ଦଳେ ଖାଉଛନ୍ତି ଆଉ ଦଳେ ଚାହିଁଛନ୍ତି

ନୟାଗଡ଼ ଅଫିସ/ଗଣିଆ, ୧୮।୮(ଡି.ଏନ୍‌.ଏ.): ମହାନଦୀରେ ବନ୍ୟା ଯୋଗୁ ଭାପୁର ବ୍ଳକ କରବର ପଞ୍ଚାୟତର କରବର, ମାଣିତ୍ରୀ, ବରବର, ଗୁଡୁପଡା, ଫତେଗଡ ପଞ୍ଚାୟତର ମଣିପୁର ଓ କେନ୍ଦୁପଲ୍ଲୀ ପଞ୍ଚାୟତର ହନୁମନ୍ତପ୍ରସାଦ  ଆଦି ୭ଟି ଗାଁ ବନ୍ୟା େଘେରରେ ରହିଛି । ଏଥିରୁ ହନୁମନ୍ତପ୍ରସାଦ ଓ ମଣିପୁର ଗାଁରେ ରନ୍ଧାଖାଦ୍ୟ ସହ ଗୋଖାଦ୍ୟ ବଣ୍ଟନ ହୋଇଛି । ହେଲେ ସବୁ ବିପନ୍ନଙ୍କ ପାଖରେ ରନ୍ଧାଖାଦ୍ୟ ପହଞ୍ଚୁ ନ ଥିବା ଅଭିଯୋଗ ହେଉଛି । କିଛି ଲୋକ ରନ୍ଧାଖାଦ୍ୟ ଓ ଗୋଖାଦ୍ୟ ପାଉଛନ୍ତି ବୋଲି ଅଭିଯୋଗ ହେଉଛି । ସେହିପରି ୨ଟି ଗାଁକୁ ଛାଡିଦେଲେ ଅନ୍ୟ ଜଳବନ୍ଦୀ ଗାଁ ଗୁଡିକରେ କାହିଁ କି ରନ୍ଧାଖାଦ୍ୟ ଓ ଗୋଖାଦ୍ୟ ଦିଆଯାଉନି ବୋଲି ପ୍ରଶ୍ନ ଉଠିଛି ।