Posted inଜାତୀୟ

ପାକିସ୍ତାନର ୫ ସହରରେ ମିଶାଇଲ ଆକ୍ରମଣ

ନୂଆଦିଲ୍ଲୀ/ଇସ୍‌ଲାମାବାଦ,୯।୫: ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାକିସ୍ତାନ କିଛି ମାନୁନାହିଁ। ପହଲଗାମ୍‌ ଆକ୍ରମଣର ୧୪ ଦିନ ପରେ ଭାରତ ଜବାବ ଦେବାକୁ ଯାଇ ‘ଅପରେଶନ୍‌ ସିନ୍ଦୂର’ ଅଧୀନରେ ପାକିସ୍ତାନର ୯ ଆତଙ୍କବାଦୀ ଭିତ୍ତିଭୂମିକୁ ମିଶାଇଲ ମାଡ଼ କରି ଛିନ୍‌ଛତ୍ର କରିବା ପରେ ଅନେକେ ଆଶା କରିଥିଲେ ଶତ୍ରୁରାଷ୍ଟ୍ର ଏଥିରୁ ଶିକ୍ଷାଲାଭ କରିବ। କିନ୍ତୁ ସର୍ପ ବଞ୍ଚତ୍ଥିବା ପର୍ଯ୍ୟନ୍ତ ନିଜ ସ୍ବଭାବ ନ ଛାଡ଼ିବା ଭଳି କାର୍ଯ୍ୟ କରିଚାଲିଛି।

ବୁଧବାର ବିଳମ୍ବିତ ରାତିରେ ପାକିସ୍ତାନ ଭାରତ ଉପରେ ପୁନଃ ଆକ୍ରମଣ ଉଦ୍ୟମ କରିଥିଲା, ଯାହାକୁ ଭାରତୀୟ ସଶସ୍ତ୍ର ବଳ ସଫଳତାର ସହ ଭଣ୍ଡୁର କରିଛନ୍ତି। ଗୁରୁବାର ସକାଳେ ଭାରତ ପକ୍ଷରୁ ପାକିସ୍ତାନର ଅନେକ ସହରକୁ ଟାର୍ଗେଟ କରାଯିବା ପରେ ପଡ଼ୋଶୀ ଦେଶର ରକ୍ତମୁଖା ସେନା ରାତିରେ ଜମ୍ମୁ-କଶ୍ମୀର, ପଞ୍ଜାବ, ରାଜସ୍ଥାନ ଓ ଗୁଜରାଟ ଭଳି ସୀମାନ୍ତ ରାଜ୍ୟର ସହରଗୁଡ଼ିକ ଉପରକୁ ମିଶାଇଲ ଛାଡ଼ିଥିଲା। ଏପରି କି ଜମ୍ମୁ, ଉଧମପୁର ଓ ପଠାନ୍‌କୋଟ୍‌ସ୍ଥିତ ଏୟାରବେସ୍‌କୁ ମଧ୍ୟ ଉଡ଼ାଇବାକୁ ଦୁଃସାହସ କରିଥିଲା।

ତେବେ ‘ସୁଦର୍ଶନ ଚକ୍ର’ ନାମରେ ପରିଚିତ ଭାରତର ଏସ୍‌-୪୦୦ ଏୟାର ମିଶାଇଲ ଡିଫେନ୍ସ ପାକିସ୍ତାନୀ ସେନାର ସବୁ ଉଦ୍ୟମକୁ ପଣ୍ଡ କରିଦେଇଛି। କେବଳ ଏତିକି ନୁହେଁ, ଭାରତ ନିଜ ପ୍ରତିରକ୍ଷା ସହ ପାକିସ୍ତାନ ଉପରେ ପାଲଟା ଆକ୍ରମଣ କରିଛି। ଏଥିରେ ସାମିଲ ହୋଇଛି ଭାରତୀୟ ନୌସେନାର ଆଇଏନ୍‌ଏସ୍‌ ବିକ୍ରାନ୍ତ। ଆରବ ସାଗରରେ ମୁତୟନ ହୋଇଥିବା ଭାରତୀୟ ନୌସେନାର ବିଧ୍ୱଂସକ ଜଳଯୋଦ୍ଧା ‘ବିକ୍ରାନ୍ତ’ କରାଚୀକୁ ମିଶାଇଲ ଛାଡ଼ିଛି। ଏଥିରେ ପାକିସ୍ତାନର ବନ୍ଦର ସହରର ପ୍ରଭୂତ କ୍ଷତି ସାଧିତ ହୋଇଛି, ଯାହାର ଦୃଶ୍ୟ ଜାତୀୟସ୍ତରର ଟିଭି ଚ୍ୟାନେଲ ସମେତ ସୋସିଆଲ ମିଡିଆରେ ବହୁଳ ପ୍ରସାରିତ ହୋଇଛି। ଜମ୍ମୁର ସାମ୍ବା ସେକ୍ଟର ସଂଲଗ୍ନ ନିୟନ୍ତ୍ରଣରେଖା ଦେଇ ପାକିସ୍ତାନ ପଟୁ ଅନୁପ୍ରବେଶ ଉଦ୍ୟମ ହୋଇଛି। ତେବେ ଭାରତୀୟ ଯବାନମାନେ ଏହାକୁ ପଣ୍ଡ କରିଦେଇଛନ୍ତି। ଯବାନଙ୍କ ଗୁଳିମାଡ଼ରେ ୧୦ ଅନୁପ୍ରବେଶକାରୀ ନିହତ ହୋଇଥିବା ଜଣାପଡ଼ିଛି।

ପାକିସ୍ତାନର ଦୁଃସାହସକୁ ଦୃଷ୍ଟିରେ ରଖି ଗୁରୁବାର ରାତିରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍‌ କରିଛନ୍ତି। ଭବିଷ୍ୟତ ରଣନୀତି ନେଇ ଉଭୟଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ଜଣାପଡ଼ିଛି। ସେହିପରି ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ଜେନେରାଲ ଅନିଲ ଚୌହାନ୍‌ ୩ ସେନା ମୁଖ୍ୟଙ୍କୁ ରୁଦ୍ଧଦ୍ୱାର ବୈଠକରେ ମନ୍ତ୍ରଣା ଦେଇଛନ୍ତି।

ପାକିସ୍ତାନ ପଟୁ ନିୟନ୍ତ୍ରଣରେଖା (ଏଲ୍‌ଓସି)ରେ ତୁହାକୁ ତୁହା ଗୁଳିବର୍ଷା ଓ ମୋର୍ଟାର ମାଡ଼ ଜାରି ରହିଥିବାବେଳେ ସୀମାନ୍ତ ରାଜ୍ୟଗୁଡ଼ିକୁ ମଧ୍ୟ ଟାର୍ଗେଟ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀର, ପଞ୍ଜାବ, ହରିୟାଣା, ରାଜସ୍ଥାନ, ଗୁଜରାଟ ଓ ଜାତୀୟ ରାଜଧାନୀ ଦିଲ୍ଲୀରେ ହାଇ-ଆଲର୍ଟ ଜାରି କରାଯାଇଛି। ସୀମାନ୍ତ ରାଜ୍ୟଗୁଡ଼ିକରେ ସ୍କୁଲ କଲେଜ ଛୁଟି କରାଯାଇଛି। ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ଛୁଟି ବାତିଲ କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ମହାନିର୍ଦ୍ଦେଶକ ଜେନେରାଲ ଦଲଜିତ୍‌ ସିଂ ଚୌଧରୀଙ୍କ ସହ ଆଲୋଚନା କରିଛନ୍ତି। ସେହିପରି ସିଆଇଏସ୍‌ଫ୍‌ ଏବଂ ଅନ୍ୟ ସୁରକ୍ଷା ଏଜେନ୍ସିଗୁଡ଼ିକର ମୁଖ୍ୟମାନଙ୍କୁ ମଧ୍ୟ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାକିସ୍ତାନ ପଟୁ ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ କରୁଥିବାବେଳେ ଭାରତୀୟ ସେନା ଏହାକୁ ଭଣ୍ଡୁର କରିଛି।

ରାତିରେ ଭାରତୀୟ ସେନା ଓ ବାୟୁସେନା ପକ୍ଷରୁ ପାକିସ୍ତାନ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନାନୁସାରେ ରାଜଧାନୀ ଇସ୍‌ଲାମାବାଦ ସମେତ ଲାହୋର, କରାଚୀ, ସିଆଲକୋଟ୍‌, ବାହଓ୍ବଲପୁର ଉପରେ ମିଳିତ ଅପରେଶନ୍‌ ହୋଇଥିବା ଜଣାପଡ଼ିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫ୍‌ଙ୍କ ସରକାରୀ ବାସଭବନରୁ କିଛି ଦୂରରେ ବିସ୍ପୋରଣର ଶବ୍ଦ ଶୁଣିବାକୁ ମିଳିଛି। ପଞ୍ଜାବରେ ଏମର୍ଜେନ୍ସି ଜାରି ହୋଇଥିବାବେଳେ ଅନେକ ପ୍ରଦେଶରେ କର୍ଫ୍ୟୁ ଲାଗୁ କରାଯାଇଛି। ଏଭଳି ସମୟରେ ୨୦୨୨ରେ ନୌସେନାର ଓ୍ବେଷ୍ଟର୍ନ ନାଭାଲ କମାଣ୍ଡ୍‌ ସାମିଲ ହୋଇଥିବା ଏୟାରକ୍ରାଫ୍ଟ କ୍ୟାରିୟର ବିକ୍ରାନ୍ତ କରାଚୀରେ ଆକ୍ରମଣ କରିବା ଯୁଦ୍ଧର ଭୟାବହତାକୁ ଦର୍ଶାଉଛି। ଅପରପକ୍ଷେ ବେଲୁଚ୍‌ ଲିବରେଶନ୍‌ ଆର୍ମି (ବିଏଲ୍‌ଏ) ପାକିସ୍ତାନୀ ସେନାକୁ ଆକ୍ରମଣ କରିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିମନବାଡ଼ି-ରାଇକିଆ ରାସ୍ତାରେ ଗାଡ଼ିମୋଟର ଚଳାଚଳ ବନ୍ଦ, ଲୋକେ ହଟହଟା

ଦାରିଙ୍ଗବାଡ଼ି,୧୮ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ନିର୍ମାଣାଧୀନ ପୋଲ ନିକଟ ଡାଇଭର୍ସନ ରାସ୍ତା କର୍ଦ୍ଦମାକ୍ତ ଯୋଗୁ ଗୋଟିଏ...

ହଠାତ୍‌ ଟ୍ରମ୍ପଙ୍କୁ ଫୋନ୍‌ କଲେ ମୋଦି: ଏମିତି କ’ଣ ହେଲା ଆମେରିକା ଯିବାକୁ ମନା କରିଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ୍‌ରେ ଅପରେଶନ ସିନ୍ଦୂର ବିଷୟରେ କଥା ହୋଇଛନ୍ତି। ଦୁଇ ନେତା ପ୍ରାୟ ୩୫...

ଟ୍ରମ୍ପଙ୍କ ପାକିସ୍ତାନୀ ପ୍ରେମ: ଭାରତର ବଡ଼ ଶତ୍ରୁଙ୍କ ସହ କରିବେ ଲଞ୍ଚ୍‌

ୱାଶିଂଟନ,୧୮।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଲଞ୍ଚରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀରଙ୍କୁ ଭେଟିବେ। ବୁଧବାର ହ୍ବାଇଟ ହାଉସ ଦ୍ୱାରା ଜାରି...

ସ୍ବାମୀଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ, ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ ବେଳେ…

ଧରାକୋଟ,୧୮ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ମୁଣ୍ଡମରାଇ ଗାଁରୁ ଆସିଛି ପୁଣି ପାରିବାରିକ କଳହର କରୁଣ ପରିଣତି। ସ୍ବାମୀଙ୍କୁ ହତ୍ୟା କରି...

ମୋଦିଙ୍କ ସହ ଫଟୋ ଶେୟାର କରି ହୃଦୟର କଥା କହିଦେଲେ ମେଲୋନି: ପ୍ରଧାନମନ୍ତ୍ରୀ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି G7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ କାନାଡାର କାନାନାସ୍କିସ ପହଞ୍ଚିଛନ୍ତି। ଏହି ସମ୍ମିଳନୀରେ ସେ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ...

କଳିଙ୍ଗା ଘାଟିରେ ଧସିଲା ମାଟି ଅତଡ଼ା, ପାହାଡ଼ ତଳକୁ ଖସିଲା ୨ ଜେସିବି

ଭଞ୍ଜନଗର,୧୮ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଳିଙ୍ଗା ଘାଟିରେ ମାଡ଼ି ଅତଡ଼ା ଧସିଛି। ପ୍ରବଳ ବର୍ଷା ଯୋଗୁ ମାଟି ଅତଡ଼ା ଧସି ପଡ଼ିଥିବା ଜଣାପଡ଼ିଛି। ତେବେ ଘାଟି...

ପୁଣି ଏୟାର ଇଣ୍ଡିଆରେ ଯାନ୍ତ୍ରିକ ତ୍ରୁଟି, ଫସି ରହିଲେ ଜୁଏଲ ଓରାମ

ଭୁବନେଶ୍ୱର/ନୂଆଦିଲ୍ଲୀ,୧୮ା୬: ପୁଣି ଏୟାର ଇଣ୍ଡିଆରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଦିଲ୍ଲୀ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୪ ଘଣ୍ଟା ଧରି ଫସି ରହିଥିଲେ ଯାତ୍ରୀ। ଏହି ବିମାନରେ...

କୋଉଠି ଲୁଚିଛ, ସରେଣ୍ଡର କର: ‘ସୁପ୍ରିମ ଲିଡର୍‌’ଙ୍କୁ ଅଲ୍ଟିମେଟମ୍‌ ଦେଲେ ଟ୍ରମ୍ପ

ଜେରୁଜେଲମ,୧୮।୬:ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସୁପ୍ରିମ ଲିଡର୍‌ ଖାମେନେଇଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ଖାମେନେଇଙ୍କ ନାମ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri