Posted inଖେଳ

ଇଣ୍ଡିଆ କ୍ୟାପିଟାଲ୍ସର ପ୍ରଥମ ବିଜୟ

ଲକ୍ଷ୍ନୌ,୨୨ା୯ : ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ ଟି୨୦ ଟୁର୍ନାମେଣ୍ଟର ଦ୍ୱିତୀୟ ସଂସ୍କରଣରେ ପ୍ରଥମ ବିଜୟ ହାସଲ କରିଛି ଗୌତମ ଗମ୍ଭୀରଙ୍କ ଇଣ୍ଡିଆ କ୍ୟାପିଟାଲ୍ସ। ଇରଫାନ ପଠାନଙ୍କ ନେତୃତ୍ୱାଧୀନ ଭିଲଓ୍ବାରା କିଙ୍ଗ୍ସକୁ ୭୮ ରନରେ ପରାସ୍ତ କରି ଦଳ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଏହି ମ୍ୟାଚରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଇରଫାନ। ସୋଲୋମନ୍‌ ମିରଙ୍କ ଦ୍ରୁତ ୮୨ ରନ ଜରିଆରେ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ବିନିମୟେରେ ୧୯୮ ରନ କରିଥିଲା। ଜବାବରେ ଭିଲଓ୍ବାରା କିଙ୍ଗ୍ସ ୧୯.୨ ଓଭରରେ ୧୨୦ ରନରେ ଅଲଆଉଟ ହୋଇଥିଲା।
ଇଣ୍ଡିଆ କ୍ୟାପିଟାଲ୍ସର ନିୟମିତ ଅଧିନାୟକ ଗୌତମ ଗମ୍ଭୀର ଏହି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଦୁଇ ଓପନର ଗମ୍ଭୀର(୧୨) ଓ ମିର(୮୨) ପ୍ରଥମ ଉଇକେଟରେ ଯୋଡିଥିଲେ ୨୪ ରନ୍‌ । ୯ ବଲରୁ ଦୁଇ ଚୌକା ସହିତ ଗମ୍ଭୀର ପ୍ୟାଭିଲିୟନ ଫେରିବା ପରେ ଜିମ୍ବାଓ୍ବେର ଦୁଇ ଖେଳାଳି ମିର ଓ ହାମିଲଟନ ମାସାକାଜା ମଙ୍ଗ ସମ୍ଭାଳିଥିଲେ। ଉଭୟ ଖେଳାଳି ୫୨ ବଲରେ ୧୦୫ ରନ୍‌ ଯୋଗ କରିବା ସହିତ ଏକ ବୃହତ୍‌ ସ୍କୋରର ମୂଳଦୁଆ ପକାଇଥିଲେ। ମିର ୩୮ ବଲ ଖେଳି ୭ ଚୌକା ଓ ୬ ଛକା ସହିତ ୮୨ ରନ୍‌ କରିଥିଲେ। ୩୦ ବଲ ଖେଳି ୪୮ ରନ କରିଥିବା ମାସାକାଜାଙ୍କୁ ଆଉଟ କରି ୟୁସୁଫ ପଠାନ ଏହି ଯୋଡି ଭାଙ୍ଗିଥିଲେ। ଏହାର ୨ ଓଭର ମଧ୍ୟରେ ମିରଙ୍କୁ ଆଉଟ କରିଥିଲେ ୟୁସୁଫ। ୧୩ ଓଭର ସୁଦ୍ଧା ୧୬୦ ରନ୍‌ କରିଥିବା କ୍ୟାପିଟାଲ୍ପ ମିର ଆଉଟ ହେବା ପରେ ଅନ୍ତିମ ୭ ଓଭରରୁ ମାତ୍ର ୩୮ ରନ୍‌ କରିଥିଲା। ଭିଲଓ୍ବାରା କିଙ୍ଗସ୍‌ ପକ୍ଷରୁ ୟୁସୁଫ ପଠାନ ୨୮ ରନରେ ୩ଟି ଉଇକେଟ ନେଇଥିବା ବେଳେ ଟିନୋ ବେଷ୍ଟ ଓ ଟିମ୍‌ ବ୍ରେସନାନଙ୍କୁ ମିଳିଥିଲା ଗୋଟିଏ ଲେଖାଏ ସଫଳତା। ୧୯୯ ରନ ଲକ୍ଷ୍ୟର ପିଛା କରୁଥିବା ଭିଲଓ୍ବାରା କିଙ୍ଗ୍ସର ଆରମ୍ଭ ଦୟନୀୟ ରହିଥିଲା। ଟୁର୍ନାମେଣ୍ଟର ସର୍ବାଧିକ ଉଇକେଟ ହାସଲକାରୀ ବୋଲର ପଙ୍କଜ ସିଂଙ୍କ ଘାତକ ବୋଲିଂ କାରଣରୁ ଦଳ ୨୪ ରନରେ ଦୁଇ ଓପନରଙ୍କୁ ହରାଇଥିଲା। ଦଳ ଏହି ବିପର୍ଯ୍ୟୟରୁ ମୁକୁଳି ନ ପାରି ନିୟମିତ ବ୍ୟବଧାନରେ ଉଇକେଟ ହରାଇ ଚାଲିଥିଲା। ୬୧ ରନରେ ଦଳର ୫ ବ୍ୟାଟର ପ୍ୟାଭିଲିୟନ ଫେରିବା ପରେ ପରାଜୟ ନିଶ୍ଚିତ ହୋଇଯାଇଥିଲା। ରଜତ ଭାଟିଆ, ପ୍ରବୀଣ ତାମ୍ବେ ଓ ପଙ୍କଜ ସିଂ ଦୁଇଟି ଲେଖାଏ ଏବଂ ଆସଲେ ନର୍ସ, ପ୍ରବୀଣ ଗୁପ୍ତା ଓ ଲିଆମ ପ୍ଲଙ୍କେଟ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ସୋଲୋମନ୍‌ ମିରଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri