ଚକରା ଗ୍ୟାଙ୍ଗର ୨ ଲୁଟେରାଙ୍କ ସମେତ ୫ ଗିରଫ

ଭୁବନେଶ୍ୱର,୨୦।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଲୁଟପାଟ୍‌ କରି ଏହାକୁ ବିକ୍ରି କରୁଥିବା ଗ୍ୟାଙ୍ଗକୁ ତମୋଣ୍ଡା ଥାନା ପୋଲିସ ଗିରଫ କରିଛି । ଏଥିରେ ୨ ଲୁଟେରା ଓ ୩ ଜଣ ରିସିଭର ଅଛନ୍ତି । ଲୁଟେରା ଦ୍ୱୟ ହେଲେ ଲିଙ୍ଗରାଜ ଥାନା ଅଞ୍ଚଳରେ ରହୁଥିବା ଅଂଶୁମାନ ତ୍ରିପାଠୀ ଓରଫ ଆୟୁଷ ଏବଂ ୟୁନିଟ-୧ କ୍ୟାପିଟାଲ ଥାନା ଅଞ୍ଚଳରେ ରହୁଥିବା ନିର୍ମଳ ରଣସିଂହ ଓରଫ ମିଥୁନ। ସେହିପରି ୩ଜଣ ରିସଭର ହେଲେ ଭୀମଟାଙ୍ଗି ଅଞ୍ଚର ଭରତ ସାହୁ, ତପନ ସାହୁ ଓ ଲୋକନାଥ ବେହେରା। ଏମାନଙ୍କଠାରୁ ୧୨ଟି ସୁନାଚେନ, ୨ମଙ୍ଗଳସୂତ୍ର ଜବତ କରାଯାଇଛି, ଯାହାର ଓଜନ ୧୦୧ ଗ୍ରାମ ୭୫୦ ମିଲିଗ୍ରାମ ବୋଲି ଜଣାପଡ଼ିଛି। ସେହିଭଳି ୮ଟି ମୋବାଇଲ ଫୋନ ଜବତ ହୋଇଛି। ଏ ନେଇ ତମାଣ୍ଡୋ ଥାନା ପୋଲିସ ଏକ ମାମଲା (ନଂ. ୧୨୫/୨୨) ରୁଜୁ କରି ଅଭିଯୁକ୍ତମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି। ଲୁଟେରା ଦ୍ୱୟ ଚକରା ଗ୍ୟାଙ୍ଗରେ ସଂପୃକ୍ତ ଥିବା ପୋଲିସ କହିଛି।
ସୂଚନାନୁଯାୟୀ, ଗତ ୧୪ ତାରିଖରେ ତମାଣ୍ଡୋ ଥାନା ଅଞ୍ଚଳର ବାଞ୍ଛାନିଧି ତ୍ରିପାଠୀଙ୍କ ବୋହୁ କଳିଙ୍ଗ ବିହାରରୁ ଘରକୁ ଫେରୁଥିବା ବେଳେ ୨ଜଣ ଦୁର୍ବୃତ୍ତ ଏକ ପଲସର ଗାଡ଼ି (ନଂ. ଓଡି-୦୨-ବିପି-୩୪୧୫)ରେ ଆସି ତାଙ୍କଠାରୁ ସୁନାଚେନ ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ଏନେଇ ସେ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଗାଡ଼ି ନମ୍ବରରେ ଟ୍ରେସ କରି ଆୟୁଷଙ୍କୁ ଧରିଥିଲେ। ପଚରାଉଚୁରା କରିବା ସମୟରେ ସେ ବିଭିନ୍ନ ଜାଗାରୁ ସୁନା, ମୋବାଇଲ ଫୋନ୍‌ ଆଦି ଲୁଟ କରି ଏହାକୁ ବିକ୍ରି କରିବା ପାଇଁ ଭରତ, ତପନ, ଲେକନାଥଙ୍କୁ କିଛି କମିଶନ ଦିଅନ୍ତି। ଫଳରେ ସେମାନେ ଏହି ଚୋରା ଜିନିଷକୁ ବିଭିନ୍ନ ବସ୍ତି ସମେତ ଦୋକାନରେ ବିକ୍ରି କରିଥାନ୍ତି ବୋଲି ସ୍ବୀକାର କରିଥିବା ପୋଲିସ କହିଛି। ପୋଲିସ ତତନ୍ତ କରି ୩ ରିସିଭରଙ୍କୁ ମଧ୍ୟ ଗିରଫ କରିଛି। ଅଂଶୁମାନ ଓ ମିଥୁନଙ୍କ ନାଁରେ କ୍ୟାପିଟାଲ, ଖାରବେଳନଗର, ଖଣ୍ଡଗିରି, ନୂଆପଲ୍ଲୀ ଓ ଚନ୍ଦ୍ରଶେଖରପୁର ଆଦି ଥାନାରେ ଅନେକ ମାମଲା ରହିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri