ଖୋର୍ଦ୍ଧା: ୩ ପଞ୍ଚାୟତର ୧୦ ଗାଁ ଜଳବନ୍ଦୀ

ଖୋର୍ଦ୍ଧା ଅଫିସ,୧୮ା୮: ହୀରାକୁଦରୁ ବନ୍ୟାଜଳ ଛଡ଼ାଯିବା ପରେ ମହାନଦୀର ଶାଖା ନଦୀ ରାଜୁଆ, ମଲାଗୁଣୀ ଓ ଦୟାର ଜଳସ୍ତର ବୃଦ୍ଧି ପାଇଛି। ଖୋର୍ଦ୍ଧା ବ୍ଲକ ଓରବରସିଂ, ନରଣଗଡ଼ ଓ ବ୍ରଜମୋହନପୁର ପଞ୍ଚାୟତର ୧୦ଟି ଗ୍ରାମ ଜଳବନ୍ଦୀ ହୋଇଛି। ଓରବରସିଂ ପଞ୍ଚାୟତର ଓରବରସିଂ, ହିରିମୂଳ ଡିହଖଳା, ଦୁର୍ଗାପୁର, କୃଷ୍ଣପୁର, ରାୟପୁର, ନରଣଗଡ ପଞ୍ଚାୟତର ମାନପୁର, ବଳପୁର, ଧଳପୁର, ଓରମୀ ଏବଂ ବ୍ରଜମୋହନପୁର ପଞ୍ଚାୟତର ଶରଧାପୁର ଗ୍ରାମ ବନ୍ୟା ଘେରରେ ରହିଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବନ୍ୟା ଯୋଗୁ ହିରିମୂଳ, ଡିହଖଳା ଓ ଦୁର୍ଗାପୁର ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ମାନପୁର ଗ୍ରାମ ବାତ୍ୟାଶ୍ରୟସ୍ଥଳରେ କେତେଜଣ ଗ୍ରାମବାସୀ ଆଶ୍ରୟ ନେଇଛନ୍ତି। ଗତ ତିନି ଦିନ ଧରି ହିରିମୂଳ ଗ୍ରାମରେ ୮ଫୁଟ ଉଚ୍ଚର ପାଣି ମାଡ଼ିବା ସହିତ କେତେକଙ୍କ ଘରେ ପାଣି ପଶିଛି। ପ୍ରଶାସନ ପକ୍ଷରୁ ୨ଟି ଡଙ୍ଗା ବ୍ୟବସ୍ଥା କରାଯାଇଛି। ରାଶନ ସାମଗ୍ରୀ, ପନିପରିବା ନ ପାଇବାରୁ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢିଛି। ପ୍ରଶାସନ ପକ୍ଷରୁ ରିଲିଫ ସାମଗ୍ରୀ ପହଞ୍ଚି ନ ଥିବା କେତେଜଣ ଗ୍ରାମବାସୀ କହିଛନ୍ତି। ଗୋରୁଙ୍କ ପାଇଁ ଖାଦ୍ୟ ନାହିଁ। ୧୦ରୁ ଊର୍ଦ୍ଧ୍ୱ ମାଙ୍କଡ଼ ଗଛରେ ରହିଯାଇଛନ୍ତି। କେଲୁଣି ପାଇକରାୟ, ପ୍ରମିଳା ସିଂ ଓ ପାର୍ବତୀ ସିଂ ପ୍ରମୁଖ କହିଛନ୍ତି, ୩ଦିନ ହେଲା ରନ୍ଧାଖାଦ୍ୟ ଖାଇନାହୁଁ। ପାଣି ଘେରରେ ଘରଗୁଡ଼ିକ ରହିଛି। ଜଳସ୍ତର ବଢିଲେ ଘରେ ପାଣି ପଶିବ। ଅନ୍ୟପଟେ ହଳଦିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏକ ଟିମ୍‌ ବନ୍ୟାଘେରରେ ଥିବା ଗ୍ରାମରେ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଆବଶ୍ୟକ ଔଷଧ ଦେଉଛନ୍ତି। ଆବଶ୍ୟକ ପଡ଼ିଲେ, ଅସ୍ଥାୟୀ ମେଡିକାଲ କ୍ୟାମ୍ପ କରାଯିବ ବୋଲି ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ଖୋର୍ଦ୍ଧା ତହସିଲଦାର ଈପ୍‌ସିତ ସାହୁ କହିଛନ୍ତି, ଖୋର୍ଦ୍ଧା ବ୍ଲକର ଏହି ତିନି ପଞ୍ଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ହିରିମୂଳ ଗ୍ରାମ ବିଶେଷ କ୍ଷତିଗ୍ରସ୍ତ ହୋଇଛି। ଲୋକଙ୍କ ଯାତାୟାତ ପାଇଁ ୨ଟି ପାୱାର ବୋଟ୍‌ ବ୍ୟବସ୍ଥା କରାଯାଇଛି। ଏହି ଅଞ୍ଚଳରେ ମୁଁ ସ୍ଥିତି ଅନୁଧ୍ୟାନ କରୁଛି। ଗୋଖାଦ୍ୟ ଓ ରିଲିଫ ପହଞ୍ଚାଇବା ବ୍ୟବସ୍ଥା କରାଯାଉଛି। ବନ୍ୟାଜଳ ବଢିଲେ ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ବନ୍ୟା ମୁକାବିଲା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି। ଗୋଖାଦ୍ୟ ମହଜୁଦ ସହ ବାତ୍ୟାଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟ ଦିଆଯିବାର ବ୍ୟବସ୍ଥା କରାଯାଉଛି।

ଗାଁ ଛାଡ଼ିଲେ ଅନେକ ଲୋକ
ରାଜୁଆ ଓ ଦୟା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଖୋର୍ଦ୍ଧା ବ୍ଲକର ୩ ପଞ୍ଚାୟତ ବନ୍ୟାଘେରରେ ରହିଛି। ଚାରିଆଡ଼େ ଖାଲି ପାଣି ଆଉ ପାଣି। ବୁଧବାର ବହୁ ଲୋକ ଗାଁ ଛାଡ଼ି ଆଶ୍ରୟସ୍ଥଳ ଓ ସେମାନଙ୍କ ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଛନ୍ତି। ଢିହଖଳାର ପରମାନନ୍ଦ ଛୋଟରାୟ କହିଛନ୍ତି, ଘରେ ପାଣି ପଶିଛି। ବସିବାକୁ ଜାଗା ନାହିଁ। ମା, ବାପା ଚଲାବଚଲା କରିବାକୁ ଅସୁବିଧା ହେଉଛି। ଏଣୁ ସେମାନଙ୍କୁ ବହୁ କଷ୍ଟରେ ଘରୁ ବାହାର କରି ଭୁବନେଶ୍ୱରରେ ରହୁଥିବା ଭଉଣୀ ଘରକୁ ଛାଡ଼ିବାକୁ ଯାଉଛି। ସେହିପରି ରୀତା ଛୋଟରାୟ କୁହନ୍ତି ଘରେ ବାହାରେ ପାଣି। ରାତିସାରା ଚୌକି ଉପରେ ବସି ରହିଲୁ। ଏବେ ଝିଅ ଘରକୁ ଯିବାକୁ ବାହାରିଛି। ପାଣି ଛାଡ଼ିଲେ ଘରକୁ ଫେରିବୁ।

ସ୍ଥାୟୀ ପ୍ରତିକାର କରାଯାଉ
ହିରିମୂଳ ଗ୍ରାମରେ ରହନ୍ତି ୩୦ ପରିବାର। ସମସ୍ତେ ଦିନମଜୁରିଆ ଓ କ୍ଷୁଦ୍ର ଚାଷୀ। ଖଟିଲେ ପରିବାର ଚଳେ। ପ୍ରତିବର୍ଷ ବନ୍ୟା ହେଲେ ଏହି ୩ ପଞ୍ଚାୟତର ଦୁର୍ଦ୍ଦଶା ବଢିଥାଏ। ଘରେ ବନ୍ୟାପାଣି ପଶେ। ଚାଷଜମି ବୁଡ଼ିଯାଇ ଫସଲ ନଷ୍ଟ ହୁଏ। ଛାତ ଉପରେ ଗ୍ରାମବାସୀ ତମ୍ବୁ ଟାଣି ରହିବାକୁ ବାଧ୍ୟ ହୋଇଥାନ୍ତି। ପାଖ ଗାଁ ଓରମୀ, ମାନପୁର, ଧବଳପୁର, ରାୟପୁର ସମସ୍ୟା ମଧ୍ୟ ସମାନ। ତେଣୁ ଏ ନେଇ ସ୍ଥାୟୀ ପ୍ରତିକାର ଦାବି କରିଛନ୍ତି ଅଞ୍ଚଳବାସୀ।

ହିରିମୂଳ ଗ୍ରାମବାସୀ କହିଛନ୍ତି, ବନ୍ୟା ପରିସ୍ଥିତି ଆଜିକାଲିର ସମସ୍ୟା ନୁହଁ, ବରଂ ଦୀର୍ଘ ଦିନ ଧରି ଲାଗି ରହିଛି। ହିରିମୂଳରୁ ମୁଖ୍ୟରାସ୍ତାକୁ ସଂଯୋଗ କରୁଥିବା ଦେଢ କିମି ରାସ୍ତା ନିର୍ମାଣ କରାଗଲେ, ବନ୍ୟା ସ୍ଥିତି ଉପୁଜିବ ନାହିଁ। ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରି ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ପ୍ରଶାସନଠାରୁ ଜିଲା ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଗୁହାରି କରାଯାଇଛି। କେବଳ ପ୍ରତିଶ୍ରୁତି ମିଳିଛି। ସମାଧାନ କିଛି ନାହିଁ। ୨୨ବର୍ଷ ତଳେ କେତେଜଣଙ୍କୁ ଇନ୍ଦିରା ଆବାସ ମିଳିଥିଲା। ତା’ପରଠାରୁ ଆଉ ଆବାସ ଯୋଜନାରେ କାହାକୁ ଅନ୍ତର୍ଭୁକ୍ତ କରାଯାଇନାହିଁ। ଫଳରେ ପକ୍କାଘର ସ୍ବପ୍ନ ହୋଇଛି। ଉଚ୍ଚ ସ୍ଥାନରେ ଘର ନିର୍ମାଣ ଲାଗି ମଧ୍ୟ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri