ଫୁଲର ମହକ: ରୋଗ ନିବାରକ

ପ୍ରକୃତିର ଅନ୍ୟତମ ସୁନ୍ଦରତମ ସୃଷ୍ଟି ହେଲା ‘ଫୁଲ’। ତା’ର ସୁନ୍ଦରତା ଯେ କେବଳ ଆମକୁ ବିମୋହିତ କରେ ତାହା ନୁହେଁ, ମହକ ମଧ୍ୟ ଆମ ମନକୁ ସ୍ପର୍ଶ କରେ ଅତି ନିବିଡ଼ ଭାବେ। ଏହା ବିବିଧ ଯାଦୁକରୀ ଶକ୍ତି ଅଧିକାରୀ ହୋଇଥିବାର ବିଶ୍ୱାସକୁ ନେଇ କାହାଣୀମାନ ସାରା ଦୁନିଆରେ ଚଳି ଆସୁଛି କେଉଁ ଅନାଦି କାଳରୁ। ଏଣୁ ମାଲୁଣୀ ଫୁଲଟିଏ ସୁଙ୍ଘାଇ ଦେଇ ମଣିଷକୁ ମେଣ୍ଢାରେ ରୂପାନ୍ତରିତ କଲା ଭଳି ରହିଛି ଅନେକ ଉପକଥା। ସମ୍ଭବତଃ ଏହାର ପ୍ରଭାବରେ ମଣିଷର ଉଗ୍ରମନକୁ ବଶୀଭୂତ କରି ତା’ଠାରେ ମେଣ୍ଢାର ବିଶ୍ୱସ୍ତ ମନଟିଏ ସୃଷ୍ଟି କରିବା ହେଲା ଏହା ମୂଳରେ ନିହିତ ସତ୍ୟ। ଅନ୍ୟପକ୍ଷରେ ଠାକୁରଙ୍କ ଛଡ଼ାଫୁଲ କିମ୍ବା କୌଣସି ସାଧୁସନ୍ନ୍ୟାସୀଙ୍କ ଦ୍ୱାରା ଆଶୀର୍ବାଦ ରୂପେ ପ୍ରଦତ୍ତ ଫୁଲ ଆମ ଦେହ ଓ ମନକୁ ସୁସ୍ଥ ରଖିବାରେ ବିଶ୍ୱାସ ଆମର ରହିଛି। ପ୍ରକୃତରେ ତଦ୍ଦ୍ବାରା ଦୂର ହୁଏ ଆମ ମାନସିକ ଚାପ, ଉଜ୍ଜୀବିତ ହୁଏ ସକାରାତ୍ମକ ଭାବପ୍ରବଣତା ଏବଂ ଅବସାନ ଘଟେ ଶାରୀରିକ କ୍ଳାନ୍ତିର। ଏପରିକି ଏହା ଆମଠାରେ ରୋଗ ପ୍ରତିରୋଧକ ଶକ୍ତିକୁ ତ୍ୱରାନ୍ବିତ କରେ ବୋଲି ଏବେ ସ୍ବୀକାର କଲେଣି ଚିକିତ୍ସା ବିଜ୍ଞାନୀମାନେ।
ରୋଗ ପ୍ରତିରୋଧ ଏବଂ ଚିକିତ୍ସା କ୍ଷେତ୍ରରେ ଫୁଲ ବ୍ୟବହାର ହେବାର ଇତିହାସ ବେଶ୍‌ ପୁରାତନ। ତେବେ ଖ୍ରୀଷ୍ଟଜନ୍ମର ପ୍ରାୟ ୪୦୦୦ ବର୍ଷ ପୂର୍ବେ ଏହା ମିଶରରେ ଆରମ୍ଭ ହୋଇଥିବାର ଐତିହାସିକ ସୂଚନା ମିଳେ। ତତ୍ପରେ ଭାରତ, ଚାଇନା, ଗ୍ରୀସ, ରୋମ୍‌ ଆଦିର ପ୍ରାଚୀନ ସଭ୍ୟତାରେ ଏହାର ଉପଯୋଗ ହେବାର ଜଣାଯାଏ। ଖ୍ରୀଷ୍ଟପୂର୍ବ ୫ମ ଶତାବ୍ଦୀରେ ପ୍ରସିଦ୍ଧ ଗ୍ରୀକ୍‌ ଚିକିତ୍ସକ ହିପୋକ୍ରେଟ୍‌ସ ଫୁଲର ଔଷଧୀୟ ଗୁଣ ସମ୍ପର୍କରେ ଶିକ୍ଷା ପ୍ରଦାନ କରୁଥିବାର ପ୍ରମାଣ ମଧ୍ୟ ରହିଛି। ତେବେ ତାହା କେବଳ ଫୁଲ ବା ଏହାର ମହକରେ ଉପଯୋଗ ମଧ୍ୟରେ ସୀମାବଦ୍ଧ ନ ଥିଲା, ବରଂ ତହିଁରୁ ତଥା ଗଛଲତା ଓ ଗୁଳ୍ମ ଇତ୍ୟାଦିରୁ ପ୍ରସ୍ତୁତ ବିବିଧ ସୁବାସିତ ତୈଳ ମଧ୍ୟ ଏହାର ଅନ୍ତର୍ଭୁକ୍ତ ଥିଲା। ଅନ୍ୟପକ୍ଷରେ ଆମ ଦେଶରେ ଏହାକୁ ଭିତ୍ତିକରି ଗଢ଼ିଉଠିଲା ଶତାବ୍ଦୀ ଶତାବ୍ଦୀ ତଳେ ଆୟୁର୍ବେଦ ଚିକିତ୍ସା ପଦ୍ଧତି, ଯାହାର ପ୍ରଥମ ଜଣାଶୁଣା ପ୍ରବର୍ତ୍ତକ ଥିଲେ ଚରକ। ତାଙ୍କ ରଚିତ ‘ଚରକ ସଂହିତା’ରେ ଏଥିସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ବର୍ତ୍ତମାନ ଆଧୁନିକ ଚିକିତ୍ସା ପଦ୍ଧତି ମଧ୍ୟ ଏହାକୁ ଗ୍ରହଣ କଲାଣି।
ଏଥିଅନୁସାରେ ଫୁଲ ଅଥବା ଗଛଲତା ଗୁଳ୍ମଙ୍କ ମନଛୁଅଁା ମହକ ଦୁଶ୍ଚିନ୍ତା, ମାନସିକ ଚାପ, ନିଦ୍ରାହୀନତା, ମୁଣ୍ଡବ୍ୟଥା, କ୍ରୋଧ ତଥା ଅନ୍ୟାନ୍ୟ ମାନସିକ ରୋଗର ଉପଶମ ଘଟାଇପାରେ। କେତେକ ଫୁଲରୁ ନିଷ୍କାଷିତ ସୁବାସିତ ତୈଳକୁ ଅନ୍ୟ ତୈଳ ସହିତ ମିଶ୍ରଣ କରି ଚର୍ମ ଉପରେ ପ୍ରଲେପ ଦେଲେ, ଆଘ୍ରାଣ କଲେ କିମ୍ବା ଜଳରେ ମିଶାଇ ସ୍ନାନ କଲେ ତାହା ସକାରାତ୍ମକ ମାନସିକତା ଉତ୍ପନ କରିବା ସହିତ ମାନସିକ ଚାପ ସହ ସମ୍ପୃକ୍ତ ଅଧିକାଂଶ ଲକ୍ଷଣ ଦୂର କରିଥାଏ। ମଲ୍ଲୀ, ଚମ୍ପା, ଲାଭେଣ୍ଡର ଇତ୍ୟାଦି ଏହାର ଅନ୍ତର୍ଭୁକ୍ତ। ଏପରି କି ଏଗୁଡ଼ିକ ଆମେ ସିଧାସଳଖ ବ୍ୟବହାର କଲେ ସେ ପ୍ରକାର ଫଳ ମିଳିଥାଏ।
ଫୁଲର ମହକରେ ଏ ପ୍ରକାର ଗୁଣର କାରଣ ହେଲା ଯେ, ତାହା ଘ୍ରାଣ ବ୍ୟବସ୍ଥା ମାଧ୍ୟମରେ ଗତି କରି ମସ୍ତିଷ୍କରେ ପହଞ୍ଚେ ଏବଂ ତା’ର କ୍ରିୟାକଳାପକୁ ପ୍ରଭାବିତ କରେ। ଫଳରେ ତହିଁରୁ ଆମ ଭାବପ୍ରବଣତାକୁ ନିୟନ୍ତ୍ରଣ ଏବଂ ମନକୁ ଶାନ୍ତ କଲା ଭଳି ରସାୟନମାନଙ୍କର କ୍ଷରଣ ଘଟେ। ପୁନଶ୍ଚ ଶାରୀରିକ ପ୍ରକ୍ରିୟାକୁ ମଧ୍ୟ ଏହା ପ୍ରଭାବିତ କରେ। ଅତଏବ ରୋଗ ପ୍ରତିରୋଧକ ଶକ୍ତି ବଢ଼େ ଏବଂ ବିବିଧ ରୋଗର ପ୍ରଭାବ ହ୍ରାସ ପାଏ।
ଫୁଲର ମହକ ଏବଂ ତହିଁରୁ ଉତ୍ପନ ସୁବାସିତ ତୈଳ ତାହାର ପ୍ରକାରଭେଦ ଅନୁସାରେ ମନକୁ ପ୍ରଭାବିତ କରିଥାଏ। ଅବଶ୍ୟ ଏହାଦ୍ୱାରା ମନ ରୋଗଟି ସମ୍ପୂର୍ଣ୍ଣ ଦୂର ହୋଇପାରେ କି ନ ପାରେ, ତେବେ ତାହା ରାସାୟନିକ ଭାବେ ତାକୁ ନିଶ୍ଚିତ ରୂପେ ଶାନ୍ତ କରେ ଏବଂ ରୋଗର ଲକ୍ଷଣଗୁଡିକ ସହିତ ଖାପ ଖୁଆଇବାରେ ସାହାଯ୍ୟ କରେ। ଲାଭେଣ୍ଡର, ଗୋଲାପ, ମଲ୍ଲୀ, ରଜନୀଗନ୍ଧା, ଚମ୍ପା ଆଦି ଫୁଲ ଏଥିପାଇଁ ବିଶେଷଭାବେ ଉପଯୋଗୀ। ବାର୍ଦ୍ଧକ୍ୟଜନିତ ସ୍ମୃତିହୀନତା, ଅମନଯୋଗିତା, ଅନିଦ୍ରା ଏବଂ ବିବିଧ ଶାରୀରିକ ଯନ୍ତ୍ରଣା ଆଦିର ମଧ୍ୟ ଏହା ଉପଶମ କରିଥାଏ।
ଅନେକ ସ୍ଥଳେ, ମାନସିକ ରୋଗ ସହିତ ସଂପୃକ୍ତ ହୋଇଥାଏ ଶାରୀରିକ ରୋଗ, ଯେପରିକି ଉଚ୍ଚ ରକ୍ତଚାପ, ହୃଦ୍‌ଘାତ ପ୍ରଭୃତି। ଫୁଲର ମହକ ଏସବୁର ସମ୍ଭାବନା ହ୍ରାସ କରିପାରେ। କୁହାଯାଏ ଯେ ଏହି କାରଣରୁ ରାଜପ୍ରାସାଦଠାରୁ ଆରମ୍ଭ କରି ଜନପଦମାନଙ୍କର ବିଭିନ୍ନ ସ୍ଥାନରେ ପୁଷ୍ପ ଉଦ୍ୟାନମାନ ପ୍ରତିଷ୍ଠା କରାଯାଉଥିଲା। ଏବେବି ଘର ଅଗଣା ଏବଂ ବାଡିରେ ଆମେ ଫୁଲଗଛ ଲଗାଉଛୁ। ସେହିପରି ଦେବଦେବୀଙ୍କ ପୂଜାର୍ଚ୍ଚନାରେ ସୁବାସିତ ଫୁଲର ବ୍ୟବହାର ଆମ ମନରେ ଆଧ୍ୟାତ୍ମିକ ଭାବ ଉଦ୍ରେକ କରି ଭୁଲାଇ ଦେଉଛି ବସ୍ତୁବାଦୀ ଜୀବନର ଯନ୍ତ୍ରଣା। ଅତଏବ ଏହା ହିଁ ହେଉଛି ପ୍ରକୃତରେ ଏକ ଯାଦୁକରୀ ସୃଷ୍ଟି।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷାନିବାସ, ଖଣ୍ଡଗିରି ବିହାର, ଖଣ୍ଡଗିରି, ଭୁବନେଶ୍ୱର
ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri