ଅଚାନକ କମଲା ହାରିସଙ୍କ ପ୍ରଶଂସା କଲେ ଟ୍ରମ୍ପ: ଜାଣନ୍ତୁ କାହିଁକି

ଓ୍ବାଶିଂଟନ,୧୮।୯: ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆମେରିକାର ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ପାର୍ଟି ପ୍ରାର୍ଥୀ କମଲା ହାରିସ ଏବଂ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ପରସ୍ପରକୁ ଟାର୍ଗେଟ୍‌ କରୁଛନ୍ତି। କିନ୍ତୁ ନିର୍ବାଚନ ପ୍ରଚାର ବ୍ୟତୀତ ଉଭୟ ଦେଶର ପରିସ୍ଥିତି ଉପରେ ନଜର ରଖିଛନ୍ତି। କମଲା ନିକଟରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ କଥା ହୋଇଥିଲେ।

ହ୍ବାଇଟ ହାଉସର ଜଣେ ଅଧିକାରୀ ଏକ ବିବୃତ୍ତିରେ କହିଛନ୍ତି, ଉପରାଷ୍ଟ୍ରପତି ହ୍ୟାରିସ ଫୋନରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହୋଇଥିଲେ ଏବଂ ଆକ୍ରମଣରେ ସୁରକ୍ଷିତ ବର୍ତ୍ତିଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ଏଥିସହ ଟ୍ରମ୍ପ ଏକ କାର୍ଯ୍ୟକ୍ରମରେ ଏହା ମଧ୍ୟ କହିଛନ୍ତି। ଉପରାଷ୍ଟ୍ରପତିଙ୍କୁ ପ୍ରଶଂସା କରି ଟ୍ରମ୍ପ କହିଛନ୍ତି, କମଲା ଫୋନ୍‌ କରିଥିଲେ ଏବଂ ତାଙ୍କ ସହ ବାର୍ତ୍ତାଳାପ ଭଲ ଥିଲା।

ଉପରାଷ୍ଟ୍ରପତି କମଲା ହାରିସ ଏକ ଟିଭି ସାକ୍ଷାତକାରରେ କହିଛନ୍ତି, ସେ ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥା ହୋଇଥିଲେ। ତାଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ପରେ ସେ ଠିକ ଅଛନ୍ତି କି ନାହିଁ ପଚାରି ବୁଝିଥିଲେ। ମୁଁ ସର୍ବସାଧାରଣରେ କହିଛି ଯେ ଆମ ଦେଶରେ ରାଜନୈତିକ ହିଂସା ପାଇଁ ସ୍ଥାନ ନାହିଁ। ଆମେ ସୁସ୍ଥ ବିତର୍କ, ଆଲୋଚନା ଚାହୁଁ, କିନ୍ତୁ ସମସ୍ୟାର ସମାଧାନ ପାଇଁ ହିଂସା ପ୍ରୟୋଗ କରାଯିବା ଉଚିତ ନୁହେଁ।

ଗତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ପୁଣି ଏକ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ। ଟ୍ରମ୍ପ ଫ୍ଲୋରିଡାର ପାମ ବିଚ କାଉଣ୍ଟିରେ ଥିବା ଅନ୍ତର୍ଜାତୀୟ ଗଲ୍ଫ କ୍ଲବରେ ଖେଳୁଥିଲେ। ତାଙ୍କ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ସିକ୍ରେଟ ସର୍ଭିସ ଏଜେଣ୍ଟ ଜଣେ ସନ୍ଦିଗ୍ଧଙ୍କୁ ବୁଦା ଭିତରେ ଲୁଚିଥିବାର ଦେଖିଲେ। ତାଙ୍କ ପାଖରେ ଏକେ-୪୭ ଭଳି ରାଇଫଲ ଏବଂ ଗୋ ପ୍ରୋ କ୍ୟାମେରା ଥିଲା। ବନ୍ଧୁକଟି ଗଲ୍ଫ କୋର୍ସ ଆଡକୁ ଥିଲା। ଟ୍ରମ୍ପ ଏବଂ ଆକ୍ରମଣକାରୀଙ୍କ ମଧ୍ୟରେ ଦୂରତା ପ୍ରାୟ ୩୦୦ ରୁ ୫୦୦ ମିଟର ଥିଲା। ଏଜେଣ୍ଟ ତାଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇଲା, ଏହା ପରେ ସେ ତାଙ୍କ କଳା ଏସୟୁଭିରେ ପଳାଇ ଯାଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଜଣେ ପ୍ରତ୍ୟକ୍ଷଦର୍ଶୀ ସନ୍ଦିଗ୍ଧଙ୍କ କାରର ଫଟୋ ଉଠାଇଥିଲେ। ଏଥିରେ ମିଳିଥିବା ନମ୍ବର ପ୍ଲେଟକୁ ଆଧାର କରି ସିକ୍ରେଟ ସର୍ଭିସ ଗାଡିଟିକୁ ଗୋଡ଼ାଇ ଗୋଲ୍ଡ କୋର୍ସଠାରୁ ୬୦ କିଲୋମିଟର ଦୂରରେ ରାଜପଥରେ ସନ୍ଦିଗ୍ଧଙ୍କୁ କବା କରିଥିଲେ। ଏହା ପୂର୍ବରୁ ଜୁଲାଇ ୧୩, ୨୦୨୪ରେ ଆମେରିକାର ପେନସିଲଭାନିଆର ବଟଲର ସହରରେ ଏକ ନିର୍ବାଚନ ସମାବେଶରେ ଟ୍ରମ୍ପଙ୍କ ଉପରକୁ ଗୁଳି ବିନିମୟ ହୋଇଥିଲା। ଗୁଳି ତାଙ୍କ କାନରେ ବାଜିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ବିଶ୍ୱକପ୍‌: ଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଲଣ୍ଡନ,୩୦ା୬: ଆଶ୍‌ଲେ ଗାର୍ଡନରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଓ ବେଥ୍‌ ମୁନିଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି।…

୧ ଜୁଲାଇରୁ ବଦଳିଗଲା ଏହି ୧୦ଟି ବଡ଼ ନିୟମ! ଆଇଟିଆର୍‌, କ୍ରେଡିଟ୍ କାର୍ଡଠାରୁ ଆରମ୍ଭ କରି ପିଏଫ୍‌ ଉଠାଣ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧।୭: ଜୁଲାଇ ଆରମ୍ଭ ହୋଇଯାଇଛି। ଆଇଟିଆର୍ (ITR) ଦାଖଲ ସମୟସୀମାଠାରୁ ଆରମ୍ଭ କରି ୟୁପିଆଇ (UPI) ଭିତ୍ତିକ ପିଏଫ୍ (PF) ଟଙ୍କା ଉଠାଣ ଏବଂ କ୍ରେଡିଟ୍ କାର୍ଡର…

ମାସର ପ୍ରଥମ ଦିନରେ ଶସ୍ତା ହେଲା ସୁନା; ଏତିକି ଖସିଲା ରେଟ! ଜାଣନ୍ତୁ ୧ ଜୁଲାଇର ନୂଆ ରେଟ୍…

ନୂଆଦିଲ୍ଲୀ,୧।୭:  ୧ ଜୁଲାଇ ୨୦୨୬ରେ ସୁନା ଏବଂ ରୂପା ଉଭୟର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। କ୍ରମାଗତ ଭାବେ ବଢୁଥିବା ମୂଲ୍ୟ ପରେ ଏବେ ଗ୍ରାହକମାନଙ୍କୁ ସାମାନ୍ୟ…

ତାମିଲନାଡୁଗ୍ୟାସ ଟ୍ରାଜେଡି: ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଯୁବତୀ

ଭୁବନେଶ୍ୱର,୧।୭: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ୍‌ ଘଟଣାରେ ବୁଧବାର ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

ଦେଶରେ ୫ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଜାଣନ୍ତୁ କେଉଁ କମ୍ପାନୀ କଲା ଘୋଷଣା

ନୂଆଦିଲ୍ଲୀ,୧।୭: ଦେଶର କୋଟି କୋଟି ଜନତାଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦୀର୍ଘ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଦେଶରେ ଇନ୍ଧନ ମୂଲ୍ୟରେ…

୨୨ ବର୍ଷ ଧରି ବସବାସ ପରେ ବି ମିଳିଲାନି ମୌଳିକ ପରିଚୟ: ଉଚ୍ଛେଦ ଭୟରେ କୁର୍ଲୁପଡ଼ା କଲେକ୍ଟରପଡ଼ାର ୩୨ ପରିବାର

କେସିଙ୍ଗା, ୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁର୍ଲୁପଡ଼ା ଗ୍ରାମର କଲେକ୍ଟରପଡ଼ାରେ ବସବାସ କରୁଥିବା ପ୍ରାୟ ୩୨ଟି ଗରିବ ପରିବାର ଗତ ୨୨ ବର୍ଷ…

ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର: ୬ରୁ ୧୯ ଜୁଲାଇ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ, ଜାଣନ୍ତୁ କେବେ ଖୋଲିବ…

ନୂଆଦିଲ୍ଲୀ,୧।୭: କଶ୍ମୀର ଉପତ୍ୟକାରେ ବଢୁଥିବା ଗରମ ଓ ଗୁଳୁଗୁଳି ମଧ୍ୟରେ ସ୍କୁଲ ପିଲାମାନଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ଆସିଛି। ଜମ୍ମୁ-କଶ୍ମୀର ସରକାର କଶ୍ମୀର…

୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର: ରୋଗୀ ସେବା ପ୍ରଭାବିତ

ଦାରିଙ୍ଗବାଡି,୧।୭(ଅରୁଣ ସାହୁ): ରାଜ୍ୟବ୍ୟାପୀ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ(ଓଏମଏସଏ) ପକ୍ଷରୁ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri