ କାର୍ଯ୍ୟ ସମ୍ପର୍କରେ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ଇଟାଭାଟି ଅନୁମତି ତାଙ୍କ ପରିସର ବାହାରେ। ଯଦି ଏଥିପାଇଁ ପ୍ରଦୂଷଣ ହେଉଛି ତେବେ ବିଭାଗ ପକ୍ଷରୁ ନିଶ୍ଚିତ ଭାବେ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜିଦରେ ଅଟଳ ରହିପାରିଲାନି ବାଂଲାଦେଶ, ଏବେ ଭାରତକୁ କହିଲାଣି…

ଢାକା,୨୪।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆର୍ଥିକ ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ ମଙ୍ଗଳବାର (ଡିସେମ୍ବର ୨୩, ୨୦୨୫) କହିଛନ୍ତି ଯେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ନୂଆଦିଲ୍ଲୀ...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବାଂଲାଦେଶ ହିଂସା: ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ଢାକା,୨୪।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ବଡଦିନ ପାଇଁ ବ୍ୟାପକ ପ୍ରସ୍ତୁତି: ପୋଲିସର ଫ୍ଲାଗମାର୍ଚ୍ଚ

ରାଇକିଆ, ୨୪।୧୨(ପ୍ରଦୀପ ବେହେରା)- ଆଉ ଗୋଟିଏ ଦିନ ପରେ ବଡଦିନ। ଏଥିପାଇଁ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଚର୍ଚ୍ଚରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ବ୍ୟାପକ...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri