ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର
(ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ ଥର ବନ୍ୟା ଦେଖାଦେଇଛି। ସୁବର୍ଣ୍ଣରେଖା ରାଜଘାଟ ଗେଜ୍‌ଠାରେ ବନ୍ୟାଜଳ ବୃଦ୍ଧିପାଇ ମଙ୍ଗଳବାର ମଧ୍ୟାହ୍ନରେ ବିପଦସଂକେତ ୧୦.୩୬ମିଟର ଟପି ରାତି ୮ଟା ୩୦ ସୁଦ୍ଧା ୧୧.୪ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି। ସୁବର୍ଣ୍ଣରେଖାର ବନ୍ୟାଜଳ ଦୁଇ କୂଳ ଲଙ୍ଘି ଭୋଗରାଇ, ବାଲିଆପାଳ, ବସ୍ତା ଓ ଜଳେଶ୍ୱର ବ୍ଲକ ସହ ମୟୂରଭଞ୍ଜର କେତେକ ପଞ୍ଚାୟତରେ ଉଣା ଅଧିକେ ପାଣି ପ୍ରବେଶ କରିଛି। ଏଭଳି ସ୍ଥିତିରେ ପଶ୍ଚିମବଙ୍ଗର ଦୁଇ ମେଦିନୀପୁର ଜିଲାର ଉଦବୃତ୍ତ ବର୍ଷା ଓ ବନ୍ୟାଜଳ ଭୋଗରାଇ ଏବଂ ଜଳେଶ୍ୱର ତଳି ଅଞ୍ଚଳରେ ପ୍ରବେଶ କରି ସ୍ଥିତିକୁ ବିଗାଡି ଦେଇଛି।

ବ୍ଲକର ୨୦ ପଞ୍ଚାୟତର ଶତାଧିକ ଗାଁ ବନ୍ୟା ପ୍ଲାବିତ ହୋଇଥିବାରୁ ଜୀବନଜୀବିକା ଦୁର୍ବିଷହ ହୋଇଛି। ଭୋଗରାଇର ଗୋଟିଏ ଗାଁରୁ ଅନ୍ୟ ଗାଁ ବିଚ୍ଛିନ୍ନ ହୋଇଥିବା ବେଳେ ମୁଖ୍ୟ ଓ ଗ୍ରାମରାସ୍ତାଗୁଡିକ ପାଣିରେ ବୁଡିଯାଇ ପାଣିର ସ୍ରୋତ ଛୁଟୁଛି। ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଯିବାକୁ ହେଲେ ଡ଼ଙ୍ଗା ବା କଦଳୀଭେଳା ଏକମାତ୍ର ସାହା ହୋଇଛି। ସୁବର୍ଣ୍ଣରେଖା ଦୁର୍ବଳ ନଦୀବନ୍ଧରେ ସେଚ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ହଜାର ହଜାର ବାଲିବସ୍ତା ମହଜୁଦ ରଖାଯାଇଥିବା ସେଚ ବିଭାଗର କନିଷ୍ଠଯନ୍ତ୍ରୀ ବସନ୍ତ କୁମାର ବେହେରା ଓ ଚିତ୍ତରଞ୍ଜନ ସିଅଳ କହିଛନ୍ତି। ସମସ୍ତ ସେଚ କର୍ମଚାରୀଙ୍କୁ ସତର୍କ ରହିବାକୁ ସେଚ ବିଭାଗର ଏସ୍‌ଇ ନବ କୁମାର ମହାଳିକ ନିର୍ଦ୍ଦେଶ ଦେଇଛନ୍ତି।

ବନ୍ୟା ଯୋଗୁ ତହସିଲ, ବ୍ଲକ, ସେଚ, ଡ୍ରେନେଜ ଓ ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀର ଛୁଟି ବାତିଲ କରି ବନ୍ୟାଞ୍ଚଳରେ ଲୋକଙ୍କୁ ଉଦ୍ଧାର ଓ ସେବା କାର୍ଯ୍ୟରେ ନିୟୋଜିତ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ଓ ବ୍ଲକ ଚେୟାରମ୍ୟାନ ପ୍ରବୀର କୁମାର ଗିରି ବନ୍ୟାଞ୍ଚଳ ପରିଦର୍ଶନ କରି ବିପନ୍ନଙ୍କୁ ଅବିଳମ୍ବେ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାକୁ ସରକାରଙ୍କଠାରେ ଦାବି କରିଥିଲେ। ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଉପଜିଲାପାଳ ପ୍ରଥମେଶ ସିରକେ, ଅତିରିକ୍ତ ଜିଲାପାଳ ନିରଞ୍ଜନ ବେହେରା ବନ୍ୟାସ୍ଥିତି ଅନୁଧ୍ୟାନ କରି ଫେରିଥିଲେ।

ବାଲିଆପାଳ ବ୍ଲକର ୧୫ଟି ପଞ୍ଚାୟତରେ ବନ୍ୟା ପାଣି ପଶିଛି। ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି। ବାଲିଆପାଳ ବିଡିଓ ବିନୋଦ ଚନ୍ଦ୍ର ପଣ୍ଡା, ବାଲିଆପାଳ ତହସିଲଦାର ଜନକ କୁମାର ନାୟକ ବିଭିନ୍ନ ବନ୍ୟାଞ୍ଚଳ ବୁଲି ବନ୍ୟା ସ୍ଥିତି ଅନୁଧ୍ୟାନ କରୁଛନ୍ତି। ସୁଭଦ୍ରା ଯୋଜନା ଲୋକାର୍ପଣ ହେଉଥିବାରୁ ତଳିଆ ଅଞ୍ଚଳରୁ ମହିଳାମାନେ ବନ୍ୟାଜଳରେ ପଶି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ଲୋକେ ବନ୍ୟାଜଳରେ ପଶି ୧ କି.ମି.ରୁ ଅଧିକ ବାଟ ଯାଇ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣି ଘରକୁ ଫେରୁଥିବା ଦେଖିବାକୁ ମିଳିଛି। ବାଲିଆପାଳ ବ୍ଲକର ସୁବର୍ଣ୍ଣରେଖା ନଦୀକୂଳିଆ ପଞ୍ଚାୟତ ବିଷ୍ଣୁପୁର ପଞ୍ଚାୟତର ସମସ୍ତ ୬ ଗାଁ, ଜାମକୁଣ୍ଡା ପଞ୍ଚାୟତର ୬ ଗାଁ, ବାଲିଆପାଳ ପଞ୍ଚାୟତର ୫ ଗାଁ, ଅସ୍ତି ପଞ୍ଚାୟତର ୯ ଗାଁ , ଘଣ୍ଟୁଆ ପଞ୍ଚାୟତର ୪ ଗାଁ, ନିଖିରା ପଞ୍ଚାୟତର ୬ ଗାଁ, କୁମ୍ଭାରୀ ପଞ୍ଚାୟତର ୬ଗାଁ, ଶ୍ରୀରାମପୁର ପଞ୍ଚାୟତର ୫ ଗାଁ, ଦେଭୋଗ ପଞ୍ଚାୟତର ୫ ଗାଁ ପ୍ରଭାବିତ ହେବାରେ ଲାଗିଛି। ବିଷ୍ଣୁପୁର ଜାମକୁଣ୍ଡା ରାସ୍ତା ଉପରେ ଉପରେ ପାଣି ପ୍ରବାହିତ ହେଉଛି। ବାଲିଆପାଳ-ବିଷ୍ଣୁପୁର ରାସ୍ତା, ବାଲିଆପାଳ-ନୟାବାଲି ରାସ୍ତା, ଇକଡପାଳ-ଜାମକୁଣ୍ଡା ରାସ୍ତା, ଚୌଧୁରୀକୁଦ-ପଞ୍ଚରୁଖୀ ରାସ୍ତା ଉପରେ ୩/୪ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି। ଜଳେଶ୍ୱରସ୍ଥିତ ଜିଲା କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତିଙ୍କ ତଥ୍ୟ ଅନୁଯାୟୀ, ଜଳେଶ୍ୱରର ୩୫ଟି ପଞ୍ଚାୟତର ୧୦୫ଟି ଗାଁର ୨୦୫୦ ହେକ୍ଟର ଧାନଜମି ପାଣିରେ ବୁଡି ରହିଛି। ବର୍ଷା ଓ ବନ୍ୟା ଯୋଗୁ କମର୍ଦ୍ଦା-ବାଲିଆପାଳ, କୁଳିଦା-ଦେଉଳା, ମୋହନପୁର-ସାହୁଛକ, ମହାଗବ-ମଧୁପୁର, ନହରା-ସୁଗୋ ଭାୟା ନେତୁଆ , ଜଳେଶ୍ୱର-ଜମାଳପୁର, ଜଳେଶ୍ୱର ପଶ୍ଚିମବାର୍ଡ ଆଦି ମୁଖ୍ୟରାସ୍ତା ଉପରେ ପାଣିର ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଇଟାଭାଟିରେ ୧୧ରେ ଶିଶୁ ଶ୍ରମିକ, ରାୟଗଡ଼ା ଜିଲା ପ୍ରଶାସନର ତନାଘନା

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବ୍ଲକ ଚାନ୍ଦିଲି ଥାନା ଅର୍ନ୍ତଗତ ଭାକୁରଗୁଡ଼ା ସ୍ଥିତ ଏକ ଇଟାଭାଟିରେ ବେଆଇନ ଭାବେ ଶିଶୁ ଶ୍ରମିକ ନିଯୁକ୍ତି ଅଭିଯୋଗ ସାମ୍ନାକୁ ଆସିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri