ଡାର୍କ ପ୍ୟାଟର୍ନ ଉପରେ ଫ୍ଲିପକାର୍ଟ, ରିଲାଏନ୍ସ ସମେତ ୨୬ ଇ-କମର୍ସ ପ୍ଲାଟଫର୍ମର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୦।୧୧: ଫ୍ଲିପକାର୍ଟ, ବ୍ଲିଙ୍କିଟ୍, ରିଲାଏନ୍ସ ରିଟେଲ, ଜୋମାଟୋ, ଟାଟା 1mg ସମେତ ୨୬ଟି ବଡ଼ ଇ-କମର୍ସ ପ୍ଲାଟଫର୍ମ ଦାବି କରିଛନ୍ତି ଯେ ସେମାନଙ୍କ ୱେବସାଇଟରେ ‘ଡାର୍କ ପାଟର୍ନ’ର ବ୍ୟବହାର ହେଉନାହିଁ। ଗୁରୁବାର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାର୍ବଜନୀନ ବଣ୍ଟନ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି।

କମ୍ପାନୀଗୁଡ଼ିକ ଆଭ୍ୟନ୍ତରୀଣ ସ୍ୱ-ଅଡିଟ୍ କିମ୍ବା ତୃତୀୟ ପକ୍ଷ ଖାଉଟି ସମୀକ୍ଷା ଆଧାରରେ ଏହି ଘୋଷଣା କରିଛନ୍ତି। ମନ୍ତ୍ରଣାଳୟ କହିଛି ଯେ ଏହି ପ୍ଲାଟଫର୍ମଗୁଡ଼ିକ ‘ଡାର୍କ ପାଟର୍ନ’ ଚିହ୍ନଟ କରିବା ଏବଂ ଦୂର କରିବା ପାଇଁ ଅଡିଟ୍ କରିଛନ୍ତି। ସମସ୍ତ ୨୬ଟି କମ୍ପାନୀ ଦୃଢ଼ ଭାବରେ କହିଛନ୍ତି ଯେ ସେମାନଙ୍କ ପ୍ଲାଟଫର୍ମରେ କୌଣସି ପ୍ରକାରର ଚତୁରତାପୂର୍ଣ୍ଣ ଡିଜାଇନ୍ ବ୍ୟବହାର କରାଯାଉନାହିଁ, ଯାହା ଖାଉଟିଙ୍କୁ ଭ୍ରମିତ କରେ।

‘ଡାର୍କ ପାଟର୍ନ’ ହେଉଛି ଏକ ୟୁଜର ଇଣ୍ଟରଫେସ୍ ଯାହାର ଉଦ୍ଦେଶ୍ୟ ହେଉଛି ଖାଉଟିଙ୍କୁ ବିଭ୍ରାନ୍ତ କରିବା କିମ୍ବା ଚାପ ପକାଇବା, ଯାହା ଫଳରେ ସେମାନେ ଅଜାଣତରେ ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି (ଯେପରିକି- କୌଣସି ସେବା କିଣିବା, ସ୍ୱୟଂ-ନବୀକରଣକୁ ଗ୍ରହଣ କରିବା, କିମ୍ବା ଭୁଲ୍ ଉତ୍ପାଦ ବାଛିବା)।

ଉଦାହରଣସ୍ୱରୂପ, ‘ଫୋର୍ସଡ୍ ସବସ୍କ୍ରିପସନ୍’ ଯେଉଁଠାରେ ଫ୍ରି ଟ୍ରାଏଲ୍ ନାମରେ କାର୍ଡର ବିବରଣୀ ନିଆଯାଏ ଏବଂ ଟ୍ରାଏଲ୍ ସମାପ୍ତ ହେବା ପରେ ଗ୍ରାହକଙ୍କ ବିନା ଅନୁମତିରେ ସ୍ୱୟଂଚାଳିତ ଭାବେ ନବୀକରଣ ହୋଇଯାଏ।

ଏହି ତାଲିକାରେ Flipkart, ମିନ୍ତ୍ରା, ବିଗ୍‌ବାସ୍କେଟ୍, କ୍ଲିଅରଟ୍ରିପ୍, ମେକ୍‌ମାଇଟ୍ରିପ୍, ୱାଲମାର୍ଟ ଇଣ୍ଡିଆ, ରିଲାଏନ୍ସ ରିଟେଲ (Tira Beauty, JioMart, Reliance Jewels, Ajio, Reliance Digital), ଜେପ୍ଟୋ, ସ୍ୱିଗି, ଜୋମାଟୋ, ବ୍ଲିଙ୍କିଟ୍, ଟାଟା 1mg, ନେଟମେଡ୍‌ସ, ପେଜ୍ ଇଣ୍ଡଷ୍ଟ୍ରିଜ୍, ୱିଲିୟମ୍ ପେନ୍, ଫାର୍ମଇଜି, କୁରାଡେନ୍ ଇଣ୍ଡିଆ, ଡୁରୋଫ୍ଲେକ୍ସ, ହାମଲେସ୍, ମିଲ୍‌ବାସ୍କେଟ୍, ଇକ୍ସିଗୋ ଏବଂ ମିଶୋ ଭଳି ବଡ଼ ବଡ଼ ପ୍ଲାଟଫର୍ମ ସାମିଲ୍ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ଝିଅମାନଙ୍କ ପାଇଁ ଅଲଗା ଶୌଚାଳୟ, ସାନିଟାରୀ ପ୍ୟାଡ ରହିବା ଜରୁରୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୧: ସୁପ୍ରିମକୋର୍ଟ ସ୍କୁଲରେ ଝିଅମାନଙ୍କ ପାଇଁ ପୃଥକ ଶୌଚାଳୟ ଏବଂ ସାନିଟାରୀ ପ୍ୟାଡ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ସମସ୍ତ ସରକାରୀ ଏବଂ…

ବିମାନକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ,ଟିସ୍ୟୁ ପେପରରେ ଏମିତି ଲେଖା ଦେଖି..

ନୂଆଦିଲ୍ଲୀ,୩୦ା୧: ବିମାନ କମ୍ପାନୀଗୁଡ଼ିକ ବାରମ୍ବାର ବୋମା  ଏବଂ ଅପହରଣ ଧମକ ପାଉଛନ୍ତି। ଏହି ସମୟରେ ଶୁକ୍ରବାର କୁଏତ୍‌ରୁ ଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ପକାଇ…

ନିମ୍ନ ୧୦% ଲୋକଙ୍କ ବଢ଼ୁଛି ଖର୍ଚ୍ଚ କରିବା ଶକ୍ତି: ଭାରତରେ ହ୍ରାସ ପାଉଛି ଧନୀ-ଦାରିଦ୍ର୍ୟ ଅସମାନତା

ନୂଆଦିଲ୍ଲୀ,୩୦।୧: ଭାରତରେ ଗରିବ ଓ ଧନୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଉଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟରେ ଏହି ଖୁଲାସା…

ସୁନା ବଜାରରେ ଐତିହାସିକ ହଲଚଲ: ଗୋଟିଏ ଦିନରେ ଭାରତ ଅର୍ଥନୀତିଠାରୁ ଅଧିକ ଟଙ୍କାର କାରବାର

ନୂଆଦିଲ୍ଲୀ,୩୦।୧: ବିଶ୍ୱ ବଜାରରେ ସୁନା ମୂଲ୍ୟ ଚଳିତ ସପ୍ତାହରେ ଅଭୂତପୂର୍ବ ସ୍ଥିତିର ସାମ୍ନା କରିଛି। କ୍ୟାପିଟାଲ ମାର୍କେଟ ପ୍ଲାଟଫର୍ମ ‘ଦି କୋବେସି ଲେଟର’ ବିଶ୍ଳେଷଣ ଅନୁଯାୟୀ, ସୁନାର…

ବଢ଼ୁଛି ବିଶ୍ୱ ତାପମାତ୍ରା: ସବୁଠାରୁ ଅଧିକ ପ୍ରଭାବିତ ହେବ ଭାରତ

ନୂଆଦିଲ୍ଲୀ,୩୦।୧: ଜଳବାୟୁ ପରିବର୍ତ୍ତନ କାରଣରୁ ଗଭୀର ପ୍ରଭାବିତ ହେବ ଭାରତ। ତାପମାତ୍ରା ବୃଦ୍ଧି ଯୋଗୁଁ ଆଗାମୀ ଦଶନ୍ଧିମାନଙ୍କରେ ବିଶ୍ୱର କୋଟି କୋଟି ଲୋକ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର…

ବିଧାୟକଙ୍କ ଦରମା ବୃଦ୍ଧି ବିଲ୍‌ର ହୋଇପାରେ ପୁନଃବିଚାର

ଭୁବନେଶ୍ୱର,୩୦ା୧: ବିଧାୟକଙ୍କ ଦରମା ବୃଦ୍ଧି ବିଲ୍‌ ଉପରେ ଆସନ୍ତା ଅଧିବେଶନରେ ପୁନଃବିଚାର ହୋଇପାରେ। ଏନେଇ ସୂଚନା ଦେଇଛନ୍ତି କମିଟି ଅଧ୍ୟକ୍ଷ ଭାସ୍କର ମଢ଼େଇ। ସେ କହିଛନ୍ତି, ପୁନଃବିଚାର…

ରେଲଓ୍ବେ ଦେଲା ବଡ଼ ଖୁସି ଖବର: ତତ୍କାଳ ଟିକେଟ ବୁକିଂ ହେଲା ସହଜ , ଏଣିକି…

ନୂଆଦିଲ୍ଲୀ,୩୦।୧: ଭାରତୀୟ ରେଳବାଇ ତତ୍କାଳ ଟିକେଟ ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛି। ଏବେ ଯାତ୍ରୀମାନେ ଶୀଘ୍ର ଏବଂ ସହଜରେ ଟିକେଟ ପାଇପାରିବେ। ନୂତନ ନିୟମ ଅନୁଯାୟୀ,…

ହଠାତ୍‌ ହଜାର ହଜାର ଟଙ୍କା କମିଗଲା ସୁନା ଦର: ରୁପା ଦର୍‌ରେ ବି ଲାଗିଲା ବ୍ରେକ୍‌

ନୂଆଦିଲ୍ଲୀ,୩୦।୧: କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସୁନା ଏବଂ ରୁପା ମୂଲ୍ୟରେ ବ୍ରେକ୍‌ ଲାଗିଛି। ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୮,୦୦୦ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri