ବୈତରଣୀ, ଜଳକାରେ ବନ୍ୟା: ବଢୁଛି ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ

ଭଣ୍ଡାରିପୋଖରୀ /ଆନନ୍ଦପୁର /ଯାଜପୁର /ବାଲେଶ୍ୱର / ଭୋଗରାଇ, ୨୭।୭(ରାଜେନ୍ଦ୍ର ଶତପଥୀ / ସୁଶାନ୍ତ କୁମାର ସାହୁ / ହର୍ଷବର୍ଦ୍ଧନ ବେହେରା /ବାଞ୍ଛାନିଧି ଦେ / ପ୍ରଦୀପ ଦାସ):
ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଶନିବାର ଜଳସ୍ତର ହୁ ହୁ ହୋଇ ବଢ଼ିଚାଲିଛି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦା ଆନିକଟଠାରେ ବୈତରଣୀ ବିପଦ ସଙ୍କେତ ଟପିଛି। ଏଠାରେ ସତର୍କ ସଙ୍କେତ ୧୭.୮୩ ମିଟର ଓ ବିପଦ ସଙ୍କେତ ୧୮.୩୩ ମିଟର ରହିଥିବା ବେଳେ ଶନିବାର ରାତି ସାଢ଼େ ୮ଟା ସୁଦ୍ଧା ଜଳସ୍ତର ୧୮.୮୬ ମିଟର ଛୁଇଁଛି। କେନ୍ଦୁଝର ଜିଲା ଆନନ୍ଦପୁର ବ୍ୟାରେଜ୍‌ର ୧୦୦ ମିଟର ତଳକୁ ବୈତରଣୀ ବିପଦସଙ୍କେତ ୩୭.୪୪୫ ମିଟର ରହିଥିବାବେଳେ ସନ୍ଧ୍ୟା ୬ଟା ବେଳକୁ ୩୯.୧୬୦ ମିଟର ଉପରେ ପାଣି ପ୍ରବାହିତ ହେଉଥିଲା। ସେହିପରି ଏହାର ଉପରମୁଣ୍ଡ ଚମ୍ପୁଆରେ ୩୭୩.୬୪ ମିଟର, ସ୍ବାମ୍‌ପାଟଣାରେ ୩୧୦.୯୦ ମିଟର ଉଚ୍ଚରେ ବନ୍ୟା ପାଣି ଚାଲିଛି।

ସୂଚନା ଅନୁଯାୟୀ, ସକାଳ ୮ଟାରେ ନଦୀରେ ଜଳସ୍ତର ବୃଦ୍ଧି ଲକ୍ଷ୍ୟ କରାଯାଇଥିଲା। ଅପରାହ୍ନ ଗୋଟାଏ ସୁଦ୍ଧା ଆଖୁଆପଦାରେ ବୈତରଣୀ, ଜଳକାରେ ନଦୀର ଜଳସ୍ତର ୧୮.୦୫ ମିଟରରେ ପହଞ୍ଚତ୍ଥିଲା। ଅପରାହ୍ନ ୨ଟାରେ ଜଳସ୍ତର ଏକାବେଳେ ୨୮ ମି.ମି. ବୃଦ୍ଧି ପାଇ ବିପଦ ସଙ୍କେତ ୧୮.୩୩ ମିଟର ଛୁଇଁଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଚମ୍ପୁଆଠାରେ ସର୍ବାଧିକ ୯୭.୨ ମି.ମି. ବର୍ଷା ରେକର୍ଡ କରାଯାଇଛି। ସେହିପରି ସ୍ବାମ୍‌ପାଟଣାରେ ୭୬.୪ ମି.ମି., କେନ୍ଦୁଝରରେ ୨୯.୨ ମି.ମି., ଆନନ୍ଦପୁରରେ ୧୨.୪ ମି.ମି. ଓ ଆଖୁଆପଦାରେ ୭.୦ ମି.ମି. ବର୍ଷା ରେକର୍ଡ କରାଯାଇଛି। ତେବେ ଅତିବେଶିରେ ଜଳସ୍ତର ୧୯ ମିଟର ଛୁଇଁପାରେ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଥିବା ଆଖୁଆପଦା ଜଳସମ୍ପଦ ଡିଭିଜନର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ଦାସ କହିଛନ୍ତି। ଭଦ୍ରକ ଜିଲାପାଳ ଦିଲୀପ କୁମାର ରାଉତରାଏ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ପ୍ରମୁଖ ବନ୍ୟାଞ୍ଚଳ ପରିଦର୍ଶନ କରି ପ୍ରସ୍ତୁତି ସମ୍ପର୍କରେ ତଦାରଖ କରିଛନ୍ତି। ବନ୍ୟା ମୁକାବିଲା ପାଇଁ ୩ଟି ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ଓ ୩୨ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ବ୍ୟବସ୍ଥା କରାଯାଇ ନୋଡାଲ ଅଧିକାରୀଙ୍କୁ ମୁତୟନ କରାଯାଇ ଶୁଖିଲା ଖାଦ୍ୟ ରଖାଯାଇଛି। ଆବଶ୍ୟକ ହେଲେ ବନ୍ୟାଘେରରୁ ଲୋକଙ୍କୁ ଉଦ୍ଧାର କରାଯିବା ପାଇଁ ବନ୍ଦାଳୋ-ମଢ଼ିଆଳି ଓ ମାଳଦାରେ ଗୋଟିଏ ଲେଖାଏ ଡଙ୍ଗା ପ୍ରସ୍ତୁତ କରି ରଖାଯାଇଛି। ଭଣ୍ଡାରିପୋଖରୀର ୧୧ଟି ବନ୍ୟା ପ୍ରବଣ ପଞ୍ଚାୟତରେ ସମ୍ଭାବ୍ୟ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ପାଇଁ ଗୋଟିଏ ୟୁନିଟ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଓ ୨ ସେକ୍ସନ ପୋଲିସ ପହଞ୍ଚତ୍ ଭଣ୍ଡାରିପୋଖରୀ ମହାବିଦ୍ୟାଳୟରେ ଅବସ୍ଥାନ କରୁଛନ୍ତି ବୋଲି ବିଡିଓ ଦେବଦତ୍ତ ଦାସ ସୂଚନା ଦେଇଛନ୍ତି।

ବୈତରଣୀ ଜଳସ୍ତର ବୃଦ୍ଧିପାଉଥିବାରୁ କେନ୍ଦୁଝର ଜିଲାର ତଳିଆ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବିଶେଷକରି ଆନନ୍ଦପୁର ଉପଖଣ୍ଡ ହାଟଡ଼ିହୀ ଅଞ୍ଚଳର ୮ ଗ୍ରାମ, ଆନନ୍ଦପୁରରେ ୫ ଓ ଘସିପୁରାରେ ୫ ଗ୍ରାମ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା ତଳିଆ ଅଞ୍ଚଳ ପରିଦର୍ଶନକରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆବଶ୍ୟକ ସ୍ଥଳେ ପ୍ରତିକାର ପଦକ୍ଷେପ ଗ୍ରହଣ କରାଯାଇଛି। ବିଭିନ୍ନ ସ୍ଥାନରେ ଓଡ୍ରାଫ ଟିମ୍‌ ସଜାଗ ରହିଥିବା ସେ କହିଛନ୍ତି।

ବୈତରଣୀ ନଦୀର ଉପରମୁଣ୍ଡ କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷା ଯୋଗୁ ଯାଜପୁର ଜିଲାରେ ବନ୍ୟା ଆଶଙ୍କା ଦେଖାଦେଇଛି। ଆନନ୍ଦପୁର ବ୍ୟାରେଜରେ ୪୧୦୦ ଘନମିଟର, କାନପୁର ଡ୍ୟାମରୁ ୧୭୧ ଘନମିଟର, କଞ୍ଝାରୀରେ ୧୦.୭୬ ଘନମିଟର ଓ ରେମାଲ ଡ୍ୟାକତରୁ ୧.୮୭ ଘନମିଟର ବନ୍ୟାଜଳ ନିଷ୍କାସିତ ହେଉଛି। ତେଣୁ ଆଗାମୀ ୧୫ ଘଣ୍ଟା ମଧ୍ୟରେ ଯାଜପୁର ଜିଲାର କୋରେଇ, ଦଶରଥପୁର, ଯାଜପୁର ଓ ବିଞ୍ଝାରପୁର ବ୍ଲକ ଅଞ୍ଚଳରେ ଏକ ବଡଧରଣର ବନ୍ୟା ଆଶଙ୍କା ସୃଷ୍ଟି କରିଛି। ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ରରେ ତଳିଆ ଅଞ୍ଚଳର ଲୋକମାନଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀଗୁଡ଼ିକୁ ସ୍ଥାନାନ୍ତରହେବାକୁ ସୂଚନା ଦିଆଯାଇଛି। ଏହାବାଦ ଜଳସେଚନ ବିଭାଗ ପକ୍ଷରୁ ନଦୀବନ୍ଧଗୁଡ଼ିକର ଯାଞ୍ଚ ଆରମ୍ଭ ହେବା ସହ ଦୁର୍ବଳ ନଦୀବନ୍ଧଗୁଡ଼ିକ ଉପରେ ପ୍ରଶାସନ ପକ୍ଷରୁ ତୀକ୍ଷଣ ଦୃଷ୍ଟି ରଖାଯାଇଛି। ସୂଚନାଯୋଗ୍ୟ ଯେ, ଗତ ୬ ତାରିଖ ରାତିରେ ଜିଲାର ଦଶରଥପୁର ବ୍ଲକ ନିଜାମପୁର ପଞ୍ଚାୟତ ଅଧୀନ ନୂଆପାଟଣା ଗ୍ରାମ ନିକଟରେ ବୈତରଣୀ ନଦୀବନ୍ଧ ୩୦ ଫୁଟ ପର୍ଯ୍ୟନ୍ତ ଧସି ଯାଇଥିଲା। ସେଠାରେ ପୂର୍ତ୍ତ ବିଭାଗ ଦ୍ୱାରା ସେତୁ ନିର୍ମାଣ କାର୍ଯ୍ୟ ସରୁ ନ ଥିବାବେଳେ ବିଭିନ୍ନ ନିର୍ମାଣ ସାମଗ୍ରୀ ନଦୀ ଗର୍ଭରେ ରହିଯିବାରୁ ବନ୍ୟା ଜଳ ଉପଯୁକ୍ତ ଭାବେ ନିଷ୍କାସନ ହୋଇ ନ ପାରି ଏଭଳି ସ୍ଥିତି ଦେଖା ଦେଇଥିଲା। ଜଳସେଚନ ବିଭାଗର ଯାଜପୁର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନ୍ତର୍ଯ୍ୟାମୀ ମହାନ୍ତି କହିଛନ୍ତି, ସମ୍ଭାବ୍ୟ ବନ୍ୟା ସ୍ଥିତି ଉପରେ ବିଭାଗ ସଜାଗ ରହିଛି। ଏଥିପାଇଁ ବାଲିବସ୍ତା, ବହ୍ଲା ଇତ୍ୟାଦି ବ୍ୟବସ୍ଥା କରାଯାଇଛି। ନଦୀବନ୍ଧ ଅଞ୍ଚଳରେ ରାତିରେ ପାଟ୍ରୋଲିଂ ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି।

ଅନ୍ୟପକ୍ଷରେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବିପଦସଙ୍କେତ ଉପରେ ରହିଛି। ଏହି ନଦୀର ଉପରମୁଣ୍ଡ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ଅଧୀନ ଜମ୍ଭୀରା ନଦୀବନ୍ଧରେ ୬୦ ଫୁଟ୍‌ ଲମ୍ବର ଘାଇ ସୃଷ୍ଟି ହୋଇ ଜଳକାରେ ବନ୍ୟା ପରିସ୍ଥିତି ଭୟଙ୍କର ହୋଇଛି। ମଥାନୀଠାରେ ନଦୀର ବିପଦସଙ୍କେତ ୬.୫୦ମିଟର ରହିଥିବା ବେଳେ ଶନିବାର ଅପରାହ୍ନ ୧ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୭.୨୦ମିଟରରେ ପ୍ରବାହିତ ହେଉଥିଲା। ସନ୍ଧ୍ୟା ୭ଟା ସୁଦ୍ଧା ଏହା ହ୍ରାସ ପାଇ ୭.୦୯ ମିଟରରେ ପ୍ରବାହିତ ହେଉଛି। ଏହି ନଦୀରେ ବନ୍ୟା ଯୋଗୁ ରଘୁନାଥପୁର, କାଦରାୟାଁ, କରୁଆଁ, ପତ୍ରଝଡ଼ା, ରାଉତପଡ଼ା, ବାହାର୍ଦ୍ଦା, କୁଡ଼ିଆ, ବାସିଚକୁରି, ସଦାନନ୍ଦପୁର, ମଥାନୀ, ଦୁଧହଂସା ଆଦି ପଞ୍ଚାୟତର ୫୦ରୁ ଊର୍ଦ୍ଧ୍ୱ ଗାଁରେ ବନ୍ୟା ଜଳ ପ୍ରବେଶ କରିଛି। ବସ୍ତା ଓ ସଦର ବ୍ଲକର ୨୦ରୁ ଊର୍ଦ୍ଧ୍ୱ ପଞ୍ଚାୟତରେ ଶତାଧିକ ହେକ୍ଟର ଚାଷଜମି ଜଳାର୍ଣ୍ଣବ ହୋଇଛି। ମଥାନୀ ଚଟାଣ, ଗାନ୍ଧୀଛକ, କୁଡ଼ିଆ ରାସ୍ତା, କଟିପୋଲ-ରାଉତପଡ଼ା ରାସ୍ତାର ପଳାସିଆଠାରେ ଆଣ୍ଠୁଏ ଉଚ୍ଚର ବନ୍ୟାଜଳ ପ୍ରବାହିତ ହୋଇ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଚାଷଜମିରୁ ଧାନ ତଳି ଭାସିଯାଇଥିବା ଦେଖିବାକୁ ମିଳିଛି। ପ୍ରଶାସନ ତରଫରୁ ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ଆଶ୍ରୟସ୍ଥଳୀରେ ସୁରକ୍ଷିତ ଭାବେ ରଖାଯାଇଛି। ପାନୀୟ ଜଳ, ଶୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଓଡ୍ରାଫ୍‌ ଓ ଅଗ୍ନିଶମ ଟିମ୍‌ ନିୟୋଜିତ ରହିଛନ୍ତି। ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେହିପରି ବୁଢ଼ାବଳଙ୍ଗ ନଦୀର ବିପଦସଙ୍କେତ ୮.୧୩ ମିଟର ଥିବାବେଳେ ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ୫.୬୮ ମିଟରରେ ପ୍ରବାହିତ ହେଉଛି।

ଅପରପକ୍ଷରେ ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପଜନିତ ବର୍ଷା ଯୋଗୁ ଗାଲୁଡ଼ିହି ଡ୍ୟାମ୍‌ରୁ ୧୩ଟି ଗେଟ୍‌ ଖୋଲାଯାଇ ଘଣ୍ଟାକୁ ୫୧୬୯.୦୯ କ୍ୟୁସେକ୍‌ ପାଣି ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ ରାଜଘାଟ ଗେଜ୍‌ଠାରେ ବନ୍ୟାଜଳ ବୃଦ୍ଧି ପାଇବାରେ ଲାଗିଛି। ଏଠାରେ ସୁବର୍ଣ୍ଣରେଖା ସତର୍କ ସୂଚନା ୯.୪୫ମିଟର ଓ ବିପଦ ସଙ୍କେତ ୧୦. ୩୬ମିଟର ଥିବାବେଳେ ସନ୍ଧ୍ୟା ୬ଟା ସୁଦ୍ଧା ୭.୮୬ମିଟରରେ ପ୍ରବାହିତ ହେଉଛି। ଗତମାସ ୨୦ ତାରିଖରୁ ଅଦ୍ୟାବଧି ସୁବର୍ଣ୍ଣରେଖାରେ ୫ ଥର ବନ୍ୟା ଆସିବାରୁ ଜନଜୀବନ ଦୁର୍ବିଷହ ହୋଇପଡ଼ିଛି। ଭୋଗରାଇ ଓ ବାଲିଆପାଳ ବ୍ଲକ ତଳିଆ ଅଞ୍ଚଳରେ ବନ୍ୟାଜଳ ଛାଡି ନ ଥିବା ବେଳେ ପୁଣି ଏକ ବନ୍ୟା ସାମ୍ନା କରିବାକୁ ଲୋକେ ଭୟଭୀତ ହୋଇପଡିଛନ୍ତି। ପୂର୍ବବନ୍ୟାରେ ଧାନ ତଳି ପଚି ନଷ୍ଟ ହୋଇଥିବା ବେଳେ ଅନ୍ୟସ୍ଥାନରୁ ବଳକା ଧାନ ବିହନ କିଣି ଆଣି ଚାଷୀମାନେ ରୋଇବାକୁ ସଜବାଜ ହେଉଥିବା ବେଳେ ପୁଣି ବନ୍ୟା ସେମାନଙ୍କ ଅକଲ ଗୁଡୁମ୍‌ କରିଛି। ସୁବର୍ଣ୍ଣରେଖାର ଦୁର୍ବଳ ଥିବା ଉଭୟ ପାର୍ଶ୍ୱ ନଦୀବନ୍ଧରେ ବାଲିବସ୍ତା ପକାଯିବା ଓ ଜଗିବାକୁ ଜିଲା ସେଚ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ନବକୁମାର ମହାଳିକ ବିଭାଗୀୟ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି। ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରିୟବ୍ରତ ସିଂ, ବସନ୍ତ କୁମାର ବେହେରା, ସହକାରୀ ଯନ୍ତ୍ରୀ ପ୍ରମୋଥ କୁମାର ଦେ, ଡାକ୍ତର ସିଂ, କନିଷ୍ଠଯନ୍ତ୍ରୀ ଚିତ୍ତରଞ୍ଜନ ଶିଅଳଙ୍କ ସହ ସେଚ କର୍ମଚାରୀ ନଦୀବନ୍ଧରେ ୨୪ଘଣ୍ଟିଆ ପହରା ଦେଉଥିବା ସୂଚନା ମିଳିଛି। ଏଥିସହିତ ଜିଲା ପ୍ରଶାସନ ବନ୍ୟା ମୁକାବିଲା ନିମନ୍ତେ ସଜାଗ ରହି ଉଦ୍ଧାରକାରୀ ଦେଶୀ ଡ଼ଙ୍ଗା, ଓଡ୍ରାଫ, ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ ବିଭାଗକୁ ନିୟୋଜିତ କରିଛି।

Image


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?