ବନ୍ୟାରେ ମତ୍ସ୍ୟଚାଷୀଙ୍କ ଜୀବିକା ଭାସିଗଲା

କେନ୍ଦ୍ରାପଡ଼ା, ୯।୮(ଜଗନ୍ନାଥ ଧଳ): ଚଳିତ ବନ୍ୟା କେନ୍ଦ୍ରାପଡ଼ା ଜିଲାର ଜୀବନ ଜୀବିକାକୁ ବିପର୍ଯ୍ୟସ୍ତ କରି ଦେଇଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ଜିଲାର ୭ ନଦୀରେ ବନ୍ୟା ଜଳ ପ୍ରବାହିତ ହୋଇ ୫ ବ୍ଲକ ଅଞ୍ଚଳର ୧୧୮ଟି ଗ୍ରାମରେ ବନ୍ୟା ଜଳ ପ୍ରବେଶ କରି ଚାଷ ଓ ବାସକୁ ଉଜାଡ଼ିଛି। ଖରିଫ ଧାନ, ପରିବା ସହିତ ଜିଲାର ମତ୍ସ୍ୟଜୀବୀଙ୍କ ଜୀବିକାକୁ ବନ୍ୟା ପାଣି ଭସାଇ ନେଇଛି। ପ୍ରାୟ ୫ ହଜାର ମତ୍ସ୍ୟଜୀବୀ ଏବେ ଋଣ ଶୁଝିବା ଚିନ୍ତାରେ ଥିବା ବେଳେ ପରିବାର ଭରଣ ପୋଷଣ ନେଇ ହତାଶାବୋଧ କରିଛନ୍ତି। ଅଦ୍ୟାବଧି ଏହାର ତନଖି କରାଯାଇନାହିଁ। ଏହି କ୍ଷତିର ଆକଳନ କରି ଅନୁଦାନ ଯୋଗାଇ ଦେବାକୁ ମତ୍ସ୍ୟଜୀବୀ ଦାବି କରିଛନ୍ତି।
ଏ ସମ୍ପର୍କରେ ମାର୍ଶାଘାଇ ବ୍ଲକ ଆଇତିପୁର ଗଁାର ପ୍ରସନ୍ନ ନାୟକ କହିଛନ୍ତି, ଗତ ୮ ଦିନ ଧରି ଲୁଣା ନଦୀ ବନ୍ୟା ଜଳ ଘେରରେ ଗଁା ଅଛି। ଗ୍ରାମରେ ଅଧିକାଂଶ ପରିବା ଓ ମାଛ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି। ଏବେ ବି ଗ୍ରାମରୁ ଜଳ ନିଷ୍କାସନ ହୋଇ ପାରି ନ ଥିବାରୁ ମାଛଚାଷୀଙ୍କ ପୋଖରୀ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଚଳିତବର୍ଷ ୨ ପୋଖରୀରୁ ମାଛ ଅମଳ ଆରମ୍ଭ ହୋଇଥିଲା। ମାତ୍ର ୮ ହଜାର ଟଙ୍କାର ମାଛ ବିକ୍ରି ହୋଇଛି। ବନ୍ୟା ଜଳ ପୋଖରୀକୁ ନଷ୍ଟ କରିଥିବାରୁ ପ୍ରାୟ ୨ ଲକ୍ଷ ଟଙ୍କା ବନ୍ୟା ପାଣିରେ ଭାସିଗଲା। ଚାଷ ପାଇଁ ସ୍ଥାନୀୟ ଅଞ୍ଚଳରୁ ଧାରକରଜ କରିଥିଲି। ଏହା ଶୁଝିବି କିପରି ବୋଲି ଚିନ୍ତାରେ ଅଛି। ଆଳି ବ୍ଲକ ପଦନିପାଳ ଗ୍ରାମର ଅଭିଳାଷ ବେହେରା କହିଛନ୍ତି, ଖରସ୍ରୋତା ନଦୀର ବନ୍ୟାଜଳ ଜୀବନ ଓ ଜୀବିକାକୁ ଛଡ଼ାଇ ନେଇଛି। ଲିଜ୍‌ରେ ନେଇଥିବା ୨୩ଟି ପୋଖରୀ ଉପରେ ଏବେ ବି ପାଣି ଚାଲିଛି। ବଡ଼ ଧରଣର କ୍ଷତି ହୋଇଛି। ସେହିପରି ଡିହବଳରାମପୁର ଗ୍ରାମର ବିବେକାନନ୍ଦ ମଲ୍ଲିକ କହିଛନ୍ତି, ମାଛ ବିକ୍ରି ପାଇଁ ବ୍ୟବସାୟୀଙ୍କଠାରୁ ଅଗ୍ରିମ ୩୦ ହଜାର ଟଙ୍କା ଆଣିଥିଲି। ବନ୍ୟା ପୋଖରୀକୁ ନଷ୍ଟ କରି ଦେଇଥିବାରୁ ଏହି ଟଙ୍କା ଫେରାଇବାକୁ ପଡ଼ିବ। କୁସୁନୁପୁର ଗ୍ରାମର ଅକ୍ଷୟ ମଣ୍ଡଳ କହିଛନ୍ତି, ଚଳିତ ବନ୍ୟା ଚିଙ୍ଗୁଡ଼ି ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି। ଘେରିରେ ପର୍ଯ୍ୟାପ୍ତ ଅର୍ଥ ବିନିଯୋଗ ପରେ ବନ୍ୟା ଜଳ ଚିଙ୍ଗୁଡ଼ି ଚାଷକୁ ବିପର୍ଯ୍ୟସ୍ତ କରିଛି। ଜିଲାର ଉପକୂଳ ଅଞ୍ଚଳରେ ହୋଇଥିବା ବନ୍ୟାରେ ପ୍ରାୟ ୮ ହଜାର ଚିଙ୍ଗୁଡି ଚାଷୀଙ୍କ କ୍ଷତି ହୋଇଛି। ମତ୍ସ୍ୟଜୀବୀ ସଂଘର କର୍ମକର୍ତ୍ତା ସଭାପତି ହଳଧର ସେଠୀ କହିଛନ୍ତି, ସାମୁଦ୍ରିକ କଟକଣା ପରେ ଚଳିତ ବନ୍ୟା ମତ୍ସ୍ୟଜୀବୀଙ୍କ ଜୀବିକା ଉପାର୍ଜନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଭିନ୍ନ ସମୟରେ ସାମୁଦ୍ରିକ କଟକଣାକୁ ଜିଲା ମତ୍ସ୍ୟଜୀବୀ ସମ୍ମୁଖୀନ ହେଉଛନ୍ତି। ମାଛଙ୍କ ପ୍ରଜନନ ସମୟର କିଛିଦିନ ମଧ୍ୟରେ ବନ୍ୟା ଆସି ମାଛ ଚାଷକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଛି। ବନ୍ୟାର ଗୋଳିଆ ପାଣିରେ ମାଛ ନିଃଶ୍ୱାସ ନେଇ ନ ପାରି ମରି ଯାଇଥିବା ଅସମ୍ଭବ ନୁହେଁ। ସେହିପରି ବନ୍ୟା ଜଳରେ ଅଧିକାଂଶ ପୋଖରୀ, ଗଡ଼ିଆରେ ପାଣି ପଶିଥିବାରୁ ଭାସିଯିବା ସମ୍ଭାବନା ଅଧିକ। ଏ ସମ୍ପର୍କରେ ତୁରନ୍ତ ତଦନ୍ତ କରି ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ସେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଜିଲା ମତ୍ସ୍ୟ ବିଭାଗ ଅଧିକାରୀ ଶଶାଙ୍କ ଶେଖର ସାହୁଙ୍କୁ ପଚାରିବାରେ ବିଭାଗ ପକ୍ଷରୁ ମାଛ ଚାଷ କ୍ଷତି ଆକଳନ ଆରମ୍ଭ ହୋଇଛି। ଜିଲାର ବିଭିନ୍ନ ବ୍ଲକର ସମ୍ପ୍ରସାରଣ ଅଧିକାରୀଙ୍କୁ ଏ ନେଇ ଚିଠି ହୋଇଛି। ଆସନ୍ତା ୨ଦିନ ମଧ୍ୟରେ କ୍ଷତି ପରିମାଣ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri