ସ୍ବପ୍ନରେ ଫୁଲ

ଆମର ସଚେତନ ମସ୍ତିଷ୍କ ଯାହା ସବୁ ଦେଖିଥାଏ ଶୋଇବାବେଳେ ସେଇସବୁ ଜିନିଷ ଅବଚେତନ ମସ୍ତିଷ୍କରେ ସ୍ବପ୍ନ ଆକାରରେ ଆମକୁ ଦେଖାଯାଇଥାଏ। ଏହିସବୁ ସ୍ବପ୍ନ କେବେ ମନେ ରହେ ତ କେବେ ଉଠିବାର କିଛି ସମୟ ପରେ ମନରୁ କୁଆଡୁ ଲିଭିଯାଏ। ଅନେକେ କୁହନ୍ତି ସ୍ବପ୍ନ ତ କେବଳ ସ୍ବପ୍ନ, ସେ କ’ଣ କେବେ ସତ ହୋଇପାରେ। ତେବେ ଆଉ କେତେକେ କୁହନ୍ତି ସ୍ବପ୍ନ ସବୁ କେବଳ ସ୍ବପ୍ନ ନୁହେଁ ବରଂ ଆଗାମୀ ଦିନରେ ଘଟିବାକୁ ଥିବା ଘଟଣାର ଗୋଟେ ଗୋଟେ ସଙ୍କେତ। ତେଣୁ ସ୍ବପ୍ନକୁ କେବେ ହେୟଜ୍ଞାନ କରିବା ଠିକ୍‌ ନୁହେଁ। ସ୍ବପ୍ନରେ ତ ଆମେ ଅନେକ କଥା ଦେଖିଥାଉ। ତେବେ କେହି କେବେ ଫୁଲକୁ ନେଇ ସ୍ବପ୍ନ ଦେଖିଛନ୍ତି କି? ଯଦି ଦେଖିଛନ୍ତି ତେବେ ସେଇ ସ୍ବପ୍ନ କ’ଣ ସଙ୍କେତ ଦିଏ ଜାଣିବାକୁ ଇଛା ନିଶ୍ଚୟ ହୋଇଥିବ। ଜାଣନ୍ତୁ ସ୍ବପ୍ନରେ ଫୁଲ ଦେଖିବା ଦିଏ କି ସଙ୍କେତ…

ଗୋଲାପ: ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ବପ୍ନରେ ପ୍ରେମର ପ୍ରତୀକ ଗୋଲାପ ଫୁଲ ଦେଖିବାର ଅର୍ଥ ହେଉଛି ଆପଣଙ୍କ ଜୀବନରେ ପ୍ରେମର ଫୁଲ ଫୁଟିବ। ମନ ବୁଝିପାରିବା ତଥା ବହୁତ ଭଲ ପାଉଥିବା ମଣିଷ ଜଣେ ଜୀବନକୁ ସୁନ୍ଦର କରିବାକୁ ଆସିବେ। ଯଦି ଆପଣଙ୍କ ଜୀବନରେ ସାଥୀଟିଏ ଅଛନ୍ତି ଆଉ ଏହି ସ୍ବପ୍ନ ଦେଖୁଛନ୍ତି ତେବେ ତା’ର ଅର୍ଥ ଆପଣଙ୍କୁ ଅଧିକ ପ୍ରେମ ଓ ମାନସମ୍ମାନ ମିଳିବ।

ପଦ୍ମ ଫୁଲ: ସ୍ବପ୍ନରେ ପଦ୍ମ ଫୁଲ ଦେଖିବା ଶୁଭ ସଙ୍କେତ ଦେଇଥାଏ। ଏହା ସଙ୍କେତ ଦିଏ ଯେ, ମା’ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ଧନଲାଭ ହେବ।

ଗେଣ୍ଡୁ ଫୁଲ: ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ବପ୍ନରେ ଗେଣ୍ଡୁ ଫୁଲ ଦେଖିବା ଅର୍ଥ ଆପଣଙ୍କ ହାତରେ କୌଣସି ବଡ ପୁଣ୍ୟ କାମ ହେବାକୁ ଯାଉଛି।

ରଙ୍ଗବିରଙ୍ଗର ଫୁଲ: ରଙ୍ଗ ବିରଙ୍ଗର ସୁନ୍ଦର ଫୁଲ ସ୍ବପ୍ନରେ ଦେଖିବା ସଙ୍କେତ ଦିଏ ଯେ, ଖୁବ୍‌ ଶୀଘ୍ର କିଛି ଶୁଭ ଖବର ମିଳିବ।

ମଲ୍ଲି ଫୁଲ: ସୁନ୍ଦର ମହକଭରା ମଲ୍ଲି ଫୁଲକୁ ସ୍ବପ୍ନରେ ଦେଖିବା ଭାଗ୍ୟ ଚମକିବାର ଇଶାରା ଦିଏ । ତା’ସହ ଜୀବନରେ ନିଶ୍ଚୟ କିଛି ଖୁସିର ଖବର ଆସିବ ବୋଲି ସୂଚନା ଦିଏ।

ଫୁଲର ମାଳା: ଫୁଲର ମାଳା ସ୍ବପ୍ନ କହେ ଆପଣଙ୍କ ଘରେ କିଛି ମାଙ୍ଗଳିକ କାର୍ଯ୍ୟ ହେବାକୁ ଯାଉଛି।

ବାସି ଝାଉଁଳି ଯାଇଥିବା ଫୁଲ: ଝାଉଁଳି ଯାଇଥିବା ବାସି ଫୁଲ ସ୍ବପ୍ନେରେ ଆସିଲେ ଏହା ସୂଚାଇଥାଏ ଯେ, ଆପଣଙ୍କର କୌଣସି ନିକଟତର ଲୋକଙ୍କ ସହ ଝଗଡା ବା ମନୋମାଳିନ୍ୟ ହୋଇପାରେ। ତେଣୁ ସତର୍କ ରହିବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ନୀରୋଗ ସ୍ବାସ୍ଥ୍ୟ ପାଇଁ ହୋମିଓପାଥି

ହୋମିଓପାଥି ଚିକିତ୍ସାର ଜନକ ଭାବେ ବିବେଚିତ ଡା. ସାମୁଏଲ ହ୍ୟାନିମାନ ୧୭୯୬ ଏପ୍ରିଲ ୧୦ ରେ ଜନ୍ମଗ୍ରହଣ କରିଥିଲେ। ସେହି ବିଶିଷ୍ଟ ଡାକ୍ତରଙ୍କ ଜନ୍ମଦିନ ଅବସରରେ ପ୍ରତିବର୍ଷ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

ମେଷ ସଂକ୍ରାନ୍ତିରେ ଅଶୁଭ ଯୋଗ, ଏହି ରାଶିର ହୋଇପାରେ ଅସୁବିଧା

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଏପ୍ରିଲ ୧୪ ତାରିଖ ଏକ ବିଶେଷ ଗୁରୁତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି । ଏହି ଦିନ ସୂର୍ଯ୍ୟ ଦେବତା ତାଙ୍କର ଉଚ୍ଚ ରାଶି …

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

ଅକ୍ଷୟ ତୃତୀୟାରେ ଗୋଟିଏ ଟଙ୍କା ଖର୍ଚ୍ଚ ନକରି ବି ପାଇବେ ମହାଲାଭ, କରନ୍ତୁ ଏହି ଗୋଟିଏ କାମ…

ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ, ଅକ୍ଷୟ ତୃତୀୟା ତିଥି ଅତ୍ୟନ୍ତ ସ୍ବତନ୍ତ୍ର। ଏହି ଦିନ ଦେବୀ ଲକ୍ଷ୍ମୀ, ଭଗବାନ କୁବେର ଏବଂ ଭଗବାନ ଧନୱନ୍ତରୀଙ୍କୁ ପୂଜା କରାଯାଏ।…

ଶୁକ୍ର ନକ୍ଷତ୍ର ଗୋଚର: ମାଲାମାଲ ହେବେ ଏହି ୩ ରାଶି

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ସୋମବାର, ଏପ୍ରିଲ ୬, ୨୦୨୬ ରାତି ୧:୦୪ ସମୟରେ, ସୁଖ ଏବଂ ସମୃଦ୍ଧିର ଦାତା ଶୁକ୍ର ଅଶ୍ୱିନୀରୁ ଭରଣୀ ନକ୍ଷତ୍ରକୁ ଗମନ କରିଛନ୍ତି।…

ହାର୍ଟ ପାଇଁ ବିପଦ ଏସବୁ ଖାଦ୍ୟ

ବର୍ତ୍ତମାନ ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରୁ ହୃଦ୍‌ଜନିତ ସମସ୍ୟା ଅନ୍ୟତମ। ତେବେ କେତେକ ଖାଦ୍ୟ ପ୍ରତି ସତର୍କ ରହିଲେ ଏଭଳି ସମସ୍ୟାଠାରୁ ଆପଣ…

ଆବେଲ ପୁରସ୍କାର-୨୦୨୬

ଆବେଲ ପୁରସ୍କାର ହେଉଛି ଗଣିତ ପାଇଁ ଏକ ଉଲ୍ଲେଖନୀୟ ସମ୍ମାନ। ଏହାକୁ ନୋବେଲ ପୁରସ୍କାର ସହ ସମାନ ମନେ କରାଯାଇଥାଏ। ନରଓ୍ବେର ବିଶିଷ୍ଟ ଗଣିତଜ୍ଞ ନିଲ୍‌ସ ହେନରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri