ଡାର୍କ ପ୍ୟାଟର୍ନ ଉପରେ ଫ୍ଲିପକାର୍ଟ, ରିଲାଏନ୍ସ ସମେତ ୨୬ ଇ-କମର୍ସ ପ୍ଲାଟଫର୍ମର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୦।୧୧: ଫ୍ଲିପକାର୍ଟ, ବ୍ଲିଙ୍କିଟ୍, ରିଲାଏନ୍ସ ରିଟେଲ, ଜୋମାଟୋ, ଟାଟା 1mg ସମେତ ୨୬ଟି ବଡ଼ ଇ-କମର୍ସ ପ୍ଲାଟଫର୍ମ ଦାବି କରିଛନ୍ତି ଯେ ସେମାନଙ୍କ ୱେବସାଇଟରେ ‘ଡାର୍କ ପାଟର୍ନ’ର ବ୍ୟବହାର ହେଉନାହିଁ। ଗୁରୁବାର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାର୍ବଜନୀନ ବଣ୍ଟନ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି।

କମ୍ପାନୀଗୁଡ଼ିକ ଆଭ୍ୟନ୍ତରୀଣ ସ୍ୱ-ଅଡିଟ୍ କିମ୍ବା ତୃତୀୟ ପକ୍ଷ ଖାଉଟି ସମୀକ୍ଷା ଆଧାରରେ ଏହି ଘୋଷଣା କରିଛନ୍ତି। ମନ୍ତ୍ରଣାଳୟ କହିଛି ଯେ ଏହି ପ୍ଲାଟଫର୍ମଗୁଡ଼ିକ ‘ଡାର୍କ ପାଟର୍ନ’ ଚିହ୍ନଟ କରିବା ଏବଂ ଦୂର କରିବା ପାଇଁ ଅଡିଟ୍ କରିଛନ୍ତି। ସମସ୍ତ ୨୬ଟି କମ୍ପାନୀ ଦୃଢ଼ ଭାବରେ କହିଛନ୍ତି ଯେ ସେମାନଙ୍କ ପ୍ଲାଟଫର୍ମରେ କୌଣସି ପ୍ରକାରର ଚତୁରତାପୂର୍ଣ୍ଣ ଡିଜାଇନ୍ ବ୍ୟବହାର କରାଯାଉନାହିଁ, ଯାହା ଖାଉଟିଙ୍କୁ ଭ୍ରମିତ କରେ।

‘ଡାର୍କ ପାଟର୍ନ’ ହେଉଛି ଏକ ୟୁଜର ଇଣ୍ଟରଫେସ୍ ଯାହାର ଉଦ୍ଦେଶ୍ୟ ହେଉଛି ଖାଉଟିଙ୍କୁ ବିଭ୍ରାନ୍ତ କରିବା କିମ୍ବା ଚାପ ପକାଇବା, ଯାହା ଫଳରେ ସେମାନେ ଅଜାଣତରେ ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି (ଯେପରିକି- କୌଣସି ସେବା କିଣିବା, ସ୍ୱୟଂ-ନବୀକରଣକୁ ଗ୍ରହଣ କରିବା, କିମ୍ବା ଭୁଲ୍ ଉତ୍ପାଦ ବାଛିବା)।

ଉଦାହରଣସ୍ୱରୂପ, ‘ଫୋର୍ସଡ୍ ସବସ୍କ୍ରିପସନ୍’ ଯେଉଁଠାରେ ଫ୍ରି ଟ୍ରାଏଲ୍ ନାମରେ କାର୍ଡର ବିବରଣୀ ନିଆଯାଏ ଏବଂ ଟ୍ରାଏଲ୍ ସମାପ୍ତ ହେବା ପରେ ଗ୍ରାହକଙ୍କ ବିନା ଅନୁମତିରେ ସ୍ୱୟଂଚାଳିତ ଭାବେ ନବୀକରଣ ହୋଇଯାଏ।

ଏହି ତାଲିକାରେ Flipkart, ମିନ୍ତ୍ରା, ବିଗ୍‌ବାସ୍କେଟ୍, କ୍ଲିଅରଟ୍ରିପ୍, ମେକ୍‌ମାଇଟ୍ରିପ୍, ୱାଲମାର୍ଟ ଇଣ୍ଡିଆ, ରିଲାଏନ୍ସ ରିଟେଲ (Tira Beauty, JioMart, Reliance Jewels, Ajio, Reliance Digital), ଜେପ୍ଟୋ, ସ୍ୱିଗି, ଜୋମାଟୋ, ବ୍ଲିଙ୍କିଟ୍, ଟାଟା 1mg, ନେଟମେଡ୍‌ସ, ପେଜ୍ ଇଣ୍ଡଷ୍ଟ୍ରିଜ୍, ୱିଲିୟମ୍ ପେନ୍, ଫାର୍ମଇଜି, କୁରାଡେନ୍ ଇଣ୍ଡିଆ, ଡୁରୋଫ୍ଲେକ୍ସ, ହାମଲେସ୍, ମିଲ୍‌ବାସ୍କେଟ୍, ଇକ୍ସିଗୋ ଏବଂ ମିଶୋ ଭଳି ବଡ଼ ବଡ଼ ପ୍ଲାଟଫର୍ମ ସାମିଲ୍ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

ଇରାନ ଉପରୁ କଟକଣା ହଟାଇଲେ ଟ୍ରମ୍ପ୍‌, ତେହରାନ କହିଲା ଆମ ପାଖରେ…

ଓ୍ବାଶିଂଟନ/ତେହରାନ୍‌,୨୧ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହୁ ହୁ ହୋଇ ବଢ଼ିଚାଲିଥିବାବେଳେ ଏହାକୁ ପ୍ରଶମିତ କରିବା ପାଇଁ ଆମେରିକା ସମୁଦ୍ରରେ ଅଟକି…

ବିଜେଡିର ୬ ବିଧାୟକ ଦଳରୁ ନିଲମ୍ବିତ

ଭୁବନେଶ୍ୱର,୨୧ା୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କଡ଼ା ଆକ୍ସନ ନେଇଛନ୍ତି। ଦଳରୁ ୬ ବିଧାୟକଙ୍କୁ ନବୀନ ନିଲମ୍ବନ କରିଛନ୍ତି।…

ଗ୍ୟାସ୍‌କୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଆସନ୍ତା ୨୩ରୁ…

ନୂଆଦିଲ୍ଲୀ,୨୧ା୩: କେନ୍ଦ୍ର ସରକାର ଏଲ୍‌ପିଜିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶନିବାର ସରକାର କହିଛନ୍ତି, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (UT)କୁ ବାଣିଜ୍ୟିକ ଏଲ୍‌ପିଜିର ଆଉ…

ଭାରତ ପାଖରେ ବଡ଼ ଆଟାକ୍‌ କଲା ଇରାନ, ବିଶ୍ୱରେ ଚହଳ! ଆଗକୁ ବଡ଼ଯୁଦ୍ଧ…

ନୂଆଦିଲ୍ଲୀ,୨୧।୩: ଏସିଆର ଉପସାଗରୀୟ ଅଞ୍ଚଳରେ ସଂଘର୍ଷ ଅହରହ ଜାରି ରହିଛି, ଉଭୟ ପାର୍ଶ୍ୱରୁ ଆକ୍ରମଣ କରାଯାଉଛି। ଇରାନ ମଧ୍ୟ ଏହାର ଆକ୍ରମଣ ସହିତ ତା’ର ଶତ୍ରୁମାନଙ୍କୁ ସତର୍କତାର…

ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…

ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି…

Gold Rate: ଲକ୍ଷେ ତଳକୁ ଖସିଆସିବ ସୁନା ଦର? ବିଶେଷଜ୍ଞ କହିଦେଲେ ତାରିଖ!

ସୁନା ଦର ଲକ୍ଷେ ଟଙ୍କା ତଳକୁ ଖସିବ? ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ବଜାରରେ ଅସ୍ଥିରତା ରହିଥାଏ, ତେବେ ଆହୁରି ଟିକିଏ ହ୍ରାସ ହୋଇପାରେ। ତଥାପି, ହଠାତ୍…

ଦଶମ ପାସ ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ରେଳବାଇରେ ଆସିଲା ବମ୍ପର ନିଯୁକ୍ତି

ନୂଆଦିଲ୍ଲୀ,୨୧।୩: ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ହଜାର ହଜାର ଶିକ୍ଷାର୍ଥୀ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ସୁଯୋଗ ବିଶେଷ ଭାବରେ ଦଶମ ଶ୍ରେଣୀ ପାସ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri