ବିକାଶ ପଥେ ମତ୍ସ୍ୟକ୍ଷେତ୍ର

ପ୍ରତିବର୍ଷ ଜୁଲାଇ ୧୦ ତାରିଖକୁ ଜାତୀୟ ମତ୍ସ୍ୟଚାଷୀ ଦିବସ ଭାବେ ସାରା ଭାରତରେ ପାଳନ କରାଯାଏ। ଏହି ଦିନଟି ଓଡ଼ିଶା ପାଇଁ ଏକ ସ୍ମରଣୀୟ ଦିବସ। ଆଜିର ଦିନରେ ଭାରତୀୟ ମତ୍ସ୍ୟକ୍ଷେତ୍ରକୁ ଏକ ଉଲ୍ଲେଖନୀୟ ସଫଳତା ମିଳିଥିଲା ଓ ଏହା ଓଡ଼ିଶା ମାଟିରେ ସମ୍ପନ୍ନ ହୋଇଥିବାରୁ ପ୍ରତ୍ୟେକ ଓଡ଼ିଶାବାସୀ ଏଥିପାଇଁ ଗର୍ବିତ। ୧୯୫୭ ଜୁଲାଇ ୧୦ ଦିନ ଅବିଭକ୍ତ ଢେଙ୍କାନାଳ ଜିଲା ଅନ୍ତର୍ଗତ ନାରାୟଣ ସାଗର ସରକାରୀ ମାଛ ଫାର୍ମରେ କାର୍ପ ମାଛର କୃତ୍ରିମ ପ୍ରଜନନ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହୋଇଥିଲା। ଭାରତର ବିଶିଷ୍ଟ ମତ୍ସ୍ୟବିଜ୍ଞାନୀ ଡ. କେ. ଏଚ. ଆଲିକୁନି ଏବଂ ଡ. ହୀରାଲାଲ ଚୌଧୁରୀଙ୍କ ଅକ୍ଳାନ୍ତ ପରିଶ୍ରମ ଓ ପ୍ରଚେଷ୍ଟା ତଥା ତତ୍କାଳୀନ ଓଡ଼ିଶା ମତ୍ସ୍ୟ ନିର୍ଦ୍ଦେଶକ ଡ. ଗଜେନ୍ଦ୍ର ନାଥ ମିତ୍ରଙ୍କ ସହଯୋଗରେ ଆମ ଦେଶକୁ ଏହି ଐତିହାସିକ ସଫଳତା ମିଳିଥିଲା। ଏହି ବିରଳ ତଥା ମହତ୍ତ୍ୱପୂର୍ଣ୍ଣ ସଫଳତାକୁ ମନେ ରଖିବା ପାଇଁ ଉକ୍ତ ଦିନଟି ସାରା ଭାରତରେ ଜାତୀୟ ମତ୍ସ୍ୟଚାଷୀ ଦିବସ ରୂପେ ପାଳନ କରାଯାଇ ଆସୁଅଛି। ଦେଶର ପ୍ରଗତି ଓ ବିକାଶରେ ମତ୍ସ୍ୟଚାଷୀ/ ମତ୍ସ୍ୟଜୀବୀ/ ମତ୍ସ୍ୟ ଉଦ୍ୟୋଗୀ ଓ ମତ୍ସ୍ୟ ସହ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ଅବଦାନକୁ ସ୍ମରଣ କରାଯିବା ସହ ଏହି କ୍ଷେତ୍ରକୁ ନୂତନ ଜ୍ଞାନକୌଶଳଯୁକ୍ତ ଓ ପରିବେଶ ଅନୁକୂଳଯୁକ୍ତ ସମୃଦ୍ଧି କରିବା ଏହି ଦିବସ ପାଳନର ମୁଖ୍ୟଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ। ଏକ ପୋଷଣୀୟ ମାଛ ବଂଶ ବୃଦ୍ଧି ସହ ସୁସ୍ଥପାରିବେଶିକ ଜଳସମ୍ପଦର ସୁରକ୍ଷା ଓ ଏଥିସହ ସମ୍ପୃକ୍ତ ପରିବାରଙ୍କ ଆର୍ଥିକ ବିକାଶକୁ ଗୁରୁତ୍ୱ ପ୍ରଦାନ ଏହି ଦିବସ ପାଳନର ଯଥାର୍ଥତାକୁ ପ୍ରତିପାଦନ କରିଥାଏ।
ମତ୍ସ୍ୟ ସମ୍ପଦ ଦୃଷ୍ଟିରୁ ଓଡ଼ିଶା ଏକ ଉନ୍ନତ ରାଜ୍ୟ। ୬.୮୬ ଲକ୍ଷ ହେକ୍ଟର ମଧୁର ଜଳ କ୍ଷେତ୍ର, ୪.୧୮ ଲକ୍ଷ ହେକ୍ଟର ଖାରିଜଳ କ୍ଷେତ୍ର ଓ ସର୍ବୋପରି ୪୮୦ କିମି ଉପକୂଳ ଅଞ୍ଚଳକୁ ନେଇ ଓଡ଼ିଶା ମତ୍ସ୍ୟ ସମ୍ପଦ ସମୃଦ୍ଧ। କୃତ୍ରିମ ପ୍ରଜନନ ମାଧ୍ୟମରେ କାର୍ପ ମାଛ (ରୋହି, ଭାକୁର ଓ ମିରିକାଳୀ ଆଦି) ଯାଆଁଳ ଉତ୍ପାଦନ ହେବା ପୂର୍ବରୁ ନଦୀ ସ୍ରୋତରୁ ମାଛ ଯାଆଁଳ ସଂଗ୍ରହ କରାଯାଇ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିଲା। ସାଧାରଣତଃ କାର୍ପ ଜାତୀୟ ମାଛମାନେ ସ୍ଥିର ଜଳରେ ଅଣ୍ଡା ଦିଅନ୍ତି ନାହିଁ। ପ୍ରବହମାନ ନଦୀର ଧାରରେ ସେମାନେ ବର୍ଷାଋତୁ ଆଗମନରେ ପ୍ରଜନନ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି। ବାହ୍ୟ ଗର୍ଭାଧାନ ପ୍ରକ୍ରିୟା ସମ୍ପନ୍ନ ହେବାପରେ ଅଣ୍ଡାଗୁଡ଼ିକ ନଦୀଜଳର ସ୍ରୋତରେ ଭାସିବୁଲନ୍ତି ଓ କ୍ରମେ ଏଥିରୁ ମାଛ ଯାଆଁଳଗୁଡ଼ିକ ସୃଷ୍ଟି ହୋଇଥାନ୍ତି। ଏହି କ୍ଷୁଦ୍ର ମାଛ ଯାଆଁଳକୁ ସଂଗ୍ରହ କରାଯାଇ ମତ୍ସ୍ୟଚାଷୀଙ୍କୁ ବିତରଣ କରାଯାଉଥିଲା। ନଦୀଜଳରୁ ସଂଗୃହୀତ ଏହି ଯାଆଁଳକୁ ନେଇ ଚାଷ କରୁଥିବା ମାଛଚାଷୀମାନେ ଲାଭବାନ ହେଉ ନ ଥିଲେ। କାରଣ ଏଥିରେ ବିଭିନ୍ନ ପ୍ରଜାତିର ମାଛ ଯାଆଁଳ ରହୁଥିଲା ଓ ସବୁଯାଆଁଳ ଉନ୍ନତ ବା ରୋଗମୁକ୍ତ ନଥିଲେ। ମାଛଚାଷୀମାନଙ୍କୁ କିପରି ଉନ୍ନତ, ସାସ୍ଥ୍ୟକର ଓ ନୀରୋଗ ଯାଆଁଳ ପ୍ରଦାନ କରାଯାଇପାରିବ ସେଥିପାଇଁ ମତ୍ସ୍ୟବିଜ୍ଞାନୀମାନେ ଗବେଷଣା ଆରମ୍ଭ କରିଥିଲେ। ଯାଆଁଳ ଉତ୍ପାଦନ କେନ୍ଦ୍ରଗୁଡ଼ିକରେ(ହ୍ୟାଚେରି) କୃତ୍ରିମ ପ୍ରଜନନ ପ୍ରକ୍ରିୟାରେ ଅଧିକ ଅମଳକ୍ଷମ ରୋହି, ଭାକୁର ଓ ମିରିକାଳୀ ମାଛ ଯାଆଁଳ ଉତ୍ପାଦନ ପାଇଁ ଗବେଷଣାକୁ ତ୍ୱରାନିତ କରାଯାଇଥିଲା।
ମାଛମାନଙ୍କ ପିଟୁଇଟାରୀ ଗ୍ରନ୍ଥିରୁ ସଂଗୃହୀତ ରସ ମାଧ୍ୟମରେ କୃତ୍ରିମ ପ୍ରଜନନ ପରୀକ୍ଷା ଆରମ୍ଭ ହୁଏ ଆର୍ଜେଣ୍ଟିନାରେ ୧୯୩୦ରେ ଜୀବବିଜ୍ଞାନୀ ବି. ଏ. ହୁସେଙ୍କ ଦ୍ୱାରା। ପରେ ୧୯୩୪ରେ ଏହା ଉପରେ ସଫଳତା ମିଳେ ବ୍ରାଜିଲକୁ। ଭାରତରେ କୃତ୍ରିମ ପ୍ରଜନନ କାର୍ଯ୍ୟ ଆରମ୍ଭ ହୁଏ ୧୯୩୭ରେ। ବୈଜ୍ଞାନିକ ହାମିଦ ଖାନ୍‌ ମିରିକାଳୀ ମାଛ ଉପରେ ଏହାକୁ ପ୍ରୟୋଗ କରିଥିଲେ। ୧୯୫୫ରେ ଡ. ହୀରାଲାଲ ଚୌଧୁରୀ ଛୋଟ କାର୍ପ ଦଣ୍ଡକିରି ମାଛରେ ପ୍ରୟୋଗ କରିଥିଲେ। ଏହି ବର୍ଷ ମାଗୁର ମାଛରେ କୃତ୍ରିମ ପ୍ରଜନନ ପ୍ରକ୍ରିୟା କରିଥିଲେ ରାମସାମୀ ଓ ସୁନ୍ଦରରାଜ। ୧୯୬୨ରେ ଗ୍ରାସ କାର୍ପ ଓ ସିଲଭର କାର୍ପରେ କୃତ୍ରିମ ପ୍ରଜନନ ଭାରତରେ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଇତିମଧ୍ୟରେ ଅନେକ ଦଶକ ବିତିଯାଇଛି ଓ ମାଛର କୃତ୍ରିମ ପ୍ରଜନନରେ ଉନ୍ନତୀକରଣ ଓ ପାରଦର୍ଶିତା ହାସଲ କରାଯାଇପାରିଛି। କେବଳ ବର୍ଷାଋତୁ ନୁହେଁ, ତା’ପୂର୍ବରୁ ଓ ବର୍ଷ ସାରା ମାଛ ଯାଆଁଳ ହ୍ୟାଚେରିଗୁଡିକରେ ଉତ୍ପାଦନ କରାଯାଇ ସରକାରୀ ତଥା ଘରୋଇ କ୍ଷେତ୍ରରୁ ମାଛଚାଷୀମାନଙ୍କୁ ଯୋଗାଇ ଦିଆଯାଉଛି। ଓଡ଼ିଶାରେ ୨୮ଟି ସରକାରୀ ହ୍ୟାଚେରି ଓ ୯୬ଟି ଘରୋଇ ହ୍ୟାଚେରିରୁ ବାର୍ଷିକ ପ୍ରାୟ ୧୫୨ କୋଟି ମାଛ ଯାଆଁଳ ଉତ୍ପାଦନ କରାଯାଉଛି। ମାଛ ଉତ୍ପାଦନ ବୃଦ୍ଧି ନିମନ୍ତେ ପର୍ଯ୍ୟାପ୍ତ ଉନ୍ନତ ମାଛ ଯାଆଁଳର ଆବଶ୍ୟକତା ରହିଛି ଓ ଏହାକୁ ଦୃଷ୍ଟିରେ ରଖି ଓ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ୪ ଗୋଟି ପ୍ରମୁଖ ସରକାରୀ ମାଛ ଫାର୍ମରେ (କୌଶଲ୍ୟାଗଙ୍ଗ, ଚିପିଲିମା, ଭଞ୍ଜନଗର ଓ ସରମଙ୍ଗା) ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ୨୦୨୦ ବର୍ଷରୁ ବର୍ଷାଋତୁ ପୂର୍ବରୁ ଆଗୁଆ ଉନ୍ନତ ମାଛ ଯାଆଁଳ ଉତ୍ପାଦନ କରାଯାଉଛି। ଚଳିତ ବର୍ଷଠାରୁ ଘରୋଇ ହ୍ୟାଚେରିଗୁଡିକୁ ମଧ୍ୟ ଏହି ଆଗୁଆ ଯାଆଁଳ ଉତ୍ପାଦନରେ ସାମିଲ କରାଯାଇଛି। ରାଜ୍ୟକୁ ମାଛ ଯାଆଁଳ ଉତ୍ପାଦନରେ ସ୍ବାବଲମ୍ବୀ କରିବା ପାଇଁ ୱାଲର୍‌ଡ ଫିଶର ବୈଷୟିକ ସହାୟତାରେ ପାଞ୍ଚ ବର୍ଷିଆ ଓ ଫିଶ ସିଡ୍ସ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି। ଗତ ୨୦ ବର୍ଷ ମଧ୍ୟରେ ରାଜ୍ୟରେ ମାଛ ଯାଆଁଳ ଉତ୍ପାଦନ ବାର୍ଷିକ ୨୭ କୋଟିରୁ ୧୫୧.୯୪ କୋଟିରେ ପହଞ୍ଚିଥିବା ବେଳେ ରାଜ୍ୟର ମାଛ ଉତ୍ପାଦନ ୨.୫୯ ଲକ୍ଷ ଟନ୍‌ରୁ ବୃଦ୍ଧି ପାଇ ୯.୯୧ ଲକ୍ଷ ମେଟ୍ରିକ ଟନ୍‌ରେ ପହଞ୍ଚିପାରିଛି। ସେହିପରି ମାଛ ରପ୍ତାନି କ୍ଷେତ୍ରରେ ମଧ୍ୟ ଅଗ୍ରଗତି ହାସଲ କରିପାରିଛି ଓଡ଼ିଶା। ଏହି କୋଡ଼ିଏ ବର୍ଷ ମଧ୍ୟରେ ମତ୍ସ୍ୟ ରପ୍ତାନି ୩୭୯ କୋଟି ଟଙ୍କାରୁ ୪୫୨୬ କୋଟି ଟଙ୍କାକୁ ବୃଦ୍ଧି ହୋଇଛି।
ଓଡ଼ିଶାର ପ୍ରାୟ ୧୫ ଲକ୍ଷ ଲୋକ ମତ୍ସ୍ୟକ୍ଷେତ୍ର ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସମ୍ପୃକ୍ତ। ଏମାନଙ୍କ ସଫଳ ଉଦ୍ୟମ ଓ ନିଷ୍ଠାପର ମନୋଭାବ ଯୋଗୁ ଆମ ରାଜ୍ୟ ମଧୁର ଜଳ ମାଛ ଉତ୍ପାଦନରେ ସର୍ବଭାରତୀୟ ସ୍ତରରେ ପଞ୍ଚମ, ସାମୁଦ୍ରିକ ମାଛ ଉତ୍ପାଦନରେ ଅଷ୍ଟମ ଓ ସମୁଦାୟ ମାଛ ଉତ୍ପାଦନରେ ଚତୁର୍ଥ ସ୍ଥାନ ଅଧିକାର କରିଛି। ଖାଦ୍ୟ ନିରାପତ୍ତା, ଜୀବିକା ସୁରକ୍ଷା, ମତ୍ସ୍ୟଚାଷୀ/ ମତ୍ସ୍ୟଜୀବୀଙ୍କ କଲ୍ୟାଣ ଓ ନିଯୁକ୍ତି ସୃଷ୍ଟିପାଇଁ ଜଳକୃଷିର ବିକାଶ ଓ ମତ୍ସ୍ୟ ସମ୍ପ୍ରସାରଣ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଓ ନିଜକୁ ପ୍ରତିଷ୍ଠିତ କରିପାରିଛି। ରାଜ୍ୟର ଅଗଣିତ ମତ୍ସ୍ୟ ଚାଷୀ/ମତ୍ସ୍ୟଜୀବୀ/ମତ୍ସ୍ୟ ଉଦ୍ୟୋଗୀ ମାନଙ୍କ ପ୍ରଗାଢ଼ ନିଷ୍ଠା ଓ ଦାୟିତ୍ୱସମ୍ପନ୍ନ ଆଭିମୁଖ୍ୟ ତଥା ରାଜ୍ୟ ସରକାରଙ୍କ ବହୁବିଧ ଯୋଜନାର ସଫଳ ରୂପାୟନ ଯୋଗୁ ରାଜ୍ୟକୁ ମତ୍ସ୍ୟସମ୍ପଦ ଅଭିବୃଦ୍ଧିରେ ମିଳିଛି ସଫଳତା। ସାମଗ୍ରିକ ସ୍ତରରେ ମତ୍ସ୍ୟ ବିକାଶ ନିମନ୍ତେ ୨୦୨୦ରେ ଓଡ଼ିଶା ଜାତୀୟ ସ୍ତରରେ ଶ୍ରେଷ୍ଠ ସାମୁଦ୍ରିକ ରାଜ୍ୟ ଓ କଳାହାଣ୍ଡି ଜିଲାକୁ ଶ୍ରେଷ୍ଠ ଆଭ୍ୟନ୍ତରୀଣ ଜିଲା ଭାବେ ପୁରସ୍କାର ମିଳିଥିବା ବେଳେ ୨୦୨୧ରେ ବାଲେଶ୍ବର ଜିଲାକୁ ଶ୍ରେଷ୍ଠ ସାମୁଦ୍ରିକ ଜିଲା ଭାବେ ସମ୍ମାନିତ କରାଯାଇଛି, ଯାହାକି ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ମତ୍ସ୍ୟକ୍ଷେତ୍ରରେ ନିୟୋଜିତ ରହି ରାଜ୍ୟର ବିକାଶରେ ଭାଗୀଦାରି ହେଉଥିବା ରାଜ୍ୟର ସମସ୍ତ ମତ୍ସ୍ୟଚାଷୀ/ ମତ୍ସ୍ୟଜୀବୀ/ ମତ୍ସ୍ୟ ଉଦ୍ୟୋଗୀମାନଙ୍କୁ ଆଜିର ଏହି ଜାତୀୟ ମତ୍ସ୍ୟଚାଷୀ ଦିବସରେ ଅଜସ୍ର ସଦ୍ଦିଚ୍ଛା ଓ ଅଭିନନ୍ଦନ।
ମୋ: ୯୪୩୭୨୩୨୪୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri