ବାଲେଶ୍ୱର,୩।୯: ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ସହରରେ ମଙ୍ଗଳବାର କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହରର ତଳିଆ ଅଞ୍ଚଳରେ ବିଭିନ୍ନ ଗଳି, ଛକ, ରାସ୍ତାରେ ୨/୩ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ଚିଡିଆପୋଲ, ନୁଆସାହି, ତେଲେଙ୍ଗା ସାହି ଛକ ଆଦିରେ ବର୍ଷା ଜଳ ଜମି ରହି ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏପରିକି ଅରଡ଼ ବଜାର ଓ କଂଗ୍ରେସ ଗଳିରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ବହୁ ଦୋକାନ ଓ ଘର ଭିତରେ ବର୍ଷା ପାଣି ପ୍ରବେଶ କରି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହି ସମୟରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ଲଗାଣ ବର୍ଷା ଯୋଗୁ ଗତ କାଲିଠୁ ପୋଷ୍ଟ ଅଫିସ ଭିତରେ ପାଣି ପଶିଛି। ପାଣି ପଶିବା ଫଳରେ ପୋଷ୍ଟ ଅଫିସ ଭିତରୁ ମାଛ ପଶିଆସିଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଖାଲି ଏକିତି ନୁହେଁ ପାଣି ପଶି କାଗଜ ପତ୍ର ସବୁ ନଷ୍ଟ ହୋଇଯାଇଛି।


