ନଦୀବନ୍ଧରେ ବିତୁଛି ଜୀବନ

ଯାଜପୁର ଅଫିସ/ଝୁମ୍ପୁରି(ଡି.ଏନ.ଏ.),୨୫ା୮: ବୈତରଣୀର ଶାଖା କାଣୀ ନଦୀର ବ୍ରହ୍ମଚାରୀପାଟଣା ଗ୍ରାମ ନିକଟରେ ସୃଷ୍ଟି ହୋଇଥିବା ଘାଇ ଦ୍ୱାରା ପ୍ରବାହିତ ବନ୍ୟା ପାଣି ନିକଟସ୍ଥ ଗ୍ରାମଗୁଡିକୁ ଅହରହ ପଶୁଛି। ଦ୍ୱିତୀୟ ବନ୍ୟାରେ ମରାମତି ଘାଇ ପୁଣି ଭାଙ୍ଗି ଯିବାରୁ ଜଳସେଚନ ବିଭାଗ ପକ୍ଷରୁ ଏଯାଏ ମରାମତି କାର୍ଯ୍ୟ ସମ୍ଭବ ହୋଇ ପାରିନାହିଁ। ଫଳରେ ଏବେ ୫୦୦ରୁ ଊର୍ଦ୍ଧ୍ୱ ପରିବାରଙ୍କ ଜୀବନ କମାଲପୁର, ପଲାସାହି ନଦୀବନ୍ଧ ଉପରେ ଏବଂ ଅହିୟାସ-କମାଳପୁର ରାସ୍ତାକଡ଼ରେ ବିତୁଛି। ଜୟନ୍ତରା ଗ୍ରାମର ପ୍ରାୟ ୬୦ ପରିବାର ବନ୍ୟା ଜଳଘେରରେ ରହିଥିବା ଜଣାପଡିଛି। ସେମାନଙ୍କୁ ଉଦ୍ଧାର କରି ଥଇଥାନ କରିବାକୁ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ପ୍ରଶାସନ ପକ୍ଷରୁ ବଣ୍ଟନ ହେଉଥିବା ରିଲିଫ ସାମଗ୍ରୀ ପର୍ଯ୍ୟାପ୍ତ ହେଉ ନ ଥିବାରୁ ବିପନ୍ନମାନେ ଭୋକ ଉପାସରେ କାଳାତିପାତ କରୁଥିବା ଅଭିଯୋଗ ହେଉଛି। କେତେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ତାର୍ପୋଲିନ ଏବଂ ଖାଦ୍ୟ ସାମଗ୍ରୀ ବଣ୍ଟନ ହୋଇଥିବାରୁ କେତେକ ବନ୍ୟା ବିପନ୍ନ ଉପକୃତ ହୋଇଥିବା ଜଣାପଡିଛି। କେବଳ ନଦୀବନ୍ଧ ନିର୍ମାଣ ଓ ମରାମତିରେ ବନ୍ୟା ମୁକାବିଲା ପଦକ୍ଷେପ ସୀମିତ ରହୁଛି। ସ୍ଥାୟୀ ବନ୍ୟା ମୁକାବିଲା କରିବାକୁ କାହାରି ଆଗ୍ରହ ନ ଥିବା ମନେ ହେଉଛି। ଅନ୍ୟପକ୍ଷେ ବନ୍ୟା ବିପନ୍ନମାନେ ସ୍ବଚ୍ଛ ପାନୀୟ ଜଳ ପାଇଁ ହାହାକାର ହେଉଛନ୍ତି।

କାଣୀ ନଦୀର ବ୍ରହ୍ମଚାରୀପାଟଣା ଘାଇରେ ଏବେ ବି ୧୦ ଫୁଟ୍‌ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ବନ୍ୟା ଆରମ୍ଭକୁ ଏକ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଲୋକଙ୍କ ଘରୁ ବନ୍ୟାପାଣି ଶୁଖିନି। କସପା ପଞ୍ଚାୟତର ପଞ୍ଚୁପଡ଼ା, ବ୍ରହ୍ମଚାରୀପାଟଣା, କମାଳପୁର, ନୂଆଶାସନ ଓ ପଲ୍ଲାସାହି, ଦୁଦୁରାଅଣ୍ଟା ପଞ୍ଚାୟତର କୁଅଁରସାହି, ଆଖୁଆସାହି ଓ କଣ୍ଟପଡ଼ା, ମଲ୍ଲିକାପୁର ପଞ୍ଚାୟତର ମଲ୍ଲିକାପୁର, ମହାନ୍ତିପାଟଣା ଓ ଦାଣ୍ଡୀସାହି, ଦତ୍ତପୁର ପଞ୍ଚାୟତର ଦତ୍ତପୁର ଓ ଅର୍ଦ୍ଦାଳୁଆ, ନିଜାମପୁର ପଞ୍ଚାୟତର ରଡ଼ଗାଁ, କୁଳସାହି ଓ ନୂଆପାଟଣା, କୟାଁ ପଞ୍ଚାୟତର ଇଚ୍ଛାପୁର, ଗୁଣ୍ଠୁଣିପଡ଼ା, ଧରମପୁର, ଗହୀରାପାଳ ଓ ଗରବନ୍ଧ, କମାରଡ଼ିହ ପଞ୍ଚାୟତର କେଳାଙ୍ଗ, ଇଟାପଡ଼ା, ସହୀମାଡ଼, ଲକ୍ଷ୍ମୀପୁର ପ୍ରଭୃତି ଗ୍ରାମ ଏବେବି ବନ୍ୟାପାଣିରେ ବୁଡ଼ିରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହେବାସହ ପୁଣି ଲଘୁଚାପ ପ୍ରଭାବରେ ବର୍ଷା ହେଉଥିବାରୁ ଅବସ୍ଥା ସାଂଘାତିକ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ବନ୍ୟା ପରେ ଲୋକମାନେ ରିଲିଫ୍‌ ଠିକ୍‌ଭାବେ ପାଇ ନ ଥିବା ନେଇ ଅଭିଯୋଗ କରିଛନ୍ତି। ପ୍ରଶାସନ ଖାମଖିଆଲ ଭାବେ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ପରିଚାଳନା କରୁଥିବାବେଳେ ଲୋକମାନଙ୍କର ଶୋଚନୀୟ ଅବସ୍ଥା ପ୍ରତି ଧ୍ୟାନ ଦେଉ ନ ଥିବା ଶତାଧିକ ବିପନ୍ନ ଅଭିଯୋଗ କରିଛନ୍ତି। ଏପରି କି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ନିର୍ଦ୍ଦେଶ ଦେବାପରେ ମଧ୍ୟ ପ୍ରଶାସନ ରିଲିଫ୍‌ ଦେବାନେଇ ଟାଳଟୁଳ ନୀତି ଅବଲମ୍ବନ କରୁଛି। ବନ୍ୟାଞ୍ଚଳରେ ୧୫ ଦିନ ପାଇଁ ରିଲିଫ୍‌ ଦେବା ସକାଶେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ନିର୍ଦ୍ଦେଶ ପରେ ମଧ୍ୟ ଦଶରଥପୁର ବ୍ଲକ୍‌ରେ ଏପର୍ଯ୍ୟନ୍ତ ବିପନ୍ନମାନଙ୍କୁ ଉପଯୁକ୍ତ ଭାବେ ରିଲିଫ୍‌ ମିଳିନି। ଏଭଳି ସମ୍ବେଦନଶୀଳ ପରିସ୍ଥିତିରେ ବିରୋଧୀ ଦଳ ଭାଜପା ଓ କଂଗ୍ରେସ ପକ୍ଷରୁ ଦିନେ ଲେଖାଏ ବନ୍ୟା ଅଞ୍ଚଳ ପରିଦର୍ଶନ କରି ଏଥିପାଇଁ ପ୍ରଶାସନକୁ ଦାୟୀ କରି ଲୋକ ଦେଖାଣିଆ ଆସ୍ଥା ଭାଜନ ହେବାକୁ ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି। କୌଣସି ବିରୋଧୀ ଦଳର ପ୍ରତିନିଧି ପ୍ରଶାସନକୁ ଭେଟି ବିପନ୍ନଙ୍କୁ ରିଲିଫ୍‌ ସାମଗ୍ରୀ ଦେବାକୁ ଦାବି ନ କରିବା ଦୁର୍ଭାଗ୍ୟଜନକ ବୋଲି ଚର୍ଚ୍ଚା ହେଉଛି।

ବନ୍ୟା ଯୋଗୁ ବାସହରା ହୋଇ ପାଖ ପଡ଼ୋଶୀ, ବନ୍ଧୁବାନ୍ଧବଙ୍କ ଘରେ ଆଶ୍ରୟ ନେଇଥିବା ବନ୍ୟା ବିପନ୍ନମାନେ ମୁଣ୍ଡ ଗୁଞ୍ଜିବାକୁ ଠିକଣା ଖୋଜିବାରେ ଲାଗିଛନ୍ତି। ହଜି ଯାଇଥିବା ସାମଗ୍ରୀକୁ ମାଟିକାଦୁଅରେ ଘଣ୍ଟାଘଣ୍ଟି କରି ଖୋଜୁଛନ୍ତି। ମାଟିଘରକୁ ସଜାଡିବାକୁ ଚେଷ୍ଟିତ ଲୋକଙ୍କ ଦୁର୍ଦ୍ଦଶା ବଢି ଯାଇଛି। ଯେଉଁଘର ବନ୍ୟା ପାଣିରେ ଭିଜି ଠିଆ ହୋଇଛି ସେହିସବୁ ବିପଦପୂର୍ଣ୍ଣ ଭାବେ ରହିଛି। କେତେବେଳେ ପଡିଯିବ ତା’ର ଠିକଣା ନାହିଁ। ମାଟି ଘର ଥିବା ଲୋକଙ୍କୁ ବିଭିନ୍ନ ଆବାସ ଯୋଜନାରେ ପକ୍କାଘର ଯଦି ଦିଆଯାଇଥାନ୍ତା ଏବେ ଏଭଳି ପରିସ୍ଥିତି ସୃଷ୍ଟି ହୁଅନ୍ତା ନାହିଁ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri