ବ୍ରାହ୍ମଣୀ, ବୈତରଣୀ ନଦୀରେ ବନ୍ୟା: ପଲିଥିନକୁ ଚାହିଁ ବସିଛନ୍ତି ବନ୍ୟାଦୁର୍ଗତ

ଯାଜପୁର ଅଫିସ୍‌/ବରୀ,୪।୯ (ଡି.ଏନ.ଏ.): ବୈତରଣୀ ଓ ବ୍ରାହ୍ମଣୀ ନଦୀର ବନ୍ୟା ଏବେ ଯାଜପୁର ଜିଲାର ୧୨୩୫ ଗ୍ରାମର ପେଟପାଟଣା ଉଜାଡି ଦେଇଛି। ୮ ଦିନ ଧରି ଚାଷଜମି ଜଳମଗ୍ନ ହୋଇ ରହିଥିବା ସହ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢ଼ିବାରେ ଲାଗିଛି। ହଜାର ହଜାର ଲୋକ ଖୋଲା ଆକାଶ ତଳେ ଜୀବନ ବିତାଉଥିବାବେଳେ ମୁଣ୍ଡ ଗୁଞ୍ଜିବାକୁ ପଲିଥିନ ଖଣ୍ଡେ ପାଇଁ ଚାହିଁ ରହିଛନ୍ତି। ଏବେ ବି ଜିଲାର ବରୀ ବ୍ଲକ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀର ଦକ୍ଷିଣ ପାର୍ଶ୍ୱରେ ଥିବା ଗମୁ, ମହାକାଳପଡ଼ା, ସେରପୁର, ମନ୍ଦାରୀ, ଅମଠପୁର ପ୍ରଭୃତି ପଞ୍ଚାୟତର ପ୍ରାୟ ୭୪ ହଜାରରୁ ଊର୍ଦ୍ଧ୍ୱ ଲୋକ ପାଣିଘେରରେ ରହିଛନ୍ତି। ଏହି ଅଞ୍ଚଳରେ ଅତ୍ୟାବଶ୍ୟକ ଦ୍ରବ୍ୟର ଉତ୍କଟ ଅଭାବ ସାଙ୍ଗକୁ କଳାବଜାର ହେଉଥିବା ସନ୍ଦେହ କରାଯାଉଛି। କାଁ ଭାଁ କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଉକ୍ତ ୮ପଞ୍ଚାୟତର ଲୋକ ଡଙ୍ଗା ଯୋଗେ ଯାଉଥିବା ବେଳେ ୬ରୁ ଊର୍ଦ୍ଧ୍ୱ ପଞ୍ଚାୟତର ଲୋକ ଜଳବନ୍ଦୀ ହୋଇରହିଛନ୍ତି। ଅମଠପୁର, ଗମୁ, ମହାକାଳପଡା, ମନ୍ଦାରି, କଳାମାଟିଆ, ଅନ୍ୟାସୀପୁର, ବାଲିବିଲ, ଅଲିପୁର, ଉଦୟନାଥପୁର, ଧଅଁରା, ବୋଦୁଅ, ଚନ୍ଦନପୁର, ଧାରପୁର, ରନତ୍ଗିରି, ଅଙ୍ଗାଳୋ ପଞ୍ଚାୟତର ପ୍ରାୟ ୭୫ ହଜାର ହେକ୍ଟର ଚାଷ ଜମି ସପ୍ତାହେ କାଳରୁ ଊର୍ଦ୍ଧ୍ୱ ହେବ ବନ୍ୟା ପାଣିରେ ବୁଡ଼ି ରହି ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷ କରି କଚ୍ଚା ଘରଗୁଡ଼ିକ ବନ୍ୟାଜଳରେ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି। ସରକାରଙ୍କ ତରଫରୁ ରିଲିଫ୍‌ ଘୋଷଣା କରାଯାଇଥିଲେ ବି ବ୍ରାହ୍ମଣୀ ନଦୀର ଦକ୍ଷିଣ ପାର୍ଶ୍ୱରେ ବସବାସ କରୁଥିବା ପଞ୍ଚାୟତବାସୀଙ୍କୁ ଏକ ସପ୍ତାହ ପରେ ବି କେବଳ ଶୁଖିଲା ଖାଦ୍ୟ ବ୍ୟତୀତ ଅନ୍ୟ କଣସି ସରକାରୀ ସହାୟତା ମିଳିନି। ଏମାନେ ବାସହରା ହୋଇ ଖୋଲା ଆକାଶ ତଳେ ଥିଲେ ବି ପ୍ରଶାସନ ପକ୍ଷରୁ ପଲିଥିନ ମିଳି ନ ଥିବାରୁ ସମସ୍ୟା ଦ୍ୱିଗୁଣିତ ହୋଇଛି। ଉଦାହରଣ ଭାବେ ମହାକାଳପଡ଼ା ପଞ୍ଚାୟତର ଦିବ୍ୟାଙ୍ଗ ଗଦାଧର ବିଶ୍ୱାଳଙ୍କୁ ନିଆଯାଇପାରେ। ଦୀର୍ଘ ୫ ବର୍ଷ ଧରି ମେରୁଦଣ୍ଡ ଜନିତ ରୋଗରେ ଆକ୍ରାନ୍ତ ହୋଇ ସରକାରଙ୍କ ତରଫରୁ ୭୫ ପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଛନ୍ତି। ଚଳିତ ବନ୍ୟାରେ ତାଙ୍କ ଘରେ ପାଣି ପଶିଯିବାରୁ ସେ ସମ୍ପକୀୟଙ୍କ ବାରଣ୍ଡାରେ ସ୍ତ୍ରୀ ଏବଂ ଛୋଟ ପୁଅ ସହ ଆଶ୍ରୟ ନେଇଛନ୍ତି। ଦିନକୁ ଗୋଟିଏ ଓଳି ଖାଇ ଆର ଓଳି ଉପାସରେ ରହି ଜୀବନ ବଞ୍ଚାଇବାକୁ ପଡୁଛି ବୋଲି କୋହଭରା କଣ୍ଠରେ ଗଦାଧର କହିଛନ୍ତି। ରାଉତସାହି ଗ୍ରାମର କୈବଲ୍ୟ ଦଳାଇ ଓ ପ୍ରଭାକର ମଲ୍ଲିକଙ୍କ ଘର ବନ୍ୟାରେ କ୍ଷତିଗ୍ରସ୍ତ ହେବାରୁ ସେମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଖୋଲା ଆକାଶ ତଳେ ଦିନ କାଟୁଛନ୍ତି। ସେମାନଙ୍କ ପାଖରେ ମଧ୍ୟ ସରକାରୀ ସହାୟତା ପହଞ୍ଚତ୍ ପାରିନାହିଁ ବୋଲି ଅଭିଯୋଗ କରିଛନ୍ତି।
ଗମୁ, ମହାକାଳପଡ଼ା ରତ୍ନଗିରି ପଞ୍ଚାୟତର ଦଳିତ ବସ୍ତିର ଏକାଧିକ ପରିବାର ଭୋକ ଉପାସରେ ଦିନ କାଟୁ ଥିବା ଦେଖିବାକୁ ମିଳିଛି। ବନ୍ୟା ପ୍ରପୀଡ଼ିତ ଲୋକମାନଙ୍କ ପାଖରେ ପ୍ରଶାସନ ତରଫରୁ ସମସ୍ତ ସୁବିଧା ପହଞ୍ଚାଇବା ଲକ୍ଷ୍ୟ ନେଇ ଜିଲାପାଳ ରଞ୍ଜନ କୁମାର ଦାସ ଏକାଧିକବାର ବରୀ ଗସ୍ତ କରି ରିଲିଫ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏଯାଏଁ ବି ତାହା ସ୍ବାଭାବିକ ହୋଇ ନ ଥିବା ଦେଖିବାକୁ ମିଳିଛି। ବ୍ଲକ ପ୍ରଶାସନ ତରଫରୁ ପ୍ରଥମ ପର୍ଯ୍ୟାୟରେ ବୁଧବାର ବରୀ, ଅଲ୍ଲିପୁର, ଅଟିରା, ରତଳାଙ୍ଗ ପଞ୍ଚାୟତରେ ରାଶନକାର୍ଡ ଅନୁଯାୟୀ ପଲିଥିନ ବଣ୍ଟନ କରାଯାଇଥିଲା। ମାତ୍ର ଅନ୍ୟ ପଞ୍ଚାୟତରେ ବଣ୍ଟନ ଶଳୀରେ ବ୍ୟତିକ୍ରମ ହେବାରୁ ଗୁରୁବାର ବାଲିବିଲ ଓ ଉଦୟନାଥପୁର ପଞ୍ଚାୟତରେ ପଲିଥିନ ବଣ୍ଟନକୁ ନେଇ ବନ୍ୟା ବିପନ୍ନ ଓ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ଏ ସଂକ୍ରାନ୍ତରେ ତହସିଲଦାର ସରୋଜକାନ୍ତ ନାୟକଙ୍କୁ ଫୋନ କରିବାରୁ ସେ ଫୋନ୍‌ ରିସିଭ୍‌ କରି ନ ଥିଲେ। ତେବେ ବରୀ ବିଡିଓ ଶିବାନନ୍ଦ ସ୍ବାଇଁ କହିଛନ୍ତି, ବନ୍ୟା ଜଳସ୍ତର ହ୍ରାସ ପାଇଛି। ପ୍ରଶାସନ ଲୋକମାନଙ୍କ ନିକଟରେ ପହଞ୍ଚତ୍ ରିଲିଫ ସାମଗ୍ରୀ ଯୋଗାଇ ଦେବାକୁ ଉଦ୍ୟମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

ବୁଦ୍ଧଖୋଲ ଚଳଚଞ୍ଚଳ: ବଣଭୋଜି ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବୁଗୁଡ଼ା,୨୮ା୧୨(କାଳିଚରଣ ଦାଶ): ପ୍ରସିଦ୍ଧ ଐତିହାସିକ ଶୈବପୀଠ ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟି ଥିବାରୁ ଏହା ଚଳଚଞ୍ଚଳ...

ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସର ତନାଘନା

ସମ୍ୱଲପୁର,୨୮।୧୨: ସମ୍ୱଲପୁର ଜିଲା ଅଇଁଠାପାଲି ଥାନାରେ ରବିବାର ପଶ୍ଚିମବଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଥିଲା।...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ ମୃତ-ସ୍ତ୍ରୀ ଗୁରୁତର, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

ରାଜଧାନୀରେ ହେବ ପଟେଲ ଭବନ, କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥା ମହାଧିବେଶନ ଉଦଯାପିତ

ଭଞ୍ଜନଗର,୨୮/୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିରେ ଆଜକୁ ୪ ଦିନ ଧରି ଚାଲିଥିବା କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାଧିବେଶନ ରବିବାର ଉଦଯାପିତ...

କାମରେ ଆସୁନି ସୁଲଭ ଶୌଚାଳୟ, ୫ ଲକ୍ଷ ଟଙ୍କା ବିନିମୟରେ…

ମୋହନା,୨୮ା୧୨(ମନ୍ମଥ ମିଶ୍ର): ଗଜପତି ଜିଲାର ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ। ୩୯ଟି ପଞ୍ଚାୟତକୁ ନେଇ ମୋହନା ବ୍ଲକ ବାଣିଜ୍ୟ ବ୍ୟବସାୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri