ସୁବର୍ଣ୍ଣରେଖାରେ ବନ୍ୟା: ଭୋଗରାଇ, ବାଲିଆପାଳ ପ୍ରଭାବିତ

ବାଲେଶ୍ୱର ଅଫିସ,୨ା୮: ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳ ଦେଇ ପ୍ରବାହିତ ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସିଛି। ଫଳରେ ବାଲିଆପାଳ ବ୍ଲକର ୫ ପଞ୍ଚାୟତ ଓ ଭୋଗରାଇ ବ୍ଲକର ୫ ପଞ୍ଚାୟତ ପ୍ରଭାବିତ ହୋଇଛି। ନଦୀର ଉପରମୁଣ୍ଡ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ହେବାରୁ ଗଲୁଡିହ ବ୍ୟାରେଜରୁ ୮ ହଜାର କିୟୁଏମ୍‌ରେ ଜଳ  ପ୍ରଭାହିତ ହେଉଛି। ଜଳେଶ୍ବର ସ୍ଥିତ ରାଜଘାଟଠାରେ ବିପଦ ସଙ୍କେତ ସଂକେ ୧୦.୩୬ ମିଟର ଥିବା ବେଳେ ସତର୍କ ସୂଚନା ୯.୪୫ ମିଟର। ତେବେ ସୋମବାର ସକାଳ ୬ଟା ସୁଦ୍ଧ ବିପଦ ସଙ୍କେତ ଛୁଇଁଛି। ବର୍ତ୍ତମାନ ୧୦.୩୬ ମିଟର ଜଳ ପ୍ରଭାବିତ ହେଉଛି। ଯାହା ଫଳରେ ବାଲିଆପାଳ ବ୍ଲକର ତଳିଆ ଅଞ୍ଚଳରେ ଥିବା କୁଦମାନସିଂ, ସୂର୍ଯ୍ୟପୁର, ଗୁଣପୁର, ,ଆଠ ବଟିଆ,ସୁଙ୍ଗ ମୁହଁ, ବିଷ୍ଣୁପୁର, ଅସ୍ତି, ମଧୁପୁରାରେ ପାଣି ପଶି ରାସ୍ତା ଘାଟ ବୁଡ଼ିଯିବା ଦେଖିବାକୁ ମିଳିଛି।