ଦିନିକିଆ ଗଞ୍ଜାମ ଗସ୍ତରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ: ପ୍ରାଣି ଚିକିତ୍ସାଳୟ ପୁନରୁଦ୍ଧାର ପାଇଁ…

ଗଞ୍ଜାମ,୧୧।୯(ବିଦ୍ୟାଧର ସାହୁ )ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଦିନିକିଆ ଗସ୍ତରେ ଗଞ୍ଜାମ ଆସିଥିଲେ। ଏହି ଅବସରରେ ମନ୍ତ୍ରୀ ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଶୁଖୁଆ ହାଟ ପରିଦର୍ଶନ କରିଥିଲେ। ହୁମ୍ମା ସମିତିସଭ୍ୟ ଧ୍ରୁବ ଚରଣ ପଲାଇଙ୍କ ନେତୃତ୍ୱରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ସ୍ଥାନୀୟ ରେଳ ଷ୍ଟେଶନ ନିକଟରେ ଥିବା ପ୍ରାଣି ଚିକିତ୍ସାଳୟଟି ଦୀର୍ଘଦିନ ହେଲା ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ନେଇ ସମିତିସଭ୍ୟ ଧ୍ରୁବ ଚରଣ ପଲାଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ପୁନରୁଦ୍ଧାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଞ୍ଚଳବାସୀଙ୍କ ସ୍ୱାକ୍ଷର ସମ୍ବଳିତ ସ୍ମାରକପତ୍ର ମନ୍ତ୍ରୀଙ୍କୁ ଦିଆଯାଇଥିଲା।

ନିକଟରେ ଥିବା ବହୁ ପୁରାତନ ହୁମ୍ମା ଡାକବଙ୍ଗଳାର ପାଚେରି ଭାଙ୍ଗିଯାଇ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ନେଇ ମଧ୍ୟ ସ୍ମାରକପତ୍ରରେ ଦର୍ଶାଯାଇଛି। ଏଥିସହ ପ୍ରାଣି ଚିକିତ୍ସକ ଓ କର୍ମଚାରୀଙ୍କ ରହଣି ପାଇଁ ସ୍ୱତନ୍ତ୍ର କ୍ୱାର୍ଟର ବ୍ୟବସ୍ଥା କରିବାକୁ ସମିତିସଭ୍ୟ ପଲାଇ ନିବେଦନ କରିଛନ୍ତି।

ଉକ୍ତ ପ୍ରାଣି ଚିକିତ୍ସାଳୟ ଉପରେ ଖଣ୍ଡଦେଉଳି, ପାଳିବନ୍ଧ, ହୁମ୍ମା, ମଲାଡ଼, ଝାରେଡ଼ି ରାଧାଗୋବିନ୍ଦପୁର ସମେତ ବିଭିନ୍ନ ଗ୍ରାମ ପଞ୍ଚାୟତର ଲୋକେ ନିର୍ଭର କରୁଛନ୍ତି। ତେଣୁ ତୁରନ୍ତ ଏହାର ପୁନରୁଦ୍ଧାର କରିବାକୁ ସ୍ମାରକପତ୍ରରେ ନିବେଦନ କରାଯାଇଛି।

ମନ୍ତ୍ରୀଙ୍କ ଗସ୍ତ ସମୟରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ସମେତ ଜିଲା ପ୍ରଶାସନର ଅଧିକାରୀ, ଭାଜପା ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ଯେଉଁଠି, ତ୍ରିଷା ସେଇଠି: ହାଇପ୍ରୋଫାଇଲ ବିବାହ ରିସେପ୍ସନରେ ଚର୍ଚ୍ଚାରେ ଷ୍ଟାର ଯୋଡ଼ି

ଚେନ୍ନାଇ,୬।୧୧: ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଅଭିନେତା ବିଜୟ ଏବଂ ଅଭିନେତ୍ରୀ ତ୍ରିଷା କ୍ରିଷ୍ଣନ ପୁଣି ଥରେ ଏକାଠି ନଜର ଆସିଛନ୍ତି। ଚେନ୍ନାଇରେ ଆୟୋଜିତ ଏକ ହାଇପ୍ରୋଫାଇଲ ବିବାହ…

ନିତ୍ୟା ରମଣ ହେଲେ ଲସ୍‌ ଆଞ୍ଜେଲସ୍‌ର ମେୟର, ଟ୍ରମ୍ପ କହିଲେ ଲଜ୍ଜାଜନକ….

ୱାଶିଂଟନ୍‌,୬।୧୧: ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍‌ ପାର୍ଟିକୁ ବଡ଼ ଝଟକା ଲାଗିଛି । ଲସ୍‌ ଆଞ୍ଜେଲସ୍‌ ଓ ୱାଶିଂଟନ୍‌ ଡିସିର ମେୟର ନିର୍ବାଚନରେ…

IPLରେ ୪୦ କୋଟିର ବ୍ଲାକ୍‌ମେଲ୍‌! ମାଲିକଙ୍କ ହୋଶ୍‌ ଉଡ଼ାଇଲେ ଷ୍ଟାର ଖେଳାଳି, ଦେଉଛନି ଧମକ

ନୂଆଦିଲ୍ଲୀ,୬।୧୧: ଆଇପିଏଲ ଫ୍ରାଞ୍ଚାଇଜି ମାଲିକଙ୍କ ମୁଣ୍ଡବ୍ୟଥା ବଢ଼ାଇଛନ୍ତି କିଛି ଷ୍ଟାର ଖେଳାଳି। ଆଇପିଏଲ୍‌ର ଆଗାମୀ ନିଲାମକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଖେଳାଳିଙ୍କ ରିଟେନ୍ସନ ଫି’କୁ…

ସମ୍ପର୍କରେ ରକ୍ତର ଛିଟା, ମାମୁଁଙ୍କୁ ତେଣ୍ଟା ଭୁସି ହତ୍ୟା

ଆଳି,୬।୧୧(ବନମାଳୀ ସେନାପତି): ତେଣ୍ଟା ଭୁସି ମାମୁଁଙ୍କୁ ହତ୍ୟା କଲେ ଭଣଜା ଓ ସମ୍ପର୍କୀୟ ପୁତୁରା । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି…

ଡ୍ରଗ୍ସ ଟେଷ୍ଟରେ ଧରାପଡ଼ିଲେ ଅଷ୍ଟ୍ରେଲିଆର ଏହି ଷ୍ଟାର ବ୍ୟାଟର: କ୍ରିକେଟ୍‌ ଜଗତ ଲଜ୍ଜିତ, ଇସିବି କଲା ବାସନ୍ଦ

ସିଡନୀ,୬।୧୧: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର କ୍ରିସ ଲିନ ଡ୍ରଗ୍ସ ଟେଷ୍ଟରେ ଧରାପଡ଼ିଛନ୍ତି। ତାଙ୍କ ଶରୀରରେ କୋକେନ ସେବନର ପ୍ରମାଣ ମିଳିବା ପରେ ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ…

ନିର୍ବାଚନୀ ପ୍ରଭାବ, ମସ୍କଙ୍କ କମ୍ପାନୀର ବଜାର ମୂଲ୍ୟରେ ୧୩୦ ବିଲିୟନ ଡଲାର ହ୍ରାସ

ୱାଶିଂଟନ,୬।୧୧: ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଫଳାଫଳ ବୈଶ୍ୱିକ ପୁଞ୍ଜି ବଜାର ଉପରେ ତ୍ୱରିତ ପରିବର୍ତ୍ତନ ଆଣିଛି। କେବଳ ବାହାର ଦେଶ ନୁହେଁ, ଆମେରିକା ଶେୟାର ଓ ପୁଞ୍ଜି…

ଇତିହାସ ରଚିଲେ ମିଜୋରାମ ବ୍ୟାଟର ଚିନ୍ମୟ ସୁତାର: ଭାଙ୍ଗିଲେ ୧୦୩ ବର୍ଷର ପୁରୁଣା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୬।୧୧: ଭାରତୀୟ ଘରୋଇ କ୍ରିକେଟ୍‌ରେ ନୂଆ ଇତିହାସ ରଚିଛନ୍ତି ମିଜୋରାମର ବ୍ୟାଟର ଚିନ୍ମୟ ସୁତାର। ରଣଜୀ ଟ୍ରଫି ୨୦୨୬-୨୭ର ପ୍ଲେଟ ଗ୍ରୁପ୍‌ରେ ଖେଳୁଥିବା ଚିନ୍ମୟ ୧୦୩ ବର୍ଷର…

ପାକିସ୍ତାନକୁ ଧୂଳି ଚଟେଇଲା ଭାରତ: ହାସଲ କଲା ଧମାକାଦାର ବିଜୟ

ନୂଆଦିଲ୍ଲୀ,୬।୧୧: SAFF ଚାମ୍ପିୟନଶିପ ୨୦୨୬ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତୀୟ ଫୁଟବଲ ଟିମ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୩-୨ ଗୋଲ୍‌ରେ ପରାସ୍ତ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?