ସ୍ମାର୍ଟ ଓ୍ବାଚ୍‌ ଫ୍ୟାଶନ୍‌ ସହ ଫିଟ୍‌ନେସ୍‌

ଦିନଥିଲା ହାତରେ ଘଣ୍ଟା ପିନ୍ଧାଯାଉଥିଲା ସମୟ ଦେଖିବା ପାଇଁ। ଧୀରେ ଧୀରେ ଡ୍ରେସ୍‌ ସହ ମ୍ୟାଚ୍‌ କରି କେବେ ଚେନ୍‌ ତ କେବେ ଲେଦର ପୁଣି କେବେ ଭଳିକି ଭଳି କଲରଫୁଲ୍‌ ପ୍ଲାଷ୍ଟିକ୍‌ ବ୍ୟାଣ୍ଡ୍‌ ଥିବା ଘଣ୍ଟା ପାଲଟିଲା ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ। ତେବେ ଏବେର ଘଣ୍ଟା ଆଉ କେବଳ ସମୟ ଦେଖିବା ଅବା ଫ୍ୟାଶନ୍‌ରେ ସୀମିତ ନାହିଁ ବରଂ ଏହାର ସ୍ଥାନ ନେଇଛି ସ୍ମାର୍ଟ ଓ୍ବାଚ୍‌। ମୋବାଇଲ୍‌ରେ ଆସୁଥିବା ନୋଟିଫିକେଶନ୍‌ରୁ ଆରମ୍ଭ କରି ଫିଟ୍‌ନେସ୍‌ ଟ୍ରାକ୍‌ କରିବା ପର୍ଯ୍ୟନ୍ତ ବିଭିନ୍ନ ଫ୍ୟାସିଲିଟି ପାଇଁ ଏହା ପାଲଟିଛି ଅଧିକାଂଶ ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ …

ଘଣ୍ଟା ପିନ୍ଧିବା ଅଧିକାଂଶଙ୍କର ଆବଶ୍ୟକତା ହୋଇଥିବା ବେଳେ ଆଉ କେତେକଙ୍କ ପାଇଁ ସଉକ। ତେବେ ଏବେର ସ୍ମାର୍ଟ ଓ୍ବାଚ୍‌ କିନ୍ତୁ ବଦଳାଇ ଦେଇଛି ଘଣ୍ଟାପିନ୍ଧାର ପରିଭାଷା। ସମୟ ଦେଖିବା, ସ୍ମାର୍ଟ ଏବଂ ଷ୍ଟାଇଲିଶ୍‌ ଲୁକ୍‌ ପାଇବା ସହ ଆହୁରି ଅନେକ ଉପଯୋଗିତା ଏହାକୁ କରାଇପାରିଛି ଅଧିକ ଲୋକପ୍ରିୟ…
ନାହିଁ ବ୍ୟାଟେରି କିଣିବା ଟେନ୍‌ସନ୍‌: କେବଳ ଯେ ଏହାକୁ ଅପରେଟ୍‌ କରିବା ବେଶ୍‌ ସହଜ ତା’ ନୁହେଁ, ବରଂ ଏହା ଚାର୍ଜେବଲ୍‌ ହୋଇଥିବାରୁ ବାରମ୍ବାର ବ୍ୟାଟେରି କିଣିବାର ଟେନ୍‌ସନ୍‌ ବି ନାହିଁ। ଏଣୁ ଏହାକୁ ବ୍ୟବହାର କରିବାକୁ ଅନେକେ ଭଲ ପାଉଛନ୍ତି।
ସାଜିଛି ହେଲ୍‌ଥ ଟ୍ରାକର: ସ୍ବାସ୍ଥ୍ୟ ପ୍ରତି ସଚେତନ ଥିବା ପ୍ରତ୍ୟେକଙ୍କ ପାଇଁ ସ୍ମାର୍ଟ ଓ୍ବାଚ୍‌ ଏକ ବରଦାନ ସଦୃଶ। କାରଣ ଦିନକୁ ଆପଣ କେତେ ଷ୍ଟେପ୍‌ ଚାଲିଲେ, କେତେ କ୍ୟାଲୋରି ବର୍ନ କଲେ, ହାର୍ଟ ରେଟ୍‌ଠାରୁ ଆରମ୍ଭ କରି ବ୍ଲଡ୍‌ପ୍ରେସର ପର୍ଯ୍ୟନ୍ତ ସବୁକିଛି ଏଥିରୁ ଜାଣି ହେଉଛି ଖୁବ୍‌ ସହଜରେ। ତେଣୁ ଜିମ୍‌ ଯାଉଥିବା ଯୁବପିଢ଼ିଙ୍କର ଏହା ପ୍ରତି କ୍ରେଜ୍‌ ଖୁବ୍‌ ଅଧିକ। ଏଥିରେ ଥିବା ଡିଜିଟାଲ୍‌ ହେଲ୍‌ଥ ସେନ୍‌ସର ଦ୍ୱାରା ହୃଦ୍‌ରୋଗର ପୂର୍ବ ସୂଚନା ମଧ୍ୟ ଜାଣି ହୋଇ ପାରୁଥିବାରୁ ଯଥା ସମୟରେ ଚିକିତ୍ସା ସହଜ ହୋଇପାରୁଛି ଏବଂ ରୋଗୀର ଜୀବନ ରକ୍ଷା ହୋଇପାରୁଛି। ଏଥିରେ ରୋଗୀକୁ ମେଡିସିନ୍‌ ଖାଇବାର ସମୟ ସୂଚନା ଦେବାର ମଧ୍ୟ ସୁବିଧା ରହିଛି। କେତେକ ସ୍ମାର୍ଟଓ୍ବାଚ୍‌ରେ ପଡ଼ିଯିବା କ୍ଷଣି ଆମ୍ବୁଲାନ୍ସ ସହ ପରିବାର ଲୋକଙ୍କୁ ସୂଚନା ପହଞ୍ଚାଇବାର ସୁବିଧା ମଧ୍ୟ ଉପଲବ୍ଧ। କେବଳ ଏତିକି ନୁହେଁ, ଏଥିରେ ଯୁବତୀମାନଙ୍କୁ ମାସିକ ଋତୁସ୍ରାବ ସୂଚନା ବା ମେନ୍‌ଷ୍ଟ୍ରୁଆଲ୍‌ ପିରିୟଡ୍‌ ରିମାଇଣ୍ଡର ଦେବା ପାଇଁ ମଧ୍ୟ ସୁବିଧା ରହିଛି।
ଫୋନ୍‌ର ଛୋଟ ରୂପ: ଏଥିରେ ଆପଣ ୧୨ କିମ୍ବା ୨୪ ଘଣ୍ଟିଆ ଟାଇମ୍‌ ସେଟ୍‌ କରିପାରିବେ। ଆଲାର୍ମ ମଧ୍ୟ ସେଟ୍‌ କରିପାରିବେ। ମୋବାଇଲ୍‌ରେ ଆସୁଥିବା କଲ୍‌ ରିସିଭ୍‌ କରିପାରିବେ, ମେସେଜ୍‌, ସୋସିଆଲ୍‌ ମିଡିଆର ବିଭିନ୍ନ ନୋଟିଫିକେଶନ୍‌ ପାଇପାରିବେ ଏବଂ ଇନ୍‌ଷ୍ଟାଣ୍ଟ ରିପ୍ଲାଏ କରିପାରିବେ। ଏଥିରେ ବିଭିନ୍ନ ଆପ୍‌ ମଧ୍ୟ ବ୍ୟବହାର କରିପାରିବେ। କେବଳ ଏତିକି ନୁହେଁ, କେତେକ ସ୍ମାର୍ଟ ଓ୍ବାଚ୍‌ରେ ସ୍ମାର୍ଟ ଆପ୍‌ ବେସ୍‌ଡ ଇ-ପେମେଣ୍ଟ ସିଷ୍ଟମ ମଧ୍ୟ ଉପଲବ୍ଧ। ତେଣୁ ଆପଣ ଏହା ସାହାଯ୍ୟରେ କ୍ୟାଶଲେସ୍‌ ଶପିଂର ବି ଫାଇଦା ଉଠେଇ ପାରିବେ।
ଅନ୍ୟାନ୍ୟ ସୁବିଧା: ହଠାତ୍‌ ଫୋନ୍‌ ନ ମିଳିଲେ ଅବା ହଜିଗଲେ ଆପଣ ‘ଫାଇଣ୍ଡ ଫୋନ୍‌’ ଆପ୍ଲିକେଶନ୍‌ ଦ୍ୱାରା ନିଜ ଫୋନ୍‌କୁ ସହଜରେ ଖୋଜିପାରିବେ। ଏହାଛଡ଼ା ବର୍ତ୍ତମାନ ଆସୁଥିବା ବିଭିନ୍ନ ଲାଟେଷ୍ଟ ସ୍ମାର୍ଟଓ୍ବାଚ୍‌ରେ ଏସି, ଫ୍ୟାନ୍‌, ଲାଇଟ୍‌, ଡୋର୍‌, ମାଇକ୍ରୋଓ୍ବେବ୍‌ ଓଭନ୍‌, ଟିଭି, ଫ୍ରିଜ୍‌ ଭଳି ସ୍ମାର୍ଟ ହୋମ୍‌ ଆପ୍ଲାଏନ୍‌ସେସ୍‌ଗୁଡିକୁ କଣ୍ଟ୍ରୋଲ୍‌ କରିବାର ଅପ୍ସନ ମଧ୍ୟ ଉପଲବ୍ଧ।
ଟପ୍‌ ବ୍ରାଣ୍ଡ: ଗ୍ଲୋବାଲ ସ୍ମାର୍ଟଓ୍ବାଚ୍‌ ମାର୍କେଟ ତରଫରୁ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ୨୦୨୧ରେ ବିକ୍ରି ହୋଇଥିବା ସମୁଦାୟ ହାତ ଘଣ୍ଟାର ପ୍ରାୟ ୪୦%ରୁ ଊର୍ଦ୍ଧ୍ୱ ହେଉଛି କେବଳ ସ୍ମାର୍ଟ ଓ୍ବାଚ୍‌। ତେବେ ଗ୍ଲୋବାଲ୍‌ ମାର୍କେଟରେ ସବୁଠୁ ଅଧିକ ବିକ୍ରି ହେଉଥିବା ଟପ୍‌ ୯ ସ୍ମାର୍ଟ ଓ୍ବାଚ୍‌ ବ୍ରାଣ୍ଡ ହେଉଛି ଆପଲ୍‌, ସାମ୍‌ସଙ୍ଗ୍‌, ହୁଆଇ, ଇମୁ, ଆମାଜ୍‌ଫିଟ୍‌, ଗାର୍ମିନ୍‌, ଫିଟ୍‌ବିଟ୍‌, ଜାଓମି, ନଏଜ୍‌; ଯାହାମଧ୍ୟରୁ ଆମ ଦେଶରେ ସବୁଠୁ ଅଧିକ ବିକ୍ରି ଏବଂ ଲୋକପ୍ରିୟତା ହାସଲ କରିଛି ନଏଜ୍‌ କମ୍ପାନୀର ସ୍ମାର୍ଟଓ୍ବାଚ୍‌।
କ’ଣ କୁହନ୍ତି ଏମାନେ…
ବିଜୟ କୁମାର ସ୍ବାଇଁ (କର୍ମଜୀବୀ, ଭୁବନେଶ୍ୱର)- ମୋର ନିତିଦିନିଆ ଜୀବନରେ ସ୍ମାର୍ଟ ଓ୍ବାଚ୍‌ ବହୁତ ଜରୁରୀ ହୋଇପଡ଼ିଛି। ଜିମ୍‌ରେ ଏକ୍ସରସାଇଜ୍‌ କରିବାବେଳେ ଏହା ମୋର କେତେ କ୍ୟାଲୋରି ବର୍ନ ହେଲା ତାହା ଦର୍ଶାଇଥାଏ। ଏଥିସହ ଦିନ ଭିତରେ କେତେ ଷ୍ଟେପ୍‌ ଚାଲିଲି ତାହା ମଧ୍ୟ ଜଣାଇଥାଏ। ଯେଉଁ କାମ ଫୋନ୍‌ ଦ୍ୱାରା କରିପାରୁଛି, ତାହା ଓ୍ବାଚ୍‌ରେ ମଧ୍ୟ କରିପାରେ। କୌଣସି ସ୍ଥାନରେ ଟଙ୍କା ଅନ୍‌ଲାଇନ୍‌ରେ ପେ’ କରିବାର ଥିଲେ ମଧ୍ୟ ଏଥିରେ ଫିଚର୍ସ ଅଛି। କୌଣସି ମିଟିଂରେ ଥିଲେ ଯଦି ମୁଁ ଫୋନ୍‌ ରିସିଭ୍‌ କରିପାରେ ନାହିଁ, ତେବେ ଏହି ଓ୍ବାଚ୍‌ ଦ୍ୱାରା କଲ୍‌ ରିସିଭ୍‌ କରିପାରେ, ଟେକ୍ସଟ୍‌ କରିପାରେ ଏବଂ ହ୍ବାଟସ୍‌ଆପ୍‌ରେ ଫାଇଲ୍‌ ମଧ୍ୟ ପଠାଇପାରେ।
ରାକେଶ କୁମାର ସାହୁ
(କମ୍ପ୍ୟୁଟର ଛାତ୍ର, ଯାଜପୁର)- ବର୍ତ୍ତମାନ ସ୍ମାର୍ଟ ଓ୍ବାଚ୍‌ ମୋ ପାଇଁ ଅତି ଦରକାରୀ ହୋଇପଡ଼ିଛି। ପ୍ରାୟ ସବୁବେଳେ ଏହାକୁ ପିନ୍ଧିଥାଏ, ହେଲେ ଖାସ୍‌ କରି ମର୍ନିଂ ଓ୍ବାକ୍‌ ଏବଂ ବାହାରକୁ ଗଲାବେଳେ ବେଶି ବ୍ୟବହାର କରେ । କେତେ ବାଟ କିମ୍ବା କେତେ ଷ୍ଟେପ୍‌ ଚାଲିଲି, ତାହା ମୋତେ ଏହି ସ୍ମାର୍ଟ ଓ୍ବାଚ୍‌ରୁ ଜଣାପଡ଼େ। ଏହା ସହ ଏଥିରେ ମୋର ହ୍ବାଟ୍ସ ଆପ୍‌ ସେଟିଂ ବି ରହିଛି, ଯାହା ଫଳରେ କେତେବେଳେ କୌଣସି କଲ୍‌ କି ମେସେଜ୍‌ ଆସିଲେ ତାକୁ ମୁଁ ତୁରନ୍ତ ଜାଣିପାରୁଛି। କମ୍ପ୍ୟୁଟର ବିଭାଗ ଛାତ୍ର ହୋଇଥିବାରୁ ଏହା ମୋତେ ଅନେକ କ୍ଷେତ୍ରରେ ସାହାଯ୍ୟ କରୁଛି।

 

 

ଯୁବପିଢ଼ିଙ୍କ ମଧ୍ୟରେ କ୍ରେଜ୍‌ ଅଧିକ
ଦୀର୍ଘ ବର୍ଷ ହେବ ଘଣ୍ଟା ବ୍ୟବସାୟ କରିଆସୁଛି। ଇତିମଧ୍ୟରେ ଘଣ୍ଟା ବ୍ୟବହାରକାରୀଙ୍କ ପସନ୍ଦକୁ ନେଇ ନୂଆ ନୂଆ ଘଣ୍ଟା କଲେକ୍ସନ ରଖୁଛି। ଯେପରି ପୂର୍ବରୁ କେବଳ ଚେନ୍‌ କିମ୍ବା ଲେଦର ବ୍ୟାଣ୍ଡ ଘଣ୍ଟା ଅଧିକ ବିକ୍ରି ହେଉଥିବା ବେଳେ ଧୀରେ ଧୀରେ ଭଳିକି ଭଳି ଡିଜାଇନ୍‌ ଏବଂ କଲରଫୁଲ୍‌ ଘଣ୍ଟାର ଚାହିଦା ବଢ଼ିବାକୁ ଲାଗିଲା। ଯଦିଓ ପ୍ରତ୍ୟେକ ବର୍ଗର ଲୋକେ ଏହାକୁ ପସନ୍ଦ କରୁଛନ୍ତି, ହେଲେ କଲେଜ ପଢୁଆ ହୁଅନ୍ତୁ କି ଜବ୍‌ ହୋଲ୍ଡର ଫ୍ୟାଶନ୍‌ପ୍ରିୟ ଯୁବତୀଯୁବକ ଏହାକୁ ବେଶୀ ପସନ୍ଦ କରୁଛନ୍ତି। ବିଶେଷ କରି ଜିମ୍‌ ଯାଉଥିବା ଯୁବପିଢ଼ି ଏହାକୁ ଅଧିକ କିଣିଥାଆନ୍ତି। ତେବେ ବର୍ତ୍ତମାନ ସ୍ମାର୍ଟଓ୍ବାଚ୍‌ ଟ୍ରେଣ୍ଡରେ ଅଛି। ଯୁବପିଢ଼ିଙ୍କ ମଧ୍ୟରେ ଫ୍ୟାଶନ୍‌ ସହିତ ଫିଟ୍‌ନେସ୍‌ ତଥା ଅନ୍ୟାନ୍ୟ ସୁବିଧାକୁ ଆଖିଆଗରେ ରଖି ଏହାର ଡିମାଣ୍ଡ ବଢ଼ୁଥିବାର ଦେଖିବାକୁ ମିଳୁଛି। ତେଣୁ ଆମେ କେତେକ ନାମୀଦାମୀ ବ୍ରାଣ୍ଡର ବିଭିନ୍ନ କଲେକ୍ସନ ରଖୁଛୁ, ଯାହାର ଦାମ୍‌ ପ୍ରାୟ ୨ ହଜାରରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ରହୁଛି। – ଗୌରୀଶଙ୍କର ମହାପାତ୍ର (ସମୟ ଭବନ, ବାପୁଜୀନଗର)
– ପୌର୍ଣ୍ଣମାସୀ


Enter your email to get our daily news in your inbox.

All Right Reserved By Dharitri.Com

ଦୁଃଖ କରୁଛି ପାକିସ୍ତାନ ! ମୋଦିଙ୍କୁ ନେଇ ଶାହବାଜ ସରିଫଙ୍କ ପରାମର୍ଶଦାତା କହିଲେ ଏମିତି କଥା ସବୁଠି ହେଉଛି ଚର୍ଚ୍ଚା

ଇସଲାମାବାଦ,୧୧।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଜଣେ ପ୍ରମୁଖ ପରାମର୍ଶଦାତା ରାଣା ସାନାଉଲ୍ଲା ଖାନଙ୍କ ଏକ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା…

ଆର୍‌ଆଇ କାର୍ଯ୍ୟାଳୟର ପାଚେରି ଭାଙ୍ଗିଲା, ସୁରକ୍ଷା ନେଇ ଚିନ୍ତା

କର୍ଲାମୁଣ୍ଡା,୧୧ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ରାଜସ୍ବ  ନିରୀକ୍ଷକ (ଆର୍‌.ଆଇ.) କାର୍ଯ୍ୟାଳୟର ପାଚେରିର ଏକ ବଡ଼ ଅଂଶ ଭାଙ୍ଗିପଡ଼ିଛି। ଫଳରେ କାର୍ଯ୍ୟାଳୟ ପରିସରର…

ଟ୍ରମ୍ପଙ୍କ ଧମକ ପରେ ଇରାନର ପ୍ରତିଆକ୍ରମଣ, କହିଲା ‘ଯଦି ଆମେରିକା ବିଶ୍ୱାସଘାତକତା କରେ, ତେବେ ପରିଣାମ ଭୋଗିବ’

ତେହରାନ,୧୧।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନ ସହିତ ଯୁଦ୍ଧବିରତି ଶେଷ ଘୋଷଣା ପରେ ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ପୁଣି ଥରେ ଶୀର୍ଷରେ ପହଞ୍ଚିଛି। ଏକ…

ଆରମ୍ଭ ହୋଇଛି କି ‘ଅପରେଶନ ଟାଇଗର-୩’? ଉଦ୍ଧବ ଗୋଷ୍ଠୀର ୧୦ ବିଧାୟକ ଶିନ୍ଦେ ଗୋଷ୍ଠୀରେ ଯୋଗ ଦେଇପାରନ୍ତି

ମୁମ୍ବାଇ,୧୧।୦୭: ମହାରାଷ୍ଟ୍ରରେ ଏକ ବଡ଼ ରାଜନୈତିକ ଘଟଣାକ୍ରମକୁ ନେଇ କଳ୍ପନାଜଳ୍ପନା ପୁଣି ଥରେ ତୀବ୍ର ହୋଇଛି। ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନା ଗୋଷ୍ଠୀ ‘ଅପରେଶନ ଟାଇଗର-୩’ ପାଇଁ…

ଯନ୍ତ୍ରଣା ବଖାଣିଲେ ଦୀପିକା: ବାଥରୁମ୍‌ ପର୍ଯ୍ୟନ୍ତ ଯିବାକୁ…

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ଆଜିକାଲି ଗର୍ଭବତୀ ଅଛନ୍ତି। ଖୁବ୍‌ଶୀଘ୍ର ସେ ଦ୍ୱିତୀୟ ସନ୍ତାନ ଜନ୍ମଦେବାକୁ ଯାଉଛନ୍ତି। ଦୀପିକା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିୟମିତ ଭାବରେ…

କ୍ୟାଶ୍, ନା କ୍ରେଡିଟ୍ କାର୍ଡ! ଜାଣନ୍ତୁ ବିଦେଶ ଗସ୍ତରେ କେମିତି ପେମେଣ୍ଟ କରନ୍ତି ପିଏମ ମୋଦି?

ନୂଆଦିଲ୍ଲୀ,୧୧।୭: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟତଃ ବିଦେଶ ଗସ୍ତରେ ରହିଥାନ୍ତି। ଏହି ସମୟରେ ମଧ୍ୟ ପିଏମ ତିନୋଟି ଦେଶର ଯାତ୍ରାରେ ଅଛନ୍ତି। ବର୍ତ୍ତମାନ ସେ ଏହି…

ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ): ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ କିଛି କ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ ଏବେବି ଗ୍ରାହକମାନେ ସେବାରେ ଅସନ୍ତୁଷ୍ଟ ଅଛନ୍ତି।…

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri