ବିକ୍ରି ମାହାସୁଲରେ ଟେଣ୍ଡର ଫିକ୍ସିଂ

ଢେଙ୍କାନାଳ ଅଫିସ,୨୮।୪: ଢେଙ୍କାନାଳ ପୌରସଂସ୍ଥାରେ ବିକ୍ରି ମାହାସୁଲ ଆଦାୟରେ ଟେଣ୍ଡର ଫିକ୍ସିଂ ହୋଇଥିବା ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ର ଅଭିଯୋଗ କରିଛନ୍ତି। ଏହି ଦୁର୍ନୀତିର ଭିଜିଲାନ୍ସ ତଦନ୍ତ କରିବାକୁ ସେ ଦାବି କରିଛନ୍ତି।
ଅଭିଯୋଗରୁ ଜଣାପଡ଼ିଛି, ୨୦୧୭ରେ ପୌରାଞ୍ଚଳର ରାସ୍ତାକଡ଼ରେ ବସୁଥିବା ବ୍ୟବସାୟୀଙ୍କଠାରୁ ବିକ୍ରି ମାହାସୁଲ ଆଦାୟ ପାଇଁ ନିଲାମ ୧୧ ଲକ୍ଷ ୨୧ ହଜାର ଟଙ୍କା ପର୍ଯ୍ୟନ୍ତ ଯାଇଥିଲା। ତେବେ ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ଏହି ନିଲାମ ହୋଇ ନ ଥିଲା। କେଉଁ କାରଣରୁ ନିଲାମ ଦିଆଗଲା ନାହିଁ ବୋଲି ପୂର୍ବତନ ନଗରପାଳ ମିଶ୍ର ପ୍ରଶ୍ନ କରିଛନ୍ତି। ନିର୍ବାଚନ ହୋଇ ନ ଥିବାରୁ ୪ବର୍ଷ ଧରି ପୌର ପରିଷଦ ଗଠନ ହୋଇ ନ ଥିଲା। ଜିଲାପାଳ ପୌରସଂସ୍ଥାର ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଥିଲେ। ଏହି ସମୟ ମଧ୍ୟରେ ପୌରାଞ୍ଚଳରେ ବିଭିନ୍ନ ବେନିୟମ କାର୍ଯ୍ୟ ହୋଇଛି। ଏଥିରେ ବହୁ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। ରାସ୍ତାକଡ଼ରେ ବସୁଥିବା ବ୍ୟବସାୟୀଙ୍କଠାରୁ ବିକ୍ରି ମାହାସୁଲ ଆଦାୟ ପାଇଁ ନିଲାମ ହୋଇ ନ ଥିବାବେଳେ ପୌର କର୍ମଚାରୀମାନେ ଟଙ୍କା ଆଦାୟ କରିଛନ୍ତି। ହେଲେ ଉକ୍ତ ଅର୍ଥ ପୌର ତହବିଲରେ ଦାଖଲ ହୋଇଛି କି ନାହିଁ, ତାହା ଏବେ ରହସ୍ୟ ଘେରରେ। ଅନ୍ୟପଟେ ଜାଲ ରସିଦ୍‌ରେ କେତେଜଣ କର୍ମଚାରୀ ଏହି ଟଙ୍କା ଆଦାୟ କରି ଆତ୍ମସାତ୍‌ କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି।
ପୂର୍ବତନ ନଗରପାଳ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୨ରେ ନୂତନ ପୌର ପରିଷଦ ଗଠନ ପରେ ଉଠା ଦୋକାନୀଙ୍କଠାରୁ ବିକ୍ରି ମାହାସୁଲ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ମାତ୍ର ୯ ଲକ୍ଷ ୭୧ ହଜାର ଟଙ୍କା ନିଲାମ ଡାକିଥିବା ବ୍ୟକ୍ତିଙ୍କୁ ଟେଣ୍ଡର ଦିଆଯାଇଥିଲା। ଏହି ଟେଣ୍ଡର ପ୍ରକ୍ରିୟାରେ କେବଳ ଗୋଟିଏ ପରିବାରର ବାପପୁଅ ଭାଗ ନେଇଥିଲେ। ନିୟମ ଅନୁଯାୟୀ ପୂର୍ବବର୍ଷର ନିଲାମ ଟଙ୍କାଠାରୁ ନୂତନ ପ୍ରକ୍ରିୟାରେ କମ୍‌ ଟଙ୍କାରେ ନିଲାମ ଡକାଗଲେ ଏହାକୁ ଗ୍ରହଣ କରାଯାଇ ନ ଥାଏ। ପୁନର୍ବାର ଟେଣ୍ଡର ହୋଇଥାଏ। ପୂର୍ବ ନିଲାମ ଟଙ୍କାକୁ ନଜରରେ ରଖି ସର୍ବନିମ୍ନ ବିଡିଂ ପ୍ରାଇସ୍‌ ରଖାଯାଇଥାଏ। ଏହା ସତ୍ତ୍ୱେ ଯଦି ନିଲାମ ନିର୍ଦ୍ଧାରିତ ବିଡିଂ ପ୍ରାଇସ୍‌ଠାରୁ କମ୍‌ ହୁଏ, ତେବେ ଆଲୋଚନା କରି ଏକ ନିର୍ଦ୍ଧାରିତ ମୂଲ୍ୟରେ ଚୁକ୍ତିନାମା କରି ନିଲାମ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯାଇଥାଏ। ହେଲେ ସମସ୍ତ ନିୟମ ଉଲ୍ଲଂଘନ କରାଯାଇ ଜଣେ ବ୍ୟକ୍ତିଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇଛି। ୪ବର୍ଷ ପୂର୍ବର ନିର୍ଦ୍ଧାରିତ ଟଙ୍କାଠାରୁ ୧ ଲକ୍ଷ ୬୦ ହଜାର ଟଙ୍କା କମ୍‌ରେ ନିଲାମ ଦିଆଯାଇଥିବା ଘଟଣା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ନିୟମ ଅନୁଯାୟୀ ପୌରାଧ୍ୟକ୍ଷାଙ୍କ ଅନୁମୋଦନ ପରେ ନିଲାମ ପ୍ରକ୍ରିୟା କାଉନ୍‌ସିଲରେ ପାରିତ ହେବା ଆବଶ୍ୟକ। ଏହି ଘଟଣା କାଉନ୍‌ସିଲରମାନେ କିଭଳି ଜାଣିପାରିଲେ ନାହିଁ, ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ଦୁର୍ନୀତିର ତଦନ୍ତ ଭିଜିଲାନ୍ସ ବିଭାଗ ଦ୍ୱାରା କରାଗଲେ ବହୁ ରହସ୍ୟ ଉନ୍ମୋଚନ ହେବ ବୋଲି ପୂର୍ବତନ ନଗରପାଳ କହିଛନ୍ତି।
ସୂଚନାଯୋଗ୍ୟ, ନିକଟରେ ପୌର ପରିଷଦ ବୈଠକରେ ଟେଣ୍ଡର ଫିକ୍ସିଂକୁ ନେଇ ତୁମ୍ବିତୋଫାନ ହୋଇଥିଲା। ଏହାକୁ ନେଇ ଶାସକ ଦଳର କାଉନ୍‌ସିଲରମାନେ ଆପତ୍ତି ଉଠାଇଥିଲେ। ଫଳରେ ଟେଣ୍ଡର ବାତିଲ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?