ବଜ୍ରପାତରେ ଚାଲିଗଲା ୫ ଗୋରୁଙ୍କ ଜୀବନ

କୁଳିଅଣା,୩।୫(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା କୁଳିଅଣା ବ୍ଳକ ଅନ୍ତର୍ଗତ ବଡ ଜୁଣବଣି ଗ୍ରାମରେ ମଙ୍ଗଳବାର ବଜ୍ରପାତ ଯୋଗୁ ୫ ଗୋରୁଙ୍କ ଜୀବନ ଯାଇଛି। ଉକ୍ତ ଗ୍ରାମର ଉପେନ୍ଦ୍ର ପ୍ରଧାନଙ୍କ ୨ଟି ଗୋରୁ ଓ ରୁଷନ ଲାଲ ବେହେରାଙ୍କ ୩ଟି ଗୋରୁଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛିି। ଏନେଇ ଖବର ପାଇ କୁଚେଇ ଆର୍‌ଆଇ ସୂର୍ଣ୍ଣପ୍ରଭା ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।