ବନ୍ୟା ସ୍ଥିତି: ୧୦ ଗାଁ ବିଚ୍ଛିନ୍ନ

ବାଲେଶ୍ୱର(ବାଞ୍ଛାନିଧି ଦେ)/ ନୀଳଗିରି(ପ୍ରଶାନ୍ତ ବିଶ୍ୱାଳ), ୨୭।୧୦: ବାତ୍ୟା ‘ଦାନା’ ପ୍ରଭାବରେ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଉପରମୁଣ୍ଡରେ ହୋଇଥିବା ପ୍ରବଳ ବର୍ଷା ଫଳରେ ବାଲେଶ୍ୱର ଜିଲାରେ ପ୍ରବାହିତ ବୁଢ଼ାବଳଙ୍ଗ ଓ ସୋନ ନଦୀର ଜଳସ୍ତର ବୃଦ୍ଧି ପାଇଛି। ରେମୁଣା, ସଦର ଓ ନୀଳଗିରି ବ୍ଲକର ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି। ନୀଳଗିରିଠାରେ ଏକ ଅସ୍ଥାୟୀ ପୋଲ ଭାସିଯିବାରୁ ୧୦ ଗଁା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ରେମୁଣା ଅଞ୍ଚଳର ବନ୍ୟା ପାଣିଘେରରୁ ୧୯ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ବୁଢ଼ାବଳଙ୍ଗ ନଦୀର ଗୋବିନ୍ଦପୁର ରିଡିଂ ପଏଣ୍ଟଠାରେ ସତର୍କ ସଂକେତ ୭.୨୧ ମିଟର ଓ ବିପଦ ସଂକେତ ୮.୧୩ ମିଟର ଥିବା ବେଳେ ଶନିବାର ସନ୍ଧ୍ୟା ୫ଟା ସୁଦ୍ଧା ଜଳସ୍ତର ୭.୮୪ ମିଟରରେ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ରେମୁଣା ବ୍ଲକର ହରିପୁର, ଦହପଡ଼ା, କଲ୍ୟାଣପୁର, ଗଣ୍ଡରଦା, ନିଜାମପୁର, ବଢପାଳ, ଭୀମପୁରା, ସଦର ବ୍ଲକର ବଇଞ୍ଚା, ସିନ୍ଧିଆ, ବୁଆଁଳ ଓ ନଗ୍ରମ ଆଦି ପଞ୍ଚାୟତର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ବିଭିନ୍ନ ସ୍ଥାନରେ ମୁଖ୍ୟରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ସୋନ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଶୁକ୍ରବାର ରାତିରେ ହଠାତ୍‌ ୩/୪ ଫୁଟ ଉଚ୍ଚତାରେ ଜଳ ମାଡ଼ିଆସିବାରୁ ନୀଳଗିରି ବ୍ଲକ ବେଗୁନିଆ ପଞ୍ଚାୟତ ସୋନ ନଦୀର ଶାଖା ଯୋଡ଼ ଉପରେ ନୂତନ ଭାବେ ନିର୍ମାଣ ହେଉଥିବା ପୋଲ ନିକଟରେ ଥିବା ଅସ୍ଥାୟୀ ପୋଲ ଭାସିଯାଇଥିଲା। ଫଳରେ ଏହି ପୋଲ ଉପରେ ନିର୍ଭରଶୀଳ ୧୦ରୁ ଊର୍ଦ୍ଧ୍ୱ ଗାଁ ବେଗୁନିଆ, ତୋଟାପଡ଼ା, ସଂଶାପାଳ, ଦୋବାଟି, ଡୁମଗଣ୍ଡିରା, ନିଶଙ୍ଖପୁର ଆଦି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ଏହି ରାସ୍ତା ଦେଇ ଗମନାଗମନ କରୁଥିବା ଜନସାଧାରଣଙ୍କ ସହ ଆମ୍ବୁଲାନ୍ସ, ଦମକଳ ଓ ସମସ୍ତ ଜରୁରୀକାଳୀନ ସେବା ପାଇଁ ଅଧିକ ୧୫ କି.ମି. ଦୂର ରାସ୍ତାରେ ଯାତାୟାତ କରିବାକୁ ପଡୁଛି। ଫଳରେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବନ୍ୟାଜଳ ପ୍ରବେଶ ଯୋଗୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବା ସହ ଚାଷଜମି ଜଳାର୍ଣ୍ଣବ ହୋଇ ବ୍ୟାପକ କ୍ଷତି ଘଟିଛି। ରେମୁଣା ବ୍ଲକ ଅଧୀନ ଦହପଡ଼ା ନିକଟରେ ଜଳମଗ୍ନ ଥିବା ଏକ ଇଟାଭାଟି ସଂଲଗ୍ନ ଆଜବେଷ୍ଟସ ଘର ଛାତରୁ ୩ଜଣ ଶ୍ରମିକଙ୍କୁ ବାଲେଶ୍ୱର ଦମକଳ ବାହିନୀ ପକ୍ଷରୁ ପାୱାର ବୋଟ୍‌ ଯୋଗେ ଉଦ୍ଧାର କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେହିପରି ରେମୁଣା ବ୍ଲକ ଭୀମପୁରା ଅଞ୍ଚଳର ବନ୍ୟା ପାଣିଘେରରେ ଥିବା ୫ଜଣଙ୍କୁ, କାଠସଙ୍ଗଡ଼ା ଅଞ୍ଚଳର ଦୁଇ ପରିବାରର ୧୦ଜଣଙ୍କୁ ଏବଂ କସିମିଳା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ଆଶ୍ରୟସ୍ଥଳୀରେ ରଖାଯାଇଛି। ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ରେମୁଣା ଓ ସଦର ବ୍ଲକର ବନ୍ୟାଗ୍ରସ୍ତ ଅଞ୍ଚଳର ଲୋକଙ୍କୁ ସ୍ଥାନୀୟ ବାତ୍ୟା ଆଶ୍ରୟସ୍ଥଳୀ ଓ ସୁରକ୍ଷିତ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହେବା ପାଇଁ ପ୍ରଶାସନ ପକ୍ଷରୁ ମାଇକ୍‌ ଯୋଗେ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri