ସେନା କର୍ମଚାରୀ ହତ୍ୟା ଘଟଣାର ପର୍ଦ୍ଦାଫାଶ କଲା ଗଞ୍ଜାମ ପୋଲିସ, ୫ ଗିରଫ

ଛତ୍ରପୁର,୮।୧୨(ଦିଲୀପ ସାମଲ)ସଂଘବଦ୍ଧ ଆକ୍ରମଣରେ ସେନା କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଘଟଣାର ପର୍ଦାଫାସ କରିଛି ଗଞ୍ଜାମର ଚମାଖଣ୍ଡି ପୋଲିସ। କାଳିପଲ୍ଲୀ ଗ୍ରାମର ଜେ.ଡିଲେଶ୍ୱର ପାତ୍ର ହତ୍ୟା ଘଟଣାରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ କାଳିପଲ୍ଲୀ ଗ୍ରାମର ଜେ.କଲ୍ୟାଣୀ ପାତ୍ର, ସିଏଚ. ଶେଖର,
ବି. ଚେନେୟା, ନିମଖଣ୍ଡି ଥାନା ଅଞ୍ଚଳର ବି. ବୁଲୁ ପାତ୍ର ଓ ସିଏଚ. ବିକି କୁମାର ପାତ୍ର।

ସୂଚନାଯୋଗ୍ୟ, କିଛିଦିନ ତଳେ ସେନା କର୍ମଚାରୀ ଜେ.ଡିଲେଶ୍ୱରଙ୍କର ଝିଅଟିଏ ହୋଇଥିଲା। ତାଙ୍କୁ ଦେଖିବା ପାଇଁ ସେ ଛୁଟିରେ ଘରକୁ ଆସିଥିଲେ।
ଡିସେମ୍ବର ୩ରେ କାଳିପଲ୍ଲୀ ଗ୍ରାମର ସେନା କର୍ମଚାରୀ ଜେ.ଡିଲେଶ୍ୱର ପାତ୍ର ଗୋପାଳପୁରରୁ କ୍ରିକେଟ ଖେଳ ଦେଖି ଘରକୁ ଫେରୁଥିବାବେଳେ ରାତି ୮.୩୦ରେ କିଛି ଜଣ ଦୁର୍ବୃତ୍ତ ହରିପୁର ଛକ ନିକଟରେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାେରେ ଭର୍ତ୍ତି କରାଯାଇଥିଲେ ହେଁ ଚିକିତ୍ସାଧିନ ଅବସ୍ଥାରେ ଡିସେମ୍ବର ୬ରେ ତାଙ୍କର ମୃତ୍ୟୁ ହୋଇଥିଲା।

ସାମ୍ବାଦିକ ସମିଳନୀ କରି ଗଞ୍ଜାମ ଏସପି ଜଗମୋହନ ମିନା କହିଛନ୍ତି, ଏବେ ବି ଘଟଣାର ତଦନ୍ତ ଜାରି ରହିଛି। ହତ୍ୟା ଘଟଣାରେ ଆଗକୁ ଯେଉଁମାନଙ୍କର ସମ୍ପୃକ୍ତି ଆସିବ ସେମାନଙ୍କୁ ଗିରଫ କରାଯିବ। ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟ୍ୟରେ ସବୁବେଳେ ତିକ୍ତତା ରହି ଆସୁଥିଲା। ଗୋଟିଏ ଗୋଷ୍ଠୀର ଲିଡ ନେଉଥିଲେ ଶେଖର ଓ ଅନ୍ୟ ଗୋଷ୍ଠୀର ଡ଼ିଲେଶର। ତେବେ ଗୋଷ୍ଠୀ କନ୍ଦଳ ଉଗ୍ର ରୂପ ହେବାରୁ ଡିଲେଶ୍ୱରଙ୍କୁ ହତ୍ୟା କରାଯାଇଥିଲା। ତେବେ ଅଭିଯୁକ୍ତଙ୍କ ଠାରୁ ପୋଲିସ ଦୁଇଟି ମୋବାଇଲ ଫୋନ ଓ ଦୁଇଟି ଗାଡି ଜବତ କରିଛି ବୋଲି ଏସପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri