ରଙ୍ଗ୍‌ ରୁଟ୍‌ ହେଲା କାଳ: ଭାରସାମ୍ୟ ହରାଇ ମୁହାଁମୁହିଁ ହୋଇଗଲେ ଦୁଇ ଅଟୋ, ୫ ଯାତ୍ରୀ… 

ବୈଶିଙ୍ଗା,୯।୧(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ୧୮ ନଂ ଜାତୀୟ ରାଜପଥର ଖଇରବଣି ଗ୍ରାମ ନିକଟସ୍ଥ ରୟାଲ ଢ଼ାବା ନିକଟରେ ଶୁକ୍ରବାର ଅପରାହ୍ନ ୩ ଟା ସମୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ଅବସ୍ଥା ଗୁରୁତର ରହିିଛି।

ମିଳିଥିବା ସୂଚନା ମୁତାବକ, ବାରିପଦାରୁ ଏକ ମାଲବାହୀ ଅଟୋ (ନଂ ଓଡି୦୧ ୱାଇ ୯୭୫୦)  ଆସୁଥିବା ବେଳେ ସମାନ ଦିଗରେ ଭୁଲ ରାସ୍ତାରେ(ରଙ୍ଗ୍‌ ରୁଟ୍‌)  ଏକ ଯାତ୍ରୀବାହୀ ଅଟୋ ନଂ (ଓଡି୦୧ ବିଏ ୭୮୧୮) ୬ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା। ଅଟୋ ଦୁଇଟି ସାମ୍ନା ସାମ୍ନି ହୋଇଯିବା ପରେ ଭାରସାମ୍ୟ ହରାଇ ପରସ୍ପରକୁ ଧକ୍କା ଦେଇଥିଲେ। ଖବରପାଇ ବୈଶିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୫ ଜଣଙ୍କ ଅବସ୍ଥା ଗୁରୁତର ଗୁରୁତର ଥିବା ଦେଖି ସେମାନଙ୍କୁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। ଅନ୍ୟ ଦୁଇ ଜଣଙ୍କ ବୈଶିଙ୍ଗା ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ତେବେ ପାଞ୍ଚ ଜଣଙ୍କ ମଧ୍ୟରୁ ମୀନା ଦେହୁରୀ, ବୁଧିଆ ଦେହୁରୀ , ରମେଶ ଜେନା ଗୁରୁତର ଥିବା ବେଳେ ୪୧ ବର୍ଷିୟା ବୀଣା ଦେହୁରୀ ଓ ୩୫ ବର୍ଷିୟା ସୁଭଦ୍ରା ଜେନାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଚାଲିଥିଲା ବାଲିଚାଲାଣ: ୫ ଟ୍ରାକ୍ଟର ମାଡ଼ିବସିଲା….

ଲୋଇସିଂହା,୧୦ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଆଗଲପୁର ବ୍ଲକ୍‌ ଅଧୀନ ସାନଫାସଡସ୍ଥିତ ଅଙ୍ଗନଦୀ ପଠାରେ ଶୁକ୍ରବାର ଚଢ଼ାଉ କରାଯାଇ ବେଆଇନ ବାଲି ଚାଲାଣରେ ନିୟୋଜିତ ୫ଟି...

ବିଦ୍ୟାଳୟ ପରିସରରୁ ୩ ଛାତ୍ରୀ ନିଖୋଜ, ଅପରାହ୍ନ ୪ଟା ବେଳେ…

ଜୟପୁର, ୧୦।୧(ପବନ ପାଣିଗ୍ରାହୀ): ବୋରିଗୁମ୍ମା ବ୍ଲକ ପଢେଇ ଗୁଡା ଆଶ୍ରମ ବିଦ୍ୟାଳୟ ପରିସରରୁ ୩ ଛାତ୍ରୀ ନିଖୋଜ। ନିଖୋଜ ୩ ଜଣ ଛାତ୍ରୀ ତୃତୀୟ ଶ୍ରେଣୀରେ...

ପ୍ରଶାସନର ବିଚିତ୍ର ନୀତି: ପ୍ରଧାନମନ୍ତ୍ରୀ ଆବାସ ଘର ସମ୍ପୂର୍ଣ୍ଣ ନ କରିବାରୁ ହିତାଧିକାରୀଙ୍କ ବାର୍ଦ୍ଧକ୍ୟ ଭତ୍ତା,ପିଡିଏସ ବନ୍ଦ

ଲୋଇସିଂହା,୯।୧(ସୁଶାନ୍ତ ବାରିକ): ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ପଞ୍ଚାୟତରୁ ପିଡିଏସ ନେବାକୁ ହେଲେ ହିତାଧିକାରୀ କିମ୍ବା ତାଙ୍କ ପରିବାର ସଦସ୍ୟଙ୍କ ଆଖି କିମ୍ବା ଆଙ୍ଗୁଠି ସ୍କାନିଂ...

ଗଡୁଛି ରବି ଚାଷ ସମୟ: ଚାଷୀଙ୍କୁ ମିଳିନି ଖରିଫ୍‌ ଧାନବିକ୍ରି ଟୋକନ

ବରଗଡ଼,୧୦।୧(ପ୍ରେମାନନ୍ଦ ଖମାରୀ):କେନାଲ ପାଣି ଆସିବା ପରେ ହୀରାକୁଦ ଜଳସେଚିତ ବରଗଡ଼ ଜିଲାର ଚାଷୀମାନେ ରବି ଚାଷକାର୍ଯ୍ୟ ଆରମ୍ଭ କରି ଦେଇଥାନ୍ତି। ଅଥଚ ଏପର୍ଯ୍ୟନ୍ତ ଜିଲାର ଚାଷୀଙ୍କ...

ପାଇଖାନା ସଫାରେ ଛାତ୍ରୀଛାତ୍ରଙ୍କୁ ନିୟୋଜନ ଅଭିଯୋଗ : ସେବାଶ୍ରମ ସ୍କୁଲ ଘେରିଲେ ଅଭିଭାବକ

ବରଗଡ଼,୯।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ପ୍ରଧାନପାଲିସ୍ଥିତ ସେବାଶ୍ରମ ସ୍କୁଲରେ କାର୍ଯ୍ୟରତ ଜଣେ ଶିକ୍ଷୟିତ୍ରୀ ଛାତ୍ରୀଛାତ୍ରଙ୍କୁ ସ୍କୁଲ ପରିସରରେ ପାଇଖାନା ସଫା କରିବାରେ ନିୟୋଜିତ କରିଥିବା...

ଜିଲାସ୍ତରୀୟ ନୌକା-ତୀର ଚାଳନା ପ୍ରତିଯୋଗିତାରେ ବ୍ୟାପକ ଅବ୍ୟବସ୍ଥା: ମଞ୍ଚ ତ୍ୟାଗ କଲେ ଜନପ୍ରତିନିଧି, ପ୍ରଶାସନିକ ଏକଚାଟିଆ… 

ଥୁଆମୂଳ ରାମପୁର,୯।୧ (ଦୁର୍ଗା କୀର୍ତ୍ତି): ପ୍ରଶାସନିକ ଅବ୍ୟବସ୍ଥା ଓ ଜନପ୍ରତିନିଧିଙ୍କୁ ଅଣଦେଖା ଅଭିଯୋଗ ମଧ୍ୟରେ ଥୁଆମୂଳ ରାମପୁରଠାରେ ଆୟୋଜିତ ୨୮ତମ ଜିଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା...

ଇପିଏଫ୍‌ ସଂଘ ପକ୍ଷରୁ ପେନସନ ବୃଦ୍ଧି ନେଇ ଦାବିପତ୍ର

ନୂଆପଡ଼ା, ୯।୧ (ମକାରୁ ବେମାଲ): ନୂଆପଡ଼ା ଜିଲା ଇପିଏଫ୍‌ ସଂଘ ପକ୍ଷରୁ ପେନସନ ବୃଦ୍ଧି ନେଇ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ: ଦ୍ୱିତୀୟ ସଂନ୍ଧ୍ୟାରେ ଯୋଗଦେଲେ ଗଣଶିକ୍ଷା ମନ୍ତ୍ରୀ, ଗୋଟିଏ ମଞ୍ଚରେ…

ଦାରିଙ୍ଗବାଡି, ୯।୧ (ଅରୁଣ ସାହୁ ): ଦାରିଙ୍ଗବାଡି ଶୀତ ମହୋତ୍ସବର ଦ୍ୱିତୀୟ ସଂନ୍ଧ୍ୟା ଉଦଘାଟନୀ ଉତ୍ସବରେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri