Posted inଖେଳ

ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଟ୍ରାନ୍ସଜେଣ୍ଡର

ଲଣ୍ଡନ,୧ା୯(ପି.ଟି.):ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବେ ପ୍ରଥମ ଟ୍ରାନ୍ସଜେଣ୍ଡର ଖେଳାଳି। କାନାଡା ପକ୍ଷରୁ ଆସନ୍ତା ୨୦୨୪ ମହିଳା ଟି୨୦ ବିଶ୍ୱକପ୍‌ର ଯୋଗ୍ୟତା ପର୍ଯ୍ୟାୟ ଖେଳି ଡାନିଏଲ ମ୍ୟାକଗାହେ ଇତିହାସ ରଚିବାକୁ ଯାଉଛନ୍ତି। ୨୯ ବର୍ଷୀୟ ଡାନିଏଲ ଜଣେ ଓପନିଙ୍ଗ ବ୍ୟାଟର। ଲସ୍‌ ଏଞ୍ଜେଲସରେ ସେପ୍ଟେମ୍ବର ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ନାମେଣ୍ଟ ଖେଳାଯିବ। ଟି୨୦ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବା ଲାଗି ଆର୍ଜେଣ୍ଟିନା, ବ୍ରାଜିଲ ଓ ଯୁକ୍ତରାଷ୍ଟ୍ର ଆମେରିକା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ କାନାଡା। ଟ୍ରାନ୍ସଜେଣ୍ଡର ଖେଳାଳିଙ୍କ ପାଇଁ ରହିଥିବା ଆଇସିସିର ନିୟମ ମେଲ୍‌ ଟୁ ଫିମେଲରେ ଆସିବା ପରେ ଡାନିଏଲଙ୍କୁ ଖେଳିବାକୁ ଅନୁମତି ମିଳିଛି। ଅନ୍ତର୍ଜାତୀୟ କ୍ରିକେଟରେ ମିଳିଥିବା ସୁଯୋଗ ପାଇଁ ମୁଁ ଅତ୍ୟନ୍ତ ଗର୍ବିତ। ମୋ କମ୍ୟୁନିଟିର ପ୍ରତିନିଧିତ୍ୱ କରିବାର ପ୍ରଥମ ଖେଳାଳି ହୋଇଥିବା ବେଳେ ଏହା ମୁଁ ସ୍ବପ୍ନରେ ମଧ୍ୟ ଚିନ୍ତା କରି ନ ଥିଲି ବୋଲି ସେ କହିଥିଲେ। ଅଷ୍ଟ୍ରେଲିଆର ମୂଳ ନିବାସୀ ଡାନିଏଲ ୨୦୨୦ରେ କାନାଡାକୁ ଯାଇ ପୁରୁଷରୁ ମହିଳା ହେବାର ଚିକିତ୍ସା କରାଇଥିଲେ। ମହିଳା ହେବା ପରେ ତାଙ୍କୁ ବର୍ତ୍ତମାନ ଖେଳିବାକୁ ଅନୁମତି ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ଟି୨୦ ଟିମ୍‌ ର଼୍ୟାଙ୍କିଙ୍ଗ୍ସ: ଶୀର୍ଷସ୍ଥାନ ବଜାୟ ରଖିଲା ଭାରତ, ଜାଣନ୍ତୁ ଦ୍ୱିତୀୟ, ତୃତୀୟ ସ୍ଥାନରେ କେଉଁ ଦେଶ…

ଦୁବାଇ,୫ା୫: ୩ ଥରର ବିଶ୍ୱକପ୍‌ ବିଜେତା ଭାରତ ମଙ୍ଗଳବାର ଆଇସିସି ଟି୨୦ ଟିମ୍‌ ର଼୍ୟାଙ୍କିଙ୍ଗ୍ସରେ ଶୀର୍ଷସ୍ଥାନ ବଜାୟ ରଖିଛି। ଗତ ମାର୍ଚ୍ଚରେ ଭାରତ ପ୍ରଥମ ଦଳ ଭାବେ…

ଟିକେଟ ଲାଗି ୫ କୋଟି ଦାବି କରୁଥିଲା ଟିଏମ୍‌ସି, ସାଙ୍ଘାତିକ ଅଭିଯୋଗ ଆଣିଲେ ଏହି ପୂର୍ବତନ କ୍ରିକେଟର

କୋଲକାତା,୫ା୫: ୫ କୋଟି ଟଙ୍କା ନ ଦେବାରୁ ହାଓ୍ବରାର ଶିବପୁର ନିର୍ବାଚନ ମଣ୍ଡଳୀରୁ ମୋତେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଟିକେଟ ଦେବାକୁ ମନା କରିଥିଲା। ପଶ୍ଚିମବଙ୍ଗ ବିଧାନସଭା…

ଖେଳାଳିଙ୍କ ଗର୍ଲଫ୍ରେଣ୍ଡ ପାଇଁ ବିସିସିଆଇ ଆଣିବ କଡ଼ା ଗାଇଡ୍‌ଲାଇନ

ମୁମ୍ୱାଇ,୫ା୫: ଚଳିତ ଆଇପିଏଲ୍‌ରେ କିଛି ନିର୍ଦ୍ଦିଷ୍ଟ ଖେଳାଳି ସେମାନଙ୍କ ଗର୍ଲଫ୍ରେଣ୍ଡ ସହ ସର୍ୱସାଧାରଣରେ ନଜର ଆସିବା ଘଟଣା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ କ୍ଷୁବ୍ଧ କରିଛି।…

ଚୌକା-ଛକା ବର୍ଷା କଲେ ରୋହିତ ଶର୍ମା: ରଚିଲେ ଇତିହାସ

ନୂଆଦିଲ୍ଲୀ,୫।୫: ରୋହିତ ଶର୍ମା କ୍ରମାଗତ ପାଞ୍ଚଟି ମ୍ୟାଚ ପାଇଁ ବାହାରେ ଥିଲେ। ଦଳକୁ ଫେରିବା ପରେ ସେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷରେ ଇତିହାସ ରଚିଛନ୍ତି। ସେ…

ରାତ୍ରିକାଳୀନ କ୍ରିକେଟ ଟୁର୍ନାମେଣ୍ଟ: ବେଲଖଣ୍ଡି ଦଳ ଚାମ୍ପିୟନ

କର୍ଲାମୁଣ୍ଡା:୪/୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପଞ୍ଚାୟତ ଅନ୍ତର୍ଗତ ଗାନ୍ଧିନଗର ପଡାଠାରେ ଗାନ୍ଧିନଗର କ୍ରିକେଟ କମିଟି ପକ୍ଷରୁ ୨ ଦିନଧରି ରାତ୍ରି କାଳୀନ…

ଦିଲ୍ଲୀ ଗ୍ରସ୍ତ ସ୍କିପ୍‌ କଲେ ଧୋନୀ

ଚେନ୍ନାଇ,୪ା୫: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ପୂର୍ୱତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଦଳ ସହିତ ପରବର୍ତ୍ତୀ ମ୍ୟାଚ୍‌ ଲାଗି ଦିଲ୍ଲୀ ଯାତ୍ରା କରି ନାହାନ୍ତି। ସିଏସ୍‌କେ…

ଆରସିବିକୁ ବଡ଼ ଝଟ୍‌କା: ସ୍ୱଦେଶ ଫେରିଲେ ଫିଲ୍‌ ସଲ୍ଟ

ନୂଆଦିଲ୍ଲୀ,୪ା୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଓପନର ଇଂଲଣ୍ଡର ଫିଲ୍‌ ସଲ୍ଟ ସ୍ୱଦେଶ ଫେରିଛନ୍ତି। ଗତ ମାସରେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ତାଙ୍କର କ୍ଷତର ଗଭୀରତା…

ରାଜସ୍ଥାନ ଫ୍ରାଞ୍ଚାଇଜର ୭୫% ଅଂଶଧନ କିଣିଲେ ମିତ୍ତଲ ପରିବାର

ନୂଆଦିଲ୍ଲୀ,୪ା୫: ଶିଳ୍ପପତି ଲକ୍ଷ୍ମୀ ମିତ୍ତଲ ଏବଂ ତାଙ୍କ ପୁଅ ଆଦିତ୍ୟ ମିତ୍ତଲଙ୍କ ସହିତ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ)ର ଆଦାର ପୁନାଓ୍ୱାଲା ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri