Posted inଜାତୀୟ

ପାକିସ୍ତାନର ୫ ସହରରେ ମିଶାଇଲ ଆକ୍ରମଣ

ନୂଆଦିଲ୍ଲୀ/ଇସ୍‌ଲାମାବାଦ,୯।୫: ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାକିସ୍ତାନ କିଛି ମାନୁନାହିଁ। ପହଲଗାମ୍‌ ଆକ୍ରମଣର ୧୪ ଦିନ ପରେ ଭାରତ ଜବାବ ଦେବାକୁ ଯାଇ ‘ଅପରେଶନ୍‌ ସିନ୍ଦୂର’ ଅଧୀନରେ ପାକିସ୍ତାନର ୯ ଆତଙ୍କବାଦୀ ଭିତ୍ତିଭୂମିକୁ ମିଶାଇଲ ମାଡ଼ କରି ଛିନ୍‌ଛତ୍ର କରିବା ପରେ ଅନେକେ ଆଶା କରିଥିଲେ ଶତ୍ରୁରାଷ୍ଟ୍ର ଏଥିରୁ ଶିକ୍ଷାଲାଭ କରିବ। କିନ୍ତୁ ସର୍ପ ବଞ୍ଚତ୍ଥିବା ପର୍ଯ୍ୟନ୍ତ ନିଜ ସ୍ବଭାବ ନ ଛାଡ଼ିବା ଭଳି କାର୍ଯ୍ୟ କରିଚାଲିଛି।

ବୁଧବାର ବିଳମ୍ବିତ ରାତିରେ ପାକିସ୍ତାନ ଭାରତ ଉପରେ ପୁନଃ ଆକ୍ରମଣ ଉଦ୍ୟମ କରିଥିଲା, ଯାହାକୁ ଭାରତୀୟ ସଶସ୍ତ୍ର ବଳ ସଫଳତାର ସହ ଭଣ୍ଡୁର କରିଛନ୍ତି। ଗୁରୁବାର ସକାଳେ ଭାରତ ପକ୍ଷରୁ ପାକିସ୍ତାନର ଅନେକ ସହରକୁ ଟାର୍ଗେଟ କରାଯିବା ପରେ ପଡ଼ୋଶୀ ଦେଶର ରକ୍ତମୁଖା ସେନା ରାତିରେ ଜମ୍ମୁ-କଶ୍ମୀର, ପଞ୍ଜାବ, ରାଜସ୍ଥାନ ଓ ଗୁଜରାଟ ଭଳି ସୀମାନ୍ତ ରାଜ୍ୟର ସହରଗୁଡ଼ିକ ଉପରକୁ ମିଶାଇଲ ଛାଡ଼ିଥିଲା। ଏପରି କି ଜମ୍ମୁ, ଉଧମପୁର ଓ ପଠାନ୍‌କୋଟ୍‌ସ୍ଥିତ ଏୟାରବେସ୍‌କୁ ମଧ୍ୟ ଉଡ଼ାଇବାକୁ ଦୁଃସାହସ କରିଥିଲା।

ତେବେ ‘ସୁଦର୍ଶନ ଚକ୍ର’ ନାମରେ ପରିଚିତ ଭାରତର ଏସ୍‌-୪୦୦ ଏୟାର ମିଶାଇଲ ଡିଫେନ୍ସ ପାକିସ୍ତାନୀ ସେନାର ସବୁ ଉଦ୍ୟମକୁ ପଣ୍ଡ କରିଦେଇଛି। କେବଳ ଏତିକି ନୁହେଁ, ଭାରତ ନିଜ ପ୍ରତିରକ୍ଷା ସହ ପାକିସ୍ତାନ ଉପରେ ପାଲଟା ଆକ୍ରମଣ କରିଛି। ଏଥିରେ ସାମିଲ ହୋଇଛି ଭାରତୀୟ ନୌସେନାର ଆଇଏନ୍‌ଏସ୍‌ ବିକ୍ରାନ୍ତ। ଆରବ ସାଗରରେ ମୁତୟନ ହୋଇଥିବା ଭାରତୀୟ ନୌସେନାର ବିଧ୍ୱଂସକ ଜଳଯୋଦ୍ଧା ‘ବିକ୍ରାନ୍ତ’ କରାଚୀକୁ ମିଶାଇଲ ଛାଡ଼ିଛି। ଏଥିରେ ପାକିସ୍ତାନର ବନ୍ଦର ସହରର ପ୍ରଭୂତ କ୍ଷତି ସାଧିତ ହୋଇଛି, ଯାହାର ଦୃଶ୍ୟ ଜାତୀୟସ୍ତରର ଟିଭି ଚ୍ୟାନେଲ ସମେତ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହୋଇଛି। ଜମ୍ମୁର ସାମ୍ବା ସେକ୍ଟର ସଂଲଗ୍ନ ନିୟନ୍ତ୍ରଣରେଖା ଦେଇ ପାକିସ୍ତାନ ପଟୁ ଅନୁପ୍ରବେଶ ଉଦ୍ୟମ ହୋଇଛି। ତେବେ ଭାରତୀୟ ଯବାନମାନେ ଏହାକୁ ପଣ୍ଡ କରିଦେଇଛନ୍ତି। ଯବାନଙ୍କ ଗୁଳିମାଡ଼ରେ ୧୦ ଅନୁପ୍ରବେଶକାରୀ ନିହତ ହୋଇଥିବା ଜଣାପଡ଼ିଛି।

ପାକିସ୍ତାନର ଦୁଃସାହସକୁ ଦୃଷ୍ଟିରେ ରଖି ଗୁରୁବାର ରାତିରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍‌ କରିଛନ୍ତି। ଭବିଷ୍ୟତ ରଣନୀତି ନେଇ ଉଭୟଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ଜଣାପଡ଼ିଛି। ସେହିପରି ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ଅନିଲ ଚୌହାନ୍‌ ୩ ସେନା ମୁଖ୍ୟଙ୍କୁ ରୁଦ୍ଧଦ୍ୱାର ବୈଠକରେ ମନ୍ତ୍ରଣା ଦେଇଛନ୍ତି।

ପାକିସ୍ତାନ ପଟୁ ନିୟନ୍ତ୍ରଣରେଖା (ଏଲ୍‌ଓସି)ରେ ତୁହାକୁ ତୁହା ଗୁଳିବର୍ଷା ଓ ମୋର୍ଟାର ମାଡ଼ ଜାରି ରହିଥିବାବେଳେ ସୀମାନ୍ତ ରାଜ୍ୟଗୁଡ଼ିକୁ ମଧ୍ୟ ଟାର୍ଗେଟ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀର, ପଞ୍ଜାବ, ହରିୟାଣା, ରାଜସ୍ଥାନ, ଗୁଜରାଟ ଓ ଜାତୀୟ ରାଜଧାନୀ ଦିଲ୍ଲୀରେ ହାଇ-ଆଲର୍ଟ ଜାରି କରାଯାଇଛି। ସୀମାନ୍ତ ରାଜ୍ୟଗୁଡ଼ିକରେ ସ୍କୁଲ କଲେଜ ଛୁଟି କରାଯାଇଛି। ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ଛୁଟି ବାତିଲ କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ମହାନିର୍ଦ୍ଦେଶକ ଜେନେରାଲ ଦଲଜିତ୍‌ ସିଂ ଚୌଧରୀଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ସିଆଇଏସ୍‌ଫ୍‌ ଏବଂ ଅନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକର ମୁଖ୍ୟମାନଙ୍କୁ ମଧ୍ୟ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାକିସ୍ତାନ ପଟୁ ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ କରୁଥିବାବେଳେ ଭାରତୀୟ ସେନା ଏହାକୁ ଭଣ୍ଡୁର କରିଛି।

ରାତିରେ ଭାରତୀୟ ସେନା ଓ ବାୟୁସେନା ପକ୍ଷରୁ ପାକିସ୍ତାନ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନାନୁସାରେ ରାଜଧାନୀ ଇସ୍‌ଲାମାବାଦ ସମେତ ଲାହୋର, କରାଚୀ, ସିଆଲକୋଟ୍‌, ବାହଓ୍ବଲପୁର ଉପରେ ମିଳିତ ଅପରେଶନ୍‌ ହୋଇଥିବା ଜଣାପଡ଼ିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ୍‌ଙ୍କ ସରକାରୀ ବାସଭବନରୁ କିଛି ଦୂରରେ ବିସ୍ପୋରଣର ଶବ୍ଦ ଶୁଣିବାକୁ ମିଳିଛି। ପଞ୍ଜାବରେ ଏମର୍ଜେନ୍ସି ଜାରି ହୋଇଥିବାବେଳେ ଅନେକ ପ୍ରଦେଶରେ କର୍ଫ୍ୟୁ ଲାଗୁ କରାଯାଇଛି। ଏଭଳି ସମୟରେ ୨୦୨୨ରେ ନୌସେନାର ଓ୍ବେଷ୍ଟର୍ନ ନାଭାଲ କମାଣ୍ଡ୍‌ ସାମିଲ ହୋଇଥିବା ଏୟାରକ୍ରାଫ୍ଟ କ୍ୟାରିୟର ବିକ୍ରାନ୍ତ କରାଚୀରେ ଆକ୍ରମଣ କରିବା ଯୁଦ୍ଧର ଭୟାବହତାକୁ ଦର୍ଶାଉଛି। ଅପରପକ୍ଷେ ବେଲୁଚ୍‌ ଲିବରେଶନ୍‌ ଆର୍ମି (ବିଏଲ୍‌ଏ) ପାକିସ୍ତାନୀ ସେନାକୁ ଆକ୍ରମଣ କରିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…

ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ

ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ବେଳକୁ ଲଘୁଚାପ: ଫେରନ୍ତା ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ; ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୯ା୧୦(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ…

ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡିରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?