ଫୁଲର ମହକ: ରୋଗ ନିବାରକ

ପ୍ରକୃତିର ଅନ୍ୟତମ ସୁନ୍ଦରତମ ସୃଷ୍ଟି ହେଲା ‘ଫୁଲ’। ତା’ର ସୁନ୍ଦରତା ଯେ କେବଳ ଆମକୁ ବିମୋହିତ କରେ ତାହା ନୁହେଁ, ମହକ ମଧ୍ୟ ଆମ ମନକୁ ସ୍ପର୍ଶ କରେ ଅତି ନିବିଡ଼ ଭାବେ। ଏହା ବିବିଧ ଯାଦୁକରୀ ଶକ୍ତି ଅଧିକାରୀ ହୋଇଥିବାର ବିଶ୍ୱାସକୁ ନେଇ କାହାଣୀମାନ ସାରା ଦୁନିଆରେ ଚଳି ଆସୁଛି କେଉଁ ଅନାଦି କାଳରୁ। ଏଣୁ ମାଲୁଣୀ ଫୁଲଟିଏ ସୁଙ୍ଘାଇ ଦେଇ ମଣିଷକୁ ମେଣ୍ଢାରେ ରୂପାନ୍ତରିତ କଲା ଭଳି ରହିଛି ଅନେକ ଉପକଥା। ସମ୍ଭବତଃ ଏହାର ପ୍ରଭାବରେ ମଣିଷର ଉଗ୍ରମନକୁ ବଶୀଭୂତ କରି ତା’ଠାରେ ମେଣ୍ଢାର ବିଶ୍ୱସ୍ତ ମନଟିଏ ସୃଷ୍ଟି କରିବା ହେଲା ଏହା ମୂଳରେ ନିହିତ ସତ୍ୟ। ଅନ୍ୟପକ୍ଷରେ ଠାକୁରଙ୍କ ଛଡ଼ାଫୁଲ କିମ୍ବା କୌଣସି ସାଧୁସନ୍ନ୍ୟାସୀଙ୍କ ଦ୍ୱାରା ଆଶୀର୍ବାଦ ରୂପେ ପ୍ରଦତ୍ତ ଫୁଲ ଆମ ଦେହ ଓ ମନକୁ ସୁସ୍ଥ ରଖିବାରେ ବିଶ୍ୱାସ ଆମର ରହିଛି। ପ୍ରକୃତରେ ତଦ୍ଦ୍ବାରା ଦୂର ହୁଏ ଆମ ମାନସିକ ଚାପ, ଉଜ୍ଜୀବିତ ହୁଏ ସକାରାତ୍ମକ ଭାବପ୍ରବଣତା ଏବଂ ଅବସାନ ଘଟେ ଶାରୀରିକ କ୍ଳାନ୍ତିର। ଏପରିକି ଏହା ଆମଠାରେ ରୋଗ ପ୍ରତିରୋଧକ ଶକ୍ତିକୁ ତ୍ୱରାନ୍ବିତ କରେ ବୋଲି ଏବେ ସ୍ବୀକାର କଲେଣି ଚିକିତ୍ସା ବିଜ୍ଞାନୀମାନେ।
ରୋଗ ପ୍ରତିରୋଧ ଏବଂ ଚିକିତ୍ସା କ୍ଷେତ୍ରରେ ଫୁଲ ବ୍ୟବହାର ହେବାର ଇତିହାସ ବେଶ୍‌ ପୁରାତନ। ତେବେ ଖ୍ରୀଷ୍ଟଜନ୍ମର ପ୍ରାୟ ୪୦୦୦ ବର୍ଷ ପୂର୍ବେ ଏହା ମିଶରରେ ଆରମ୍ଭ ହୋଇଥିବାର ଐତିହାସିକ ସୂଚନା ମିଳେ। ତତ୍ପରେ ଭାରତ, ଚାଇନା, ଗ୍ରୀସ, ରୋମ୍‌ ଆଦିର ପ୍ରାଚୀନ ସଭ୍ୟତାରେ ଏହାର ଉପଯୋଗ ହେବାର ଜଣାଯାଏ। ଖ୍ରୀଷ୍ଟପୂର୍ବ ୫ମ ଶତାବ୍ଦୀରେ ପ୍ରସିଦ୍ଧ ଗ୍ରୀକ୍‌ ଚିକିତ୍ସକ ହିପୋକ୍ରେଟ୍‌ସ ଫୁଲର ଔଷଧୀୟ ଗୁଣ ସମ୍ପର୍କରେ ଶିକ୍ଷା ପ୍ରଦାନ କରୁଥିବାର ପ୍ରମାଣ ମଧ୍ୟ ରହିଛି। ତେବେ ତାହା କେବଳ ଫୁଲ ବା ଏହାର ମହକରେ ଉପଯୋଗ ମଧ୍ୟରେ ସୀମାବଦ୍ଧ ନ ଥିଲା, ବରଂ ତହିଁରୁ ତଥା ଗଛଲତା ଓ ଗୁଳ୍ମ ଇତ୍ୟାଦିରୁ ପ୍ରସ୍ତୁତ ବିବିଧ ସୁବାସିତ ତୈଳ ମଧ୍ୟ ଏହାର ଅନ୍ତର୍ଭୁକ୍ତ ଥିଲା। ଅନ୍ୟପକ୍ଷରେ ଆମ ଦେଶରେ ଏହାକୁ ଭିତ୍ତିକରି ଗଢ଼ିଉଠିଲା ଶତାବ୍ଦୀ ଶତାବ୍ଦୀ ତଳେ ଆୟୁର୍ବେଦ ଚିକିତ୍ସା ପଦ୍ଧତି, ଯାହାର ପ୍ରଥମ ଜଣାଶୁଣା ପ୍ରବର୍ତ୍ତକ ଥିଲେ ଚରକ। ତାଙ୍କ ରଚିତ ‘ଚରକ ସଂହିତା’ରେ ଏଥିସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ବର୍ତ୍ତମାନ ଆଧୁନିକ ଚିକିତ୍ସା ପଦ୍ଧତି ମଧ୍ୟ ଏହାକୁ ଗ୍ରହଣ କଲାଣି।
ଏଥିଅନୁସାରେ ଫୁଲ ଅଥବା ଗଛଲତା ଗୁଳ୍ମଙ୍କ ମନଛୁଅଁା ମହକ ଦୁଶ୍ଚିନ୍ତା, ମାନସିକ ଚାପ, ନିଦ୍ରାହୀନତା, ମୁଣ୍ଡବ୍ୟଥା, କ୍ରୋଧ ତଥା ଅନ୍ୟାନ୍ୟ ମାନସିକ ରୋଗର ଉପଶମ ଘଟାଇପାରେ। କେତେକ ଫୁଲରୁ ନିଷ୍କାଷିତ ସୁବାସିତ ତୈଳକୁ ଅନ୍ୟ ତୈଳ ସହିତ ମିଶ୍ରଣ କରି ଚର୍ମ ଉପରେ ପ୍ରଲେପ ଦେଲେ, ଆଘ୍ରାଣ କଲେ କିମ୍ବା ଜଳରେ ମିଶାଇ ସ୍ନାନ କଲେ ତାହା ସକାରାତ୍ମକ ମାନସିକତା ଉତ୍ପନ କରିବା ସହିତ ମାନସିକ ଚାପ ସହ ସମ୍ପୃକ୍ତ ଅଧିକାଂଶ ଲକ୍ଷଣ ଦୂର କରିଥାଏ। ମଲ୍ଲୀ, ଚମ୍ପା, ଲାଭେଣ୍ଡର ଇତ୍ୟାଦି ଏହାର ଅନ୍ତର୍ଭୁକ୍ତ। ଏପରି କି ଏଗୁଡ଼ିକ ଆମେ ସିଧାସଳଖ ବ୍ୟବହାର କଲେ ସେ ପ୍ରକାର ଫଳ ମିଳିଥାଏ।
ଫୁଲର ମହକରେ ଏ ପ୍ରକାର ଗୁଣର କାରଣ ହେଲା ଯେ, ତାହା ଘ୍ରାଣ ବ୍ୟବସ୍ଥା ମାଧ୍ୟମରେ ଗତି କରି ମସ୍ତିଷ୍କରେ ପହଞ୍ଚେ ଏବଂ ତା’ର କ୍ରିୟାକଳାପକୁ ପ୍ରଭାବିତ କରେ। ଫଳରେ ତହିଁରୁ ଆମ ଭାବପ୍ରବଣତାକୁ ନିୟନ୍ତ୍ରଣ ଏବଂ ମନକୁ ଶାନ୍ତ କଲା ଭଳି ରସାୟନମାନଙ୍କର କ୍ଷରଣ ଘଟେ। ପୁନଶ୍ଚ ଶାରୀରିକ ପ୍ରକ୍ରିୟାକୁ ମଧ୍ୟ ଏହା ପ୍ରଭାବିତ କରେ। ଅତଏବ ରୋଗ ପ୍ରତିରୋଧକ ଶକ୍ତି ବଢ଼େ ଏବଂ ବିବିଧ ରୋଗର ପ୍ରଭାବ ହ୍ରାସ ପାଏ।
ଫୁଲର ମହକ ଏବଂ ତହିଁରୁ ଉତ୍ପନ ସୁବାସିତ ତୈଳ ତାହାର ପ୍ରକାରଭେଦ ଅନୁସାରେ ମନକୁ ପ୍ରଭାବିତ କରିଥାଏ। ଅବଶ୍ୟ ଏହାଦ୍ୱାରା ମନ ରୋଗଟି ସମ୍ପୂର୍ଣ୍ଣ ଦୂର ହୋଇପାରେ କି ନ ପାରେ, ତେବେ ତାହା ରାସାୟନିକ ଭାବେ ତାକୁ ନିଶ୍ଚିତ ରୂପେ ଶାନ୍ତ କରେ ଏବଂ ରୋଗର ଲକ୍ଷଣଗୁଡିକ ସହିତ ଖାପ ଖୁଆଇବାରେ ସାହାଯ୍ୟ କରେ। ଲାଭେଣ୍ଡର, ଗୋଲାପ, ମଲ୍ଲୀ, ରଜନୀଗନ୍ଧା, ଚମ୍ପା ଆଦି ଫୁଲ ଏଥିପାଇଁ ବିଶେଷଭାବେ ଉପଯୋଗୀ। ବାର୍ଦ୍ଧକ୍ୟଜନିତ ସ୍ମୃତିହୀନତା, ଅମନଯୋଗିତା, ଅନିଦ୍ରା ଏବଂ ବିବିଧ ଶାରୀରିକ ଯନ୍ତ୍ରଣା ଆଦିର ମଧ୍ୟ ଏହା ଉପଶମ କରିଥାଏ।
ଅନେକ ସ୍ଥଳେ, ମାନସିକ ରୋଗ ସହିତ ସଂପୃକ୍ତ ହୋଇଥାଏ ଶାରୀରିକ ରୋଗ, ଯେପରିକି ଉଚ୍ଚ ରକ୍ତଚାପ, ହୃଦ୍‌ଘାତ ପ୍ରଭୃତି। ଫୁଲର ମହକ ଏସବୁର ସମ୍ଭାବନା ହ୍ରାସ କରିପାରେ। କୁହାଯାଏ ଯେ ଏହି କାରଣରୁ ରାଜପ୍ରାସାଦଠାରୁ ଆରମ୍ଭ କରି ଜନପଦମାନଙ୍କର ବିଭିନ୍ନ ସ୍ଥାନରେ ପୁଷ୍ପ ଉଦ୍ୟାନମାନ ପ୍ରତିଷ୍ଠା କରାଯାଉଥିଲା। ଏବେବି ଘର ଅଗଣା ଏବଂ ବାଡିରେ ଆମେ ଫୁଲଗଛ ଲଗାଉଛୁ। ସେହିପରି ଦେବଦେବୀଙ୍କ ପୂଜାର୍ଚ୍ଚନାରେ ସୁବାସିତ ଫୁଲର ବ୍ୟବହାର ଆମ ମନରେ ଆଧ୍ୟାତ୍ମିକ ଭାବ ଉଦ୍ରେକ କରି ଭୁଲାଇ ଦେଉଛି ବସ୍ତୁବାଦୀ ଜୀବନର ଯନ୍ତ୍ରଣା। ଅତଏବ ଏହା ହିଁ ହେଉଛି ପ୍ରକୃତରେ ଏକ ଯାଦୁକରୀ ସୃଷ୍ଟି।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷାନିବାସ, ଖଣ୍ଡଗିରି ବିହାର, ଖଣ୍ଡଗିରି, ଭୁବନେଶ୍ୱର
ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri