Posted inଖେଳ

ଇଣ୍ଡିଆ କ୍ୟାପିଟାଲ୍ସର ପ୍ରଥମ ବିଜୟ

ଲକ୍ଷ୍ନୌ,୨୨ା୯ : ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ଟି୨୦ ଟୁର୍ନାମେଣ୍ଟର ଦ୍ୱିତୀୟ ସଂସ୍କରଣରେ ପ୍ରଥମ ବିଜୟ ହାସଲ କରିଛି ଗୌତମ ଗମ୍ଭୀରଙ୍କ ଇଣ୍ଡିଆ କ୍ୟାପିଟାଲ୍ସ। ଇରଫାନ ପଠାନଙ୍କ ନେତୃତ୍ୱାଧୀନ ଭିଲଓ୍ବାରା କିଙ୍ଗ୍ସକୁ ୭୮ ରନରେ ପରାସ୍ତ କରି ଦଳ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଏହି ମ୍ୟାଚରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଇରଫାନ। ସୋଲୋମନ୍‌ ମିରଙ୍କ ଦ୍ରୁତ ୮୨ ରନ ଜରିଆରେ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ବିନିମୟେରେ ୧୯୮ ରନ କରିଥିଲା। ଜବାବରେ ଭିଲଓ୍ବାରା କିଙ୍ଗ୍ସ ୧୯.୨ ଓଭରରେ ୧୨୦ ରନରେ ଅଲଆଉଟ ହୋଇଥିଲା।
ଇଣ୍ଡିଆ କ୍ୟାପିଟାଲ୍ସର ନିୟମିତ ଅଧିନାୟକ ଗୌତମ ଗମ୍ଭୀର ଏହି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଦୁଇ ଓପନର ଗମ୍ଭୀର(୧୨) ଓ ମିର(୮୨) ପ୍ରଥମ ଉଇକେଟରେ ଯୋଡିଥିଲେ ୨୪ ରନ୍‌ । ୯ ବଲରୁ ଦୁଇ ଚୌକା ସହିତ ଗମ୍ଭୀର ପ୍ୟାଭିଲିୟନ ଫେରିବା ପରେ ଜିମ୍ବାଓ୍ବେର ଦୁଇ ଖେଳାଳି ମିର ଓ ହାମିଲଟନ ମାସାକାଜା ମଙ୍ଗ ସମ୍ଭାଳିଥିଲେ। ଉଭୟ ଖେଳାଳି ୫୨ ବଲରେ ୧୦୫ ରନ୍‌ ଯୋଗ କରିବା ସହିତ ଏକ ବୃହତ୍‌ ସ୍କୋରର ମୂଳଦୁଆ ପକାଇଥିଲେ। ମିର ୩୮ ବଲ ଖେଳି ୭ ଚୌକା ଓ ୬ ଛକା ସହିତ ୮୨ ରନ୍‌ କରିଥିଲେ। ୩୦ ବଲ ଖେଳି ୪୮ ରନ କରିଥିବା ମାସାକାଜାଙ୍କୁ ଆଉଟ କରି ୟୁସୁଫ ପଠାନ ଏହି ଯୋଡି ଭାଙ୍ଗିଥିଲେ। ଏହାର ୨ ଓଭର ମଧ୍ୟରେ ମିରଙ୍କୁ ଆଉଟ କରିଥିଲେ ୟୁସୁଫ। ୧୩ ଓଭର ସୁଦ୍ଧା ୧୬୦ ରନ୍‌ କରିଥିବା କ୍ୟାପିଟାଲ୍ପ ମିର ଆଉଟ ହେବା ପରେ ଅନ୍ତିମ ୭ ଓଭରରୁ ମାତ୍ର ୩୮ ରନ୍‌ କରିଥିଲା। ଭିଲଓ୍ବାରା କିଙ୍ଗସ୍‌ ପକ୍ଷରୁ ୟୁସୁଫ ପଠାନ ୨୮ ରନରେ ୩ଟି ଉଇକେଟ ନେଇଥିବା ବେଳେ ଟିନୋ ବେଷ୍ଟ ଓ ଟିମ୍‌ ବ୍ରେସନାନଙ୍କୁ ମିଳିଥିଲା ଗୋଟିଏ ଲେଖାଏ ସଫଳତା। ୧୯୯ ରନ ଲକ୍ଷ୍ୟର ପିଛା କରୁଥିବା ଭିଲଓ୍ବାରା କିଙ୍ଗ୍ସର ଆରମ୍ଭ ଦୟନୀୟ ରହିଥିଲା। ଟୁର୍ନାମେଣ୍ଟର ସର୍ବାଧିକ ଉଇକେଟ ହାସଲକାରୀ ବୋଲର ପଙ୍କଜ ସିଂଙ୍କ ଘାତକ ବୋଲିଂ କାରଣରୁ ଦଳ ୨୪ ରନରେ ଦୁଇ ଓପନରଙ୍କୁ ହରାଇଥିଲା। ଦଳ ଏହି ବିପର୍ଯ୍ୟୟରୁ ମୁକୁଳି ନ ପାରି ନିୟମିତ ବ୍ୟବଧାନରେ ଉଇକେଟ ହରାଇ ଚାଲିଥିଲା। ୬୧ ରନରେ ଦଳର ୫ ବ୍ୟାଟର ପ୍ୟାଭିଲିୟନ ଫେରିବା ପରେ ପରାଜୟ ନିଶ୍ଚିତ ହୋଇଯାଇଥିଲା। ରଜତ ଭାଟିଆ, ପ୍ରବୀଣ ତାମ୍ବେ ଓ ପଙ୍କଜ ସିଂ ଦୁଇଟି ଲେଖାଏ ଏବଂ ଆସଲେ ନର୍ସ, ପ୍ରବୀଣ ଗୁପ୍ତା ଓ ଲିଆମ ପ୍ଲଙ୍କେଟ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ସୋଲୋମନ୍‌ ମିରଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri