କେନ୍ଦ୍ରାପଡ଼ା, ୯।୮(ଜଗନ୍ନାଥ ଧଳ): ଚଳିତ ବନ୍ୟା କେନ୍ଦ୍ରାପଡ଼ା ଜିଲାର ଜୀବନ ଜୀବିକାକୁ ବିପର୍ଯ୍ୟସ୍ତ କରି ଦେଇଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ଜିଲାର ୭ ନଦୀରେ ବନ୍ୟା ଜଳ ପ୍ରବାହିତ ହୋଇ ୫ ବ୍ଲକ ଅଞ୍ଚଳର ୧୧୮ଟି ଗ୍ରାମରେ ବନ୍ୟା ଜଳ ପ୍ରବେଶ କରି ଚାଷ ଓ ବାସକୁ ଉଜାଡ଼ିଛି। ଖରିଫ ଧାନ, ପରିବା ସହିତ ଜିଲାର ମତ୍ସ୍ୟଜୀବୀଙ୍କ ଜୀବିକାକୁ ବନ୍ୟା ପାଣି ଭସାଇ ନେଇଛି। ପ୍ରାୟ ୫ ହଜାର ମତ୍ସ୍ୟଜୀବୀ ଏବେ ଋଣ ଶୁଝିବା ଚିନ୍ତାରେ ଥିବା ବେଳେ ପରିବାର ଭରଣ ପୋଷଣ ନେଇ ହତାଶାବୋଧ କରିଛନ୍ତି। ଅଦ୍ୟାବଧି ଏହାର ତନଖି କରାଯାଇନାହିଁ। ଏହି କ୍ଷତିର ଆକଳନ କରି ଅନୁଦାନ ଯୋଗାଇ ଦେବାକୁ ମତ୍ସ୍ୟଜୀବୀ ଦାବି କରିଛନ୍ତି।
ଏ ସମ୍ପର୍କରେ ମାର୍ଶାଘାଇ ବ୍ଲକ ଆଇତିପୁର ଗଁାର ପ୍ରସନ୍ନ ନାୟକ କହିଛନ୍ତି, ଗତ ୮ ଦିନ ଧରି ଲୁଣା ନଦୀ ବନ୍ୟା ଜଳ ଘେରରେ ଗଁା ଅଛି। ଗ୍ରାମରେ ଅଧିକାଂଶ ପରିବା ଓ ମାଛ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି। ଏବେ ବି ଗ୍ରାମରୁ ଜଳ ନିଷ୍କାସନ ହୋଇ ପାରି ନ ଥିବାରୁ ମାଛଚାଷୀଙ୍କ ପୋଖରୀ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଚଳିତବର୍ଷ ୨ ପୋଖରୀରୁ ମାଛ ଅମଳ ଆରମ୍ଭ ହୋଇଥିଲା। ମାତ୍ର ୮ ହଜାର ଟଙ୍କାର ମାଛ ବିକ୍ରି ହୋଇଛି। ବନ୍ୟା ଜଳ ପୋଖରୀକୁ ନଷ୍ଟ କରିଥିବାରୁ ପ୍ରାୟ ୨ ଲକ୍ଷ ଟଙ୍କା ବନ୍ୟା ପାଣିରେ ଭାସିଗଲା। ଚାଷ ପାଇଁ ସ୍ଥାନୀୟ ଅଞ୍ଚଳରୁ ଧାରକରଜ କରିଥିଲି। ଏହା ଶୁଝିବି କିପରି ବୋଲି ଚିନ୍ତାରେ ଅଛି। ଆଳି ବ୍ଲକ ପଦନିପାଳ ଗ୍ରାମର ଅଭିଳାଷ ବେହେରା କହିଛନ୍ତି, ଖରସ୍ରୋତା ନଦୀର ବନ୍ୟାଜଳ ଜୀବନ ଓ ଜୀବିକାକୁ ଛଡ଼ାଇ ନେଇଛି। ଲିଜ୍ରେ ନେଇଥିବା ୨୩ଟି ପୋଖରୀ ଉପରେ ଏବେ ବି ପାଣି ଚାଲିଛି। ବଡ଼ ଧରଣର କ୍ଷତି ହୋଇଛି। ସେହିପରି ଡିହବଳରାମପୁର ଗ୍ରାମର ବିବେକାନନ୍ଦ ମଲ୍ଲିକ କହିଛନ୍ତି, ମାଛ ବିକ୍ରି ପାଇଁ ବ୍ୟବସାୟୀଙ୍କଠାରୁ ଅଗ୍ରିମ ୩୦ ହଜାର ଟଙ୍କା ଆଣିଥିଲି। ବନ୍ୟା ପୋଖରୀକୁ ନଷ୍ଟ କରି ଦେଇଥିବାରୁ ଏହି ଟଙ୍କା ଫେରାଇବାକୁ ପଡ଼ିବ। କୁସୁନୁପୁର ଗ୍ରାମର ଅକ୍ଷୟ ମଣ୍ଡଳ କହିଛନ୍ତି, ଚଳିତ ବନ୍ୟା ଚିଙ୍ଗୁଡ଼ି ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି। ଘେରିରେ ପର୍ଯ୍ୟାପ୍ତ ଅର୍ଥ ବିନିଯୋଗ ପରେ ବନ୍ୟା ଜଳ ଚିଙ୍ଗୁଡ଼ି ଚାଷକୁ ବିପର୍ଯ୍ୟସ୍ତ କରିଛି। ଜିଲାର ଉପକୂଳ ଅଞ୍ଚଳରେ ହୋଇଥିବା ବନ୍ୟାରେ ପ୍ରାୟ ୮ ହଜାର ଚିଙ୍ଗୁଡି ଚାଷୀଙ୍କ କ୍ଷତି ହୋଇଛି। ମତ୍ସ୍ୟଜୀବୀ ସଂଘର କର୍ମକର୍ତ୍ତା ସଭାପତି ହଳଧର ସେଠୀ କହିଛନ୍ତି, ସାମୁଦ୍ରିକ କଟକଣା ପରେ ଚଳିତ ବନ୍ୟା ମତ୍ସ୍ୟଜୀବୀଙ୍କ ଜୀବିକା ଉପାର୍ଜନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଭିନ୍ନ ସମୟରେ ସାମୁଦ୍ରିକ କଟକଣାକୁ ଜିଲା ମତ୍ସ୍ୟଜୀବୀ ସମ୍ମୁଖୀନ ହେଉଛନ୍ତି। ମାଛଙ୍କ ପ୍ରଜନନ ସମୟର କିଛିଦିନ ମଧ୍ୟରେ ବନ୍ୟା ଆସି ମାଛ ଚାଷକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦେଇଛି। ବନ୍ୟାର ଗୋଳିଆ ପାଣିରେ ମାଛ ନିଃଶ୍ୱାସ ନେଇ ନ ପାରି ମରି ଯାଇଥିବା ଅସମ୍ଭବ ନୁହେଁ। ସେହିପରି ବନ୍ୟା ଜଳରେ ଅଧିକାଂଶ ପୋଖରୀ, ଗଡ଼ିଆରେ ପାଣି ପଶିଥିବାରୁ ଭାସିଯିବା ସମ୍ଭାବନା ଅଧିକ। ଏ ସମ୍ପର୍କରେ ତୁରନ୍ତ ତଦନ୍ତ କରି ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ସେ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଜିଲା ମତ୍ସ୍ୟ ବିଭାଗ ଅଧିକାରୀ ଶଶାଙ୍କ ଶେଖର ସାହୁଙ୍କୁ ପଚାରିବାରେ ବିଭାଗ ପକ୍ଷରୁ ମାଛ ଚାଷ କ୍ଷତି ଆକଳନ ଆରମ୍ଭ ହୋଇଛି। ଜିଲାର ବିଭିନ୍ନ ବ୍ଲକର ସମ୍ପ୍ରସାରଣ ଅଧିକାରୀଙ୍କୁ ଏ ନେଇ ଚିଠି ହୋଇଛି। ଆସନ୍ତା ୨ଦିନ ମଧ୍ୟରେ କ୍ଷତି ପରିମାଣ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।
Posted inHome Left, ଆମ ଜିଲା ଖବର, କେନ୍ଦ୍ରାପଡ଼ା View All
ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…
ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…
୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା
ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…
ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…
ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…
୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…
ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…
ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….
ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…
ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…
ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…
ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର
ଭୁବନେଶ୍ବର,୨ା୪: ଖୁଵ୍ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…
ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ
ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…
Archives

