Posted inଜାତୀୟ

ରାମ ମନ୍ଦିର ନିର୍ମାଣ ସମୟ ସହିତ ନିଯୁକ୍ତି ସମୟର ସୀମା ଧାର୍ଯ୍ୟ କରନ୍ତୁ ଶାହା: ପ୍ରିୟାଙ୍କ ଖାର୍ଗେ…

ବେଙ୍ଗାଲୁରୁ,୮।୧ : ରାମ ମନ୍ଦିର ନିର୍ମାଣ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା ପରେ ଏବେ ସେ ବିରୋଧୀଙ୍କ ଟାର୍ଗେଟରେ ଅଛନ୍ତି। ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କୁ ଟାର୍ଗେଟ କରିଥିଲେ। ବର୍ତ୍ତମାନ ତାଙ୍କ ପୁଅ ତଥା କର୍ନାଟକ କଂଗ୍ରେସ ମୁଖପାତ୍ର ପ୍ରିୟାଙ୍କ ଖାର୍ଗେ ଶାହାଙ୍କ କଡ଼ା ସମାଲୋଚନା କରିଛନ୍ତି। ଦେଶରେ ବେକାରୀ ବୃଦ୍ଧି ପାଉଥିବା ବେଳେ ଚାକିରି ଦେବାକୁ ନେଇ ଗୃହମନ୍ତ୍ରୀ ମଧ୍ୟ ଏକ ସମୟସୀମା ସ୍ଥିର କରିବା ଆବଶ୍ୟକ ବୋଲି ପ୍ରିୟାଙ୍କ କହିଛନ୍ତି।

ପ୍ରିୟାଙ୍କ ଟୁଇଟ କରି କହିଛନ୍ତି ଯେ ରାମ ମନ୍ଦିରର ନିର୍ମାଣ ଆସନ୍ତା ବର୍ଷ ୨୦୨୪ ଜାନୁୟାରୀ ୧ ସୁଦ୍ଧା ପ୍ରସ୍ତୁତ ହେବ ବୋଲି ଶାହା କହିଛନ୍ତି। ଏହା ଖୁବ୍‌ ଭଲ କଥା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ କେବଳ ରାମ ମନ୍ଦିର ପାଇଁ ନୁହେଁ, ବରଂ ସରକାରୀ ଚାକିରି ପଦବୀ ପୂରଣ ପାଇଁ ଅର୍ଥନୀତିକୁ ଫେରାଇ ଆଣିବା ପାଇଁ ମଧ୍ୟ ଧାର୍ଯ୍ୟ ସମୟସୀମା ସ୍ଥିର କରିବାକୁ ଅନୁରୋଧ କରାଯାଉଛି। ପରିଶେଷରେ ରାମ ରାଜ୍ୟ ଅର୍ଥ ହେଉଛି ସମସ୍ତଙ୍କ ପାଇଁ ଶାନ୍ତି ଏବଂ ସମୃଦ୍ଧି। ଏହା କେନ୍ଦ୍ର ସରକାର ଆପେଣଇବା ଜରୁରୀ।

ଏହାପୂର୍ବରୁ ପାନିପତରେ ଭାରତ ଯୋଡୋ ଯାତ୍ରା ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଥିଲେ ଯେ ଶାହା ପୁରୋହିତ ନୁହଁନ୍ତି ବରଂ ଜଣେ ରାଜନେତା। ତୁମର କର୍ତ୍ତବ୍ୟ ହେଉଛି ଦେଶର ସୁରକ୍ଷା, କୃଷକମାନଙ୍କୁ ଏମଏସପି ଦେବା। ସେ କହିଥିଲେ ଯେ ଭାଜପା ନେତୃତ୍ୱ ମିଛ କହୁଛି। ଦୁଇ କୋଟି ଚାକିରିର ପ୍ରତିଶ୍ରୁତି ଦେଇ ସେମାନେ କ୍ଷମତାକୁ ଆସିଥିଲେ, କିନ୍ତୁ କାହାକୁ ଚାକିରି ମିଳିଲା ନାହିଁ। ସେମାନେ ୧୫ ଲକ୍ଷ ଟଙ୍କା ଦେବାରେ ବିଫଳ ହୋଇଛନ୍ତି। ବାସ୍ତବରେ, ଗତ ସପ୍ତାହରେ ତ୍ରିପୁରାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ ଯେ ଅଯୋଧ୍ୟାରେ ଥିବା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ୧ ଜାନୁଆରୀ ୨୦୨୪ ସୁଦ୍ଧା ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri