ବ୍ରାହ୍ମଣୀ, ବୈତରଣୀ ନଦୀରେ ବନ୍ୟା: ପଲିଥିନକୁ ଚାହିଁ ବସିଛନ୍ତି ବନ୍ୟାଦୁର୍ଗତ

ଯାଜପୁର ଅଫିସ୍‌/ବରୀ,୪।୯ (ଡି.ଏନ.ଏ.): ବୈତରଣୀ ଓ ବ୍ରାହ୍ମଣୀ ନଦୀର ବନ୍ୟା ଏବେ ଯାଜପୁର ଜିଲାର ୧୨୩୫ ଗ୍ରାମର ପେଟପାଟଣା ଉଜାଡି ଦେଇଛି। ୮ ଦିନ ଧରି ଚାଷଜମି ଜଳମଗ୍ନ ହୋଇ ରହିଥିବା ସହ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢ଼ିବାରେ ଲାଗିଛି। ହଜାର ହଜାର ଲୋକ ଖୋଲା ଆକାଶ ତଳେ ଜୀବନ ବିତାଉଥିବାବେଳେ ମୁଣ୍ଡ ଗୁଞ୍ଜିବାକୁ ପଲିଥିନ ଖଣ୍ଡେ ପାଇଁ ଚାହିଁ ରହିଛନ୍ତି। ଏବେ ବି ଜିଲାର ବରୀ ବ୍ଲକ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀର ଦକ୍ଷିଣ ପାର୍ଶ୍ୱରେ ଥିବା ଗମୁ, ମହାକାଳପଡ଼ା, ସେରପୁର, ମନ୍ଦାରୀ, ଅମଠପୁର ପ୍ରଭୃତି ପଞ୍ଚାୟତର ପ୍ରାୟ ୭୪ ହଜାରରୁ ଊର୍ଦ୍ଧ୍ୱ ଲୋକ ପାଣିଘେରରେ ରହିଛନ୍ତି। ଏହି ଅଞ୍ଚଳରେ ଅତ୍ୟାବଶ୍ୟକ ଦ୍ରବ୍ୟର ଉତ୍କଟ ଅଭାବ ସାଙ୍ଗକୁ କଳାବଜାର ହେଉଥିବା ସନ୍ଦେହ କରାଯାଉଛି। କାଁ ଭାଁ କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଉକ୍ତ ୮ପଞ୍ଚାୟତର ଲୋକ ଡଙ୍ଗା ଯୋଗେ ଯାଉଥିବା ବେଳେ ୬ରୁ ଊର୍ଦ୍ଧ୍ୱ ପଞ୍ଚାୟତର ଲୋକ ଜଳବନ୍ଦୀ ହୋଇରହିଛନ୍ତି। ଅମଠପୁର, ଗମୁ, ମହାକାଳପଡା, ମନ୍ଦାରି, କଳାମାଟିଆ, ଅନ୍ୟାସୀପୁର, ବାଲିବିଲ, ଅଲିପୁର, ଉଦୟନାଥପୁର, ଧଅଁରା, ବୋଦୁଅ, ଚନ୍ଦନପୁର, ଧାରପୁର, ରନତ୍ଗିରି, ଅଙ୍ଗାଳୋ ପଞ୍ଚାୟତର ପ୍ରାୟ ୭୫ ହଜାର ହେକ୍ଟର ଚାଷ ଜମି ସପ୍ତାହେ କାଳରୁ ଊର୍ଦ୍ଧ୍ୱ ହେବ ବନ୍ୟା ପାଣିରେ ବୁଡ଼ି ରହି ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷ କରି କଚ୍ଚା ଘରଗୁଡ଼ିକ ବନ୍ୟାଜଳରେ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି। ସରକାରଙ୍କ ତରଫରୁ ରିଲିଫ୍‌ ଘୋଷଣା କରାଯାଇଥିଲେ ବି ବ୍ରାହ୍ମଣୀ ନଦୀର ଦକ୍ଷିଣ ପାର୍ଶ୍ୱରେ ବସବାସ କରୁଥିବା ପଞ୍ଚାୟତବାସୀଙ୍କୁ ଏକ ସପ୍ତାହ ପରେ ବି କେବଳ ଶୁଖିଲା ଖାଦ୍ୟ ବ୍ୟତୀତ ଅନ୍ୟ କଣସି ସରକାରୀ ସହାୟତା ମିଳିନି। ଏମାନେ ବାସହରା ହୋଇ ଖୋଲା ଆକାଶ ତଳେ ଥିଲେ ବି ପ୍ରଶାସନ ପକ୍ଷରୁ ପଲିଥିନ ମିଳି ନ ଥିବାରୁ ସମସ୍ୟା ଦ୍ୱିଗୁଣିତ ହୋଇଛି। ଉଦାହରଣ ଭାବେ ମହାକାଳପଡ଼ା ପଞ୍ଚାୟତର ଦିବ୍ୟାଙ୍ଗ ଗଦାଧର ବିଶ୍ୱାଳଙ୍କୁ ନିଆଯାଇପାରେ। ଦୀର୍ଘ ୫ ବର୍ଷ ଧରି ମେରୁଦଣ୍ଡ ଜନିତ ରୋଗରେ ଆକ୍ରାନ୍ତ ହୋଇ ସରକାରଙ୍କ ତରଫରୁ ୭୫ ପ୍ରତିଶତ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଛନ୍ତି। ଚଳିତ ବନ୍ୟାରେ ତାଙ୍କ ଘରେ ପାଣି ପଶିଯିବାରୁ ସେ ସମ୍ପକୀୟଙ୍କ ବାରଣ୍ଡାରେ ସ୍ତ୍ରୀ ଏବଂ ଛୋଟ ପୁଅ ସହ ଆଶ୍ରୟ ନେଇଛନ୍ତି। ଦିନକୁ ଗୋଟିଏ ଓଳି ଖାଇ ଆର ଓଳି ଉପାସରେ ରହି ଜୀବନ ବଞ୍ଚାଇବାକୁ ପଡୁଛି ବୋଲି କୋହଭରା କଣ୍ଠରେ ଗଦାଧର କହିଛନ୍ତି। ରାଉତସାହି ଗ୍ରାମର କୈବଲ୍ୟ ଦଳାଇ ଓ ପ୍ରଭାକର ମଲ୍ଲିକଙ୍କ ଘର ବନ୍ୟାରେ କ୍ଷତିଗ୍ରସ୍ତ ହେବାରୁ ସେମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଖୋଲା ଆକାଶ ତଳେ ଦିନ କାଟୁଛନ୍ତି। ସେମାନଙ୍କ ପାଖରେ ମଧ୍ୟ ସରକାରୀ ସହାୟତା ପହଞ୍ଚତ୍ ପାରିନାହିଁ ବୋଲି ଅଭିଯୋଗ କରିଛନ୍ତି।
ଗମୁ, ମହାକାଳପଡ଼ା ରତ୍ନଗିରି ପଞ୍ଚାୟତର ଦଳିତ ବସ୍ତିର ଏକାଧିକ ପରିବାର ଭୋକ ଉପାସରେ ଦିନ କାଟୁ ଥିବା ଦେଖିବାକୁ ମିଳିଛି। ବନ୍ୟା ପ୍ରପୀଡ଼ିତ ଲୋକମାନଙ୍କ ପାଖରେ ପ୍ରଶାସନ ତରଫରୁ ସମସ୍ତ ସୁବିଧା ପହଞ୍ଚାଇବା ଲକ୍ଷ୍ୟ ନେଇ ଜିଲାପାଳ ରଞ୍ଜନ କୁମାର ଦାସ ଏକାଧିକବାର ବରୀ ଗସ୍ତ କରି ରିଲିଫ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏଯାଏଁ ବି ତାହା ସ୍ବାଭାବିକ ହୋଇ ନ ଥିବା ଦେଖିବାକୁ ମିଳିଛି। ବ୍ଲକ ପ୍ରଶାସନ ତରଫରୁ ପ୍ରଥମ ପର୍ଯ୍ୟାୟରେ ବୁଧବାର ବରୀ, ଅଲ୍ଲିପୁର, ଅଟିରା, ରତଳାଙ୍ଗ ପଞ୍ଚାୟତରେ ରାଶନକାର୍ଡ ଅନୁଯାୟୀ ପଲିଥିନ ବଣ୍ଟନ କରାଯାଇଥିଲା। ମାତ୍ର ଅନ୍ୟ ପଞ୍ଚାୟତରେ ବଣ୍ଟନ ଶଳୀରେ ବ୍ୟତିକ୍ରମ ହେବାରୁ ଗୁରୁବାର ବାଲିବିଲ ଓ ଉଦୟନାଥପୁର ପଞ୍ଚାୟତରେ ପଲିଥିନ ବଣ୍ଟନକୁ ନେଇ ବନ୍ୟା ବିପନ୍ନ ଓ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ଏ ସଂକ୍ରାନ୍ତରେ ତହସିଲଦାର ସରୋଜକାନ୍ତ ନାୟକଙ୍କୁ ଫୋନ କରିବାରୁ ସେ ଫୋନ୍‌ ରିସିଭ୍‌ କରି ନ ଥିଲେ। ତେବେ ବରୀ ବିଡିଓ ଶିବାନନ୍ଦ ସ୍ବାଇଁ କହିଛନ୍ତି, ବନ୍ୟା ଜଳସ୍ତର ହ୍ରାସ ପାଇଛି। ପ୍ରଶାସନ ଲୋକମାନଙ୍କ ନିକଟରେ ପହଞ୍ଚତ୍ ରିଲିଫ ସାମଗ୍ରୀ ଯୋଗାଇ ଦେବାକୁ ଉଦ୍ୟମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri