ଚାଷଜମିରୁ ନିଷ୍କାସନ ହୋଇପାରୁନି ବନ୍ୟାଜଳ

ଆଳି,୨ା୯(ଡି.ଏନ.ଏ.): ଚଳିତ ଥର ବନ୍ୟାରେ କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳରେ ପ୍ରବାହିତ ଖରସ୍ରୋତା, ବ୍ରାହ୍ମଣୀ ଓ କାଣୀନଦୀରେ ଜଳସ୍ତର ବୃଦ୍ଧି ପାଇ ମୁଖ୍ୟ ରାସ୍ତା ବୁଡ଼ିଯିବା ସହ ହଜାର ହଜାର ହେକ୍ଟର ଚାଷଜମି ବୁଡାଇ ଦେଇଥିଲା। ସପ୍ତାହେ ହେବ ବନ୍ୟା କମିଯାଇଛି। କିନ୍ତୁ ବିଭିନ୍ନ ସ୍ଥାନରେ ଥିବା ଚାଷଜମିକୁ ବନ୍ୟା ଜଳ ବୁଡାଇ ରଖିଛି। ଚଳିତଥର କାଣୀ ନଦୀରେ ବନ୍ୟା ଆସିବା ଦ୍ୱାରା ଆଳି ଧୋୟାଞ୍ଚଳର ଡିମିରିପାଳ, ଅରଗଳ, ଜୁଆଣିଆ, ଗୋବିନ୍ଦପୁର, କେତୁଆପାଳ, ଦେସାହି, ପାଳିମୀ, ଏରଡଙ୍ଗ, ପେତପଡା ଓ ସଂସିଧା ଆଦି ୧୦ ପଞ୍ଚାୟତର ହେକ୍ଟର ହେକ୍ଟର ଧାନ ଓ ପନିପରିବା ଚାଷ ନଷ୍ଟ ହୋଇଯାଇଛି। ବନ୍ୟା ଜଳ କମିଥିବା ବେଳେ କେତୁଆପାଳ, ଏରଡ଼ଙ୍ଗ, ଦେସାହି ଓ ପାଳିମୀ ପଞ୍ଚାୟତରେ ଥିବା ଚାଷ ଜମିରେ ଏବେବି ୧ ଫୁଟ ଲେଖାଏ ପାଣି ଜମି ରହିଛି। ଅଞ୍ଚଳର ଚାଷୀମାନେ ଅଭିଯୋଗ କରିଛନ୍ତି, ପାନପେଣ୍ଠଠାରୁ ଏରଡଙ୍ଗ ପର୍ଯ୍ୟନ୍ତ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଗୁ ଏହି ସମସ୍ୟା ସୃଷ୍ଟି ହୋଇଛି। କାରଣ ଏହି ବାଟ ଦେଇ ଆଳି ବ୍ଲକର କେତୁଆପାଳ, ଦେସାହି, ଏରଡ଼ଙ୍ଗ ଓ ପାଳିମୀ ପଞ୍ଚାୟତ ସମେତ ଯାଜପୁର ଜିଲାର ମଧୁସୂଦନପୁର, ବୋଇତାଳୁପାଟଣା, କଣ୍ଟିପୁର ଆଦି ପଞ୍ଚାୟତର ପାଣି ଯାଇଥାଏ। ତେଣୁ ଏହି ରାସ୍ତା ନିର୍ମାଣ ସମୟରେ ୨୦୧୭ରେ ଦେସାହି ସମବାୟ ସମିତିର ପୂର୍ବତନ ସଭାପତି ସରୋଜ ଜେନା ଓ କେତୁଆପାଳରେ ପୂର୍ବତନ ସରପଞ୍ଚ ରଶ୍ମିତା ଜେନା ତତ୍କାଳୀନ ଜିଲାପାଳ ରେଘୁ ଜୀଙ୍କ ନିକଟରେ ଜଳ ନିଷ୍କାସନକୁ ନେଇ ଅଭିଯୋଗ କରିଥିଲେ। ଜିଲାପାଳ ରେଘୁ ଜୀ ଘଟଣାସ୍ଥଳ ପରିଦର୍ଶନ କରି ଜଳ ନିଷ୍କାସନ ନିମନ୍ତେ ଦୁଇଟି କଲଭର୍ଟ ନିର୍ମାଣ କରିବାକୁ ବିଭାଗକୁ ଜଣାଇଥିଲେ। କିନ୍ତୁ ବିଭାଗୀୟ ଅଧିକାରୀ ଓ ରାସ୍ତା ନିର୍ମାଣ କରୁଥିବା ଠିକାଦାର ଏହାକୁ ଅମାନ୍ୟ କରି ଚାଷଜମିରୁ ୩ ଫୁଟ ଉଚ୍ଚାରେ ରାସ୍ତା ନିର୍ମାଣ କରିଥିଲେ। ଫଳରେ ଚାଷଜମିରେ ବର୍ଷା ଜଳ ନିଷ୍କାସିତ ହୋଇ ନ ପାରି ଜମି ରହିଛି। ତେଣୁ ତୁରନ୍ତ ଏହି ସମସ୍ୟା ସମାଧାନର ଆବଶ୍ୟକତା ଦେଖାଦେଇଛି। ତୁରନ୍ତ ଏହା କରା ନ ଗଲେ ଚାଷୀମାନେ ସେମାନଙ୍କ ବର୍ଷକର ଦାନା ହରାଇବେ। ଚାଷୀମାନଙ୍କ ଜୀବନ ଜୀବିକା ସହ ସମ୍ପୃକ୍ତ ଏହି ସମସ୍ୟାର ତୁରନ୍ତ ସମାଧାନ କରା ନ ଗଲେ ସେମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଅଞ୍ଚଳର ଚାଷୀ ଗଜେନ୍ଦ୍ର ଜେନା, ମାଧବାନନ୍ଦ ମଲିକ, ସୁରେନ୍ଦ୍ର ସାମଲ, ମହେନ୍ଦ୍ର ଦାସ, କଳ୍ପତରୁ ଦାସ, ଜୟଦେବ ମଲିକ ପ୍ରମୁଖ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡ଼ି ଘାଟି ସମ୍ପ୍ରସାରଣ ପାଇଁ ରାଜପଥ ଅବରୋଧ, ୧୫ ଦିନରେ ମରାମତି ପାଇଁ ପ୍ରତିଶ୍ରୁତି ପରେ…

ଦାରିଙ୍ଗବାଡ଼ି,୧୭ା୧୨(ଅରୁଣ ସାହୁ): ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜିଛି ଅସନ୍ତୋଷ। ବୁଧବାର ଗଞ୍ଜାମ-କନ୍ଧମାଳ ସୀମାବର୍ତ୍ତୀ...

୪ମାସ ପର୍ଯ୍ୟନ୍ତ ଦେବାକୁ ପଡିବନି ଟୋଲ ଟାକ୍ସ!

ନୂଆଦିଲ୍ଲୀ,୧୭।୧୨: ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ବୃଦ୍ଧି ପାଉଛି। ପ୍ରଦୂଷଣକୁ ଦୃଷ୍ଟିରେ ରଖି, ସୁପ୍ରିମକୋର୍ଟ ଭାରତୀୟ ମହାନଗର ନିଗମ (ଏମସିଡି)କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି...

ମୋକିମ ବହିଷ୍କାର ବିବାଦ, କଥାହେଲେ କେନ୍ଦ୍ରୀୟ ନେତା

ଭୁବନେଶ୍ୱର,୧୭।୧୨:  କଂଗ୍ରେସରୁ ମୋକିମଙ୍କୁ ବହିଷ୍କାର କରିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ଅନେକ ନେତା ମୋକିମ ସପକ୍ଷରେ ବାହାରୁଥିବା ଦେଖାଯାଇଛି । ଏହାରି...

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri