ରାଉରକେଲା,୧୦ା୧(ସଙ୍ଗୀତା ଜେନା): ଶନିବାର ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ବିମାନ vtkss ଜଳଦା କଂସର ପଡ଼ିଆରେ ଅପରାହ୍ନ ୧.୪୦ ମିନିଟ୍ରେ ଜରୁରୀ ଅବତରଣ କରିଛି। ସେଥିରେ ମୃତାହତର କୌଣସି ସୂଚନା ମିଳିନାହିଁ। କିନ୍ତୁ କୋଲକାତା ଏଟିସି ପକ୍ଷରୁ ଏହାର ଚଳନ ନେଇ ଜିଲାପାଳଙ୍କୁ ସୂଚନା ଦିଆଯାଇଥିଲା। ଏହା ଏକ ସେସନା ବିମାନ ବୋଲି ଏଟିସି ପକ୍ଷରୁ କୁହାଯାଇଛି। ଘଟଣାସ୍ଥଳରେ ଜିଲା ପ୍ରଶାସନ, ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚିଛି। ଏହା ସେସନା ଗ୍ରାଣ୍ଡ caravan ex ବିମାନ ୧୨ ଓ ୨ ଜଣ କ୍ରୁ ମେମ୍ବରକୁ ନେଇ ରାଉରକେଲା ଆସୁଥିଲା। ୧. ୧୮ ମିନିଟ ରେ ATC କୋଲକାତାର ରାଡାରରେ ଅସ୍ତବ୍ୟସ୍ତ ଦେଖାଇଲା। ଇଣ୍ଡିଆ one air ଯୋଜନାରେ ଏହା ରାଉରକେଲାକୁ ଉଡ଼ାଣ କରିଥିଲା।
Dharitri – Odisha’s No.1 Trusted Odia Daily


