ବୈତରଣୀ, କାଣୀ ନଦୀରେ ବନ୍ୟା

ଯାଜପୁର ଅଫିସ/ଝୁମ୍ପୁରୀ (ଡି.ଏନ୍‌.ଏ.),୧୫ା୮: ଯାଜପୁର ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲଘୁଚାପଜନିତ ବର୍ଷା ଯୋଗୁ ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀ ଫୁଲିବାରେ ଲାଗିଛି। ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ବୈତରଣୀ ନଦୀର ଆନନ୍ଦପୁରଠାରେ ବିପଦ ସଙ୍କେତ ୩୮.୩୬ ମିଟର ସ୍ଥଳେ ୩୬.୬୨ ମିଟର ଓ ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ସ୍ଥଳେ ରାତି ୮ଟା ସୁଦ୍ଧା ୧୮.୦୬ ମିଟର ଉଚ୍ଚରେ ବନ୍ୟା ପାଣି ପ୍ରବାହିତ ହେଉଛି। ସେହିପରି ବଲ୍ଲଭିଘାଟରେ ବିପଦସଙ୍କେତ ୧୩.୩୪ ମିଟର ସ୍ଥଳେ ୧୨.୩୯ ମିଟର ଏବଂ ଦଶରଥପୁରଠାରେ ବିପଦସଙ୍କେତ ୯.୫୨ ମିଟର ସ୍ଥଳେ ୧୦.୬୦ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଏଥିଯୋଗୁ ଜିଲାର ଦଶରଥପୁର ବ୍ଲକ ଅଞ୍ଚଳର ନଦୀ ତଟବାସୀ ଆତଙ୍କିତ ହୋଇ ପଡିଛନ୍ତି ।
ବର୍ଷା ଲାଗି ରହିଥିବାରୁ ବୈତରଣୀ ଓ କାଣୀ ନଦୀର ବନ୍ୟାଜଳ ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହୋଇଛି। ଦଶରଥପୁରର ୭ ପଞ୍ଚାୟତ କସପା, ମଲ୍ଲିକାପୁର, ଦୁଦୁରାଅଣ୍ଟା, ଦତ୍ତପୁର, କୟଁା, ଜୟନ୍ତରା ଓ କଟିକଟା ପଞ୍ଚାୟତର ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଗ୍ରାମ ପାଣିଘେରରେ ରହିଛି। ଗତବର୍ଷ କଣ୍ଟପଡ଼ା ନିକଟରେ ହୋଇଥିବା ୮୦ ଫୁଟ୍‌ର ଘାଇ ମୁକୁଳା ଥିବାରୁ ଏହି ଘାଇ ମଧ୍ୟଦେଇ କାଣୀ ନଦୀରେ ବନ୍ୟାଜଳ ପ୍ରବେଶ କରିଛି। ଫଳରେ ବ୍ଲକ୍‌ର ୫ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଚାଷ ଜମି ପାଣିରେ ବୁଡ଼ି ରହିଥିବାବେଳେ ବହୁ ଫସଲ ଓ ପନିପରିବା କ୍ଷତି ହୋଇସାରିଛି। କଣ୍ଟପଡ଼ା ଘାଇ ପାଣିରେ ଦଶରଥପୁର ଆଦର୍ଶ ବିଦ୍ୟାଳୟ, ଜୟନ୍ତରା ପଞ୍ଚାୟତର ମହାପାତ୍ର ସାହି ଓ କଟିକଟା ପଞ୍ଚାୟତର କାପୁଡ଼ିଆ ସାହି, ମାଝୀ ସାହି ପାଣି ଘେରରେ ରହିଛି ା ରବିବାର ବନ୍ୟା ପରିସ୍ଥିତି ସ୍ଥିତି ପରଖିବାକୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଦଶରଥପୁର ବ୍ଲକ୍‌ ଗସ୍ତ କରିବା ସହ କାଣୀ ନଦୀ ପ୍ରଭାବିତ କଣ୍ଟପଡ଼ା, ମଲ୍ଲିକାପୁର, କସପା ପ୍ରଭୃତି ଅଞ୍ଚଳ ପରିଦର୍ଶନ କରିଥିଲେ। ବିଧାୟକ ସ୍ଥିତି ସମୀକ୍ଷା କରି ଅଧିକାରୀମାନଙ୍କୁ ବନ୍ୟା ଉପରେ ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅପରାହ୍ନରେ ଜଳସମ୍ପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଧନେଶ୍ୱର ସାମଲ, ଯାଜପୁର ଡ୍ରେନେଜ୍‌ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଦିଲୀପ ନନ୍ଦନ ମହାପାତ୍ର ପ୍ରମୁଖ ବନ୍ୟା ପ୍ରଭାବିତ ମଲ୍ଲିକାପୁର, କସପା ପଞ୍ଚାୟତ ଗସ୍ତକରି କାଣୀ ନଦୀର ବିଭିନ୍ନ ଦୁର୍ବଳ ସ୍ଥାନ ପରିଦର୍ଶନ କରିଛନ୍ତି। ଏଥିସହ ବନ୍ୟା ଉପରେ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ରଖାଯିବା ସହ ବନ୍ଧର ସୁରକ୍ଷା ପାଇଁ ରାତିଦିନ ସଜାଗ ରହିବାକୁ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବ୍ଲକ ଅଧୀନ ବୈତରଣୀ ନଦୀ ଓ କାଣୀ ନଦୀର କେତେକ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ସେଠାରେ ବାଲିବସ୍ତା ପକାଯାଇଥିବା ଦେଖାଯାଇଛି। ସୋମବାର ସକାଳ ସୁଦ୍ଧା ବୈତରଣୀ ନଦୀରେ ପୁନଃ ବନ୍ୟାଜଳ ପ୍ରବେଶ କରିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଜଳସେଚନ ବିଭାଗ ତରଫରୁ ନଦୀର ବିଭିନ୍ନ ସ୍ଥାନରେ ରାତ୍ରି ପାଟ୍ରୋଲିଂ ବ୍ୟବସ୍ଥା କରାଯିବା ସହିତ ସମ୍ଭାବ୍ୟ ବିପଦକୁ ସାମ୍‌ନା କରିବାକୁ ବିଭାଗ ପ୍ରସ୍ତୁତ ରହିଛି ବୋଲି ବିଭାଗୀୟ ଯନ୍ତ୍ରୀ ଅରୁଣ କୁମାର ତ୍ରିପାଠୀ ଆମ ପ୍ରତିନିଧିଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

ପେଟ୍ରୋଲ ପମ୍ପର ମାଟିତଳେ କେତେ ତେଲ ଥାଏ? କେବଳ ଏତିକି ଦିନ ପାଇଁ ରୁହେ ଷ୍ଟକ୍‌…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ, ଏକ ବିଶ୍ୱ ଶକ୍ତି ସଙ୍କଟ ଦେଖାଦେଉଛି। ଏହି ଅସ୍ଥିରତାର ପ୍ରଭାବ ଘରୋଇ ସ୍ତରରେ ମଧ୍ୟ ଅନୁଭୂତ ହେଉଛି, ବିଶେଷକରି ଗ୍ୟାସ ଯୋଗାଣ…

ହର୍ମୁଜ ଷ୍ଟ୍ରେଟରେ ଇରାନର ମାୟାବି ଜାଲ, ଏନର୍ଜି କରିଡର ଏବେ ‘ମୃତ୍ୟୁର କୂଅ’! ସୁପରପାଓ୍ବାରକୁ ଦେଖାଇଦେଲା ଅସଲ ସ୍ଥିତି

ତେହରାନ୍‌,୨୮।୩: ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ପରିସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ବନ୍ଦ ହେବା…

ସରକାରଙ୍କ ବଡ଼ ଘୋଷଣା, ପହିଲାରୁ ସ୍କୁଲରେ ଖରାଛୁଟି, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୨୮।୩: ଏପ୍ରିଲ ଆରମ୍ଭ ନ ହେଉଣୁ ତାତି ତାର କରାଳ ରୂପ ଦେଖାଇଲାଣି । ସ୍ଥିତି ଏମିତି ହେଲାଣି ଯେ, ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇପଡ଼ିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri