ଚିନ୍ତାଜନକ ରିପୋର୍ଟ, ଦିଲ୍ଲୀର ମାଛରେ ମିଳିଲା ଅତ୍ୟାଧିକ ପ୍ଲାଷ୍ଟିକ….

ନୂଆଦିଲ୍ଲୀ,୪।୮(ପି.ଟି.): ଦିଲ୍ଲୀରେ ପ୍ରବାହିତ ଯମୁନା ନଦୀର ମାଛମାନଙ୍କଠାରେ ହରିୟାଣାର ନଦୀପଥ ତୁଳନାରେ ଯଥେଷ୍ଟ ଅଧିକ ମାତ୍ରାରେ ମାଇକ୍ରୋପ୍ଲାଷ୍ଟିକ୍‌ (ସୂକ୍ଷ୍ମ ପ୍ଲାଷ୍ଟିକ୍‌ କଣିକା) ଜମା ହୋଇଥିବା ଏକ ଚାଞ୍ଚଲ୍ୟକର ତଥ୍ୟ ଗବେଷଣା ରିପୋର୍ଟରୁ ଜଣାପଡ଼ିଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ଡିୟୁ)ର ଗବେଷକମାନଙ୍କ ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନରେ ପରୀକ୍ଷା କରାଯାଇଥିବା ପ୍ରତ୍ୟେକଟି ମାଛରୁ ଏହି ସୂକ୍ଷ୍ମ ପ୍ଲାଷ୍ଟିକ୍‌ ମିଳିଛି। ଗବେଷଣା ପାଇଁ ଯମୁନା ନଦୀର ୪ଟି ନିର୍ଦ୍ଦିଷ୍ଟ ସ୍ଥାନ ହରିୟାଣାର ଯମୁନାନଗର ଓ କର୍ନଲ ଏବଂ ଦିଲ୍ଲୀର ସୋନିଆ ବିହାର ଓ ସୁର ଘାଟରୁ ୧୨ଟି ଭିନ୍ନ ଭିନ୍ନ ପ୍ରଜାତିର ମୋଟ ୨୨୦ଟି ମିଠାପାଣି ମାଛ ସଂଗ୍ରହ କରାଯାଇଥିଲା। ଗବେଷକମାନେ ଏହି ମାଛଗୁଡ଼ିକରୁ ୧,୬୭୮ଟି ସୂକ୍ଷ୍ମ ପ୍ଲାଷ୍ଟିକ୍‌ କଣିକା ପାଇଛନ୍ତି। ଅଧ୍ୟୟନ ଅନୁଯାୟୀ, ଦିଲ୍ଲୀର ସୋନିଆ ବିହାର ଏବଂ ସୁର ଘାଟରୁ ମିଳିଥିବା ମାଛରେ ହରିୟାଣାର ମାଛଙ୍କ ତୁଳନାରେ ଯଥେଷ୍ଟ ଅଧିକ ମାତ୍ରାରେ ପ୍ଲାଷ୍ଟିକ୍‌ ଜମା ହୋଇଛି। ସୋନିଆ ବିହାରର ୨୦ଟି ‘ତିଲାପିଆ’ ମାଛରୁ ୪୩୬ଟି ପ୍ଲାଷ୍ଟିକ୍‌ କଣିକା ମିଳିଛି (ହାରାହାରି ମାଛ ପିଛା ୨୧.୮ କଣିକା)। ସେହିପରି ସୁର ଘାଟର ତିଲାପିଆ ମାଛରେ ୨୬୪ଟି କଣିକା ରହିଥିବାବେଳେ ସୋନିଆ ବିହାରର ‘ରୋହି’ ମାଛରେ ୨୦୫ଟି ସୂକ୍ଷ୍ମ ପ୍ଲାଷ୍ଟିକ୍‌ କଣିକା (ହାରାହାରି ମାଛ ପିଛା ୧୦.୨୫) ମିଳିଛି। କର୍ନଲର ୧୦ଟି ‘ଗଞ୍ଜିଆ/ନିଡଲ’ ମାଛରୁ ମାତ୍ର ୩୭ଟି ସୂକ୍ଷ୍ମ ପ୍ଲାଷ୍ଟିକ୍‌ କଣିକା (ସବୁଠାରୁ କମ୍‌) ମିଳିଛି।
ସହରର ଅପରିଷ୍କାର ନାଳପାଣି, ଶିଳ୍ପାଞ୍ଚଳର ବର୍ଜ୍ୟବସ୍ତୁ, ଲୁଗା ସଫା ଜଳ ଏବଂ ପ୍ଲାଷ୍ଟିକ୍‌ ଆବର୍ଜନା ସିଧାସଳଖ ନଦୀରେ ମିଶୁଥିବାରୁ ଦିଲ୍ଲୀର ନଦୀପଥ ଅଧିକ ପ୍ରଦୂଷିତ ହୋଇଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଗବେଷକମାନେ ମାଛଙ୍କ ପାକସ୍ଥଳୀ ଓ ହଜମ ପ୍ରକ୍ରିୟାରୁ ୭୫୧ଟି, ଗାଲିସିରୁ ୬୦୫ଟି ଏବଂ ମାଂସପେଶୀରୁ ୩୨୨ଟି ସୂକ୍ଷ୍ମ ପ୍ଲାଷ୍ଟିକ୍‌ କଣିକା ପାଇଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ପ୍ଲାଷ୍ଟିକ୍‌ କଣିକାଗୁଡ଼ିକ କେବଳ ପାକସ୍ଥଳୀରେ ସୀମିତ ନ ରହି ମାଛର ଖାଇବାଯୋଗ୍ୟ ମାଂସ ମଧ୍ୟକୁ ବ୍ୟାପୁଛି। ମିଳିଥିବା ମାଇକ୍ରୋପ୍ଲାଷ୍ଟିକ୍‌ ମଧ୍ୟରୁ ୭୭.୮% କେବଳ ସୂକ୍ଷ୍ମ ପ୍ଲାଷ୍ଟିକ୍‌ ସୂତା। କୃତ୍ରିମ ପୋଷାକ (ସନ୍ଥେଟିକ୍‌ କ୍ଲଥ୍‌ଙ୍ଗ୍‌), ଲୁଗାକଚା ପାଣି ଏବଂ ଟେକ୍ସଟାଇଲ ଶିଳ୍ପରୁ ତାହା ନଦୀକୁ ଆସୁଥିବା ଗବେଷକମାନେ ଦର୍ଶାଇଛନ୍ତି। ରାସାୟନିକ ପରୀକ୍ଷାରୁ ମିଳିଥିବା ପ୍ଲାଷ୍ଟିକ୍‌ ମଧ୍ୟରେ ୨୪% ‘ପଲିଏଥିଲିନ୍‌’ (ପ୍ଲାଷ୍ଟିକ୍‌ ମୁଣିରେ ବ୍ୟବହୃତ) ଏବଂ ୨୧% ‘ପଲିପ୍ରୋପିଲିନ’ (ବୋତଲ କ୍ୟାପ୍‌ ଓ କଣ୍ଟେନର) ରହିଛି। ଅନ୍ତର୍ଜାତୀୟ ‘ପଲିମର ହାଜାର୍ଡ ଇଣ୍ଡେକ୍ସ’ ଅନୁଯାୟୀ ଏହି ପ୍ରଦୂଷଣକୁ ‘କାଟେଗୋରି-୪’ (ଅତ୍ୟନ୍ତ ବିପଜ୍ଜନକ) ଶ୍ରେଣୀରେ ରଖାଯାଇଛି, ଯାହା ଜଳଚର ପରିବେଶ ପାଇଁ ଗୁରୁତର ସଙ୍କଟ ସୃଷ୍ଟି କରୁଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ କୋଳ ଶୂନ୍ୟ କରିଦେଲା ଋଷିକୁଲ୍ୟା: ଖେଳିଗଲା ଶୋକର ଛାୟା

ପୁରୁଷୋତ୍ତମପୁର,୧୯।୯ (ସବିତା ମିଶ୍ର): ଗଣେଶ ମୂର୍ତ୍ତି ବିସର୍ଜନବେଳେ ଋଷିକୁଲ୍ୟା ନଦୀରେ ଭାସିଯାଇ ନିଖୋଜ ହୋଇଥିବା ଛାତ୍ର ସୁମିତ କୁମାର ମିଶ୍ରଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ପୁରୁଷୋତ୍ତମପୁର…

ଭାରତ ପାଇଁ ଡେବ୍ୟୁ କଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ପ୍ରଥମ ମ୍ୟାଚ୍‌ରେ କଲେ ଏମିତି କାରନାମା

ରାଜକୋଟ,୧୯।୯: ବାପାଙ୍କ ଭଳି କ୍ରିକେଟ ମଇଦାନରେ ପାଦ ଥାପିବାର ଆର୍ଯ୍ୟବୀର ସେହ୍ବାଗଙ୍କ ଅପେକ୍ଷା ଶେଷ ହୋଇଛି। ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ରାଜକୋଟରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ପ୍ରଥମଥର…

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି…

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

ସରିଲା ନୂଆଁଖାଇ, ରହିଗଲା ଆବର୍ଜନା: ସହର ସାରା ପରିବେଶ ପ୍ରଦୂଷଣର ବିକଳ ଚିତ୍ର

ବରଗଡ଼,୧୯।୯(ପ୍ରେମାନନ୍ଦ ଖମାରୀ): ଗଣେଶ ପୂଜା ଓ ନୂଆଁଖାଇ ସରି ଯାଇଛି। ଉତ୍ସାହ, ଉଦ୍ଦୀପନା ସହିତ ଲୋକେ ଏହାକୁ ପାଳନ କରିଛନ୍ତି। ହେଲେ ଏହି ପର୍ବ ସରିବା ପରେ…

ନିକିତାଙ୍କୁ ଗ୍ଲୋବାଲ ପାଥ୍‌ଫାଇଣ୍ଡର୍ସ ଆୱାର୍ଡ: ଛୁଟୁଛି ଶୁଭେଚ୍ଛାର ସୁଅ

ପଦ୍ମପୁର,୧୯ା୯(ପ୍ରଦୀପ୍ତ ଦାଶ):ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରୀ ନିକିତା ସାହୁ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ପକ୍ଷରୁ ପ୍ରଦତ୍ତ ପ୍ରତିଷ୍ଠିତ ‘ଗ୍ଲୋବାଲ ପାଥଫାଇଣ୍ଡର୍ସ ଆୱାର୍ଡ’ ଲାଭ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?